ଭଦ୍ରକ ଅଫିସ,୧୮।୬: ଶୁକ୍ରବାର ଥିଲା ବାହାଘର। ଏନେଇ ଘରେ ଚାଲିଥିଲା ପ୍ରସ୍ତୁତି। ବେଶ୍ ଖୁସି ଥିଲେ ପରିବାର ଲୋକ। ହେଲେ ବିଧିର ବିଧାନ ଥିଲା ଭିନ୍ନ। ବାହାଘରର ପୂର୍ବରୁ ଉଠିଲା କୋକେଇ। କରୋନା ଛଡ଼ାଇ ନେଲା ଖୁସି। ଘରେ ଏବେ ଶୋକର ଛାୟା। ଏଭଳି ହୃଦୟ ବିଦାରକ ଘଟଣା ଘଟିଛି ଭଦ୍ରକ ଜିଲା ଧାମନଗର ବ୍ଲକ ଅସୁରାଳି ଅଞ୍ଚଳର ନାଥସାହିରେ।
ପ୍ରକାଶ ଯେ, ପ୍ରାଣବନ୍ଧୁ ନାଥଙ୍କ ପୁଅ ଚନ୍ଦ୍ରମଣି (୨୮)ଙ୍କ ଗତ ୧୧ ତାରିଖରେ ବିବାହ ପାଇଁ ସମସ୍ତ ପ୍ରସ୍ତୁତି ସରିଥିଲା। ଏହାର ୩ ଦିନ ପୂର୍ବରୁ ଲଗ୍ନ ହୋଇଥିଲା। ହେଲେ ପରଦିନ ହଠାତ୍ ଜ୍ୱର ହେବାରୁ କରୋନା ଟେଷ୍ଟ କରାଯିବା ପରେ ପଜିଟିଭ୍ ଆସିିଥିଲା। ସେଥିପାଇଁ ବିବାହ ଘୁଞ୍ଚାଇ ୧୮ ତାରିଖ ଅର୍ଥାତ୍ ଶୁକ୍ରବାରକୁ ଧାର୍ଯ୍ୟ କରିଥିଲେ ଉଭୟ ପରିବାର। ହେଲେ ହଠାତ୍ ୧୪ ତାରିଖରେ ଚନ୍ଦ୍ରମଣି ନିଃଶ୍ୱାସ ନେବାରେ କଷ୍ଟ ଅନୁଭବ କରିଥିଲେ। ପରିବାର ଲୋକ ଘରକୁ ଡାକ୍ତର ଡାକାଇ ସ୍ବାସ୍ଥ୍ୟ ପରୀକ୍ଷା କରାଇଥିଲେ। ଚନ୍ଦ୍ରମଣିଙ୍କ ଅକ୍ସିଜେନ ଲେବୁଲ କମି ଯାଉଥିବା ଡାକ୍ତର କହିଥିଲେ। ତାଙ୍କୁ ଡାକ୍ତରଖାନା ନେବା ପାଇଁ ପରିବାର ଲୋକେ ପ୍ରସ୍ତୁତ ହେଉଥିବା ବେଳେ ଚନ୍ଦ୍ରମଣିଙ୍କ ମୃତ୍ୟୁ ଘଟିଥିଲା। କରୋନା ଭୟରେ ଶେଷକୃତ୍ୟ ପାଇଁ ଗ୍ରାମବାସୀ କେହି ଆସି ନ ଥିଲେ। ଫଳରେ ସ୍ଥାନୀୟ ସରପଞ୍ଚ ନିମାଇଁ ଚରଣ ନାୟକ, ବ୍ଲକ ପ୍ରଶାସନ ଓ ମେଡ଼ିକାଲ କର୍ମଚାରୀଙ୍କ ସହଯୋଗରେ ଅନ୍ତିମ ସଂସ୍କାର କରାଯାଇଥିଲା। ଏଭଳି ଏକ ଦୁଃଖଦ ଘଟଣା ଅଞ୍ଚଳବାସୀଙ୍କୁ ମ୍ରିୟମାଣ କରିଛି।
Posted inଆମ ଜିଲା ଖବର, ଭଦ୍ରକ, ରାଜ୍ୟ View All
ବଡ଼ ଆକ୍ରମଣ ଯୋଜନାରେ ଥିଲେ ମାଓବାଦୀ
ମାଲକାନଗିରି,୨୦ା୬: ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ ନାରାୟଣପୁର ଜିଲା ଅନ୍ତର୍ଗତ ଆର୍ଛା ଜଙ୍ଗଲରେ ପୋଲିସ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଛି। ଏଥିରେ ୨ ଜଣ ମାଓବାଦୀ...
କରୋନାଜନିତ ମୃତ୍ୟୁରେ ଲାଗୁନି ବ୍ରେକ୍: ପୁଣି ଗଞ୍ଜାମରୁ ୩ ଜଣଙ୍କ ନେଲା ଜୀବନ
ଛତ୍ରପୁର,୧୨।୬(ଡି.ଏନ୍.ଏ.): ଗଞ୍ଜାମ ଜିଲାରେ କରୋନାଜନିତ ମୃତ୍ୟୁରେ ବ୍ରେକ୍ ଲାଗୁନି। ପୁଣି ଜିଲାରେ ଆଉ ୩ ଜଣଙ୍କ ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରେ ୩୭, ୪୩ ଓ...
ବେକରେ ଛୁରି ଭୁସିଲେ କରୋନା ଆକ୍ରାନ୍ତ
କଟକ ଅଫିସ,୫।୬: କଟକ ଜିଲା ଟାଙ୍ଗୀଠାରେ ଥିବା ଏକ କୋଭିଡ୍ କେୟାର ସେଣ୍ଟର(ସିସିସି)ରେ ଜଣେ କରୋନା ଆକ୍ରାନ୍ତ ବେକରେ ଛୁରି ଭୁସି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି।...
ଗ୍ରାହକ ସାଜି ନେଇଗଲେ ସୁନା ହାର
ସୋର,୨୫।୬: ବାଲେଶ୍ୱର ଜିଲା ସୋର ଥାନା ବଡ଼ଖୁରି ଛକରେ ଥିବା ଏକ ଜୁଏଲାରୀ ଦୋକାନରୁ ସୁନା ଅଳଙ୍କାର ଲୁଟ ହୋଇଛି । ଗ୍ରାହକ ବେଶରେ ଆସି...
ବାପା-ପୁଅଙ୍କୁ ଛୁରାମାଡ଼, ନାବାଳକଙ୍କ ସମେତ ୩ ଅଟକ
ପୁରୁଷୋତ୍ତମପୁର,୧୧ା୬(ଡି.ଏନ୍.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଶିକୁଳା ଗ୍ରାମରେ ପାରିବାରିକ ସମ୍ପତ୍ତିକୁ ନେଇ ଭାଇ ଭାଇଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇ ଛୁରାମାଡ଼ ହୋଇଥିଲା। ଏଥରେ...
କ୍ୟାପିଟାଲ ହସ୍ପିଟାଲରେ ପ୍ରତିଷ୍ଠା ହେବ ଏକ୍ମୋ ମେଶିନ
ଭୁବନେଶ୍ୱର, ୧୦ା୬(ବ୍ୟୁରୋ): କରୋନାରେ ଗୁରୁତର ରୋଗୀଙ୍କ ପାଇଁ ଏବେ ଏକ୍ମୋ ଚିକିତ୍ସା ଜରୁରୀ ହୋଇପଡୁଛି। ରାଜ୍ୟରେ କୌଣସି ସରକାରୀ ହସ୍ପିଟାଲରେ ଏହି ମେଶିନ ନ ଥିବାରୁ...
ବାତ୍ୟା ପରେ କାଦୁଅଫିଙ୍ଗା
ଭୁବନେଶ୍ୱର,୪।୬(ବ୍ୟୁରୋ): ବାତ୍ୟା ‘ୟାସ୍’ ପରିଚାଳନାକୁ ନେଇ ଶାସକ ଏବଂ ବିରୋଧୀ ଦଳ ମଧ୍ୟରେ ଆରୋପ ପ୍ରତ୍ୟାରୋପ ଆରମ୍ଭ ହୋଇଛି। ବାତ୍ୟା ପରିଚାଳନା ସରକାରଙ୍କ ପ୍ରଚାର ସର୍ବସ୍ବ...
ଅନିଶ୍ଚିତତାରେ ଶ୍ରୀ ବଳଦେବଜୀଉଙ୍କ ରଥଯାତ୍ରା
କେନ୍ଦ୍ରାପଡ଼ା ଅଫିସ,୩।୬: ଶ୍ରୀଜଗନ୍ନାଥ ସଂସ୍କୃତିରେ ଶ୍ରୀକ୍ଷେତ୍ର ପରେ ତୁଳସୀକ୍ଷେତ୍ରର ଗୁରୁତ୍ୱ ଯଥେଷ୍ଟ ଅଧିକ। ପୁରୀରେ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ପରଦିନ ତୁଳସୀ କ୍ଷେତ୍ରାଧିପତି ଶ୍ରୀବଳଦେବଜୀଉଙ୍କ ବ୍ରହ୍ମ ତାଳଧ୍ୱଜ...


