ନୂଆଦିଲ୍ଲୀ/ଶ୍ରୀନଗର,୨୧ା୬: ୨୦୧୯ ଅଗଷ୍ଟ ୫ରେ କେନ୍ଦ୍ର ସରକାର ସମ୍ବିଧାନର ଅନୁଚ୍ଛେଦ ୩୭୦କୁ ଉଚ୍ଛେଦ କରିବା ସହ ଜମ୍ମୁ-କଶ୍ମୀରର ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ପ୍ରତ୍ୟାହାର କରିଥିଲେ। ଉପଯୁକ୍ତ ସମୟରେ ରାଜ୍ୟ ମାନ୍ୟତା ଫେରାଇ ଦିଆଯିବ ବୋଲି ସେତେବେଳେ ସରକାରଙ୍କ ପକ୍ଷରୁ କୁହାଯାଇଥିଲା। ଆସନ୍ତା ଅଗଷ୍ଟରେ ଏହି ପଦକ୍ଷେପକୁ ୨ ବର୍ଷ ପୂରିବାକୁ ଯାଉଥିବାବେଳେ କଶ୍ମୀର ଉପରେ କେନ୍ଦ୍ର କିଛି ବଡ଼ ନିଷ୍ପତ୍ତି ନେଇପାରେ ବୋଲି କଳ୍ପନାଜଳ୍ପନା ପ୍ରକାଶ ପାଇବାରେ ଲାଗିଛି। ଏଭଳି ଚର୍ଚ୍ଚାକୁ ବଳ ଦେଇଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ଜୁନ୍ ୨୪ ବୈଠକ। ଏହି ସର୍ବଦଳୀୟ ବୈଠକରେ ସାମିଲ ହେବା ପାଇଁ ଜମ୍ମୁ-କଶ୍ମୀରର ୧୪ ନେତାଙ୍କୁ ଆମନ୍ତ୍ରଣ କରାଯାଇଛି। ଗତ ୨ ବର୍ଷ ମଧ୍ୟରେ ଏଭଳି ବୈଠକ କେବେ କରାଯାଇ ନ ଥିବାରୁ ମୋଦି ସରକାର ମନରେ କ’ଣ ଅଛି ତାହା ଜାଣିବା ପାଇଁ ସମସ୍ତଙ୍କ ଉତ୍ସୁକତା ବଢ଼ିବାରେ ଲାଗିଛି। କଂଗ୍ରେସ ସମେତ ଅନ୍ୟ ବିରୋଧୀ ଦଳଗୁଡ଼ିକ ଜମ୍ମୁ-କଶ୍ମୀରକୁ ରାଜ୍ୟ ମାନ୍ୟତା ଫେରାଇଦେବା ପାଇଁ ଦାବି କରିଛନ୍ତି। ତେବେ ପ୍ରଧାନମନ୍ତ୍ରୀଙ୍କ ବୈଠକ ମାନ୍ୟତା ଫେରସ୍ତ ପାଇଁ ନୁହେଁ, ବରଂ ଏହି କେନ୍ଦ୍ରଶାସିତ ଅଞ୍ଚଳର ପୁନର୍ଗଠନ ଉଦ୍ଦେଶ୍ୟରେ ଡକାଯାଇଥିବା ସୂତ୍ରରୁ ଜଣାପଡ଼ିଛି।
ରାଜ୍ୟ ମାନ୍ୟତା ଫେରାଇବା ସମୟ ଆସିନାହିଁ। ଜୁନ୍ ପ୍ରଥମ ସପ୍ତାହରେ ଆରମ୍ଭ ହୋଇଥିବା ପ୍ରଶାସନିକ କସରତ ଲାଗି ରାଜନୈତିକ ବୈଧତା ହାସଲ ଉଦ୍ଦେଶ୍ୟରେ ଏହା କେନ୍ଦ୍ରର ଏକ ପଦକ୍ଷେପ। ବର୍ତ୍ତମାନ କେନ୍ଦ୍ର ବିଧାନସଭା ନିର୍ବାଚନ ପ୍ରକ୍ରିୟା ଆରମ୍ଭ କରିବା ପାଇଁ ପ୍ରସ୍ତୁତ, ଯେଉଁଥିପାଇଁ ପ୍ରଥମେ ପୁନର୍ଗଠନ ପ୍ରକ୍ରିୟା ଶେଷ କରିବାକୁ ପଡ଼ିବ। ଏହି ପ୍ରକ୍ରିୟାରେ ଏକ ରାଜ୍ୟ କିମ୍ବା କେନ୍ଦ୍ରଶାସିତ ଅଞ୍ଚଳର ବିଧାନସଭା ଓ ଲୋକ ସଭା ନିର୍ବାଚନମଣ୍ଡଳୀଗୁଡ଼ିକର ସୀମା ପୁନଃ ନିର୍ଦ୍ଧାରଣ କରାଯାଇଥାଏ। ଗତବର୍ଷ ଜଷ୍ଟିସ୍ ରଞ୍ଜନା ପ୍ରକାଶ ଦେଶାଇ(ଅବସରପ୍ରାପ୍ତ ବିଚାରପତି)ଙ୍କ ଅଧ୍ୟକ୍ଷତାରେ ଗଠିତ ଡିଲିମିଟେଶନ କମିଶନ ଏଥିପାଇଁ ସମସ୍ତ ଜିଲାପାଳଙ୍କୁ ମୌଳିକ ତଥ୍ୟ ମାଗିଛନ୍ତି। ତେବେ ଉକ୍ତ ବୈଠକରେ ରାଜ୍ୟ ମାନ୍ୟତା ଫେରାଇବା ନେଇ ମଧ୍ୟ ଆଲୋଚନା ହୋଇପାରେ। ଏଥିରେ ୮ ରାଜନୈତିକ ଦଳର ୧୪ ନେତା ସାମିଲ ହୋଇପାରନ୍ତି। ସେମାନଙ୍କ ମଧ୍ୟରୁ ପିପୁଲ୍ସ ଡେମୋକ୍ରାଟିକ୍ ପାର୍ଟି (ପିଡିପି) ଅଧ୍ୟକ୍ଷା ମେହବୁବା ମୁଫ୍ତି ବୈଠକରେ ଯୋଗଦେବା ପାଇଁ ଦିଲ୍ଲୀ ଯିବେ ବୋଲି କହିଛନ୍ତି। ନ୍ୟାଶନାଲ କନ୍ଫରେନ୍ସ (ଏନ୍ସି) ମୁଖ୍ୟ ଫାରୁକ୍ ଅବ୍ଦୁଲ୍ଲା ଏନେଇ ପିପୁଲ୍ସ ଆଲାଏନ୍ସ ଫର୍ ଗୁପ୍କାର ଡିକ୍ଲାରେଶନ (ପିଏଜିଡି)ରେ ସାମିଲ ଥିବା ୬ ରାଜନୈତିକ ଦଳ ସହ ଆଲୋଚନା କରିଛନ୍ତି। ଅନ୍ୟ ଦଳଗୁଡ଼ିକ ହେଲେ ପିଡିପି, ସିପିଏମ୍, ଆଓ୍ବାମି ନ୍ୟାଶନାଲ କନ୍ଫରେନ୍ସ, ସିପିଆଇ ଏବଂ ଜମ୍ମୁ-କଶ୍ମୀର ପିପୁଲ୍ସ ମୁଭ୍ମେଣ୍ଟ। କେନ୍ଦ୍ରର ନିମନ୍ତ୍ରଣ ଉପରେ ଗୁପ୍କାର ମେଣ୍ଟ ମଙ୍ଗଳବାର ନିଷ୍ପତ୍ତି ନେବ। ରବିବାର ଉପରାଜ୍ୟପାଳ ମନୋଜ ସିହ୍ନା ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂଙ୍କୁ ଭେଟିଛନ୍ତି। ଶୁକ୍ରବାର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍ ଶାହା ଦେଶର ସୁରକ୍ଷା ସଂସ୍ଥାଗୁଡ଼ିକର ମୁଖ୍ୟଙ୍କୁ ନେଇ ଏକ ବୈଠକ କରିଥିଲେ।
୩୨ ଅତିରିକ୍ତ ଜିଲାପାଳଙ୍କୁ ଉପହାରରେ ମିଳିଲା ଦାମୀ କାର୍
ହାଇଦ୍ରାବାଦ,୧୪।୬: ମହାମାରୀ ସମୟରେ ଉନ୍ନତିମୂଳକ କାର୍ଯ୍ୟକୁ ଆଗେଇ ନେବା ପାଇଁ ତେଲେଙ୍ଗାନାର ୩୨ ଅତିରିକ୍ତ ଜିଲାପାଳଙ୍କୁ ରାଜ୍ୟ ସରକାର ଦାମୀ କାର୍ ଉପହାର ସ୍ବରୂପ ପ୍ରଦାନ...
‘ଜୟ ଶ୍ରୀ ରାମ’ ନ କହିବାରୁ ମାଡ଼ ଘଟଣା, ମିଛ କହୁଛି ୟୁପି ପୋଲିସ
ନୂଆଦିଲ୍ଲୀ,୧୬।୬: ‘ଜୟଶ୍ରୀ ରାମ’ ନ କହିବାରୁ ମୁସଲିମ ବୃଦ୍ଧଙ୍କୁ ମାଡ଼ ମରାଯିବା ଘଟଣା ବୁଧବାର ନୂଆ ମୋଡ଼ ନେଇଛି। ଟୁଇଟର ଓ ଜର୍ନାଲିଷ୍ଟ, କଂଗ୍ରେସ ନେତାଙ୍କ...
ସ୍ବାମୀଙ୍କ ଉପରେ ଚାଲିଛି ସ୍ତ୍ରୀର ହତ୍ୟା ମାମଲା, ୮ ମାସ ପରେ ପ୍ରେମିକଙ୍କ ଘରୁ ମିଳିଲେ ମହିଳା
ପାଟନା,୧୮ା୬: ବିହାରର ଦାନାପୁର (ସୁଲତାନପୁର)ରୁ ସାମ୍ନାକୁ ଆସିଛି ସଭିଙ୍କୁ ଚମାକାଇ ଦେଲା ଭଳି ଘଟଣା। ୮ ମାସ ହେଲା ସ୍ବାମୀ ଓ ତାଙ୍କ ପରିବାରବର୍ଗଙ୍କ ବିରୋଧରେ...
ଦୈନିକ ସଂକ୍ରମଣ ପୁଣି ଟପିଲା ୫୦ ହଜାର…
ନୂଆଦିଲ୍ଲୀ,୨୪।୬: ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତିରେ ଧୀରେଧୀରେ ସୁଧାର ଆସୁଛି। ଦେଶରେ ଦୈନିକ ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି।...
ଭାକ୍ସିନ୍ ନେଲେ ହ୍ରାସ ପାଉଛି ପ୍ରଜନନ କ୍ଷମତା, ସ୍ବାସ୍ଥ୍ୟ ମନ୍ତ୍ରଣାଳୟ କଲା ଖଣ୍ଡନ…
ନୂଆଦିଲ୍ଲୀ,୨୨।୬: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଯୋଗୁ ସଙ୍କଟ ସୃଷ୍ଟି ହୋଇଛି। ଏପରିସ୍ଥଳେ ସଂକ୍ରମଣରୁ ଦୂରେଇ ରହିବା ଲାଗି ସରକାରଙ୍କ ପକ୍ଷରୁ ସାର୍ବଜନୀକ...
କୋଭିଡ୍ ମୃତ୍ୟୁ: ପରିବାରକୁ ମିଳିପାରେ ୪ ଲକ୍ଷ
ନୂଆଦିଲ୍ଲୀ, ୧୨।୬(ଆଇଏଏନ୍ଏସ୍): କରୋନାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାର ସଦସ୍ୟଙ୍କୁ ୪ ଲକ୍ଷ ଟଙ୍କା ଆର୍ଥିକ କ୍ଷତିପୂରଣ ଯୋଗାଇଦେବା ପାଇଁ ଏକ ଆବେଦନର ବିଚାର କରାଯାଉଛି...
ଖୁସି ଖବର: ଭାକ୍ସିନ୍ ମିକ୍ସିଂରେ ପରାଜିତ ହେବ କରୋନା…
ନୂଆଦିଲ୍ଲୀ,୧୨।୬: ଭାରତରେ କରୋନା ମହାମାରୀର ଦ୍ୱିତୀୟ ଲହର ଯୋଗୁ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। ସଂକ୍ରମଣରୁ ଦୂରେଇ ରହିବା ପାଇଁ ସରକାରଙ୍କ ପକ୍ଷରୁ ସାର୍ବଜନୀକ...
ଜେଏନ୍ୟୁରେ ଛାତ୍ର-କର୍ମଚାରୀ ସଂଘର୍ଷ
ନୂଆଦିଲ୍ଲୀ,୧୦।୬: ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ(ଜେଏନ୍ୟୁ)ର ଗୋଟିଏ ଗୋଷ୍ଠୀ ଛାତ୍ର ଏବଂ କର୍ମଚାରୀଙ୍କ ମଧ୍ୟରେ ସଂଘର୍ଷ ଘଟିଛି। ଛାତ୍ରଗୋଷ୍ଠୀ ଜବରଦସ୍ତ ସେଣ୍ଟ୍ରାଲ ଲାଇବ୍ରେରିରେ ପ୍ରବେଶ କରି କାଚ...


