ଭୁବନେଶ୍ୱର,୧୯।୬(ବ୍ୟୁରୋ): ଆସନ୍ତା ଜୁଲାଇ ପହିଲାରୁ ରାଜଧାନୀ ଭୁବନେଶ୍ୱରରେ ଥିବା ସମସ୍ତ ସରକାରୀ କାର୍ଯ୍ୟାଳୟରେ ଶତପ୍ରତିଶତ କର୍ମଚାରୀ କାର୍ଯ୍ୟରେ ଯୋଗଦେବେ। ତେବେ କାର୍ଯ୍ୟରେ ଯୋଗଦେବା ପୂର୍ବରୁ କର୍ମଚାରୀମାନଙ୍କୁ କୋଭିଡ୍-୧୯ ଟିକାର ଦୁଇଟି ଡୋଜ୍ ନେବା ବାଧ୍ୟତାମୂଳକ କରାଯାଇଛି। ସମସ୍ତ ବିଭାଗ, ବିଭାଗୀୟ ଉଚ୍ଚ ଓ ଅଧସ୍ତନ କାର୍ଯ୍ୟାଳୟ, ସରକାରୀ ଉଦ୍ୟୋଗଗୁଡ଼ିକରେ କାର୍ଯ୍ୟ କରୁଥିବା ସମସ୍ତ କର୍ମଚାରୀଙ୍କୁ ଟିକାର ଦୁଇଟି ଡୋଜ୍ ନେବାକୁ ପଡ଼ିବ। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏ ନେଇ ଶୁକ୍ରବାର ବିଜ୍ଞପ୍ତି ପ୍ରକାଶ କରାଯାଇଛି । ସରକାରୀ କର୍ମଚାରୀଙ୍କ ପାଇଁ ଟିକାକରଣ ସକାଶେ ରାଜ୍ୟ ସରକାର ଏକ ସ୍ବତନ୍ତ୍ର ଅଭିଯାନ ଆରମ୍ଭ କରିଛନ୍ତି। ଜୁନ୍ ୧୦ ତାରିଖରୁ ଏହି ଟିକାକରଣ ଅଭିଯାନ ଆରମ୍ଭ ହୋଇଛି। ଏହା ଜୁନ୍ ୨୦ ଯାଏ ଚାଲିବ। ଇତିମଧ୍ୟରେ ୬ ହଜାର କର୍ମଚାରୀଙ୍କୁ ପ୍ରଥମ ଡୋଜ୍ ଟିକା ଦିଆଯାଇଛି। ଜୁନ୍ ୧୭ ତାରିଖରୁ ଦ୍ୱିତୀୟ ଡୋଜ୍ ଟିକାକରଣ ଚାଲୁ ରହିଛି। ଏହି ସମୟରେ ସମସ୍ତ କର୍ମଚାରୀ ଦୁଇଟି ଡୋଜ୍ ଟିକା ନେବାକୁ କୁହାଯାଇଛି। ସମସ୍ତ କର୍ମଚାରୀ ଯେପରି ଟିକା ନେବେ ସେ ନେଇ ପ୍ରତ୍ୟେକ ବିଭାଗର ନୋଡାଲ ଅଫିସରମାନଙ୍କୁ ନିଶ୍ଚିତ କରିବାକୁ କୁହାଯାଇଛି। କାର୍ଯ୍ୟାଳୟରେ କର୍ମଚାରୀମାନଙ୍କ ପାଇଁ ସୁରକ୍ଷିତ ବାତାବରଣ ସୃଷ୍ଟି କରିବାକୁ ଏଭଳି ପଦକ୍ଷେପ ନିଆଯାଉଥିବା ବିଜ୍ଞପ୍ତିରେ କୁହାଯାଇଛି। ଯଦି କୌଣସି କର୍ମଚାରୀ ସ୍ବାସ୍ଥ୍ୟଗତ କିମ୍ବା ଅନ୍ୟ କୌଣସି କାରଣରୁ ଟିକା ନେଇ ନ ଥିବେ ତେବେ ସେହି କର୍ମଚାରୀମାନଙ୍କୁ ଏହାର ଉପଯୁକ୍ତ କାରଣ ଦର୍ଶାଇବାକୁ ପଡ଼ିବ। ପ୍ରତ୍ୟେକ କର୍ମଚାରୀଙ୍କର କେସ୍ ଟୁ କେସ୍ ମାମଲାର ଯାଞ୍ଚ କରାଯିବ। ଯଦି କର୍ମଚାରୀମାନେ ଟିକା ନେଇ ନ ଥିବାର ଉପଯୁକ୍ତ କାରଣ ଦର୍ଶାଇପାରିବେ ନାହିଁ ତେବେ ସେମାନଙ୍କୁ କାର୍ଯ୍ୟରେ ଯୋଗ ଦେବାକୁ ଅନୁମତି ଦିଆଯିବ ନାହିଁ । ଏପରି କି ସେମାନଙ୍କର ଅନୁପସ୍ଥିତିକୁ ଇଚ୍ଛାକୃତ ଧରାଯିବ ବୋଲି ବିଜ୍ଞପ୍ତିରେ କୁହାଯାଇଛି।
Posted inକରୋନା ଭାଇରସ୍, ମେଟ୍ରୋ, ରାଜ୍ୟ View All
ପରଲୋକରେ ବିଶିଷ୍ଟ ଶିକ୍ଷାବିତ୍ ବିଜୟ ସାହୁ: ଶୋକପ୍ରକାଶ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୩।୬(ବ୍ୟୁରୋ): ପରଲୋକରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଉପଦେଷ୍ଟା ତଥା ସାଇ ଇଣ୍ଟରନ୍ୟାଶନାଲ ସ୍କୁଲ ଚେୟାରମ୍ୟାନ୍ ବିଜୟ ସାହୁ। ହାଇଦ୍ରାବାଦର ଏକ ଘରୋଇ ଡାକ୍ତରଖାନାରେ ତାଙ୍କର ଦେହାନ୍ତ...
କୋଭିଡ୍ ସହାୟତାରୁ ୨ଶହ କୋଟି ବାଟମାରଣା
ଯାଜପୁର ଅଫିସ,୨୪।୬: ଜାତୀୟ ଖାଦ୍ୟ ସୁରକ୍ଷା ଆଇନ (ଏନ୍ଏଫ୍ଏସ୍ଏ) ଏବଂ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା (ଏସ୍ଏଫ୍ଏସ୍ଏ)ରେ ୨୦୨୦ରେ ୨ ଲକ୍ଷ ଜାଲ୍ ରାଶନକାର୍ଡ ଜରିଆରେ...
ଇ-ପାଠଶାଳା, ଇ-ମୂଲ୍ୟାଙ୍କନ ପୋର୍ଟାଲ
ଭୁବନେଶ୍ୱର,୧୮ା୬(ବ୍ୟୁରୋ): ଛାତ୍ରୀଛାତ୍ରଙ୍କୁ ଅନ୍ଲାଇନ ମାଧ୍ୟମରେ ଶିକ୍ଷାଦାନ ଓ ମୂଲ୍ୟାୟନ ପାଇଁ ଓପେପା ଦ୍ୱାରା ଇ-ପାଠଶାଳା ଓ ଇ-ମୂଲ୍ୟାଙ୍କନ ନାମରେ ଦୁଇଟି ପୋର୍ଟାଲ ପ୍ରସ୍ତୁତ କରାଯାଇଛି। ଗୁରୁବାର...
‘ଆହାର’ ରିହାତି ଚଳୁ
କଟକ ଅଫିସ, ୨୩ା୬:ଗରିବ ଓ ନିରାଶ୍ରୟଙ୍କୁ ସ୍ବଳ୍ପ ମୂଲ୍ୟରେ ଖାଦ୍ୟ ଯୋଗାଇବାକୁ ରାଜ୍ୟ ସରକାର ବିଭିନ୍ନ ସହରାଞ୍ଚଳରେ ୨୦୧୫ ଏପ୍ରିଲ ୧ରୁ ଆହାର ଯୋଜନା ଆରମ୍ଭ...
ପରିବର୍ତ୍ତିତ ସଂକ୍ରମଣ ଉପରେ ନିର୍ଭର କରେ ତୃତୀୟ ଲହର
ଭୁବନେଶ୍ୱର, ୧୫।୬(ବ୍ୟୁରୋ): ରାଜ୍ୟରେ କେବଳ ସଂକ୍ରମଣ ହାର କମୁନାହିଁ, କୋଭିଡ୍-୧୯ ନମୁନାରେ ଭାଇରାଲ ଲୋଡ୍ ମଧ୍ୟ କମୁଛି। ଏ ନେଇ ସୋମବାର ଜୀବ ବିଜ୍ଞାନ ପ୍ରତିଷ୍ଠାନ...
ପେଟ୍ରୋଲ ୨୬, ଡିଜେଲ ୧୪ ପଇସା ବଢ଼ିଲା
ଭୁବନେଶ୍ୱର,୧୭।୬(ବ୍ୟୁରୋ): ଗୋଟିଏ ଦିନର ବିରତି ପରେ ବୁଧବାର ପୁଣି ଥରେ ତେଲ ଦର ବୃଦ୍ଧି ହୋଇଛି। ଫଳରେ ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୨୬ ପଇସା...
ଡେଲ୍ଟା ଭାରିଆଣ୍ଟ୍ ଅଧିକ ଭୟଙ୍କର: ଏହା ଯୋଗୁ କମୁଛି ଶ୍ରବଣ ଶକ୍ତି, ବଢୁଛି ଅବସାଦ…
ଚେନ୍ନାଇ,୮।୬: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ଭାରତରେ ଦେଖାଦେଇଥିବା ଡେଲ୍ଟା ଭାରିଆଣ୍ଟ୍ ଇତିମଧ୍ୟରେ ପୃଥିବୀର ୬୦ ଦେଶକୁ...
ଭୁବନେଶ୍ୱର ଦେଶର ଚତୁର୍ଥ ବାସୋପଯୋଗୀ ରାଜଧାନୀ
ଭୁବନେଶ୍ୱର,୨୦ା୬(ବ୍ୟୁରୋ): ସ୍ମାର୍ଟ ସିଟି ଭୁବନେଶ୍ୱର ଉତ୍ତମ ବାସୋପଯୋଗୀ ସହର ତାଲିକାରେ ସ୍ଥାନ ପାଇଛି । ଦେଶର ପ୍ରମୁଖ ୧୦ଟି ସହର ମଧ୍ୟରୁ ଏହା ୪ର୍ଥ ସ୍ଥାନ...


