ଭୁବନେଶ୍ୱର, ୧୮।୬(କ୍ରୀଡ଼ା ପ୍ରତିନିଧି)-ଟୋକିଓ ଅଲିମ୍ପିକ୍ସ ପାଇଁ ଗୁରୁବାର ୧୬ ଜଣିଆ ଭାରତୀୟ ମହିଳା ହକି ଦଳ ଘୋଷଣା କରାଯାଇଛି। ଏଥର ଦଳରେ ମାତ୍ର ଜଣେ ଓଡ଼ିଆ ଖେଳାଳି ସାମିଲ ହୋଇଛନ୍ତି। ସେ ହେଉଛନ୍ତି ଦୀପ୍ ଗ୍ରେସ୍ ଏକ୍କା। ଓଡ଼ିଶା ଭାରତୀୟ ହକି ଦଳର ପ୍ରାୟୋଜକ ହୋଇଥିବାବେଳେ ରାଜ୍ୟରେ ବିଶ୍ୱସ୍ତରୀୟ ଭିତ୍ତିଭୂମି ଉପଲବ୍ଧ। ଦ୍ୱିତୀୟ ଥର ହକି ବିଶ୍ୱକପ ଆୟୋଜନ କରିବାକୁ ଯାଉଥିବା ଏହି ରାଜ୍ୟରୁ ମାତ୍ର ଜଣେ ଖେଳାଳି ଦଳରେ ସ୍ଥାନ ପାଇବା ଓଡ଼ିଶା ହକି ପ୍ରେମୀଙ୍କୁ ନିରାଶ କରିଛି। ୨୦୧୬ ରିଓ ଅଲିମ୍ପିକ୍ସ ପାଇଁ ଓଡ଼ିଶାରୁ ୪ ଖେଳାଳି ଦଳରେ ସ୍ଥାନ ପାଇଥିଲେ। ସେମାନେ ହେଲେ ଦୀପ୍ ଗ୍ରେସ୍ ଏକ୍କା, ନମିତା ଟପ୍ପୋ, ଲିଲିମା ମିଞ୍ଜ୍ ଓ ସୁନୀତା ଲାକ୍ରା। ଇତିମଧ୍ୟରେ ସୁନୀତା ଲାକ୍ରା ଅବସର ନେଇ ସାରିଛନ୍ତି। ମାତ୍ର କ୍ରମାଗତ ଭଲ ପ୍ରଦର୍ଶନ କରି ଆସୁଥିବା ଲିଲିମା ମିଞ୍ଜ୍ ଓ ନମିତା ଟପ୍ପୋଙ୍କୁ ଅଣଦେଖା କରାଯିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।
ହକି ଇଣ୍ଡିଆ ଓ୍ବେବସାଇଟ୍ରେ ଉପଲବ୍ଧ ତଥ୍ୟ ଅନୁସାରେ ଜୁଲାଇ ୨୩ରୁ ଅଗଷ୍ଟ ୮ ପର୍ଯ୍ୟନ୍ତ ହେବାକୁ ଯାଉଥିବା କ୍ରୀଡ଼ା ମହାକୁମ୍ଭ ପାଇଁ ଭାରତୀୟ ଦଳରେ ୮ ଅଲିମ୍ପିକ୍ସ ପଦାର୍ପଣକାରୀ ଏବଂ ରିଓ ଅଲିମ୍ପିକ୍ସରେ ଖେଳିଥିବା ସମାନ ସଂଖ୍ୟକ ଭେଟେରାନଙ୍କୁ ସାମିଲ କରାଯାଇଛି। ରାଣୀ ରାମପାଲ ଅଧିନାୟିକା ପଦ ବଜାୟ ରଖିଛନ୍ତି। ପ୍ରଥମ ଥର ପାଇଁ ଅଲିମ୍ପିକ୍ସ ଖେଳିବାକୁ ଯାଉଥିବା ଖେଳାଳିମାନେ ହେଲେ ଡ୍ରାଗ୍ ଫ୍ଲିକର ଗୁରଜିତ କୌର, ଉଦିତା, ନିଶା, ନେହା, ନଭନୀତ କୌର, ଶର୍ମିଳା ଦେବୀ, ଲାଲରେମସିଆମି ଓ ସାଲିମା ଟେଟେ। ଟେଟେଙ୍କ ନେତୃତ୍ୱରେ ଭାରତୀୟ ଦଳ ୨୦୧୮ ବୁଏନ୍ସ ଆରିଜ ୟୁଥ୍ ଅଲିମ୍ପିକ୍ ଗେମ୍ସରେ ରୌପ୍ୟ ପଦକ ହାସଲ କରିଥିଲା। ଗତ ଅଲିମ୍ପିକ୍ସରେ ଖେଳି ଏଥର ପୁଣି ସୁଯୋଗ ପାଇଥିବା ଖେଳାଳିମାନେ ହେଲେ ଅଧିନାୟିକା ରାଣୀ, ଗୋଲକିପର ସବିତା, ଦୀପ୍ ଗ୍ରେସ୍, ସୁଶୀଳା ଚାନୁ ପୁଖରାମବାମ, ମୋନିକା, ନିକ୍କି ପ୍ରଧାନ, ନଭଜୋତ କୌର ଓ ବନ୍ଦନା କାଟରିଆ। ଏହି ୮ ଖେଳାଳି ମୋଟ ୧୪୯୨ ମ୍ୟାଚ ଖେଳିବାର ଅଭିଜ୍ଞତା ରଖିଛନ୍ତି। ଦଳରେ ଜଣେ ଗୋଲକିପର, ୪ ଡିଫେଣ୍ଡର, ୬ ମିଡ୍ ଫିଲ୍ଡର ଏବଂ ୫ ଫରଓ୍ବାର୍ଡ ସାମିଲ ଅଛନ୍ତି।
ଭାରତୀୟ ମହିଳା ଦଳ ପୂର୍ବରୁ ୧୯୮୦ ଏବଂ ଦୀର୍ଘ ୩୬ ବର୍ଷ ପରେ ୨୦୧୬ରେ ଅଲିମ୍ପିକ୍ସରେ ଭାଗ ନେଇଥିଲା। ତେଣୁ ଏଥର କ୍ରମାଗତ ଦ୍ୱିତୀୟ ଏବଂ ଓଭରଅଲ୍ ତୃତୀୟ ଥର ପାଇଁ ଅଲିମ୍ପିକ୍ସ ଖେଳିବାକୁ ଯାଉଛି। ୨୦୧୬ ରିଓ ଅଲିମ୍ପିକ୍ସ ପରଠାରୁ ଭାରତୀୟ ମହିଳା ହକି ଦଳର ପ୍ରଦର୍ଶନରେ ଉନ୍ନତି ହୋଇଛି। ଦଳ ୨୦୧୬ ଏସିଆନ ଚାମ୍ପିୟନ୍ସ ଟ୍ରଫି ଜିତିଥିବାବେଳେ ୨୦୧୭ ଏସିଆ କପ୍ ଏବଂ ୨୦୧୮ ଏସିଆନ ଗେମ୍ସରେ ରୌପ୍ୟ ପଦକ ହାସଲ କରିଛି। ପ୍ରଥମ ଥର ପାଇଁ ୨୦୧୮ ହକି ବିଶ୍ୱକପର କ୍ୱାର୍ଟର ଫାଇନାଲରେ ପ୍ରବେଶ କରି ଦଳ ଇତିହାସ ରଚିଥିଲା। ଅଲିମ୍ପିକ୍ସ ପାଇଁ ଦଳ ଏଥର ବେଙ୍ଗାଲୁରୁସ୍ଥିତ ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ) ସେଣ୍ଟରରେ ପ୍ରସ୍ତୁତି ଚଳାଇଛି। ”ଟୋକିଓ ଅଲିମ୍ପିକ୍ସ ପାଇଁ ଆମେ ଯୁବ ଓ ଅଭିଜ୍ଞ ଖେଳାଳିଙ୍କୁ ନେଇ ଶ୍ରେଷ୍ଠ ଦଳ ମନୋନୟନ କରିଛୁ। ତେଣୁ ଏଥର ଅଲିମ୍ପିକ୍ସରେ ଦଳ ଶ୍ରେଷ୍ଠ ପ୍ରଦର୍ଶନ ମଧ୍ୟ କରିବା ଆଶା ରହିଛି“ ବୋଲି କୋଚ୍ ଜୋର୍ଡ ମାରିଜନେ ପ୍ରକାଶ କରିଛନ୍ତି।
ଭାରତୀୟ ଦଳ
ଗୋଲକିପର: ସବିତା
ଡିଫେଣ୍ଡର: ଦୀପ୍ ଗ୍ରେସ୍ ଏକ୍କା, ନିକ୍କି ପ୍ରଧାନ, ଗୁରଜିତ କୌର, ଉଦିତା
ମିଡ୍ଫିଲ୍ଡର: ନିଶା, ନେହା, ସୁଶୀଳା ଚାନୁ ପୁଖରାମବାମ୍, ମୋନିକା, ନଭଜୋତ କୌର, ସାଲିମା ଟେଟେ।
ଫରଓ୍ବାର୍ଡ: ରାଣୀ ରାମପାଲ (ଅଧିନାୟିକା), ନଭନୀତ କୌର, ଲାଲରେମସିଆମି, ବନ୍ଦନା କାଟରିଆ, ଶର୍ମିଳା ଦେବୀ।
ଡବ୍ଲ୍ୟୁଟିସି ଫାଇନାଲ: ରଜର୍ଭ ଡେ’ ଟିକେଟ ମୂଲ୍ୟ ହ୍ରାସ
ସାଉଥାମ୍ପଟନ, ୨୨ା୬ (ପି.ଟି.)- ବର୍ଷାଯୋଗୁ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ (ଡବ୍ଲ୍ୟୁଟିସି) ଫାଇନାଲ ବିଶେଷ ପ୍ରଭାବିତ ହୋଇଛି। ରିଜର୍ଭ ରଖାଯାଇଥିବା...
ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ ଫାଇନାଲ: ନ୍ୟୁଜିଲାଣ୍ଡର ନେତୃତ୍ୱ ନେବେ ଓ୍ବିଲିୟମସନ
ସାଉଥାମ୍ପଟନ,୧୬ା୬(ପି.ଟି.)-ଭାରତ ବିପକ୍ଷ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ ଫାଇନାଲ ପାଇଁ ନ୍ୟୁଜିଲାଣ୍ଡ ଦଳର ନେତୃତ୍ୱ ନେବା ଲାଗି କେନ୍ ଓ୍ବିଲିୟମସନ ଉପଲବ୍ଧ ହେବେ। ଜୁନ୍ ୧୮ରୁ ଆରମ୍ଭ...
ନିଜ ଜାତୀୟ ରେକର୍ଡ ଭାଙ୍ଗିଲେ ଦୂତୀ: ଅଲିମ୍ପିକ୍ସ ଯୋଗ୍ୟତାରୁ ଅଳ୍ପକେ ବଞ୍ଚିତ
ଭୁବନେଶ୍ୱର(ସ୍ପୋଟର୍ସ ବ୍ୟୁରୋ)୨୨।୬: ଭାରତ ଦ୍ରୁତତମ ମହିଳା ତଥା ତାରକା ସ୍ପ୍ରିଣ୍ଟର ଦୂତୀ ଚାନ୍ଦ ଆଉ ଏକ ଉଲ୍ଲେଖନୀୟ ସଫଳତା ଅର୍ଜନ କରିଛନ୍ତି। ପଟିଆଲାରେ ଚାଲିଥିବା ଭାରତୀୟ...
ପିଏସଏଲରେ ମୁହାଁମୁହିଁ ହେଲେ ଦୁଇ ପାକିସ୍ତାନ ଖେଳାଳି
ଆବୁଧାବି,୧୬।୬: ଚଳିତ ପାକିସ୍ତାନ ସୁପର ଲିଗ୍ (ପିଏସ୍ଏଲ୍)ରେ ମଙ୍ଗଳବାର କୁଏଟା ଗ୍ଲାଡିଏଟର୍ସ ଓ ଲାହୋର କ୍ୱାଲାଣ୍ଡର୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍ରେ ମୁହାଁମୁହିଁ ହୋଇଥିଲେ ପାକିସ୍ତାନର ଦୁଇ...
କ୍ରୀଡ଼ା ମହଲରେ ଶୋକ
ଚଣ୍ଡିଗଡ଼, ୨୦ା୬ (ପି.ଟି.)-ମିଲ୍ଖାଙ୍କ ଦେହାନ୍ତରେ କ୍ରୀଡ଼ା ମହଲରୁ ଶୋକବାର୍ତ୍ତାର ସୁଅ ଛୁଟିବାରେ ଲାଗିଛି। ପୂର୍ବତନ କ୍ରିକେଟ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କଠାରୁ ଆରମ୍ଭ କରି କିମ୍ବଦନ୍ତୀ ଭାରତୀୟ...
ଟିମ୍ ଇଣ୍ଡିଆକୁ ବ୍ରେକଥ୍ରୁ ଦେଲେ ଶାମି
ସାଉଥାମ୍ପଟନ,୨୨।୬: ଚଳିତ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ ଫାଇନାଲର ୫ମ ଦିନରେ ପ୍ରଥମ ସେସନରେ ଟିମ୍ ଇଣ୍ଡିଆକୁ ମହମ୍ମଦ ଶାମି ଆଣି ଦେଇଛନ୍ତି ବଡ଼ ବ୍ରେକଥ୍ରୁ। କ୍ରିଜରେ...
କୋପା ଆମେରିକା ଫୁଟ୍ବଲ: ଆର୍ଜେଣ୍ଟିନା- ଚିଲି ମ୍ୟାଚ୍ ଡ୍ର
ରିଓ ଡି ଜାନେଇରୋ,୧୬।୬(ଏପି): ଦକ୍ଷିଣ ଆମେରିକାର ସର୍ବବୃହତ୍ ଫୁଟ୍ବଲ ଟୁର୍ନାମେଣ୍ଟ କୋପା ଆମେରିକାରେ ଲିଓନେଲ ମେସିଙ୍କ ଆର୍ଜେଣ୍ଟିନା ଡ୍ର’ରୁ ଅଭିଯାନ ଆରମ୍ଭ କରିଛି। ମେସିଙ୍କ ଜବରଦସ୍ତ...
ବିରାଟ କୋହଲିଙ୍କ ଏହି କାମ ଦେଖି ଅନୁଷ୍କାଙ୍କ ଆଖିରେ ଆସିଯାଇଥିଲା ଲୁହ
ଲଣ୍ଡନ,୧୬।୬: ନ୍ୟୁଜିଲାଣ୍ଡ ବିପକ୍ଷ ବିଶ୍ୱ ଟେଷ୍ଟ ଚାମ୍ପିଅନସିପର ଫାଇନାଲ ପାଇଁ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଆଜିକାଲି ଇଂଲଣ୍ଡରେ ଅଛନ୍ତି। ଚାରି ମାସର...


