ଛତ୍ରପୁର,୧୮।୬(ଡି.ଏନ୍.ଏ.): ରାସ୍ତା ନିର୍ମାଣ ନ ହେଲେ ଭୋଟ ସହ ସରକାରୀ ସହାୟତାକୁ ବର୍ଜନ କରିବେ ଗ୍ରାମବାସୀ। ଏଭଳି ଚେତାବନୀ ଦେଇଛନ୍ତି ଗଞ୍ଜାମ ଜିଲା ଶେରଗଡ଼ ବ୍ଲକ ଠୁରୁବୁରାଇ ପଞ୍ଚାୟତ କଣଭାଗ ଗାଁର ଲୋକେ। ସ୍ବାଧୀନତାର ଦୀର୍ଘ ବର୍ଷ ପରେ ବି ଗାଁକୁ ସ୍ଥାୟୀ ରାସ୍ତା ନ ଥିବାରୁ ଯିବା ଆସିବାରେ ସମସ୍ୟା ହେଉଛି। ତେବେ ବର୍ତ୍ତମାନ ମାରୁଡି ଜଗନ୍ନାଥପୁରରୁ କଣଭାଗ ଗାଁ ଦେଇ ପିଡବ୍ଲ୍ୟୁଡି ରାସ୍ତାରେ ମିଶିବା ଯୋଜନା ରହିଛି। ଏଥିଲାଗି ସ୍ଥାୟୀ ରାସ୍ତା ନିର୍ମାଣ କରିବା ନେଇ ଗ୍ରାମବାସୀ ଅନୁରୋଧ କରିଛନ୍ତି । ଅନୁରୋଧ ସତ୍ତ୍ୱେ ଯଦି ସ୍ଥାୟୀ ରାସ୍ତା ନିର୍ମାଣ କରା ନ ଯାଏ ସମସ୍ତ ସରକାରୀ ତଥା ଉନ୍ନୟନମୂଳକ ଯୋଜନାକୁ ଅସହଯୋଗ କରିବା ସହ ଭୋଟ, ଭତ୍ତା ଓ ରାଶନ ଗ୍ରହଣ ଆଦି ବର୍ଜନ କରିବାକୁ ସେ ଚେତାବନୀ ଦେଇଛନ୍ତି।
Posted inଆମ ଜିଲା ଖବର, ଗଞ୍ଜାମ View All
ଭୟଭୀତ କରାଉଛି କରୋନା: ରେଡ ଜୋନ୍ରେ ୧୬ଗାଁ, ୬ଓ୍ବାର୍ଡ
ଛତ୍ରପୁର,୧୫।୬(ଡି.ଏନ୍.ଏ.): ଗଞ୍ଜାମ ଜିଲା ହେଡକ୍ୱାର୍ଟର ଛତ୍ରପୁରରେ କରୋନା ସଂକ୍ରମଣ ହ୍ରାସ ହେବାର ନା ନେଉନି। ଜିଲାର ବ୍ରହ୍ମପୁର ସହର ବ୍ୟତୀତ ଅନ୍ୟ ସ୍ଥାନରେ କରୋନା ସଂକ୍ରମିତଙ୍କ...
କୋଭିଡ ନିୟମ କଡାକଡି ପାଳନ ନିର୍ଦ୍ଦେଶ: ଚାଲିଚାଲି ଯାଇ ସ୍ଥିତି ପରଖିଲେ ଜିଲାପାଳ
ଛତ୍ରପୁର,୧୭।୬(ଡି.ଏନ୍.ଏ.): କରୋନା ମହାମାରୀ ନେଇ ଲକ୍ଡାଉନ୍ ଉଠି ନ ଥିବା ବେଳେ କଟକଣା କୋହଳ ହୋଇଛି। ଏଣୁ ସମସ୍ତେ କୋଭିଡ ନିୟମ ମାନିବାକୁ ବାଧ୍ୟତାମୂଳକ ଏହାକୁ...
ଅଣ୍ଡାକୁ ଶତ୍ରୁ କବଳରୁ ଜଗିଛି ମା’ କୁମ୍ଭୀର
ମହାକାଳପଡ଼ା,୧୪ା୬(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳର ନଦୀ ଓ ଯୋର ଆଦି ସ୍ଥାନରେ କୁମ୍ଭୀରଙ୍କ ଚଳପ୍ରଚଳ ଦେଖିବାକୁ ମିଳିଥାଏ। ବିଶେଷକରି ଉପକୂଳ ଅଞ୍ଚଳର...
ଶ୍ରୀମନ୍ଦିର ପାଇଁ ପଞ୍ଚବାର୍ଷିକ ଯୋଜନା: ମରାମତି ହେବ ପାର୍ଶ୍ୱ ଦେବଦେବୀ ମନ୍ଦିର
ପୁରୀ ଅଫିସ,୪।୬: ଶ୍ରୀମନ୍ଦିର ପରିସରରେ ଥିବା ପାର୍ଶ୍ୱ ଦେବଦେବୀ ମନ୍ଦିରଗୁଡ଼ିକର ରକ୍ଷଣାବେକ୍ଷଣ ନେଇ ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ (ଏଏସ୍ଆଇ)କୁ ମନ୍ଦିର ପ୍ରଶାସନ ଅବଗତ କରାଇବା ସତ୍ତ୍ୱେ...
ଅଙ୍ଗ ନଦୀରେ ପୋଲ ନିର୍ମାଣ କରିବାକୁ ସରକାରଙ୍କ ଘୋଷଣା
ବରଗଡ଼ ଅଫିସ,୧୮।୬: ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଲଖମରା ଏବଂ ଚର୍ଦାପାଲି ଗ୍ରାମ ଦେଇ ପ୍ରବାହିତ ଅଙ୍ଗନଦୀ ଉପରେ ପୋଲ ନିର୍ମାଣ ପାଇଁ ରାଜ୍ୟ ସରକାର...
ଲୁଗା ଗୋଦାମ ଖୋଲି କେବଳ କ୍ଷତି ସହିଲେନି ବ୍ୟବସାୟୀ, ଗ୍ରାହକଙ୍କୁ ଗଣିବାକୁ ପଡ଼ିଲା ତଣ୍ଡ
ଯାଜପୁର ଅଫିସ,୨।୬: ଲକ୍ଡାଉନ୍ରେ ଲୁଗା ଗୋଦାମ ଖୋଲିବା ପଡ଼ିଲା ମହଙ୍ଗା। ପରେ ଗୋଦାମ ସିଲ ହେବା ସହିତ ଲୁଗା କିଣିବାକୁ ଭିଡ଼ ଲଗାଇଥିବା ଗ୍ରାହକଙ୍କୁ ତଣ୍ଡଗଣିବାକୁ...
ଆଜି କ୍ରୋମାଇଟ୍ ନିଲାମ
ଯାଜପୁର ଅଫିସ,୨୫ା୬: ଗତ ଫେବୃୟାରୀରୁ ଓଡ଼ିଶା ଖଣି ନିଗମ (ଓଏମ୍ସି)ଦ୍ୱାରା ଆହୂତ କ୍ରୋମାଇଟର ମାସିକ ନିଲାମ ପ୍ରକ୍ରିୟା କ୍ରମାଗତ ଭାବେ ବିଫଳ ହୋଇଆସୁଛି। ଏଥିଯୋଗୁ ନିଲାମ...
ଏମ୍ଜିଏନ୍ଆର୍ଇଜିଏସ୍ ଅର୍ଥ ଆତ୍ମସାତ୍ ମସୁଧା
ବ୍ରହ୍ମଗିରି,୧୫।୬(ଡି.ଏନ୍.ଏ.): ପୁରୀ ଜିଲା ବ୍ରହ୍ମଗିରି ବ୍ଲକରେ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ଏମ୍ଜିଏନ୍ଆର୍ଇଜିଏସ୍)ର ଅର୍ଥ ଆତ୍ମସାତ୍ ପାଇଁ ମସୁଧା ଚାଲିଥିବା ଅଭିଯୋଗ ହୋଇଛି।...


