ଯାଜପୁର ଅଫିସ,୧୮।୬: ସରକାରୀ ରିପୋର୍ଟ ଅନୁଯାୟୀ ୧୯୯୯ ଅକ୍ଟୋବର ୨୯ ମହାବାତ୍ୟାରେ ୧୦ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ଘଟିଥିଲା। ଏହାପରେ ରାଜ୍ୟ ସରକାର ବାତ୍ୟା ଓ ବନ୍ୟା ମୁକାବିଲା କରିବାକୁ ଅନେକ ଯୋଜନା ପ୍ରଣୟନ କରିଛନ୍ତି। ପାଣିପାଗ ବିଭାଗ ସଦାସର୍ବଦା ସତର୍କତା ଅବଲମ୍ବନ କରି ବନ୍ୟା ଓ ବାତ୍ୟାର ପୂର୍ବାନୁମାନ ସୂଚନା ପ୍ରଦାନ କରୁଛନ୍ତି। ଏହିକ୍ରମରେ ଯାଜପୁର ଜିଲାରେ ପ୍ରାୟ ପ୍ରତିବର୍ଷ ବୈତରଣୀ ଓ ବ୍ରାହ୍ମଣୀ ନଦୀ ତଟବର୍ତ୍ତୀ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହେଉଛି। ବନ୍ୟା ପ୍ରଭାବିତ ଲୋକଙ୍କୁ ସୁରକ୍ଷିତ ରଖିବାକୁ ଆବଶ୍ୟକ ଆଶ୍ରୟସ୍ଥଳୀର ଅଭାବ ଯୋଗୁ ଚିନ୍ତା ବଢ଼ୁଛି। ଏହାକୁ ଦୃଷ୍ଟିରେ ରଖି ଯାଜପୁର ଓ ବିଞ୍ଝାରପୁର ବ୍ଲକରେ ୧୮.୦୮ କୋଟି ଟଙ୍କା ବ୍ୟୟରେ ୮ଟି ବନ୍ୟା ଆଶ୍ରୟସ୍ଥଳୀ ନିର୍ମାଣ କରିବାକୁ ଯୋଜନା ହୋଇଛି। ତେବେ ଜିଲା ପ୍ରଶାସନ ପକ୍ଷରୁ ଆବଶ୍ୟକ ଜମି ଯୋଗାଇ ଦେବାରେ ବିଳମ୍ବ ହେଉଥିବାରୁ ବନ୍ୟା ଆଶ୍ରୟସ୍ଥଳୀ ନିର୍ମାଣ ପ୍ରକ୍ରିୟା ଏ ପର୍ଯ୍ୟନ୍ତ ଆରମ୍ଭ ହୋଇ ପାରିନାହିଁ। ଏହି ମର୍ମରେ ଗ୍ରାମ୍ୟ ନିର୍ମାଣ ଡିଭିଜନ୍ ଯାଜପୁର-୧ ପକ୍ଷରୁ ଜିଲାପାଳଙ୍କ ଏକାଧିକ ଥର ଦୃଷ୍ଟି ଆକର୍ଷଣ କରାଯାଇଥିଲେ ହେଁ ଜମି ଚିହ୍ନଟ ପ୍ରକ୍ରିୟାରେ ଅଗ୍ରଗତି ହୋଇନାହିଁ। ତେଣୁ ଗତ ୧୧ା୬ା୨୦୨୦ରେ ପୁଣି ଥରେ ଜିଲାପାଳଙ୍କୁ ଆବଶ୍ୟକ ଜମି ଯୋଗାଇ ଦେବାକୁ ଗ୍ରାମ୍ୟ ନିର୍ମାଣ ବିଭାଗ ପକ୍ଷରୁ ଅନୁରୋଧ କରାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ଯାଜପୁର ବ୍ଲକ ଅନ୍ତର୍ଗତ ଜାଫେରପୁର ପଞ୍ଚାୟତର ସାଇପୁରଠାରେ ୩ ହଜାର ବର୍ଗଫୁଟର ଏକ ବନ୍ୟା ଆଶ୍ରୟସ୍ଥଳୀ ନିର୍ମାଣ କରିବାକୁ ଯୋଜନା ହୋଇଛି। ଏଥିପାଇଁ ୨୩୮.୯୪ ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇଛି। ସେହିପରି ଯାଜପୁର ବ୍ଲକ ଭୂଇଁପୁରଠାରେ ୨୨୫.୪୭ ଲକ୍ଷ ଟଙ୍କାର ବହୁମୁଖୀ ବନ୍ୟା ଆଶ୍ରୟସ୍ଥଳୀ, ୨୨୪.୫୬ ଲକ୍ଷ ଟଙ୍କାରେ ରସୁଲପୁର ହରିଜନସାହି ଓ ୨୨୩.୨୦ ଲକ୍ଷ ଟଙ୍କା ବ୍ୟୟରେ ଭୁବନେଶ୍ୱରପୁରଠାରେ ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ ପାଇଁ ସ୍ଥିର କରାଯାଇଛି। ୨୨୪.୪୬ ଲକ୍ଷ ଟଙ୍କା ବ୍ୟୟରେ ବିଞ୍ଝାରପୁର ବ୍ଲକ ଜରି, ୨୨୩.୯୭ ଲକ୍ଷ ଟଙ୍କାରେ ଟିଣା, ୨୨୫.୧୯ ଲକ୍ଷ ଟଙ୍କା ଅଟକଳରେ କୟାଁ ଏବଂ ୨୨୨.୩୫ ଲକ୍ଷ ଟଙ୍କା ବ୍ୟୟରେ ଶ୍ରୀବନ୍ତ ହାଇସ୍କୁଲ ପରିସରରେ ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ କରିବାକୁ ଯୋଜନା ରହିଛି। ଓଡ଼ିଶା ଷ୍ଟେଟ୍ ଡିଜାଷ୍ଟର ମ୍ୟାନେଜ୍ମେଣ୍ଟ ଅଥରିଟି ପକ୍ଷରୁ ଏହିସବୁ ପ୍ରକଳ୍ପକୁ ଗତ ୨୨ା୨ା୨୦୨୧ ତାରିଖରୁ ମଞ୍ଜୁରୀ ମିଳିସାରିଛି। ଏପରିକି ଟେଣ୍ଡର ଆହ୍ବାନ ମଧ୍ୟ କରାଯାଇଛି। କିନ୍ତୁ ପ୍ରଶାସନିକ ଅବହେଳା କାରଣରୁ ଏହିସବୁ ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ ଆରମ୍ଭ ହୋଇ ପାରିନାହିଁ। ବିଶେଷକରି ଜମି ଅଭାବ ଏହି ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣରେ ପ୍ରତିବନ୍ଧକ ସୃଷ୍ଟି କରିଛି ା
ସୂଚନାଯୋଗ୍ୟ, ୨୦୦୫ରେ ଯାଜପୁର ଜିଲାରେ ଅଭୂତପୂର୍ବ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା, ଯେଉଁଥିରେ ଯାଜପୁର ଓ ଭଦ୍ରକ ଜିଲାର ୨୨୦ ଗ୍ରାମର ୧ଲକ୍ଷ ୪୦ ହଜାର ଲୋକ ପ୍ରଭାବିତ ହୋଇଥିଲେ ା ୨୦୧୧ ପ୍ରଳୟଙ୍କରୀ ବନ୍ୟାରେ ଯାଜପୁର ଜିଲାର ୧୪୨ ଗ୍ରାମ ପଞ୍ଚାୟତ ଅଧୀନ ୪୯୯ ଗ୍ରାମର ୪ଲକ୍ଷ ୯୧ ହଜାର ୧୧୪ ଲୋକ ପ୍ରଭାବିତ ହୋଇଥିଲେ ା ୨୦୧୫ ଜୁଲାଇ ୨୭ରୁ ଲଗାତାର ବର୍ଷାରେ ଜିଲା ଅନ୍ତର୍ଗତ ୪ ବ୍ଲକର ୧,୦୭,୩୧୭ ଲୋକ ପ୍ରଭାବିତ ହୋଇଥିଲେ ା ୨୦୨୦ ଅଗଷ୍ଟ ବନ୍ୟାରେ ୨୫ ଘାଇ ସୃଷ୍ଟି ହୋଇଥିଲା ା ଏଥିରେ ଜିଲାର ୪ ବ୍ଲକର ୧୦୧ ଗ୍ରାମର ୨୫,୦୩୩ ଲୋକ ପ୍ରଭାବିତ ହୋଇଥିଲେ। ନିକଟରେ ଗତ ମେ ୨୬ ତାରିଖ ୟାସ୍ ବାତ୍ୟା ଓ ପରବର୍ତ୍ତୀ ବନ୍ୟା ଯୋଗୁ ବୈତରଣୀ ନଦୀରେ ୪ ଘାଇ ସୃଷ୍ଟି ହୋଇଥିଲା। ଏଭଳି ସ୍ଥିତିରେ ଯାଜପୁର ଜିଲାରେ ବନ୍ୟା ପରିସ୍ଥିତିର ମୁକାବିଲା ଓ ପ୍ରଭାବିତ ଲୋକଙ୍କୁ ସୁରକ୍ଷିତ ରଖିବାକୁ ଗୁରୁତ୍ୱାରୋପ କରାଯାଇଛି। କିନ୍ତୁ ଠିକ୍ ସମୟରେ ଯୋଜନାଗୁଡ଼ିକ କାର୍ଯ୍ୟକାରୀ ହେଉ ନ ଥିବାରୁ ବନ୍ୟା ପ୍ରଭାବିତ ଲୋକମାନେ ବିପଦରେ ପଡୁଛନ୍ତି ବୋଲି ମତପ୍ରକାଶ ପାଇଛି। ଏ ସଂକ୍ରାନ୍ତରେ ଗ୍ରାମ୍ୟ ନିର୍ମାଣ ଡିଭିଜନର ନିର୍ବାହୀ ଯନ୍ତ୍ରୀ ବିଜୟ କୁମାର ମହାରଣାଙ୍କୁ ପଚାରିବାରେ ସେ କହିଛନ୍ତି, ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ କରିବାକୁ ଜମି ଅଧିଗ୍ରହଣ ସରିଛି। ପ୍ରଶାସନ ପକ୍ଷରୁ ଜମି ହସ୍ତାନ୍ତର କରାଗଲା ପରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ।
Posted inଆମ ଜିଲା ଖବର, ଯାଜପୁର View All
କିନ୍ନର ଚିନ୍ମୟୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଫୋନ୍, ପ୍ରଶଂସା
ଛେଣ୍ଡିପଦା,୫।୬(ସ୍ବ.ପ୍ର.): ୫୦ କିଲୋମିଟର ଦୂରରେ ଥିଲେ ମଧ୍ୟ ଫୋନ୍ କଲ୍ଟିଏ ପାଇ କୋଭିଡ୍ ସଂକ୍ରମିତଙ୍କ ମୃତଦେହ ସଂସ୍କାର ନିମନ୍ତେ ପହଞ୍ଚିଯାଉଥିବା ଅନୁଗୋଳ ଜିଲା ଜରପଡ଼ାର ସାମାଜିକ...
ଗୋରୁ ଗୋଠ ଉପରେ ବଜ୍ରପାତ
ବାଲିଗୁଡା,୧୦ା୬: କନ୍ଧମାଳ ଜିଲା ବାଲିଗୁଡ଼ା ଓ ଆଖପାଖ ଅଞ୍ଚଳରେ ବୁଧବାର ବର୍ଷାପବନ ସହ ବଜ୍ରପାତ ହୋଇଥିଲା। ବଜ୍ରପାତରେ ବାରଖମା ପଞ୍ଚାୟତରେ ୬ ଗୋରୁଙ୍କ ମୃତ୍ୟୁ ଘଟିଛି।...
ଘାଟିରେ ଓଲଟିଲା ଅଟୋ, ଜଣେ ଶ୍ରମିକଙ୍କ ଜୀବନ ଗଲା; ୧୨ ଗୁରୁତର
ପାରଳାଖେମୁଣ୍ଡି,୧୬ା୬(ଡି.ଏନ୍.ଏ.): ଗଜପତି ଜିଲା ରାୟଗଡ଼ ଥାନା ଅଧିନସ୍ଥ ରାଶିବାଡ଼ ଘାଟିରେ ଏକ ଡାଲା ଅଟୋ ଓଲଟି ପଡ଼ିଥିବା ଜଣାପଡ଼ିଛି। ଫଳରେ ଘଟଣାସ୍ଥଳରେ ଜଣେ ଶ୍ରମିକଙ୍କ ମୃତ୍ୟୁ...
କରୋନାଜନିତ ମୃତ୍ୟୁରେ ଲାଗୁନି ବ୍ରେକ୍: ପୁଣି ଗଞ୍ଜାମରୁ ୩ ଜଣଙ୍କ ନେଲା ଜୀବନ
ଛତ୍ରପୁର,୧୨।୬(ଡି.ଏନ୍.ଏ.): ଗଞ୍ଜାମ ଜିଲାରେ କରୋନାଜନିତ ମୃତ୍ୟୁରେ ବ୍ରେକ୍ ଲାଗୁନି। ପୁଣି ଜିଲାରେ ଆଉ ୩ ଜଣଙ୍କ ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରେ ୩୭, ୪୩ ଓ...
ମୁଖ୍ୟମନ୍ତ୍ରୀଙ୍କ ପର୍ଯ୍ୟନ୍ତ ଗଲାଣି କଥା, ତଥାପି ସେଲୁନ ଖୋଲିବାକୁ ମିଳୁନି ଅନୁମତି
ବରଗଡ଼ ଅଫିସ୍,୨୪।୬: କରୋନାର ଦ୍ୱିତୀୟ ସଂକ୍ରମଣ ଆରମ୍ଭ ପରେ ରାଜ୍ୟ ସରକାର ସେଲୁନ, ବିୟୁଟି ପାର୍ଲର ଖୋଲିବା ଉପରେ କଟକଣା ଜାରି କରିଥିଲେ। ଏହି କଟକଣା...
ଜୀବନ ସହ ସଂଘର୍ଷ କରୁଛନ୍ତି ଯଦୁମଣି
ବାଣପୁର,୧୩ା୬(ଡି.ଏନ୍.ଏ.): ଖୋର୍ଦ୍ଧା ଜିଲା ବାଣପୁର ବ୍ଲକ ଆୟତପୁର ପଞ୍ଚାୟତର ପାତ୍ରପୁର ଗ୍ରାମର ଯଦୁମଣି ନାୟକ(୪୫)। ସ୍ତ୍ରୀ ସୁକୁମାରୀ, ଗୋଟିଏ ଝିଅ ଓ ପୁଅ ଏବଂ ବିଧବା...
ଡଙ୍ଗରିଆଙ୍କୁ ଠକୁଛନ୍ତି ଆନ୍ଧ୍ର ଦଲାଲ
ବିଷମକଟକ,୨୭ା୬(ଡି.ଏନ୍.ଏ.): ରାୟଗଡ଼ା ଜିଲା ନିୟମଗିରି ପାଦଦେଶରେ ବସବାସ କରୁଥିବା ଡଙ୍ଗରିଆମାନେ ବିଶେଷକରି କୃଷି ଓ ଜଙ୍ଗଲଜାତ ଦ୍ରବ୍ୟ ଉପରେ ନିର୍ଭରଶୀଳ। ଉତ୍ପାଦିତ ପନିପରିବା, ଫଳ ଓ...
ବଜ୍ରପାତ ନେଲା ଆମ୍ବୁଲାନ୍ସ ଚାଳକଙ୍କ ଜୀବନ
ବରଗଡ଼ ଅଫିସ୍,୧୩।୬: ବଜ୍ରପାତ ଯୋଗୁ ବରଗଡ଼ ସହରରେ ଜଣେ ଆମ୍ବୁଲାନ୍ସ ଚାଳକଙ୍କ ମୃତ୍ୟୁ ହୋଇଛି। ମୃତକ ଜଣକ ସହରର ବିଶିପଡ଼ାର କାଳୁ ବାଗ ବୋଲି ଜଣାପଡ଼ିଛି।...


