କଟକ ଅଫିସ,୨୨।୬: ବଲାଙ୍ଗୀରରେ ଗୋଟିଏ ଜୁଇରେ ୧୦ କୋଭିଡ୍ ସଂକ୍ରମିତଙ୍କ ମୃତଦେହ ସତ୍କାର ଏବଂ ବାରିପଦା କୋଭିଡ୍ ହସ୍ପିଟାଲରେ ଅବ୍ୟବସ୍ଥା ଘଟଣାକୁ ନେଇ ସୋମବାର ହାଇକୋର୍ଟରେ ଜନସ୍ବାର୍ଥ ମାମଲା ରୁଜୁ ହୋଇଛି। ଏଥିରେ ମୁଖ୍ୟ ଶାସନ ସଚିବ, ସ୍ବାସ୍ଥ୍ୟ ସଚିବ, ବାରିପଦା ଓ ବଲାଙ୍ଗୀର ଜିଲାପାଳଙ୍କୁ ପକ୍ଷଭୁକ୍ତ କରାଯାଇଛି। ଆବେଦନକାରୀ କାଳୀ ମିଶ୍ର ଏହି ମାମଲା ଦାଏର କରିଛନ୍ତି।
ସେ ତାଙ୍କ ଆବେଦନରେ ଉଲ୍ଲେଖ କରିଛନ୍ତି, କରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ରାଜ୍ୟ ସରକାର କୋଭିଡ୍ ହସ୍ପିଟାଲ ଖୋଲିଛନ୍ତି। କିନ୍ତୁ କେତେକ ହସ୍ପିଟାଲରେ ବ୍ୟାପକ ଅବ୍ୟବସ୍ଥା ପରିଲକ୍ଷିତ ହେଉଛି। ବାରିପଦା କୋଭିଡ୍ ହସ୍ପିଟାଲରେ ରୋଗୀ ତଳେ ଗଡୁଛନ୍ତି। ଏପରି କି ପାଇଖାନା ନିକଟରେ ଶୋଉଛନ୍ତି।
ହାଇକୋର୍ଟରେ ମାମଲା…
ରୋଗୀମାନେ ବଞ୍ଚିଥିବାବେଳେ ଅବ୍ୟବସ୍ଥାର ଶିକାର ହେଉଛନ୍ତି। ସେହିପରି ଚିକିତ୍ସାଧୀନ ଅବସ୍ଥାରେ ଯେଉଁମାନଙ୍କ ମୃତ୍ୟୁ ଘଟୁଛି, ସେମାନଙ୍କ ମୃତଦେହକୁ ଅସମ୍ମାନ କରାଯାଉଛି। ବଲାଙ୍ଗୀରରେ ଗୋଟିଏ ଜୁଇରେ ୧୦ ମୃତଦେହ ସତ୍କାର କରାଯାଇଛି। ତେଣୁ ହାଇକୋର୍ଟଙ୍କ ତତ୍ତ୍ବାବଧାନରେ ଏହି ଘଟଣାର ତଦନ୍ତ କରାଯାଇ ହସ୍ପିଟାଲ ଓ ଦୋଷୀ ଅଧିକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ କୋଭିଡ୍ ହସ୍ପିଟାଲରେ ସିସିଟିଭି ଲଗାଇବା ପାଇଁ ନିବେଦନ କରାଯାଇଛି। ସେହିପରି କରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ସରକାରଙ୍କ ପକ୍ଷରୁ ଜାରି ନିର୍ଦ୍ଦେଶାବଳୀକୁ ଠିକ୍ଭାବେ କାର୍ଯ୍ୟକାରୀ ଲାଗି ହାଇକୋର୍ଟ ନିର୍ଦ୍ଦେଶ ଦେବାକୁ ମିଶ୍ର ନିବେଦନ କରିଛନ୍ତି। ଆଇନଜୀବୀ ବିଭୁତି ଭୂଷଣ ଚୌଧୁରୀ ମାମଲା ପରିଚାଳନା କରୁଛନ୍ତି।
Posted inଆମ ଜିଲା ଖବର, କଟକ, ରାଜ୍ୟ View All
ପଦ୍ମଫୁଲ ତୋଳିବା ହେଲା କାଳ
ଝାରସୁଗୁଡ଼ା ଅଫିସ୍,୧୩।୬: ଝାରସୁଗୁଡ଼ା ଜିଲା ବନହରପାଲି ଥାନା ଅଧୀନ ତାଳବେର୍ଣ୍ଣା ଗ୍ରାମର ଏକ ପୋଖରୀରେ ରବିବାର ପଦ୍ମଫୁଲ ତୋଳିବାକୁ ଯାଇଥିବା ଜଣେ ବ୍ୟକ୍ତି ପାଣିରେ ବୁଡି...
ନଷ୍ଟ ହେଉଛି ୫.୪୪ କୋଟିର ଟସର
ବାରିପଦା ଅଫିସ, ୨୨।୬-ମହାମାରୀ କରୋନା ଯୋଗୁ କିଣା ବିକା ହୋଇ ନ ପାରି ମୟୂରଭଞ୍ଜ ଜିଲାର ୨୧ ୟୁନିଟରେ ୫କୋଟି ୪୪ଲକ୍ଷ ଟଙ୍କାର ଟସର ପଡ଼ିରହିଛି...
ପୁରୁଣା ଉପରେ ନୂଆ ସେତୁ
ଭଦ୍ରକ ଅଫିସ, ୧୩।୬-ସାଳନ୍ଦୀ ନଦୀ ପାର ହେବା ପାଇଁ ଭଦ୍ରକ ଜିଲା କୁଆଁସଠାରେ ପୂର୍ବତନ ଏମ୍ପି ସ୍ବର୍ଗତ ଅର୍ଜୁନ ସେଠୀ ୨୦୦୨ରୁ ଏକ ସେତୁ ନିର୍ମାଣ...
ନେଟ୍ଓ୍ବର୍କ ପାଇବାକୁ ନୟାନ୍ତ
ବଇଣ୍ଡା,୨୧ା୬: ପୂର୍ବରୁ କେବଳ ଯୋଗାଯୋଗର ମାଧ୍ୟମ ଥିବା ମୋବାଇଲ ଏବେ ଏକ ଜରୁରୀ ଆବଶ୍ୟକତା ହୋଇଯାଇଛି। ସ୍ମାର୍ଟ ତଥା ବ୍ୟସ୍ତ ଜୀବନର ତ ଏହା ଗୁରୁତ୍ୱପୂର୍ଣ୍ଣ ଅଙ୍ଗ...
୧୯ ଜିଲାରେ କାଳବୈଶାଖୀ ଭୟ
ଭୁବନେଶ୍ୱର,୫।୬: ଦକ୍ଷିଣ, ପଶ୍ଚିମ, ଉତ୍ତର ଆଭ୍ୟନ୍ତରୀଣ ଏବଂ ଉପକୂଳ ଓଡ଼ିଶାର ଜିଲାଗୁଡିକରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ କାଳବୈଶାଖୀ ପ୍ରଭାବରେ ମଧ୍ୟମଧରଣର ବର୍ଷା କିମ୍ବା ବଜ୍ରପାତ...
‘ୟାସ୍’ କ୍ଷୟକ୍ଷତି ୬୧୦ କୋଟି
ଭୁବନେଶ୍ୱର, ୩।୬(ବ୍ୟୁରୋ): ବାତ୍ୟା ‘ୟାସ୍’ କାରଣରୁ ୬୧୦ କୋଟି ଟଙ୍କାର କ୍ଷୟକ୍ଷତି ହୋଇଛି। ତନ୍ମଧ୍ୟରେ ୫୨୦ କୋଟି ଟଙ୍କାର ସରକାରୀ ଭିତ୍ତିଭୂମି ଏବଂ ୯୦ କୋଟି...
୧୭ ଜିଲାରେ ଆରମ୍ଭ ହେବ ଡିଏଲ୍ ଟେଷ୍ଟ୍
ଭୁବନେଶ୍ୱର,୧୮ା୬(ବ୍ୟୁରୋ): କରୋନା ସଂକ୍ରମଣ ହାର କମିଥିବାରୁ ରାଜ୍ୟ ସରକାର ୧୭ ଜିଲାରେ ଲକ୍ଡାଉନ୍ କଟକଣା କୋହଳ କରିଛନ୍ତି। ତେଣୁ ଏହିସବୁ ଜିଲାରେ ଥିବା ଆର୍ଟିଓ ପକ୍ଷରୁ...
କଲେଜ ଛାତ୍ରୀଙ୍କ ଅଶ୍ଳୀଳ ଫଟୋ ଭାଇରାଲ
ବୁଗୁଡ଼ା,୧୭ା୬: ଗଞ୍ଜାମ ଜିଲା ବୁଗୁଡ଼ା ଥାନା ଅଞ୍ଚଳର ଜନୈକା କଲେଜ ଛାତ୍ରୀଙ୍କ ଅଶ୍ଳୀଳ ଫଟୋ ଭାଇରାଲ ହୋଇଥିବା ଅଭିଯୋଗ ହୋଇଛି। ଅଭିଯୋଗକୁ ଭିତ୍ତି କରି ଗୁରୁବାର...


