E-Paper
  • logo
  • Thursday 24th September 2026 | Today's Paper | Archives
  • Dharitri Logo
  • Thursday, March 28, 2019 | Archives
  • .
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    • ମୟୂରଭଞ୍ଜ
    • ବାଲେଶ୍ୱର
    • ଭଦ୍ରକ
    • କେନ୍ଦୁଝର
    • ଢେଙ୍କାନାଳ
    • ଅନୁଗୋଳ
    • ଯାଜପୁର
    • କେନ୍ଦ୍ରାପଡ଼ା
    • ଜଗତ୍‌ସିଂହପୁର
    • କଟକ
    • ପୁରୀ
    • ଖୋର୍ଦ୍ଧା
    • ନୟାଗଡ଼
    • ଗଞ୍ଜାମ
    • ଗଜପତି
    • କନ୍ଧମାଳ
    • କୋରାପୁଟ
    • ମାଲକାନଗିରି
    • ରାୟଗଡା
    • ନବରଙ୍ଗପୁର
    • କଳାହାଣ୍ଡି
    • ନୂଆପଡ଼ା
    • ବୌଦ୍ଧ
    • ସୁବର୍ଣ୍ଣପୁର
    • ବଲାଙ୍ଗୀର
    • ସମ୍ବଲପୁର
    • ବରଗଡ଼
    • ଝାରସୁଗୁଡ଼ା
    • ଦେବଗଡ଼
    • ସୁନ୍ଦରଗଡ଼
  • ଅନ୍ୟାନ୍ୟ
    • କରୋନା ଭାଇରସ୍‌
    • ଶ୍ରେଷ୍ଠ ପାଞ୍ଚ
    • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
Posted inକରୋନା ଭାଇରସ୍‌, ଖେଳ, ଜାତୀୟ

ଜୀବନ ଯୁଦ୍ଧରେ ହାରିଲେ ଫ୍ଲାଇଂ ଶିଖ୍‌ ମିଲ୍‌ଖା
8:40 amJune 19, 2021

ଚଣ୍ଡିଗଡ଼,୧୯।୬: ଭାରତର ମହାନ ଧାବକ ମିଲଖା ସିଂହଙ୍କ ପରଲୋକ। ଦୌଡ଼ ପ୍ରତିଯୋଗୀତାରେ କେବେ ହାର ମାନି ନ ଥିବା ମିଲ୍‌ଖା ଆଜି କିନ୍ତୁ ଜୀବନ ଯୁଦ୍ଧରେ ହାରିଯାଇଛନ୍ତି। ୯୧ ବର୍ଷ ବୟସରେ ତାଙ୍କର ଦେହାନ୍ତ ଘଟିଛି। ୧୯୫୮ କମନୱେଲଥ୍‌ ଗେମ୍ସର ଚାମ୍ପିଅନ ତଥା ଅଲିମ୍ପିଆନ ମିଲ୍‌ଖା ସିଂହ ଶୁକ୍ରବାର ଚଣ୍ଡିଗଡ଼ର ପିଜିଆଇଏମ୍‌ଇଆର ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଏନେଇ ପରିବାର ଲୋକେ ସୂଚନା ଦେଇଛନ୍ତି। ଶନିବାର ସନ୍ଧ୍ୟାରେ ପଞ୍ଜାବ ଚଣ୍ଡିଗଡ଼ର ସେକ୍ଟର-୨୫ ସ୍ଥିତ ଶ୍ମଶାନ ଘାଟରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ। ଅନ୍ତିମ ଦର୍ଶନ ପାଇଁ ତାଙ୍କୁ ଅପରାହ୍ନ ୩ଟାରେ ତାଙ୍କ ବାସଭବନକକୁ ନିଆଯିବ। ମିଲ୍‌ଖଙ୍କ ବିୟୋଗରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀ ଶୋକ ପ୍ରକାଶ କରି ଟୁଇଟରେ ଲେଖିଛନ୍ତି, ମିଲ୍‌ଖା ସିଂହଙ୍କ ଦେହାନ୍ତ କ୍ରୀଡ଼ା ଜଗତରେ ଏକ ଅପୂରଣୀୟ କ୍ଷତି। ନିଜର ପ୍ରତିଭା ପାଇଁ ସେ ଭାରତୀୟଙ୍କ ହୃଦୟରେ ନିଜର ଏକ ସ୍ବତନ୍ତ୍ର ସ୍ଥାନ ତିଆରି କରିପାରିଥିଲେ। ତାଙ୍କର ପ୍ରେରଣାଦାୟୀ ବ୍ୟକ୍ତିତ୍ୱ ପାଇଁ ତାଙ୍କୁ ଅନେକ ଲୋକ ଭଲ ପାଉଥିଲେ ବୋଲି ମୋଦି କହିଛନ୍ତି। ସୂଚନାଯୋଗ୍ୟ, ଗତ ମାସରେ ଏହି କିମ୍ବଦନ୍ତୀ ଧାବକ କୋଭିଡରେ ସଂକ୍ରମିତ ହୋଇଥିଲେ। ଜୁନ ୩ରେ ତାଙ୍କୁ ପିଜିଆଇଏମ୍‌ଇଆର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଜୁନ ୧୩ ପର୍ଯ୍ୟନ୍ତ ସେଠାରେ ତାଙ୍କର କରୋନା ଚିକିତ୍ସା ଚାଲିଥିବା ବେଳେ ବୁଧବାର ତାଙ୍କର କରୋନା ରିପୋର୍ଟ ନେଗେଟିଭ୍‌ ଆସିଥିଲା। ସ୍ବାସ୍ଥା୍ୟବସ୍ଥାରେ ସୁଧାର ଆସିବା ପରେ ତାଙ୍କୁ କୋଭିଡ ଆଇସିୟୁରୁ ସାଧାରଣ ଆଇସିୟୁକୁ ସ୍ଥାନାନ୍ତରିତ କରାଯାଇଥିଲା। ହେଲେ ଗୁରୁବାର ହଠାତ୍‌ ମିଲ୍‌ଖାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିଯାଇଥିଲା ଏବଂ ଅମ୍ଳଜାନ ସ୍ତର ମଧ୍ୟ କମ୍‌ ହୋଇଯାଇଥିଲା। ତେବେ ଚିକିତ୍ସାଧିନ ଅବସ୍ଥାରେ ଶୁକ୍ରବାର ବିଳମ୍ବିତ ରାତି ୧୧ଟା ୩୦ରେ ତାଙ୍କର ମୃତ୍ୟୁ ଘଟିଛି। ସୂଚନା ମୁତାବକ ଚଳିତ ସପ୍ତାହରେ ମିଲ୍‌ଖାଙ୍କ ପତ୍ନୀ ନିର୍ମଳା ମିଲ୍‌ଖା ସଂହଙ୍କ ୮୫ବର୍ଷରେ କରୋନାଜନିତ ମୃତ୍ୟୁ ହୋଇଥିଲା। ମିଲ୍‌ଖା ସିଂହଙ୍କ କ୍ରୀଡ଼ା କଥା କହିବାକୁ ଗଲେ ଏସିଆନ ଗେମ୍ସରେ ସେ ଭାରତ ପାଇଁ ୪ଥର ସ୍ବର୍ଣ୍ଣ ପଦକ ଜିତିଥିଲେ। ସେହିପରି ୧୯୫୮ରେ ସେ କମନୱେଲଥ୍‌ ଗେମ୍ସର ଚାମ୍ପିଅନ ମଧ୍ୟ ହୋଇଥିଲେ। ସେହିପରି ୧୯୬୦ରେ ରୋମ ଅଲିମ୍ପିକ୍ସ ଗେମ୍ସରେ ୪୦୦ ମିଟର ଦୌଡ଼ରେ ଅଳ୍ପ ବ୍ୟବଧାନରେ ପଦକ ହରାଇ ଚତୁର୍ଥ ସ୍ଥାନ ହାସଲ କରିଥିଲେ ମିଲ୍‌ଖା। କ୍ରୀଡ଼ା କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ୧୯୫୯ରେ ମିଲ୍‌ଖାଙ୍କୁ ପଦ୍ମଶ୍ରୀ ପୁରସ୍କାର ପୁରସ୍କୃତ କରାଯାଇଥିଲା।


[mc4wp_form id="252536"] All Right Reserved By Dharitri.Com

Posted inକରୋନା ଭାଇରସ୍‌, ଖେଳ, ଜାତୀୟ View All

‘ଏମିତି କୁହ ନାହିଁ, ମୋତେ ବହୁତ୍‌ କଷ୍ଟ ହେଉଛି’;କାହିଁକି ଏମିତି କହିଲେ ଅଶ୍ୱିନ୍‌

ନୂଆଦିଲ୍ଲୀ,୮।୬: ଟିମ ଇଣ୍ଡିଆର ଅଫ ସ୍ପିନର ଆର ଅଶ୍ୱିନ ତାଙ୍କ ଟୁଇଟ୍‌ରେ ସଞ୍ଜୟ ମଞ୍ଜରେକରଙ୍କୁ ଏକ କଡା ଜବାବ ଦେଇଛନ୍ତି। ଅଶ୍ୱିନ ଟୁଇଟର୍‌ରେ ତାମିଲ ଚଳଚ୍ଚିତ୍ର...

କୋପା ଆମେରିକା ଫୁଟ୍‌ବଲ: ନକ୍‌ଆଉଟ୍‌ରେ ଉରୁଗୁଏ, ପାରାଗୁଏ

ସାଓ ପାଉଲୋ,୨୬।୬: କୋପା ଆମେରିକା ଫୁଟ୍‌ବଲ ଟୁର୍ନାମେଣ୍ଟରେ ଉରୁଗୁଏ ଓ ପାରାଗୁଏ ନକ୍‌ଆଉଟ ପର୍ଯ୍ୟାୟରେ ପ୍ରବେଶ କରିଛନ୍ତି। ଗ୍ରୁପ୍‌ ଏ’ରେ ଗୁରୁବାର ଅନୁଷ୍ଠିତ ମ୍ୟାଚ୍‌ଗୁଡିକରେ ଏହି...

ରାଜ୍ୟରେ ୩ ହଜାର ତଳକୁ ଖସିଲା ଦୈନିକ କରୋନା ସଂକ୍ରମଣ

ଭୁବନେଶ୍ୱର,୨୨।୬(ବ୍ୟୁରୋ): ରାଜ୍ୟରେ ମଙ୍ଗଳବାର କରୋନା ସଂକ୍ରମଣ ସଂଖ୍ୟା ହ୍ରାସ ପାଇଛି। ଆଜି ରାଜ୍ୟରେ ୨,୯୫୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରୁ ୧୬୯୮...

ଅଶ୍ୱିନ୍‌ ଆଉଟ୍‌ ହେବାପରେ ଏମିତି କହିଦେଲେ ସ୍ତ୍ରୀ

ସାଉଥାମ୍ପଟନ୍‌,୨୩।୬:ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିଅନସିପ (ଡବ୍ଲୁଟିଏସି ଫାଇନାଲ)ର ଫାଇନାଲ ସାଉଥାମ୍ପଟନ୍‌ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଛି। କିନ୍ତୁ ସାଉଥାମ୍ପଟନରେ ବର୍ଷା ଲାଗି ରହିଥିବାରୁ ମ୍ୟାଚ୍‌ରେ...

ଲାକ୍ଷାଦ୍ୱୀପର ୧୫ ଭାଜପା ନେତାଙ୍କ ଇସ୍ତଫା

କୋଚି, ୧୩।୬: ଅଭିନେତ୍ରୀ ତଥା ମଡେଲ ଆଇଶା ସୁଲତାନାଙ୍କ ବିରୋଧରେ ଦେଶଦ୍ରୋହ ମାମଲାକୁ ବିରୋଧ କରି ଲାକ୍ଷାଦ୍ୱୀପ ଭାଜପା ସାଧାରଣ ସମ୍ପାଦକ ଅବଦୁଲ ହମିଦ ମୁଲ୍ଲିପୁଝାଙ୍କ...

ନାଇଜେରିଆରେ ଟୁଇଟରର ଜାଗା ନେବ ‘କୁ’

ନୂଆଦିଲ୍ଲୀ,୫।୬: ଆଫ୍ରିକୀୟ ଦେଶ ନାଇଜେରିଆ ଶୁକ୍ରବାର ଟୁଇଟରକୁ ବନ୍ଦ କରିଦେବା ପରେ ଭାରତୀୟ ସୋସିଆଲ ନେଟ୍‌ଓ୍ବର୍କିଂ କମ୍ପାନୀ ‘କୁ’ ଏବେ ସେଠାରେ ପ୍ରବେଶ ଲାଗି ବିଚାର...

ସ୍କ୍ବାର୍ଜମ୍ୟାନ, ମେଡଭେଡେଭ ତୃତୀୟ ରାଉଣ୍ଡରେ

ପ୍ୟାରିସ, ୪।୬-ଫ୍ରେଞ୍ଚ ଓପନ ଗ୍ରାଣ୍ଡସ୍ଲାମ ଟେନିସ ଟୁର୍ନାମେଣ୍ଟର ଗୁରୁବାର ଅନୁଷ୍ଠିତ ଦ୍ୱିତୀୟ ରାଉଣ୍ଡ ମ୍ୟାଚରେ ଡିଏଗୋ ସ୍କ୍ବାର୍ଜମ୍ୟାନ, ଡାନିଏଲ ମେଡଭେଡେଭ ପ୍ରମୁଖ ନାମୀ ଖେଳାଳିମାନେ ବିଜୟୀ...

ଅଲିମ୍ପିକ୍ସକୁ ୧୯୦ଜଣିଆ ଦଳ ପଠାଇବ ଭାରତ

ନୂଆଦିଲ୍ଲୀ, ୪ା୬(ପି.ଟି.)-ଆସନ୍ତା ଟୋକିଓ ଅଲିମ୍ପିକ୍ସ ପାଇଁ ଭାରତ ୧୯୦ ଜଣିଆ ଦଳ ପଠାଇବ ବୋଲି ଆଶା କରାଯାଉଛି। ତନ୍ମଧ୍ୟରେ ୧୦୦ ଜଣ ଆଥ୍‌ଲେଟ ଅନ୍ତର୍ଭୁକ୍ତ। କ୍ରୀଡ଼ାମନ୍ତ୍ରୀ...

Archives

Model This Week

Pilanka Dharitri
Metro Mijaj
Why Dharitri

ଛତ୍ରପୁର,୨୮।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ଉପକଣ୍ଠ ଗଞ୍ଜାମ ଥାନା ଅଧୀନ କରପଡା ଗ୍ରାମର ବୃନ୍ଦାବନ ଚର୍ତିଙ୍କ ଘରୁ ବିଳମ୍ବିତ...

 
[mc4wp_form id="252536"]

Post navigation

Previous Post Previous post:
ସଂକ୍ରମଣ ଖସୁଛି, ସଞ୍ଜୀବନୀ ବଢ଼ୁଛି
Next Post Next post:
ସମୁଦ୍ରରେ ବିଲୀନ ହେବ ଏହି ଦ୍ୱୀପ

 

Logo
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • About us
  • Contacts
  • Advertise with us

Copyright © Dharitri.com 2016-2026 - All rights reserved

Developed By Ratna Technology

  • Home
  • ରାଜ୍ୟ
  • ଜାତୀୟ
  • ଅନ୍ତର୍ଜାତୀୟ
  • ମେଟ୍ରୋ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    ▼
    • କଟକ
    • ଅନୁଗୋଳ
    • କେନ୍ଦୁଝର
    • କେନ୍ଦ୍ରାପଡ଼ା
    • ଗଞ୍ଜାମ
    • ସୁନ୍ଦରଗଡ଼
    • କୋରାପୁଟ
    • ଢେଙ୍କାନାଳ
    • କଳାହାଣ୍ଡି
    • ବାଲେଶ୍ୱର
    • କନ୍ଧମାଳ
    • ସୁବର୍ଣ୍ଣପୁର
    • ଜଗତ୍‌ସିଂହପୁର
    • ନୟାଗଡ଼
    • ପୁରୀ
    • ଖୋର୍ଦ୍ଧା
    • ଗଜପତି
    • ଭଦ୍ରକ
    • ଝାରସୁଗୁଡ଼ା
    • ମୟୂରଭଞ୍ଜ
    • ଯାଜପୁର
    • ଦେବଗଡ଼
    • ନବରଙ୍ଗପୁର
    • ନୂଆପଡ଼ା
    • ବରଗଡ଼
    • ବଲାଙ୍ଗୀର
    • ବୌଦ୍ଧ
    • ରାୟଗଡା
    • ମାଲକାନଗିରି
  • କରୋନା ଭାଇରସ୍‌
  • କାର୍ଟୁନ
  • ରାଶିଫଳ
  • ଶ୍ରେଷ୍ଠ ପାଞ୍ଚ
  • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
  • Model This Week
  • About us
  • Contacts