ପ୍ରତି ବର୍ଷ ଜୁନ୍ ୨୧ରେ ସାରା ବିଶ୍ୱରେ ପାଳନ କରାଯାଏ ‘ଓ୍ବାଲର୍ଡ ମ୍ୟୁଜିକ୍ ଡେ’। ସଙ୍ଗୀତ ଭଳି ଉପହାର ଭେଟି ଦେଉଥିବାରୁ ସଙ୍ଗୀତଜ୍ଞ, ଗାୟକଙ୍କ ସମ୍ମାନରେ ଏହି ସ୍ବତନ୍ତ୍ର ଦିବସ ପାଳନ ହୋଇଥାଏ। ସଙ୍ଗୀତ ବିହୀନ ସୃଷ୍ଟି ଯେ ଅନେକଙ୍କ ପାଇଁ ନିରର୍ଥକ ବୋଲି ବାର୍ତ୍ତା ପ୍ରଦାନ ଏହି ଦିବସର ଉଦ୍ଦେଶ୍ୟ। ୧୯୮୨ରେ ପ୍ରଥମେ ମ୍ୟୁଜିକ୍ ଡେ’ ପାଳନ ହୋଇଥିଲା। ଫ୍ରାନ୍ସର କଳା ଓ ସଂସ୍କୃତି ମନ୍ତ୍ରୀ ଜ୍ୟାକ୍ ଲାଙ୍ଗେ ଏବଂ ସଙ୍ଗୀତଜ୍ଞ ମୌରିସି ଫ୍ଲୁରେଟ୍ ପ୍ରଥମେ ପ୍ୟାରିସ୍ରେ ‘ଫେଟେ ଡେ ଲା ମ୍ୟୁଜିକ’ ଉତ୍ସବ ଆୟୋଜନ କରିଥିଲେ। ଏହାପରଠାରୁ ଭାରତ, ଆମେରିକା, ଅଷ୍ଟ୍ରେଲିଆ, ଇଟାଲୀ, ଜାପାନ, ଚାଇନା, ମାଲେସିଆ ସମେତ ସାରା ବିଶ୍ୱରେ ଏହି ଦିବସ ବେଶ୍ ଲୋକପ୍ରିୟ ହୋଇପାରିଛି।
ବିନା କୌଣସି ଦେୟରେ ସଭିଏ ସଙ୍ଗୀତର ମଜା ଉଠାଇବାକୁ ବିଶ୍ୱର ବିଭିନ୍ନ ପ୍ରାନ୍ତରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ ହୋଇଥାଏ। ଏଥିରେ ଉଭୟ ବୃତ୍ତିଗତ ସଙ୍ଗୀତଜ୍ଞ ଏବଂ ଉତ୍ସାହୀ କଳାକାର ଦୁନିଆକୁ ସେମାନଙ୍କ ପ୍ରତିଭା ପ୍ରଦର୍ଶନ ପାଇଁ ଏକ ପ୍ଲାଟଫର୍ମ ମିଳିଥାଏ। ସଙ୍ଗୀତର ମହତ୍ତ୍ୱ ଏବଂ ଏହା କିପରି ମନ ଓ ଶରୀର ପାଇଁ ଉପଯୋଗୀ ତାହା ଉପରେ ଆଲୋକପାତ କରିବା ଉତ୍ସବ ପାଳନର ପ୍ରକୃତ ଉଦ୍ଦେଶ୍ୟ ରହିଥାଏ। ସଙ୍ଗୀତ ଉପରେ ବିଶେଷଜ୍ଞମାନେ ଅନେକ ଅଧ୍ୟୟନ କରିଛନ୍ତି। ଚାପହ୍ରାସ, ସୁନ୍ଦର ନିଦ, ସୁସ୍ଥ ମାନସିକତା ପାଇଁ ମ୍ୟୁଜିକ୍ର ଗୁରୁତ୍ୱ ରହିଥିବା ଅନେକ ଅଧ୍ୟୟନରେ ପ୍ରମାଣିତ ହୋଇଛି। ମାନସିକ ରୋଗୀଙ୍କୁ ସୁସ୍ଥ କରିବାରେ ମ୍ୟୁଜିକ୍ ଥେରାପିର ଅନନ୍ୟ ଅବଦାନ ରହିଛି। ଏହା ଏକ ପ୍ରକାର ବାୟାମ ଭଳି। ଅଧ୍ୟୟନ ତଥା ବୃତ୍ତିଗତ ଜୀବନରେ ଧ୍ୟାନ କେନ୍ଦ୍ରୀଭୂତ କରିବାରେ ସଙ୍ଗୀତ ବେଶ୍ ସହାୟକ ହୋଇଥାଏ ବୋଲି ମଧ୍ୟ ଗବେଷକମାନେ ଜାଣିବାକୁ ପାଇଛନ୍ତି। ଗୀତ ମାଧ୍ୟମରେ ଶିକ୍ଷା ଶିଶୁଙ୍କ ପାଇଁ ବେଶ୍ ବୋଧଗମ୍ୟ। ଉତ୍ସବ, ପର୍ବପର୍ବାଣୀ ହେଉ କିମ୍ବା କାଫେ, ମଲ୍ରେ ଫୁରସତ୍ ସମୟ ବିତାଇବାର ମଜାକୁ ବହୁଗୁଣିତ କରିଥାଏ ସଙ୍ଗୀତ। ସାମାଜିକ ସମନ୍ବୟ ସୃଷ୍ଟିରେ ମଧ୍ୟ ଏହାର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଯାତ୍ରାବେଳର ଏକାପଣ କି ମନର ଥକ୍କାପଣ ଦୂର କରିବାରେ ସଙ୍ଗୀତର ବିକଳ୍ପ କିଛି ନ ଥିବା ପରି ମନେ ହୁଏ। ଆତ୍ମବିଶ୍ୱାସ ବୃଦ୍ଧି ଓ ସୃଜନଶୀଳତା ସୃଷ୍ଟି କରିପାରୁଥିବା ସଙ୍ଗୀତ ବାସ୍ତବରେ ମଣିଷ ପାଇଁ ଏକ ଚମତ୍କାର ଉପହାର ବୋଲି ବେଶ୍ ଗ୍ରହଣୀୟ।
ବିଡମ୍ବନାର କଥା ମହାମାରୀ ଯୋଗୁ ‘ଓ୍ବାଲର୍ଡ ମ୍ୟୁଜିକ୍ ଡେ’ ପାଳନ ବ୍ୟାପକ ଭାବେ ଅନୁଷ୍ଠିତ ହେବା ଆଶା କ୍ଷୀଣ। ବିଭିନ୍ନ ଦେଶରେ ଜନସମାବେଶ ଉପରେ କଟକଣା ଯୋଗୁ ଅନେକ ସଙ୍ଗଠନ ଏହି ଦିବସ ପାଳନ ନିମନ୍ତେ କାର୍ଯ୍ୟକ୍ରମ ଆୟୋଜନ କରିବା କଷ୍ଟକର। ତେଣୁ ଅନେକ ସଙ୍ଗୀତ ସଂଗଠନ ଏବଂ କମ୍ପାନୀ ଅନଲାଇନ୍ କନ୍ସର୍ଟ, ପ୍ରତିଯୋଗିତା ମାଧ୍ୟମରେ ଏହି ଉତ୍ସବ ପାଳନ କରିବାକୁ ଯୋଜନା କରିଛନ୍ତି।
ସୌଭାଗ୍ୟ ବୃଦ୍ଧି ପାଇଁ କରିବେ କେଉଁ ପ୍ରକାର ଯୋଗାସନ, ଜାଣନ୍ତୁ …
ସୁସ୍ବାସ୍ଥ୍ୟ ପାଇଁ ଦୈନଦିନ ଜୀବନରେ ଯୋଗାସନ କରିବା ଜରୁରୀ। ତେବେ ଜାତକରେ ବିଭିନ୍ନ ଗ୍ରହଙ୍କୁ ସନ୍ତୁଷ୍ଟ କରିବା ସହିତ ସୌଭାଗ୍ୟ ବୃଦ୍ଧି ଲାଗି ଭିନ୍ନ ଭିନ୍ନ...
ସ୍ବାମୀଙ୍କଠାରୁ ଏତିକି ଲମ୍ବା ସ୍ତ୍ରୀ, ସୃଷ୍ଟି କଲେ ଓ୍ବାଲର୍ଡ ରେକର୍ଡ
କୁହାଯାଏ, ଉପରବାଲା ଯୋଡ଼ି ବନେଇଥାନ୍ତି। ଏହି ଉକ୍ତିର ସତ୍ୟତା ଦେଖିବାକୁ ମିଳିଛି ବ୍ରିଟେନରେ । ଜେମ୍ସ ଏବଂ କ୍ଲୋଇଙ୍କ ଯୋଡ଼ି ଭଗବାନ ତିଆରି କରିଛନ୍ତି। ଯାହକି...
କୁକୁଡ଼ା ଛୁୁଆକୁ ଦେଖି କୁକୁର ଛୁଆର ଏଭଳି ଅବସ୍ଥା
ପ୍ରାୟତଃ ପ୍ରାଣୀଙ୍କୁ ନେଇ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ଟୁଇଟରରେ ଏବେ ଏକ ଭିଡିଓ ବହୁତ ଭାଇରାଲ...
ବୁଲେଟ୍ ଟ୍ରେନ୍ଠାରୁ ବି ତୀବ୍ର ବେଗରେ ଯିବ ଏହି ଯାନ
ବିଗତ କିଛି ଦଶନ୍ଧି ମଧ୍ୟରେ ଟେକ୍ନୋଲୋଜି ଆମ ଜୀବନରେ ଅନେକ ପ୍ରଭାବ ପକାଇଛି। ଯଦିଓ ଭ୍ରମଣ ତରିକା ପାରମ୍ପରିକ ହୋଇଆସୁଛି ତଥାପି କିଛି ସମୟ ପାଇଁ...
ଚଢ଼େଇ ମଣିଷ ସହିତ ଗୋଟିଏ ଥାଳିରେ କରୁଛି ଭୋଜନ: ଭିଡ଼ିଓ ଭାଇରାଲ…
ନୂଆଦିଲ୍ଲୀ,୧୬।୬: ଏବେ ସୋସିଆଲ ମିଡ଼ିଆରେ ଏକ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି। ଭିଡ଼ିଓରେ ଏକ ହୋଟେଲରେ ଜଣେ ଲୋକଙ୍କ ସହିତ ଗୋଟିଏ ଥାଳିରେ ଚଢ଼େଇ ଭୋଜନ...
ବିବାହ ସମୟରେ ଆରବୀ ଶବ୍ଦ କହିଲା ବେଳେ ଝୁଣ୍ଟିଲେ ବର: ମୌଲବୀଙ୍କୁ ସନ୍ଦେହ ହେବାରୁ ଜଣାପଡ଼ିଲା ସତ
ଲକ୍ଷ୍ନୌ,୧୪।୬: ଉତ୍ତରପ୍ରଦେଶର ମହାରାଜଗଞ୍ଜ ଜିଲାରୁ ଏକ ଅଜବ ଘଟଣା ଦେଖିବାକୁ ମିଳିଛି। ବିବାହ ସମୟରେ ଜଣେ ବରଙ୍କ ମିଥ୍ୟା ପଦାକୁ ଆସିଛି। ବିବାହ ସମୟରେ ଆରବୀ...
ଘର ବାହାରେ ତାଲା ଝୁଲୁଥିଲା ବୋଲି ଚିମିନି ବାଟଦେଇ ପଶୁଥିଲେ ଯୁବତୀ; ପାଇପ୍ରେ ଏମିତି ଫସିଲେ ଯେ…
ନୂଆଦିଲ୍ଲୀ: ଅନେକ ଥର ଲୋକମାନେ ନିଜ ଘର କିମ୍ବା କାର୍ର ଚାବି ଏଣେତେଣେ ରଖି ଭୁଲିଯିବା ଯୋଗୁ ସେମାନଙ୍କୁ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି। ଏଭଳି ପରିସ୍ଥିତିରେ...
ଜାତୀୟତାବାଦର ପଥପ୍ରଦର୍ଶକ-ଶ୍ୟାମାପ୍ରସାଦ
ସ୍ବାଧୀନତା ପରଠାରୁ ଭାରତୀୟ ଜାତୀୟତାବାଦର ଭାବନା ଉଦ୍ରେକ କରିବା, ଜାତୀୟ ଅଖଣ୍ଡତା ବଜାୟ ରଖିବା, ଦେଶରେ ଏକ ଦୃଢ଼ ରାଜନୈତିକ ବିକଳ୍ପର ବୀଜବପନ କରିବାରେ ଯାହାଙ୍କ...


