ପାଟଣା,୨୧।୬(ସ୍ବ. ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ଏରେଣ୍ଡେଇ ପଞ୍ଚାୟତ ଡିଆନାଳି ଗ୍ରାମର ଜଣେ ୪୫ ବର୍ଷୀୟା ମହିଳାଙ୍କର ସାପ କାମୁଡ଼ାରେ ମୃତ୍ୟୁ ଘଟିଛି। ମୃତ ମହିଳା ହେଉଛନ୍ତି ମଙ୍ଗଳୁ ମୁଣ୍ଡାଙ୍କ ସ୍ତ୍ରୀ ପାଙ୍ଗିଲା ମୁଣ୍ଡା।
ମିଳିଥିବା ସୂଚନା ଅନୁଯାୟୀ, ପାଙ୍ଗିଲା ରବିବାର ରାତ୍ରିରେ ଶୋଇଥିବା ବେଳେ ଏକ ବିଷଧର ସାପ ତାଙ୍କ ବାମ ହାତ ରେ କାମୁଡି ଦେଇଥିଲା।ସୋମବାର ସକାଳୁ ତାଙ୍କୁ ୧୦୮ ଆମ୍ବୁଲାନ୍ସରେ ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣୁ ଥିବା ବେଳେ ରାସ୍ତାରେ ତାଙ୍କର ମୃତ୍ୟୁ ଘଟିଥିଲା। ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏ ନେଇ ପାଟଣା ଥାନାରେ ୧୭/୨୧ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିବା ଏସଆଇ ଶିବଶଙ୍କର ଆଲଦା ସୂଚନା ଦେଇଛନ୍ତି। ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି ।
Posted inଆମ ଜିଲା ଖବର, କେନ୍ଦୁଝର View All
ଏମିତି ବି ମାଡ଼ିଆସେ ମୃତ୍ୟୁ
କେନ୍ଦୁଝର,୨ା୬: ଘର ଅଗଣାରେ ବସିଥିବା ବେଳେ ଟ୍ରକ ମାଡ଼ି ଯିବାରୁ ଜେଜେମା’ ଓ ନାତିଙ୍କ ମୃତ୍ୟୁ ଘଟିଛି। କେନ୍ଦୁଝର ସଦର ଥାନା ଅଧୀନ ୨୦ନମ୍ବର ଜାତୀୟ...
ଗଞ୍ଜାମର ୬.୪୩ ଲକ୍ଷ ନେଲେଣି ପ୍ରଥମ ଡୋଜ୍ ଟିକା
ଛତ୍ରପୁର,୧୩।୬(ଡି.ଏନ୍.ଏ.): ଗଞ୍ଜାମ ଜିଲାରେ ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଅପରପକ୍ଷରେ କରୋନା ଟିକାକରଣ ଉପରେ ଜିଲା ପ୍ରଶାସନ ଗୁରୁତ୍ୱ ଦେଉଛନ୍ତି। ଜିଲାରେ...
ଟିକା ପ୍ରମାଣପତ୍ର ନ ଲଗାଇଲେ ଏଥର ଖୋଲିବନି ଦୋକାନ
ଛତ୍ରପୁର,୨୨।୬(ଡି.ଏନ୍.ଏ.): କୋଭିଡର ତୃତୀୟ ଲହରଠାରୁ ବର୍ତ୍ତିବା ପାଇଁ ସମସ୍ତ ଗଞ୍ଜାମ ଜିଲାବାସୀଙ୍କ ଟିକାକରଣ ଜରୁରୀ। ତେଣୁ ଟିକାକରଣ କାର୍ଯ୍ୟକ୍ରମର ସଫଳ ଓ ସଠିକ ପରିଚାଳନା ହେବା...
ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଜାମିନ
କଟକ ଅଫିସ, ୧ା୬: ଗଞ୍ଜାମ ଜିଲା ଗୋଳନ୍ଥରା ଥାନାରେ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ଥିବା ୩ଟି ମାମଲାରେ ତାଙ୍କୁ ସୋମବାର ହାଇକୋର୍ଟରୁ ଜାମିନ ମିଳିଛି।...
ମହଙ୍ଗା ପଡ଼ିଲା ବାର୍ହା ମାଂସ କିଣିବା
କୋକସରା,୨।୬: କଳାହାଣ୍ଡି ଜିଲା କୋକସରା ବ୍ଲକ ଆମପାଣି ବନ ବିଭାଗ କର୍ମଚାରୀ ୫ କେଜି ବାର୍ହା ମାଂସ ସହ ୨ ଜଣ ଯୁବକଙ୍କୁ ଧରିବାରେ ସଫଳ...
ରାତି ପାହିଲେ ବାହାରିବେ ବରଯାତ୍ରୀ
ସମ୍ବଲପୁର,୧୪ା୬(ବ୍ୟୁରୋ): କରୋନା କଟକଣା ମଧ୍ୟରେ ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ପ୍ରସ୍ତୁତି ଶେଷ ହୋଇଛି। ରାତି ପାହିଲେ ମହାଦେବଙ୍କ ବରଯାତ୍ରୀ ଲାଗି ପାରମ୍ପରିକ ବିଧି ହେବ।...
ଅମାନିଆଙ୍କ ପାଇଁ ଗଞ୍ଜାମରେ ପାଟ୍ରୋଲିଂ କଡ଼ାକଡ଼ି
ଗଞ୍ଜାମ,୪।୬(ଡି.ଏନ୍.ଏ.): କୋଭିଡ୍ କଟକଣା ମାନୁ ନ ଥିବା ଅମାନିଆଙ୍କ ପାଇଁ ଗଞ୍ଜାମ ଥାନା ପକ୍ଷରୁ ପାଟ୍ରୋଲିଂକୁ କଡ଼ାକଡ଼ି କରାଯାଇଛି। ହେଲ୍ମେଟ ଓ ମାକ୍ସ ପିନ୍ଧୁ ନ...
ପୁରୀ ବ୍ୟତୀତ ଆଉ କୌଣସି ସ୍ଥାନରେ ହେବ ନାହିଁ ରଥଯାତ୍ରା: ହାଇକୋର୍ଟ
କଟକ ଅଫିସ,୨୩ା୬: ରାଜ୍ୟରେ କେବଳ ପୁରୀରେ ମହାପ୍ରଭୁଙ୍କ ରଥଯାତ୍ରା ହେବ। ଅନ୍ୟ କୌଣସି ସ୍ଥାନରେ ରଥଯାତ୍ରା ହୋଇ ପାରିବ ନାହିଁ ବୋଲି ପିଟିଶନକୁ ଖାରଜ କରିଛନ୍ତି...


