ନୂଆଦିଲ୍ଲୀ/ଶ୍ରୀନଗର,୨୧ା୬: ୨୦୧୯ ଅଗଷ୍ଟ ୫ରେ କେନ୍ଦ୍ର ସରକାର ସମ୍ବିଧାନର ଅନୁଚ୍ଛେଦ ୩୭୦କୁ ଉଚ୍ଛେଦ କରିବା ସହ ଜମ୍ମୁ-କଶ୍ମୀରର ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ପ୍ରତ୍ୟାହାର କରିଥିଲେ। ଉପଯୁକ୍ତ ସମୟରେ ରାଜ୍ୟ ମାନ୍ୟତା ଫେରାଇ ଦିଆଯିବ ବୋଲି ସେତେବେଳେ ସରକାରଙ୍କ ପକ୍ଷରୁ କୁହାଯାଇଥିଲା। ଆସନ୍ତା ଅଗଷ୍ଟରେ ଏହି ପଦକ୍ଷେପକୁ ୨ ବର୍ଷ ପୂରିବାକୁ ଯାଉଥିବାବେଳେ କଶ୍ମୀର ଉପରେ କେନ୍ଦ୍ର କିଛି ବଡ଼ ନିଷ୍ପତ୍ତି ନେଇପାରେ ବୋଲି କଳ୍ପନାଜଳ୍ପନା ପ୍ରକାଶ ପାଇବାରେ ଲାଗିଛି। ଏଭଳି ଚର୍ଚ୍ଚାକୁ ବଳ ଦେଇଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ଜୁନ୍ ୨୪ ବୈଠକ। ଏହି ସର୍ବଦଳୀୟ ବୈଠକରେ ସାମିଲ ହେବା ପାଇଁ ଜମ୍ମୁ-କଶ୍ମୀରର ୧୪ ନେତାଙ୍କୁ ଆମନ୍ତ୍ରଣ କରାଯାଇଛି। ଗତ ୨ ବର୍ଷ ମଧ୍ୟରେ ଏଭଳି ବୈଠକ କେବେ କରାଯାଇ ନ ଥିବାରୁ ମୋଦି ସରକାର ମନରେ କ’ଣ ଅଛି ତାହା ଜାଣିବା ପାଇଁ ସମସ୍ତଙ୍କ ଉତ୍ସୁକତା ବଢ଼ିବାରେ ଲାଗିଛି। କଂଗ୍ରେସ ସମେତ ଅନ୍ୟ ବିରୋଧୀ ଦଳଗୁଡ଼ିକ ଜମ୍ମୁ-କଶ୍ମୀରକୁ ରାଜ୍ୟ ମାନ୍ୟତା ଫେରାଇଦେବା ପାଇଁ ଦାବି କରିଛନ୍ତି। ତେବେ ପ୍ରଧାନମନ୍ତ୍ରୀଙ୍କ ବୈଠକ ମାନ୍ୟତା ଫେରସ୍ତ ପାଇଁ ନୁହେଁ, ବରଂ ଏହି କେନ୍ଦ୍ରଶାସିତ ଅଞ୍ଚଳର ପୁନର୍ଗଠନ ଉଦ୍ଦେଶ୍ୟରେ ଡକାଯାଇଥିବା ସୂତ୍ରରୁ ଜଣାପଡ଼ିଛି।
ରାଜ୍ୟ ମାନ୍ୟତା ଫେରାଇବା ସମୟ ଆସିନାହିଁ। ଜୁନ୍ ପ୍ରଥମ ସପ୍ତାହରେ ଆରମ୍ଭ ହୋଇଥିବା ପ୍ରଶାସନିକ କସରତ ଲାଗି ରାଜନୈତିକ ବୈଧତା ହାସଲ ଉଦ୍ଦେଶ୍ୟରେ ଏହା କେନ୍ଦ୍ରର ଏକ ପଦକ୍ଷେପ। ବର୍ତ୍ତମାନ କେନ୍ଦ୍ର ବିଧାନସଭା ନିର୍ବାଚନ ପ୍ରକ୍ରିୟା ଆରମ୍ଭ କରିବା ପାଇଁ ପ୍ରସ୍ତୁତ, ଯେଉଁଥିପାଇଁ ପ୍ରଥମେ ପୁନର୍ଗଠନ ପ୍ରକ୍ରିୟା ଶେଷ କରିବାକୁ ପଡ଼ିବ। ଏହି ପ୍ରକ୍ରିୟାରେ ଏକ ରାଜ୍ୟ କିମ୍ବା କେନ୍ଦ୍ରଶାସିତ ଅଞ୍ଚଳର ବିଧାନସଭା ଓ ଲୋକ ସଭା ନିର୍ବାଚନମଣ୍ଡଳୀଗୁଡ଼ିକର ସୀମା ପୁନଃ ନିର୍ଦ୍ଧାରଣ କରାଯାଇଥାଏ। ଗତବର୍ଷ ଜଷ୍ଟିସ୍ ରଞ୍ଜନା ପ୍ରକାଶ ଦେଶାଇ(ଅବସରପ୍ରାପ୍ତ ବିଚାରପତି)ଙ୍କ ଅଧ୍ୟକ୍ଷତାରେ ଗଠିତ ଡିଲିମିଟେଶନ କମିଶନ ଏଥିପାଇଁ ସମସ୍ତ ଜିଲାପାଳଙ୍କୁ ମୌଳିକ ତଥ୍ୟ ମାଗିଛନ୍ତି। ତେବେ ଉକ୍ତ ବୈଠକରେ ରାଜ୍ୟ ମାନ୍ୟତା ଫେରାଇବା ନେଇ ମଧ୍ୟ ଆଲୋଚନା ହୋଇପାରେ। ଏଥିରେ ୮ ରାଜନୈତିକ ଦଳର ୧୪ ନେତା ସାମିଲ ହୋଇପାରନ୍ତି। ସେମାନଙ୍କ ମଧ୍ୟରୁ ପିପୁଲ୍ସ ଡେମୋକ୍ରାଟିକ୍ ପାର୍ଟି (ପିଡିପି) ଅଧ୍ୟକ୍ଷା ମେହବୁବା ମୁଫ୍ତି ବୈଠକରେ ଯୋଗଦେବା ପାଇଁ ଦିଲ୍ଲୀ ଯିବେ ବୋଲି କହିଛନ୍ତି। ନ୍ୟାଶନାଲ କନ୍ଫରେନ୍ସ (ଏନ୍ସି) ମୁଖ୍ୟ ଫାରୁକ୍ ଅବ୍ଦୁଲ୍ଲା ଏନେଇ ପିପୁଲ୍ସ ଆଲାଏନ୍ସ ଫର୍ ଗୁପ୍କାର ଡିକ୍ଲାରେଶନ (ପିଏଜିଡି)ରେ ସାମିଲ ଥିବା ୬ ରାଜନୈତିକ ଦଳ ସହ ଆଲୋଚନା କରିଛନ୍ତି। ଅନ୍ୟ ଦଳଗୁଡ଼ିକ ହେଲେ ପିଡିପି, ସିପିଏମ୍, ଆଓ୍ବାମି ନ୍ୟାଶନାଲ କନ୍ଫରେନ୍ସ, ସିପିଆଇ ଏବଂ ଜମ୍ମୁ-କଶ୍ମୀର ପିପୁଲ୍ସ ମୁଭ୍ମେଣ୍ଟ। କେନ୍ଦ୍ରର ନିମନ୍ତ୍ରଣ ଉପରେ ଗୁପ୍କାର ମେଣ୍ଟ ମଙ୍ଗଳବାର ନିଷ୍ପତ୍ତି ନେବ। ରବିବାର ଉପରାଜ୍ୟପାଳ ମନୋଜ ସିହ୍ନା ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂଙ୍କୁ ଭେଟିଛନ୍ତି। ଶୁକ୍ରବାର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍ ଶାହା ଦେଶର ସୁରକ୍ଷା ସଂସ୍ଥାଗୁଡ଼ିକର ମୁଖ୍ୟଙ୍କୁ ନେଇ ଏକ ବୈଠକ କରିଥିଲେ।
୮୮ ଦିନ ପରେ ସର୍ବନିମ୍ନ ନୂଆ ଆକ୍ରାନ୍ତ ଚିହ୍ନଟ…
ନୂଆଦିଲ୍ଲୀ,୨୧।୬: ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତିରେ ଧୀରେଧୀରେ ସୁଧାର ଆସୁଛି। ଲକ୍ଡାଉନ୍ ପ୍ରଭାବରୁ ସଂକ୍ରମଣ କମିବାରେ ଲାଗିଛି। ୮୮ ଦିନ ପରେ ସୋମବାର ଦେଶରେ...
ଦିଲ୍ଲୀ ଏମ୍ସରେ ଛୁଆଙ୍କ ଉପରେ ହେବ ଟିକା ପରୀକ୍ଷା
ନୂଆଦିଲ୍ଲୀ, ୧୪।୬: ସ୍ବଦେଶୀ ଜ୍ଞାନକୌଶଳରେ ବିକଶିତ ତଥା ଭାରତ ବାୟୋଟେକ୍ ଦ୍ୱାରା ପ୍ରସ୍ତୁତ କୋଭାକ୍ସିନ ଟିକାର କ୍ଲିନିକାଲ ପରୀକ୍ଷା ଦିଲ୍ଲୀ ଏମ୍ସରେ ମଙ୍ଗଳବାରଠାରୁ ୬ରୁ ୧୨...
୨ ଭଉଣୀଙ୍କୁ ଗଣବଳାତ୍କାର
ଜୟପୁର,୫।୬: ରାଜସ୍ଥାନର ଜୟପୁରରେ ଦୁଇ ଭଉଣୀଙ୍କୁ ନିସ୍ତୁକ ମାଡ଼ ମାରି ଗଣବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ରାଜ୍ୟ ପୋଲିସ ଘଟଣାରେ ସମ୍ପୃକ୍ତ ୪ ଅଭିଯୁକ୍ତଙ୍କୁ ଗିରଫ...
ସିଜେଆଇଙ୍କୁ ଚିଠି ଲେଖିଲେ ଛାତ୍ରୀ
କରୋନାରେ ଲୋକଙ୍କ କଷ୍ଟ ବୁଝି ସେମାନଙ୍କ ଜୀବନ ବଞ୍ଚାଇବାକୁ ପ୍ରଭାବୀ ଢଙ୍ଗରେ ହସ୍ତକ୍ଷେପ କରିଥିବାରୁ ସିଜେଆଇ ଏନ୍. ଭି. ରମାନାଙ୍କୁ ଧନ୍ୟବାଦ ଜଣାଇଛନ୍ତି କେରଳର ୫ମ...
ବିଚାରପତିଙ୍କୁ ଜୋତା ଫିଙ୍ଗିବାରୁ ୧୮ ମାସ ଜେଲ
ଅହମ୍ମଦାବାଦ: ଗୁଜରାଟ ହାଇକୋର୍ଟର ଜଣେ ବିଚାରପତିଙ୍କୁ ଜୋତା ଫିଙ୍ଗିବାରୁ ଜଣେ ବ୍ୟକ୍ତିଙ୍କୁ ଦେଢ଼ବର୍ଷ ପାଇଁ ଜେଲ ଦଣ୍ଡାଦେଶ ହୋଇଛି। ରାଜକୋଟ ଜିଲା ଭୟଭଦର ଚା’ ଦୋକାନୀ...
‘ଲୋକପ୍ରିୟତା ପାଇବା ପାଇଁ ଆବେଦନ କରିଥିଲେ ଜୁହି’
ନୂଆଦିଲ୍ଲୀ,୪।୬ : ଦେଶରେ ୫ଜି ନେଟୱର୍କ ବ୍ୟବସ୍ଥା ବିରୋଧରେ ଦିଲ୍ଲୀ ହାଇକୋର୍ଟରେ ବଲିଉଡ ଅଭିନେତ୍ରୀ ଜୁହି ଚାୱଲା ଆବେଦନ କରିଥିଲେ। ଏହି ଆବେଦନକୁ ଶୁକ୍ରବାର କୋର୍ଟ...
ଗୋଇନ୍ଦା, ସୁରକ୍ଷା ଅଧିକାରୀଙ୍କ ଉପରେ ଅଙ୍କୁଶ
ନୂଆଦିଲ୍ଲୀ, ୩।୬(ଆଇଏଏନ୍ଏସ୍): ଦେଶର ଗୋଇନ୍ଦା କିମ୍ବା ସୁରକ୍ଷା ବିଭାଗରେ କାର୍ଯ୍ୟରତ ଅଧିକାରୀ ଉପଯୁକ୍ତ କର୍ତ୍ତୃପକ୍ଷଙ୍କର ପ୍ରାକ୍ ମଞ୍ଜୁରୀ ବିନା କୌଣସି ବିଷୟ ପ୍ରକାଶ କରିପାରିବେ ନାହିଁ।...
୮୦ କୋଟି ଲୋକଙ୍କୁ ମାଗଣା ରାଶନ
ନୂଆଦିଲ୍ଲୀ,୭।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ସମ୍ବୋଧନ କରି ସୋମବାର ମାଗଣା ଟିକା ସହ ରାଶନ ଦେବାକୁ ଘୋଷଣା କରିଛନ୍ତି। ନଭେମ୍ବର ପର୍ଯ୍ୟନ୍ତ ଦେଶର ୮୦...


