ଜନସେବା କରିବାର ତରିକା ସମାଜସେବୀ ମାତିୟୁର ରହମାନଙ୍କ କ୍ଷେତ୍ରରେ ନିଶ୍ଚିତ ଭିନ୍ନ। ସେ ବିଦେଶରୁ ମୃତଦେହ ଆଣିବାରେ ଗରିବ ଲୋକମାନଙ୍କୁ ସହଯୋଗ କରୁଛନ୍ତି । ସବୁ କାଗଜପତ୍ର ଯୋଗାଡ଼ କରି ବିଦେଶରୁ ମୃତଦେହ ଆଣିବାରେ ବହୁ ଆଇନଗତ ପଦ୍ଧତି ରହିଥିବା ଯୋଗୁ ଗରିବ ଲୋକମାନଙ୍କ ପକ୍ଷରେ ଏହା ସହଜ ହୋଇ ନ ଥାଏ। ଏଣୁ ରହମାନ ସେମାନଙ୍କ ପାଖରେ ରହି ସବୁ କାର୍ଯ୍ୟ କରନ୍ତି ଓ ଏଥିତ୍ପାଇଁ ଲୋକଙ୍କଠାରୁ କୌଣସି ଦେୟ ମଧ୍ୟ ନିଅନ୍ତି ନାହିଁ। କେବଳ ଏତିକି ନୁହେଁ ବିଦେଶରେ କୌଣସି କାରଣରୁ ଜେଲ କିମ୍ବା ଡିଟେନ୍ଶନ କ୍ୟାମ୍ପରୁ ଲୋକଙ୍କୁ ମୁକ୍ତ କରିବାରେ ସାହାଯ୍ୟ କରୁଛନ୍ତି। ସେ ଖବର ପାଇବା କ୍ଷଣି ଆମ ଦେଶର ବହିର୍ବ୍ୟାପାର ମନ୍ତ୍ରଣାଳୟ (ଏମ୍ଇଏ) ଓ ସାଉଦିଆରବ ରାଷ୍ଟ୍ରଗୁଡ଼ିକରେ ଭାରତୀୟ ରାଷ୍ଟ୍ରଦୂତଙ୍କ ସହ ଯୋଗାଯୋଗରେ ଲାଗିପଡ଼ନ୍ତି। ଇ-ମେଲ୍ ଓ ଟୁଇଟର ମାଧ୍ୟମରେ ସେ ଏହା କରିଥାଆନ୍ତି। ଏହି କାର୍ଯ୍ୟ କରିବା ଲାଗି ସେ ୨୦୦୬ରେ କର୍ଣ୍ଣ ସୁବର୍ଣ୍ଣ ଓ୍ବେଲଫେୟାର ସୋସାଇଟି ଗଠନ କରିଛନ୍ତି। ଏବେ ସୁଦ୍ଧା ସେ ୩୭ ମୃତଦେହ ସାଉଦିଆରବ, ୟୁଏଇ, କୁଏଟ୍ ଏବଂ ମାଲେସିଆରୁ ଆଣିବାରେ ଲୋକଙ୍କୁ ସାହାଯ୍ୟ କରିସାରିଛନ୍ତି। ଏବେ ଏହି ସବୁ ଦେଶରେ ଡିଟେନ୍ଶନ କ୍ୟାମ୍ପ ଓ ଜେଲରେ ରହିଥିବା ପ୍ରାୟ ୮ ଜଣ ଲୋକଙ୍କୁ ଉଦ୍ଧାର କରିବା କାର୍ଯ୍ୟରେ ସେମାନଙ୍କ ସମ୍ପର୍କୀୟଙ୍କୁ ସହଯୋଗର ହାତ ବଢ଼ାଇଛନ୍ତି।
ଟେକ୍ ରିପୋର୍ଟର
କେ ବଳ ଭାରତ ନୁହେଁ, ଏସିଆ ମହାଦେଶର ଅଧିକାଂଶ ମାତାପିତା ସେମାନଙ୍କ ପିଲାଙ୍କ ଭବିଷ୍ୟତ ଓ ବୃତ୍ତିଗତ ଜୀବନ ନେଇ ଯେଉଁ ଆକାଂକ୍ଷା ରଖିଥାଆନ୍ତି ସେଥିରେ...
ବାବା ଓ ବିଜ୍ଞାନ
ଡ. ପ୍ରଫୁଲ୍ଲ କୁମାର ସାହୁ ସଭ୍ୟତା ଆରମ୍ଭରୁ କେତେ କେତେ ମହାମାରୀକୁ ପରାସ୍ତ କରି ବିଜ୍ଞାନ ଆଗକୁ ବଢିଛି, ଯା’ର ସାକ୍ଷୀ ହେଉଛି ଇତିହାସ। ବିଜ୍ଞାନର...
ଏଇ ଭାରତରେ
ପ୍ରାକୃତିକ ବିପର୍ଯ୍ୟୟ ସମୟରେ ମଣିଷ ଜୀବନ ବଞ୍ଚାଇବା ଲାଗି ଯେତିକି ଗୁରୁତ୍ୱ ଦିଆଯାଏ ବାହାରେ ରହୁଥିତ୍ବା ପ୍ରାଣୀଙ୍କ ସୁରକ୍ଷା ଉପରେ ସେତିକି ଧ୍ୟାନ ଦିଆଯାଇ ନ...
ଆଲୋଚନାରେ କଶ୍ମୀର
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଜମ୍ମୁ ଓ କଶ୍ମୀରର ୧୪ ରାଜନୈତିକ ଦଳର ପ୍ରମୁଖ ନେତାମାନେ ଜୁନ୍ ୨୪ରେ ଆଲୋଚନା କରିବେ ବୋଲି ଜଣାପଡ଼ିଛି। ଏହା...
କରୋନା କୁଟିର
ସମରେନ୍ଦ୍ର ବଳିଆରସିଂହ କରୋନା ଗୋଟେ କାଳର ନାଁ, ‘ସାକ୍ଷାତ ଯମ’। କାହାକୁ ନେଇଯାଇଛି ତ, କାହା ଦେହରେ ହାତ ଆଉଁସି ପଳେଇ ଯାଇଛି। କି...
ବହୁପତ୍ନୀ ପରମ୍ପରାରେ ନାରୀ ନିଷ୍ପେଷିତ କି
ସାରଦା ପ୍ରସାଦ କର ‘ବୀରଭୋଗ୍ୟା ବସୁନ୍ଧରା’ ଉକ୍ତିଟି ଭାରତ ଭୂଖଣ୍ଡର ମୂଳଭାଷା ହେଲେ ମଧ୍ୟ ସାରା ବିଶ୍ୱ ବୀର ପ୍ରସବିନୀମାନଙ୍କୁ ନେଇ ଗର୍ବିତ। ଦେଶ ଦେଶ...
ସହନଶୀଳତା ଆବଶ୍ୟକ
ପଶ୍ଚିମବଙ୍ଗ ନିର୍ବାଚନ ଫଳାଫଳଠାରୁ ଏବେ ସେଠାରେ କେନ୍ଦ୍ର-ରାଜ୍ୟ ମଧ୍ୟରେ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କୁ ନେଇ ଚାଲିଥିବା ଟଣାଓଟରା ଏକ ରୋଚକ ସ୍ଥିତି ସୃଷ୍ଟି କରିଛି। ପଶ୍ଚିମବଙ୍ଗ...
ମିଛ ହେଲାଣି କାଳ
ଭାରତରେ କୋଭିଡ୍-୧୯ ଯୋଗୁ ଅଦ୍ୟାବଧି ୩ ଲକ୍ଷ ୮୮ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ଘଟିଥିବା ସରକାରୀ ତଥ୍ୟରୁ ଜଣାପଡ଼ିଛି। ହେଲେ ବାସ୍ତବ ତଥ୍ୟ ଖୋଜି...


