ପୁଣେ,୨୦।୬:ମହାରାଷ୍ଟ୍ରର ପୁଣେରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଲୁଚିଛପି ସ୍ତ୍ରୀଙ୍କ ଗାଧୋଇବା ବେଳର ଭିଡିଓ କରି ଗିରଫ ହୋଇଛନ୍ତି ସ୍ବାମୀ। ରୋଚକ କଥା ହେଉଛି ୪୦ ବର୍ଷୀୟ ଏହି ବ୍ୟକ୍ତି ଜଣଙ୍କ ପୋଲିସ ଷ୍ଟେଶନକୁ ନିଜେ ଯାଇ ଏକ ଲିଖିତ ଅଭିଯୋଗ କରିଥିଲେ ଯେ, ତାଙ୍କ ସ୍ତ୍ରୀ ଘରେ ତଙ୍କୁ ବହୁତ ହଇରାଣ କରୁଛନ୍ତି। ପୋଲିସ ମାମଲା ସମାଧାନ ପାଇଁ ଉଭୟ ସ୍ବାମୀ-ସ୍ତ୍ରୀଙ୍କୁ ଥାନାକୁ ଡାକିଥିଲା। ଘଟଣା ନେଇ ପ୍ରଥମେ ସ୍ତ୍ରୀଙ୍କୁ ପଚରା ଯିବାରୁ ସେ ସ୍ବାମୀଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଥିଲେ। ସେ ପାଲଟା ଅଭିଯୋଗ କରି କହିଥିଲେ, ମୋ ସ୍ବାମୀ ମୋତେ ସନ୍ଦେହ କରୁଛନ୍ତି। ଘରର ଦାୟିତ୍ୱ ନେଉନାହାନ୍ତି। ମୋ ଉପରେ ଅତ୍ୟାଚାର କରୁଛନ୍ତି। ପୋଲିସ ଏହାଶୁଣି ସ୍ବାମୀଙ୍କ ମୋବାଇଲ୍କୁ ନିଜ କବ୍ଜାକୁ ନେଇ ଯାଞ୍ଚ୍ କରିଥିଲେ। ଏହାପରେ ବ୍ୟକ୍ତିଙ୍କ ମୋବାଇଲ୍ ଗ୍ୟାଲୋରିରୁ ନିcଜ ସ୍ତ୍ରୀଙ୍କ ଅଶ୍ଲୀଳ ଭିଡିଓ ରଖିଥିବା ଦେଖାଯାଇଥିଲା। ଏହାପରେ ଅଭିଯୁକ୍ତ ନିଜ ଦୋଷ ସ୍ବୀକାର କରି କହିଥିଲେ, ଗତ ମେ ୨୧ ତାରିଖରେ ସ୍ତ୍ରୀ ଗାଧୋଇବାକୁ ଯାଇଥିବାବେଳେ ମୁଁ ଲୁଚିଛପି ଭିଡିଓ କରିଥିଲି। ପରେ ପୋଲିସ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଆଇପିସି ଧାରା ୩୪୫-ଏ ଅନୁଯାୟୀ ଗିରଫ କରିଥିଲା। ସୂଚନାଯୋଗ୍ୟ, ଏହି ଦମ୍ପତିଙ୍କ ୨ ଝିଅ ଅଛନ୍ତି।
ପୁଣି ରାଜ୍ୟ ହେବ ଜମ୍ମୁ-କଶ୍ମୀର
ନୂଆଦିଲ୍ଲୀ,୨୪।୬: ଜମ୍ମୁ-କଶ୍ମୀର ପୁଣି ଥରେ ରାଜ୍ୟ ଭାବେ ପରିଗଣିତ ହେବ। ଏ ନେଇ ଉଚିତ ସମୟକୁ ଅପେକ୍ଷା କରିବାକୁ ପଡ଼ିବ। ବର୍ତ୍ତମାନ ଦୁଇ କେନ୍ଦ୍ର ଶାସିତ...
ନୀତି ଆୟୋଗ ଏସ୍ଡିଜି ସୂଚକାଙ୍କ: ଓଡ଼ିଶା ର଼୍ୟାଙ୍କ୍ ଖସିଲା
ନୂଆଦିଲ୍ଲୀ,୪।୬:ସରକାରଙ୍କ ଥିଙ୍କ ଟ୍ୟାଙ୍କ ନୀତି ଆୟୋଗ ପକ୍ଷରୁ ଗୁରୁବାର ସଷ୍ଟେନେବଲ ଡେଭଲପମେଣ୍ଟ ଗୋଲ୍ (ଏସ୍ଡିଜି) ବା ନିରନ୍ତର ବିକାଶ ଲକ୍ଷ୍ୟ ସୂଚକାଙ୍କ ୨୦୨୦-୨୧ ପ୍ରକାଶ ପାଇଛି।...
ଟିକା ନୀତି ସ୍ବେଚ୍ଛାଚାରୀ: ସୁପ୍ରିମକୋର୍ଟ
ନୂଆଦିଲ୍ଲୀ,୩ା୬(ପି.ଟି.): କରୋନା କାଳରେ ରାଜ୍ୟଗୁଡ଼ିକର ଆର୍ଥିକ ସ୍ଥିତି ଦୋହଲିଯାଇଛି। ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ହଜାର ହଜାର କୋଟି ଟଙ୍କା ଖର୍ଚ୍ଚ କରି ଟିକା କିଣିବା...
ଏଠି ମାରିବି ଶ୍ମଶାନରେ ପଡ଼ିବ
କୋଲକାତା,୧୬।୬: ଭାଜପା ନେତା ତଥା ବଲିଉଡ୍ ଅଭିନେତା ମିଥୁନ ଚକ୍ରବର୍ତ୍ତୀ ଏବେ ବିବାଦ ଘେରକୁ ଚାଲିଆସିଛନ୍ତି। ବୁଧବାର ମିଥୁନ ଦା’ଙ୍କ ଜନ୍ମଦିନ ଥିବା ବେଳେ ମାନିକତଲା...
ଖସୁଛି କରୋନା ସଂକ୍ରମଣ: ମୃତ୍ୟୁ ସଂଖ୍ୟାରେ ଲାଗୁନି ବ୍ରେକ୍
ନୂଆଦିଲ୍ଲୀ,୧୧।୬: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟ କିଛିଟା ଥମିଥିଲେ ମଧ୍ୟ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା...
କୋଭିଶିଲ୍ଡ୍ ଡୋଜ୍ ଯୋଗୁ ଶରୀରରେ ଅଧିକ ଆଣ୍ଟିବଡ଼ି ସୃଷ୍ଟି ହେଉଛି…
ନୂଆଦିଲ୍ଲୀ,୭।୬: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ଏପରିସ୍ଥଳେ ସଂକ୍ରମଣରୁ ଦୂରେଇ ରହିବା ଲାଗି ସରକାରଙ୍କ ପକ୍ଷରୁ ସାର୍ବଜନୀକ...
କେବେ ଦେଖିଛନ୍ତି କି ଏଭଳି ସଡ଼କ ଦୁର୍ଘଟଣା? କାର୍ ହେଲା ଦୁଇଫାଳ; ଫଟୋ ଭାଇରାଲ ପରେ..
ନୂଆଦିଲ୍ଲୀ,୧୫।୬: ଯାନବାହାନ ଚଳାଇବା ଅସାବଧାନତା ଦୁର୍ଘଟଣାର କାରଣ ପାଲଟିଥାଏ। ଏହାର ଅନେକ ଘଟଣା ପ୍ରତ୍ୟେହ ଦେଖିବାକୁ ମିଳୁଥିବା ବେଳେ କିଛିକୁ ଦେଖିଲେ ଭୟ ଲାଗିଥାଏ। ବିଶେଷକରି...
ବାହା ହେବାକୁ ଆସି ବର ଖାଉଥିଲେ ଗୁଟ୍ଖା, ଦେଖିନେଲେ କନ୍ୟା; ଆଉ ତା’ପରେ…
ଲକ୍ଷ୍ନୌ,୯ା୬: ବିଭିନ୍ନ କାରଣରୁ ବରଙ୍କୁ କନ୍ୟା ବାହା ହେବାକୁ ମନା କରିଦେଇଥିବା ଘଟଣା ପୂର୍ବରୁ ଅନେକ ଥର ଶୁଣିଥିବେ। ମାତ୍ର ଏଥରକ କନ୍ୟା ବରକୁ ବାହା...


