ଯାଜପୁର ଅଫିସ,୧୭ା୬: ଯାଜପୁର ଜିଲା ସୁକିନ୍ଦା ଅଞ୍ଚଳରେ ବେଦାନ୍ତ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ଓସ୍ତପାଳ କ୍ରୋମାଇଟ ଖଣି ଅସୁରକ୍ଷିତ ରହିଛି। ଏନେଇ ହୋଇଥିବା ଅଭିଯୋଗ ଉପରେ ଗୁରୁବାରଠାରୁ ତଦନ୍ତ ଆରମ୍ଭ ହେବ। ଏ ସଂକ୍ରାନ୍ତରେ ଭାରତ ସରକାରଙ୍କ ଡାଇରେକ୍ଟର ଜେନେରାଲ ଅଫ୍ ମାଇନ୍ସ ସେଫ୍ଟି(ଡିଜିଏମ୍ଏସ୍)ର ଭୁବନେଶ୍ୱର କ୍ଷେତ୍ର ଡେପୁଟି ଡାଇରେକ୍ଟର ଇନୁମୁଲା ସତ୍ୟନାରାୟଣ ବୁଧବାର ଇ-ମେଲ୍ ଯୋଗେ ଅଭିଯୋଗକାରୀ ସୁରେଶ କୁମାରଙ୍କୁ ସୂଚନା ଦେଇଛନ୍ତି। ଉକ୍ତ ସୂଚନା ଅନୁଯାୟୀ ଡିଜିଏମ୍ଏସ୍ର ଅଧିକାରୀ ଗୁରୁବାର ୧୭ା୬ା୨୦୨୧ ପୂର୍ବାହ୍ନ ୧୦ଟାରୁ ୧୮ା୬ା୨୦୨୧ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ତଦନ୍ତ କରିବେ। ଅଭିଯୋଗକାରୀ ସୁରେଶ କୁମାରଙ୍କୁ ଏହି ତଦନ୍ତ ସମୟରେ ଉପସ୍ଥିତ ରହିବାକୁ ଉକ୍ତ ଇ-ମେଲ୍ ସୂଚନାରେ ଦର୍ଶାଯାଇଛି। ସୂଚନାଯୋଗ୍ୟ ଯେ, ସୁରେଶ କୁମାର ଓସ୍ତପାଳ କ୍ରୋମାଇଟ ଖଣି ଗୁରୁତର ଭାବେ ଅସୁରକ୍ଷିତ ହୋଇଥିବା ନେଇ କେନ୍ଦ୍ର ସରକାରଙ୍କ ୱେବ୍ପୋର୍ଟାଲ ‘ସେଣ୍ଟ୍ରାଲାଇଜଡ୍ ପବ୍ଲିକ ଗ୍ରିଭାନ୍ସ ରିଡ୍ରେସ ଆଣ୍ଡ ମନିଟରିଂ ସିଷ୍ଟମ୍’ ମାଧ୍ୟମରେ ଗତ ୯ା୪ା୨୦୨୧ ଏବଂ ୧୬ା୪ା୨୦୨୧ରେ ଅଭିଯୋଗ କରିିଥିଲେ। ଏନେଇ ଧରିତ୍ରୀରେ ସବିଶେଷ ତଥ୍ୟ ଭିତ୍ତିକ ଖବର ଗତ ୧୫ା୬ା୨୦୨୧ରେ ପ୍ରକାଶ ପାଇଥିଲା। ଏହାପରେ ଡିଜିଏମ୍ଏସ୍ ପକ୍ଷରୁ ତପତ୍ରତା ପ୍ରକାଶ ପାଇଛି। ଓସ୍ତପାଳ ଖଣି ଗର୍ତ୍ତଠାରୁ ମାତ୍ର ୨୦ ମିଟର ଦୂରରେ ଥିବା ୭୮ ମିଟର ଡମ୍ପ ଶ୍ରମିକ ତଥା କର୍ମଚାରୀଙ୍କ ପାଇଁ ବିପଦ ଭାବେ ଠିଆ ହୋଇଛି। ଏହା ପୂର୍ବରୁ ୪ ଥର ଡମ୍ପ ଭୁଶୁଡି ଶ୍ରମିକଙ୍କ ପାଇଁ ବିପଦର କାରଣ ହୋଇସାରିଛି। ଯେତେ ଥର ଅଭିଯୋଗ କରାଯାଇଥିଲେ ହେଁ ବିଭାଗ ସ୍ତରରେ କୌଣସି ପଦକ୍ଷେପ ନିଆଯାଉ ନାହିଁ ବୋଲି ସୁରେଶ କୁମାର ତାଙ୍କ ଅଭିଯୋଗରେ ଦର୍ଶାଇ ଆସିଛନ୍ତି। ଅନ୍ୟପକ୍ଷେ ଏହି ବିପଦରୁ ତ୍ରାହି ପାଇବାକୁ ବେଦାନ୍ତ ଅନ୍ୟକୁ ଲିଜ୍ ଦେବାକୁ ଯୋଜନା ରଖିଛି। ତେବେ ଉପଯୁକ୍ତ ଭାବେ ନିରପେକ୍ଷ ତଦନ୍ତ କରାଗଲେ ବେଦାନ୍ତର ଏଭଳି ବେଆଇନ ଉତ୍ତୋଳନ ଉପରେ ରହସ୍ୟ ଉନ୍ମୋଚନ ହୋଇପାରିବ ବୋଲି ଅଭିଯୋଗକାରୀ ଓ ଅଞ୍ଚଳବାସୀ ଆଶା ପ୍ରକାଶ କରିଛନ୍ତି।
Posted inଆମ ଜିଲା ଖବର, ଯାଜପୁର, ରାଜ୍ୟ View All
ଏମ୍କେସିଜି ମେଡିକାଲରେ ଅଦ୍ଭୁତ ଶିଶୁ ଜନ୍ମ
ବ୍ରହ୍ମପୁର ଅଫିସ,୧୭ା୬: ବ୍ରହ୍ମପୁର ବଡ଼ ମେଡିକାଲରେ ବୁଧବାର ଏକ ଅଦ୍ଭୁତ ଶିଶୁ ଜନ୍ମ ହୋଇଛି। ଶିଶୁର ନାକ ନ ଥିବା ବେଳେ ଗୋଟିଏ ଜାଗାରେ ଦୁଇଟି...
ଗଞ୍ଜାମରେ ମନ୍ଦିର ବନ୍ଦ: ଘରେ ରହି ସାବିତ୍ରୀ ବ୍ରତ ପାଳିଲେ ମହିଳା
ଛତ୍ରପୁର,୧୦ା୬(ଡି.ଏନ୍.ଏ.): କରୋନା ସଂକ୍ରମଣ ଯୋଗୁ ଗଞ୍ଜାମ ଜିଲାରେ ଆଗୁଆ ପଦକ୍ଷେପ ନିଆଯାଇ ୨ ମାସ ହେଲା ସବୁ ମନ୍ଦିର ସର୍ବସାଧାରଣଙ୍କ ପାଇଁ ବନ୍ଦ ରହିଛି। ଫଳରେ...
ପରକୀୟା ପ୍ରୀତି ପାଇଁ ହତ୍ୟା
କଟକ ଅଫିସ,୨୧।୬: ପରକୀୟା ପ୍ରୀତି ମହଙ୍ଗା ପଡ଼ିଲା। ଶୋଇଥିବା ଅବସ୍ଥାରେ ସ୍ତ୍ରୀଙ୍କ ପ୍ରେମିକଙ୍କୁ ସ୍ବାମୀ ଏକ ଛୁରିରେ ହତ୍ୟା କରିଛନ୍ତି। ଏଥିସହ ଆକ୍ରମଣରେ ସ୍ତ୍ରୀ ଗୁରୁତର...
୧୦୫ କୋଟିର ପ୍ରକଳ୍ପ ଅନୁମୋଦିତ
ଭୁବନେଶ୍ୱର,୧୮।୬(ବ୍ୟୁରୋ): ବର୍ତ୍ତମାନ ସୁଦ୍ଧା ‘ମୋ ସ୍କୁଲ୍ ଅଭିଯାନ’ରେ ୩୪ ହଜାରରୁ ଊର୍ଦ୍ଧ୍ୱ ସ୍କୁଲ୍ରେ ୫ ଲକ୍ଷ ୨୪ ହଜାର ପୁରାତନ ଛାତ୍ରୀଛାତ୍ର ସାମିଲ ହୋଇଛନ୍ତି ।...
ବିପଦରେ ଚିଲିକା, ସୌନ୍ଦର୍ଯ୍ୟ କମୁଛି
ଛତ୍ରପୁର,୮।୬(ଡି.ଏନ୍.ଏ.): ଚିଲିକାରେ ବେଆଇନ ଚିଙ୍ଗୁଡ଼ି ଘେରି ଓ ଚିଙ୍ଗୁଡ଼ି ଚାଷ ଲାଗି ହ୍ରଦର ସୌନ୍ଦର୍ଯ୍ୟ ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି। ଏଥିନେଇ ଏହାକୁ ଉଚ୍ଛେଦ...
ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷାଫଳ: ପାସ ହାର ରହିଛି ୯୭.୮୯%; ଜାଣନ୍ତୁ କେଉଁଠି ଆଉ କେତେବେଳେ ଦେଖିପାରିବେ ମାର୍କ
ଭୁବନେଶ୍ୱର,୨୫।୬(ବ୍ୟୁରୋ): ପ୍ରକାଶ ପାଇଛି ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଫଳ। କରୋନା ଯୋଗୁ ପରୀକ୍ଷା ହୋଇପାରି ନ ଥିବା ବେଳେ ବିକଳ୍ପ ବ୍ୟବସ୍ଥା ଯୋଗେ ପିଲାଙ୍କ...
ବାଡ଼ିରେ ଛେଳି ପଶିବାରୁ ଦମ୍ପତିଙ୍କୁ ଗଛରେ ବାନ୍ଧି ପିଟିଲେ
ଲଙ୍ଗଳେଶ୍ୱର,୨।୬: ଛେଳି ଚରାଇବାକୁ କେନ୍ଦ୍ର କରି ଦେଖାଦେଇଛି ଉତ୍ତେଜନା। ବାଡ଼ିରେ ଛେଳି ପଶିବାରୁ ଚରାଳି ଏବଂ ତାଙ୍କର ସ୍ତ୍ରୀଙ୍କୁ ଗଛରେ ବାନ୍ଧି ଗାଁ ଲୋକେ ମାଡ଼...
ପାନ ଛେପ ପକାଇବାକୁ ନେଇ ଗୋଷ୍ଠୀ ସଂଘର୍ଷ: ଚାଲିଗଲା ଜଣଙ୍କ ଜୀବନ
ଚାନ୍ଦବାଲି,୫।୬: ଭଦ୍ରକ ଜିଲା ବାଂଶଡ଼ା ଥାନା ଅଧୀନ ଗୋପିନାଥପୁର ପଞ୍ଚାୟତ କର୍ଡୁଆସାହି ଗଁାରେ ଶନିବାର ଛେପ ପକାଇବାକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ ଘଟିଛି। ଏଥିରେ...


