ଯାଜପୁର ଅଫିସ, ୨୧।୬: ଅର୍ଥନୀତିକୁ ସୁଦୃଢ କରିବାକୁ ହେଲେ ଗଢ଼ି ଉଠିଥିବା ଶିଳ୍ପ ସଂସ୍ଥାଗୁଡିକ ପାଇଁ କଞ୍ଚାମାଲ ଉତ୍ତୋଳନ ଓ ଯୋଗାଣ ବ୍ୟବସ୍ଥାକୁ ମଧ୍ୟ ଠିକ୍ ଢଙ୍ଗରେ ପରିଚାଳନା କରିବାର ଆବଶ୍ୟକତା ରହିଛି। କିନ୍ତୁ ବର୍ଷେ ହେଲା ଉପଯୁକ୍ତ ପରିଚାଳନାଗତ ତ୍ରୁଟି ଯୋଗୁ ଷ୍ଟିଲ ପ୍ଲାଣ୍ଟଗୁଡିକ ଆବଶ୍ୟକ କରୁଥିବା ଲୁହାପଥରର ମୂଲ୍ୟ ଅହେତୁକ ଭାବେ ବୃଦ୍ଧି ଘଟିଛି। ଏଥିରେ ନିଜସ୍ବ ଖଣି ନ ଥିବା ଷ୍ଟିଲ ପ୍ଲାଣ୍ଟଗୁଡିକ ପାଇଁ ସଙ୍କଟମୟ ପରିସ୍ଥିତି ସୃଷ୍ଟି ହୋଇଛି। ଫଳରେ ସମ୍ପୃକ୍ତ ଷ୍ଟିଲ ପ୍ଲାଣ୍ଟଗୁଡିକରେ ନିର୍ଭରଶୀଳ କର୍ମଚାରୀ ଓ ଶ୍ରମିକଙ୍କ ପାଇଁ ଚିନ୍ତାର କାରଣ ହୋଇଛି। ଏହିକ୍ରମରେ ନିଲାମ ଚୂଡାନ୍ତ ହୋଇ ମଧ୍ୟ କାର୍ଯ୍ୟକ୍ଷମ ହୋଇ ନ ଥିବା ଖଣିଗୁଡିକୁ ଓଏମ୍ସି ଅଧୀନକୁ ନେଇ ଲୁହାପଥର ଉତ୍ତୋଳନ କରିବାକୁ ଶିଳ୍ପସଂଘ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି କରିଛନ୍ତି।
ତଥ୍ୟ ମୁତାବକ ୨୦୧୯-୨୦ ଆର୍ଥିକ ବର୍ଷରେ ରାଜ୍ୟରେ ଲୁହାପଥର ଉତ୍ପାଦନ ୧୪୨ ମିଲିୟନ ଟନ୍ ହୋଇଥିବାବେଳେ ୨୦୨୦-୨୧ରେ ତାହା ୩୧ ମିଲିୟନ ଟନ୍ ହ୍ରାସ ପାଇ ୧୧୧ ମିଲିୟନ ଟନ୍ ହୋଇଛି। ସେହିପରି ୨୦୧୯-୨୦ ଆର୍ଥିକ ବର୍ଷରେ ୧୭.୪ ମିଲିୟନ ଟନ୍ ଲୁହାପଥର ଓଡ଼ିଶା ବାହାରକୁ ରପ୍ତାନି କରାଯାଇଥିବାବେଳେ ୨୦୨୦-୨୧ରେ ଏହା ୧୧.୬ ମିଲିୟନ ଟନ୍ ବୃଦ୍ଧି ପାଇ ୨୯ ମିଲିୟନ ଟନ୍ରେ ପହଞ୍ଚିଛି। ଫଳସ୍ବରୂପ ରାଜ୍ୟରେ ଗତବର୍ଷ ତୁଳନାରେ ଏହି ବର୍ଷ ୪୨ ମିଲିୟନ ଟନ୍ ଲୁହାପଥରର ଅଭାବ ଦେଖାଦେଇଛି। ଏହି କାରଣରୁ ଲୁହାପଥର ଦର ଅହେତୁକ ଭାବରେ ବୃଦ୍ଧି ପାଇବାରେ ଲାଗିଛି। ଏହିକ୍ରମରେ ଜୁନ ୨୦୨୦ରେ ଲୁହାପଥର ମୂଲ୍ୟ ଟନ୍ ପିଛା ୨୨୦୦ ଟଙ୍କା ଥିଲାବେଳେ ଜୁନ ୨୦୨୧ରେ ଏହା ଅଭୂତପୂର୍ବ ଭାବେ ବୃଦ୍ଧି ପାଇ ଟନ୍ ପିଛା ୧୨,୦୦୦ ଟଙ୍କାରେ ପହଞ୍ଚିଛି।
ନିଜସ୍ବ ଖଣି ନ ଥିବା ଷ୍ଟିଲ ପ୍ଲାଣ୍ଟଗୁଡିକ ଲୁହାପଥର ପାଇଁ ଓଡ଼ିଶା ଖଣି ନିଗମ (ଓଏମ୍ସି)ଉପରେ ନିର୍ଭର କରିଥାନ୍ତି। ୨୦୨୦-୨୧ରେ ରାଜ୍ୟରେ ଉତ୍ପାଦିତ ୧୧୧ ମିଲିୟନ ଟନ୍ ଲୁହାପଥରରୁ ଓଏମ୍ସି ମାତ୍ର ୧୩ ମିଲିୟନ ଟନ୍ ଲୁହାପଥର ଉତ୍ପାଦନ କରିଥିଲା। ନିଜସ୍ବ ଲୁହାପଥର ଖଣି ଥିବା ଶିଳ୍ପ ସଂସ୍ଥା ଯଥା ଟାଟା ଷ୍ଟିଲ, ସେଲ, ଜେଏସ୍ଡବ୍ଲ୍ୟୁ ଷ୍ଟିଲ, ଆରସେଲର ମିତ୍ତଲ ଓ ଜେଏସ୍ପିଏଲ ୬୫ ମିଲିୟନ ଟନ୍ ଲୁହାପଥର ଉତ୍ପାଦନ କରିଥିଲେ। ସାମ୍ପ୍ରତିକ ପରିସ୍ଥିତିରେ ଦେଖାଦେଇଥିବା ଲୁହାପଥର ଅଭାବ ଓ ମୂଲ୍ୟବୃଦ୍ଧିକୁ ନିୟନ୍ତ୍ରଣ କରିବାକୁ ହେଲେ ଓଏମ୍ସିକୁ ଲୁହାପଥର ଉତ୍ପାଦନ ବାର୍ଷିକ ୧୩ ମିଲିୟନ ଟନ୍ରୁ ବଢ଼ାଇ ୨୬ ମିଲିୟନ ଟନ୍ କରିବାକୁ ପଡିବ ବୋଲି କେତେଜଣ ଶିଳ୍ପ ସଂସ୍ଥା କର୍ତ୍ତୃପକ୍ଷ ମତ ପ୍ରକାଶ କରିଛନ୍ତି। ଖଣି ନିଗମ ଅଧୀନରେ ଥିବା ଜିଲିଙ୍ଗ ଓ ଗୁଆଳି ଲୁହାପଥର ଖଣିରୁ ବାର୍ଷିକ ୧୧ ମିଲିୟନ ଟନ୍ ଏବଂ ଦୈତାରୀ, ଗନ୍ଧମାର୍ଦ୍ଦନ ଓ କୋଇଡା ଖଣିରୁ ବାର୍ଷିକ ୧୫ ମିଲିୟନ ଟନ୍ ଲୁହାପଥର ଉତ୍ପାଦନ କରିବା ପାଇଁ ଶିଳ୍ପ ସଂସ୍ଥାଗୁଡିକ ଓଏମ୍ସି ନିକଟରେ ଦାବି ଜଣାଇଛନ୍ତି। ଏହାସହ ନିଲାମ ପ୍ରକ୍ରିୟାରେ ନଦୀଡ଼ିହ, ତେହେରାଇ, ରେଙ୍ଗାଳବେଡ଼ା ଓ ବଳଦା ଲୁହାପଥର ଖଣି ହାତେଇଥିବା ସଂସ୍ଥା ବର୍ତ୍ତମାନ ସୁଦ୍ଧା ଲୁହାପଥର ଉତ୍ପାଦନ ଆରମ୍ଭ କରିନାହାନ୍ତି। ଏହି ଲୁହାପଥର ଖଣିଗୁଡିକୁ ଓଏମ୍ସି ଅଧୀନକୁ ନେଇ ଲୁହାପଥର ଉତ୍ପାଦନ କରିବା ପାଇଁ କଳିଙ୍ଗନଗର ଇଣ୍ଡଷ୍ଟ୍ରି ଆସୋସିଏଶନ (କେଏନଆଇଏ)ଓ ଆସୋସିଏଟେଡ ଚାମ୍ବର ଅଫ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି ଅଫ ଇଣ୍ଡିଆ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଛନ୍ତି।
Posted inଆମ ଜିଲା ଖବର, ଯାଜପୁର, ରାଜ୍ୟ View All
ଅମାନବୀୟ: ପଥରରେ ଛେଚି ପ୍ରେମିକାଙ୍କ ଗର୍ଭପାତ, ବିବାହିତ ଥିବା କଥା ଲୁଚାଇଥିଲେ
ପରଜଙ୍ଗ, ୧୩।୬(ଡି.ଏନ୍.ଏ.): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ମହାବିରୋଡ ଫାଣ୍ଡି ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମିକଙ୍କ ମରଣାନ୍ତକ ଆକ୍ରମଣରେ ୯ମାସର ଗର୍ଭବତୀ ଥିବା...
ୟୁଜି-ପିଜି ପରୀକ୍ଷା, ଜଣେ ପିଲାଙ୍କୁ ଜଣେ ଶିକ୍ଷକଙ୍କ ଦାୟିତ୍ୱ
ଭୁବନେଶ୍ୱର,୨୫ା୬(ବ୍ୟୁରୋ): ବିଶ୍ୱବିଦ୍ୟାଳୟର କୁଳପତିମାନଙ୍କୁ ନେଇ ଶୁକ୍ରବାର ଏକ ବୈଠକ ବସିଥିଲା । ଏଥିରେ ୟୁଜି ଓ ପିଜି ପରୀକ୍ଷା ନେଇ ଆଲୋଚନା ହୋଇଛି। ଭର୍ଚୁଆଲ ବୈଠକରେ...
ସମ୍ଭାବ୍ୟ ତୃତୀୟ ଲହର ମୁକାବିଲା: ଗଞ୍ଜାମରେ ଚାଲିଛି ଶିଶୁଙ୍କ କୋଭିଡ୍ ଲକ୍ଷଣ ଯାଞ୍ଚ
ଛତ୍ରପୁର,୧୩।୬(ଡି.ଏନ୍.ଏ.): ଆଗାମୀ ଦିନରେ କରୋନାର ତୃତୀୟ ଲହରରେ ଶିଶୁମାନେ ବେଶି ସଂକ୍ରମିତ ହେବା ନେଇ ବିଶେଷଜ୍ଞମାନେ ମତ ରଖିଛନ୍ତି। ଏହି ପରିପ୍ରେକ୍ଷୀରେ କରୋନା ସଂକ୍ରମଣଠାରୁ...
ଥମୁନି ମୃତ୍ୟୁ ସଂଖ୍ୟା: ଦିନକରେ କରୋନା ନେଲା ୪୩ ଜୀବନ
ଭୁବନେଶ୍ୱର,୧୧।୬(ବ୍ୟୁରୋ): ରାଜ୍ୟରେ ଶୁକ୍ରବାର କରୋନାରେ ୪୩ଜଣ ଆଖି ବୁଜିଛନ୍ତି। ଏହା ସହିତ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୩୨୧୦ରେ ପହଞ୍ଚିଯାଇଛି। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ...
ପରକୀୟା ପ୍ରୀତି ପାଇଁ ହତ୍ୟା
କଟକ ଅଫିସ,୨୧।୬: ପରକୀୟା ପ୍ରୀତି ମହଙ୍ଗା ପଡ଼ିଲା। ଶୋଇଥିବା ଅବସ୍ଥାରେ ସ୍ତ୍ରୀଙ୍କ ପ୍ରେମିକଙ୍କୁ ସ୍ବାମୀ ଏକ ଛୁରିରେ ହତ୍ୟା କରିଛନ୍ତି। ଏଥିସହ ଆକ୍ରମଣରେ ସ୍ତ୍ରୀ ଗୁରୁତର...
‘ସମ୍ଭାବ୍ୟ ବନ୍ୟା ପାଇଁ ପ୍ରସ୍ତୁତ ରୁହ’
ଭୁବନେଶ୍ୱର,୨୪।୬(ବ୍ୟୁରୋ): ଓଡ଼ିଶାରେ ଦକ୍ଷିଣ ପଶ୍ଚିମ ମୌସୁମୀ ପ୍ରଭାବ ଆରମ୍ଭ ହୋଇଗଲାଣି । ଜୁନ୍ରୁ ଅକ୍ଟୋବର ଗୁରୁତ୍ୱପୂର୍ଣ୍ଣ ସମୟ । ଏହି ସମୟରେ ବାତ୍ୟା, ବନ୍ୟା ଆଦି...
୧୮ରୁ ୪୪ ବର୍ଷୀୟଙ୍କୁ ଦ୍ୱିତୀୟ ଡୋଜ୍ ଟିକା ୮ରୁ
ଭୁବନେଶ୍ୱର, ୫।୬(ବ୍ୟୁରୋ): ରାଜଧାନୀରେ ୧୮ରୁ ୪୪ ବର୍ଷୀୟଙ୍କ ଦ୍ୱିତୀୟ ଡୋଜ୍ ଟିକାକରଣ ପାଇଁ ବିଏମ୍ସି ପକ୍ଷରୁ ସ୍ବତନ୍ତ୍ର ପ୍ରସ୍ତୁତି କରାଯାଇଛି। ଆସନ୍ତା ୮ ତାରିଖରୁ ଏନେଇ...
ଧରିତ୍ରୀ ପ୍ରଭାବ: ରାସ୍ତା ମଝିର ଗର୍ତ୍ତ ପୋତାଗଲା
ଅସ୍ତରଙ୍ଗ, ୧୪ା୬(ଡି.ଏନ୍.ଏ.): ଅସ୍ତରଙ୍ଗ- ନୂଆଗଡ ରାସ୍ତା ମଝିରେ ସୃଷ୍ଟି ହୋଇଥିବା ଏକ ବଡ଼ ଗର୍ତ୍ତକୁ ନେଇ ରବିବାର ଖବର ପ୍ରକାଶ ପାଇବା ପରେ ପୂର୍ତ୍ତ ବିଭାଗ...


