ଭୁବନେଶ୍ୱର,୧୭ା୬ (ବ୍ୟୁରୋ): କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍ଇ) ଦ୍ୱାଦଶ ପରୀକ୍ଷା ବାତିଲ ହେବା ପରେ ମୂଲ୍ୟାୟନ ପଦ୍ଧତି କ’ଣ ରହିବ ତାହାକୁ ନେଇ ଏବେ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଉତ୍କଣ୍ଠା ଲାଗି ରହିଛି। ଏପରିସ୍ଥଳେ ୧୩ ଜଣିଆ କମିଟି ଗଠନ ହୋଇଥିବାବେଳେ ଦଶମ, ଏକାଦଶ ଓ ଦ୍ୱାଦଶ ପ୍ରି-ବୋର୍ଡ ପରୀକ୍ଷା ଫଳକୁ ଆଧାର କରି ମୂଲ୍ୟାୟନ କରାଯିବ ବୋଲି କମିଟି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ତେବେ ସିବିଏସ୍ଇ ପକ୍ଷରୁ ଏ ସଂକ୍ରାନ୍ତରେ ବିଧିବଦ୍ଧ ଭାବେ ଘୋଷଣା କରାଯାଇ ନ ଥିଲେ ମଧ୍ୟ ମିଳିଥିବା ସୂଚନାନୁସାରେ, ଦଶମ ୩୦%, ଏକାଦଶ ୩୦% ଓ ଦ୍ୱାଦଶ ପ୍ରିବୋର୍ଡ ପରୀକ୍ଷାର ୪୦%କୁ ନେଇ ମାର୍କ ଦିଆଯିବ। ଏହି ଆଧାରରେ ପରୀକ୍ଷା ଫଳ ଘୋଷଣା କରିବ। ତେବେ କେଉଁ ପଦ୍ଧତି ଅନୁସାରେ ପରୀକ୍ଷା ଫଳ ଘୋଷଣା କରିବ ସେନେଇ ଗୁରୁବାର ସୁପ୍ରିମକୋର୍ଟରେ ରିପୋର୍ଟ ଦାଖଲ କରିବ ସିବିଏସ୍ଇ। ଅନ୍ୟପଟେ କାଉନ୍ସିଲ ଫର୍ ଇଣ୍ଡିଆନ୍ ସ୍କୁଲ ସାର୍ଟିଫିକେଟ୍ ଏକ୍ଜାମିନେଶନ (ସିଆଇଏସ୍ସିଇ) ଜୁଲାଇ ୨୦ ସୁଦ୍ଧା ଦ୍ୱାଦଶ ପରୀକ୍ଷା ଫଳ ଘୋଷଣା କରିବ ବୋଲି ଆଶା ରଖିଛି। ଏକାଦଶ ଓ ଦ୍ୱାଦଶର ଇଣ୍ଟରନାଲ ପରୀକ୍ଷା ମାର୍କକୁ ନେଇ ସିଆଇଏସ୍ସିଇ ମୂଲାୟନ କରିବ। ଏଥିସହିତ ୨୦୧୫ରୁ ୨୦୨୦ ମଧ୍ୟରେ ସର୍ବାଧିକ ମାର୍କକୁ ମଧ୍ୟ ବିଚାରକୁ ନିଆଯିବ ବୋଲି ଜଣାପଡ଼ିଛି।
ଏମ୍କେସିଜି ମେଡିକାଲରେ ଅଦ୍ଭୁତ ଶିଶୁ ଜନ୍ମ
ବ୍ରହ୍ମପୁର ଅଫିସ,୧୭ା୬: ବ୍ରହ୍ମପୁର ବଡ଼ ମେଡିକାଲରେ ବୁଧବାର ଏକ ଅଦ୍ଭୁତ ଶିଶୁ ଜନ୍ମ ହୋଇଛି। ଶିଶୁର ନାକ ନ ଥିବା ବେଳେ ଗୋଟିଏ ଜାଗାରେ ଦୁଇଟି...
କୁମ୍ଭକର୍ଣ୍ଣ ନିଦ୍ରାରେ କେନ୍ଦ୍ର
ବଇଣ୍ଡା,୨୬ା୬ କରୋନାକୁ ନେଇ ସବୁଠି ହାହାକାର। କିଏ ଜୀବନ ତ କିଏ ଜୀବିକା ବଞ୍ଚାଇବାକୁ କରୁଛନ୍ତି ସଂଘର୍ଷ। ଭୋକ, ରୋଗ ଓ ଶୋକକୁ ନେଇ ବଢ଼ିଚାଲିଛି...
ଅନ୍ଲକ୍ ଅଙ୍କକଷା
ଭୁବନେଶ୍ୱର, ୧୫।୬(ବ୍ୟୁରୋ): ରାଜ୍ୟରେ ଏବେ ଲକ୍ଡାଉନ ଓ ଶଟ୍ଡାଉନ୍ ଜାରି ରହିଛି। ପ୍ରାୟ ଦେଢ଼ ମାସ ହେବ ଜୀବନ ଓ ଜୀବିକାକୁ ନେଇ ଲୋକେ ବିଭିନ୍ନ...
ଭୁବନେଶ୍ୱର ସ୍ମାର୍ଟସିଟିକୁ ୨ଟି ପୁରସ୍କାର
ଭୁବନେଶ୍ୱର,୨୬।୬(ବ୍ୟୁରୋ): କେନ୍ଦ୍ର ଗୃହ ନିର୍ମାଣ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ ଇଣ୍ଡିଆ ସ୍ମାର୍ଟସିଟି ଆଓ୍ବାର୍ଡସ କଣ୍ଟେଷ୍ଟ (ଆଇଏସ୍ଏସି)-୨୦୨୦ ପ୍ରତିଯୋଗିତାରେ ଭୁବନେଶ୍ୱର ସ୍ମାର୍ଟସିଟିକୁ ଦୁଇଟି...
ରାଜ୍ୟରେ ପୁଣି ବଢିଲା ସଂକ୍ରମଣ: ଖୋର୍ଦ୍ଧାରୁ ସର୍ବାଧିକ
ଭୁବନେଶ୍ୱର,୨୩।୬(ବ୍ୟୁରୋ): ରାଜ୍ୟରେ କରୋନା ମହାମାରୀ ପ୍ରତିଦିନ ରେକର୍ଡ ଭାଙ୍ଗୁ ଥିବାବେଳେ କିଛିଦିନ ହେବ ସଂକ୍ରମଣ ମାତ୍ରା କିଛିଟା କମିଛି। ବୁଧବାର ରାଜ୍ୟରେ ୩,୪୫୬କରୋନା ଆକ୍ରାନ୍ତ ଚିହ୍ନଟ...
ଜଳବନ୍ଦୀରେ ନଦୀକୂଳିଆ ଗାଁ
ପଦ୍ମପୁର, ୧।୬ (ଡି.ଏନ.ଏ.)-ବାତ୍ୟା ‘ୟାସ୍’ ପ୍ରଭାବରେ ପ୍ରବଳ ବର୍ଷା ଯୋଗୁ ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଦେଇ ପ୍ରବାହିତ ମନ୍ତେଈ, କଞ୍ଚୁଡ଼ି ଓ ଧଳା ନଦୀରେ...
ଅମ୍ବାଳିଅଠା ନିକଟରେ ସିରିଜ୍ ଦୁର୍ଘଟଣା: ୨ ମୃତ; ଡମ୍ପର ଡ୍ରାଇଭରଙ୍କ ହାତ ଗୋଡ଼ ବାନ୍ଧିଦେଲେ ଲୋକେ
ବାଲେଶ୍ୱର ଅଫିସ, ଜଳେଶ୍ୱର(ଡି.ଏନ୍.ଏ.),୪।୬: ବାଲେଶ୍ୱର ଜିଲା ଜଳେଶ୍ୱର ୫୭ନଂ ରାଜ୍ୟ ରାଜପଥ ନିକଟରେ ଶୁକ୍ରବାର ଏକ ସିରିଜ୍ ଦୁର୍ଘଟଣା ଘଟିଛି। ଏଥିରେ ଦୁଇଜଣଙ୍କ ମୃତ୍ୟୁ ହୋଇଛି।...
ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା ୩୦୦୦ ଟପିଲା
ଭୁବନେଶ୍ୱର,୭ା୬(ବ୍ୟୁରୋ): ସୋମବାର ରାଜ୍ୟରୁ ୪୧ ଜଣଙ୍କ ଜୀବନ ନେଇଛି କରୋନା। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୩୦୩୫କୁ ବୃଦ୍ଧି ପାଇଥିବା ରାଜ୍ୟ ସ୍ବାସ୍ଥ୍ୟ...


