ଗୋଟିଏ ପାଖରେ ଚାକିରିର ଗୁରୁଦାୟିତ୍ୱ ଓ ଅନ୍ୟପଟେ ଅସହାୟଙ୍କ ସେବା ମଧ୍ୟରେ ସମନ୍ବୟ ରକ୍ଷା କରି ଆଗକୁ ବଢ଼ୁଛନ୍ତି ହରିୟାଣାର ଆଇପିଏସ୍ ଅଧିକାରୀ ଶ୍ରୀକାନ୍ତ ଯାଦବ। ପ୍ରତିଦିନ ଅପରାହ୍ନରେ ପାଖାପାଖି ୨,୦୦୦ ଫୁଡ୍ ପ୍ୟାକେଟ୍ ହରିୟାଣାର ୫ଟି ଜିଲାରେ ନିର୍ମାଣ ଶ୍ରମିକ, ରାସ୍ତାରେ ବୁଲୁଥିବା ଅସହାୟ ବ୍ୟକ୍ତି ଏବଂ ଦିନକୁ ଗୋଟିଏ ବେଳା ଖାଦ୍ୟ ଯୋଗାଡ଼ କରି ପାରୁ ନ ଥିତ୍ବା ଲୋକମାନଙ୍କୁ ଏହି ପ୍ୟାକେଟ୍ ବାଣ୍ଟୁଛନ୍ତି। ପ୍ରାୟ ୩,୦୦୦ ପୋଲିସ୍ ଅଧିତ୍କାରୀ ଏଥିପାଇଁ ଟଙ୍କା ଦେଉଛନ୍ତି ଓ ପ୍ରତିଦିନ ଅସହାୟମାନଙ୍କୁ ଖାଦ୍ୟପୁଡ଼ିଆ ବାଣ୍ଟିବାରେ ସକ୍ରିୟ ଭୂମିକା ନେଉଛନ୍ତି। ଏହି ଅଭିଯାନ ସେ ୨୦୧୭ରେ ମଧୁବନରେ ଆରମ୍ଭ କରିଥିଲେ। ଏବେ ଏହାକୁ କର୍ନଲ, ରିଓ୍ବାରି, ଗୁରୁଗ୍ରାମ, କୁରୁକ୍ଷେତ୍ର ଏବଂ ଫରିଦାବାଦକୁ ସମ୍ପ୍ରସାରିତ ହୋଇପାରିଛି। ଏହି ଅଭିଯାନର ନାମ ରଖାଯାଇଛି ‘ରୋଟି ବ୍ୟାଙ୍କ’। ହରିୟାଣା ପୋଲିସର ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ ଥିବା ସମୟରେ ଶ୍ରୀକାନ୍ତ ନିର୍ମାଣ ଶ୍ରମିକଙ୍କ ପିଲାମାନଙ୍କ ପାଇଁ ପ୍ରଥମେ ଘରୁ ୪୦ଟି ଖାଦ୍ୟ ପୁଡ଼ିଆ ଆଣି ବାଣ୍ଟିଥିଲେ, କିନ୍ତୁ ସେଠାରେ ୧୦୦ ଜଣ ପିଲା ପହଞ୍ଚତ୍ ଯାଇଥିଲେ। ପରେ ପ୍ରତ୍ୟେକ ଅଧିକାରୀ ଘରୁ ଅଧିତ୍କ ଦୁଇଟି ରୁଟି ଆଣି ପୋଲିସ କ୍ୟାଣ୍ଟିନ୍ରେ ତରକାରି କରି ପିଲାମାନଙ୍କୁ ଖାଦ୍ୟ ଯୋଗାଇଥିତ୍ଲେ। ଏହି ଅଭିଯାନ ସମ୍ପର୍କରେ ପାଖ ଜିଲାରେ ପ୍ରଚାର ହୋଇଯିବା ପରେ ଆଇପିଏସ୍ ଏବଂ ଆଇଏଏସ୍ କ୍ୟାଡରରୁ ବହୁ ଅଧିକାରୀ ଏଥିରେ ଯୋଗ ଦେଇଥିଲେ। ଏବେ ପ୍ରତ୍ୟେକ କ୍ୟାଡର୍ରେ ସ୍ବତନ୍ତ୍ର ବ୍ୟାଙ୍କ୍ ଆକାଉଣ୍ଟ ଓ ଖାଦ୍ୟ ତିଆରି ଲାଗି ସ୍ବତନ୍ତ୍ର ରୋଷେଇଘର ରହିଛି। ଏହି ଅଭିଯାନକୁ ରାଜ୍ୟର ସବୁ ଜିଲାରେ ଚଳାଇବାର ଯୋଜନା ରହିଛି ଓ ଦେଶର ସବୁଆଡ଼େ ଚଳାଇଲେ ଅସହାୟମାନେ ବହୁ ଉପକୃତ ହୋଇପାରନ୍ତେ ବୋଲି କହନ୍ତି ଶ୍ରୀକାନ୍ତ।
ଏଇ ଭାରତରେ
”ଆମ ପୃଥିବୀ ଅତି ସୁନ୍ଦର, ଆକର୍ଷଣୀୟ। ଆମେ ତାଙ୍କୁ ଭଲ ପାଇବା, ତା’ପାଇଁ ପ୍ରତିଦିନ କିଛି ସମୟ ଦେବା ଓ ତା’ର ଯତ୍ନ ନେବା ଦରକାର।...
ପରୀକ୍ଷା ବାତିଲ: ଆହ୍ବାନ ଓ ସମାଧାନ
ଅଧ୍ୟାପକ ଶରତ କୁମାର ଦାସ ମହାମାରୀ କରୋନା ପରବର୍ତ୍ତୀ ସମୟରେ ‘ଜୀବନ ଆଗ, ପରୀକ୍ଷା ପଛ’ ନ୍ୟାୟରେ କିଛିଦିନ ପୂର୍ବେ କେନ୍ଦ୍ର ସରକାର ସିବିଏସ୍ଇ...
କରୋନା କୁଟିର
ସମରେନ୍ଦ୍ର ବଳିଆରସିଂହ କରୋନା ଗୋଟେ କାଳର ନାଁ, ‘ସାକ୍ଷାତ ଯମ’। କାହାକୁ ନେଇଯାଇଛି ତ, କାହା ଦେହରେ ହାତ ଆଉଁସି ପଳେଇ ଯାଇଛି। କି...
ଏଇ ଭାରତରେ
ପ୍ରାକୃତିକ ବିପର୍ଯ୍ୟୟ ସମୟରେ ମଣିଷ ଜୀବନ ବଞ୍ଚାଇବା ଲାଗି ଯେତିକି ଗୁରୁତ୍ୱ ଦିଆଯାଏ ବାହାରେ ରହୁଥିତ୍ବା ପ୍ରାଣୀଙ୍କ ସୁରକ୍ଷା ଉପରେ ସେତିକି ଧ୍ୟାନ ଦିଆଯାଇ ନ...
ବାକ୍ ସ୍ବାଧୀନତା ବନାମ ମିଥ୍ୟା ଖବର
ଅନିଲ କୁମାର ବିଶ୍ୱାଳ କୋଭିଡ୍ର ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ, କୋଭିଡ୍ ସମ୍ବନ୍ଧିତ ଖବରଗୁଡ଼ିକୁ ଛାଡ଼ିଦେଲେ ଆଉ ଯେଉଁ ଅଳ୍ପ କେତୋଟି ପ୍ରସଙ୍ଗ ଦେଶର ଜନମାନସକୁ ବିଶେଷ...
କରୋନା ବର୍ଜ୍ୟ ବିପଦ
ଡା. ଉମେଶ ଚନ୍ଦ୍ର ପାତ୍ର ନିକଟରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଛି ଏବଂ ଭୟାବହ କରୋନା ମହାମାରୀ ଦିନକୁ ଦିନ ସ୍ବାସ୍ଥ୍ୟଗତ ବିପଦ ସୃଷ୍ଟି...
ଇନ୍ଧନ ଟିକସ କ’ଣ ଏକମାତ୍ର ବିକଳ୍ପ
ଡ. ସନ୍ତୋଷ କୁମାର ମହାପାତ୍ର ତୈଳ ବା ଇନ୍ଧନ ବିନା ପାଦେ ଆଗକୁ ଯିବା ଅସମ୍ଭବ। ଏହାର ମୂଲ୍ୟବୃଦ୍ଧି ଘଟିଲେ ଧନୀ ଓ ଗରିବ ସମସ୍ତେ...
ବାବୁଙ୍କ ଭୟ
କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ରାଜନୈତିକ ଲଢ଼େଇ ଘଟଣା ଏବେ ବଢୁଛି ଓ ଅମଲାତନ୍ତ୍ରୀମାନେ ଏହା ମଧ୍ୟରେ ଫସୁଛନ୍ତି। ଏ ସମ୍ପର୍କରେ ଯେଉଁମାନେ ଅବଗତ ସେମାନେ...


