ଭୁବନେଶ୍ୱର,୨୩।୬(ବ୍ୟୁରୋ)କରୋନା ଯୋଗୁ ବାତିଲ ହୋଇଯାଇଥିବା କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍ଇ) ଏବଂ କାଉନ୍ସିଲ ଫର୍ ଦି ଇଣ୍ଡିଆନ୍ ସ୍କୁଲ ସାର୍ଟିଫିକେଟ୍ ଏକ୍ଜାମିନେଶନ (ସିଆଇଏସ୍ସିଇ) ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷାର ମୂଲ୍ୟାୟନ ପ୍ରକ୍ରିୟାରେ ସୁପ୍ରିମକୋର୍ଟ ହସ୍ତକ୍ଷେପ କରିବାକୁ ମଙ୍ଗଳବାର ମନା କରିଦେଇଛନ୍ତି। ଛାତ୍ରୀଛାତ୍ର ଓ ଅଭିଭାବକଙ୍କ ପକ୍ଷରୁ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ମୂଲ୍ୟାୟନ ନେଇ ଆପତ୍ତିକୁ ମଧ୍ୟ ଖାରଜ କରିଦେଇଛନ୍ତି। ଉଭୟ ସରକାର ଓ ବୋର୍ଡ ଛାତ୍ରୀଛାତ୍ରଙ୍କ ଭବିଷ୍ୟତକୁ ନେଇ ଚିନ୍ତିତ ଥିବାରୁ ପରୀକ୍ଷା ରଦ୍ଦ ନିଷ୍ପତ୍ତି ନିଆଯାଇଥିବା ସର୍ବୋଚ୍ଚ ଅଦାଲତ ସ୍ପଷ୍ଟ କରିଛନ୍ତି।
କୋଭିଡ୍ ମହାମାରୀ ଯୋଗୁ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ବାତିଲ ହୋଇଥିବା ବେଳେ ସିବିଏସ୍ଇ ଏବଂ ସିଆଇଏସ୍ସିଇର ଫଳାଫଳ ମୂଲ୍ୟାୟନ ପଦ୍ଧତିକୁ ନେଇ କେତେଜଣ ଛାତ୍ରୀଛାତ୍ର ଓ ଅଭିଭାବକ ଚିନ୍ତା ବ୍ୟକ୍ତ କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଦ୍ୱାଦଶ ଶ୍ରେଣୀ ଫଳାଫଳ ମୂଲ୍ୟାୟନ ପାଇଁ ସିବିଏସ୍ଇ ଏବଂ ସିଆଇସିଏସ୍ଇ ଯୋଜନାରେ ରହିଥିବା ଅଧିକାଂଶ ଅନୁଚ୍ଛେଦ ଏକତରଫା ହୋଇଥିତ୍ବାରୁ ପିଲାଙ୍କ ଭବିଷ୍ୟତ ପାଇଁ କ୍ଷତିକାରକ ହୋଇପାରେ ବୋଲି ସେମାନେ ଅଭିଯୋଗ ଆଣିଥିଲେ। କେତେକ ପିଟିଶନରେ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ବାତିଲ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରାଯାଇଥିବାବେଳେ ଅନ୍ୟ ଆବେଦନଗୁଡ଼ିକରେ ଉଭୟ ବୋର୍ଡର ମୂଲ୍ୟାୟନ ସୂତ୍ରକୁ ବିରୋଧ କରାଯାଇଥିଲା। ଜଷ୍ଟିସ୍ ଏ.ଏମ୍. ଖାନ୍ଓ୍ବିଲିକର ଏବଂ ଦୀନେଶ ମାହେଶ୍ୱରୀଙ୍କୁ ନେଇ ଗଠିତ ସ୍ବତନ୍ତ୍ର ଖଣ୍ଡପୀଠ ଛାତ୍ରୀଛାତ୍ର ଓ ଅଭିଭାବକଙ୍କ ପିଟିଶନ ଉପରେ ସୋମବାର ଶୁଣାଣି କରି ଉଭୟ ସିବିଏସ୍ଇ ଏବଂ ସିଆଇଏସ୍ସିଇ ବୋର୍ଡକୁ ମଙ୍ଗଳବାର ସୁଦ୍ଧା ଜବାବ ଦାଖଲ ପାଇଁ କହିଥିଲେ। ଏହି ମାମଲାରେ ବିଚାରାଧୀନ ସମସ୍ତ ପିଟିଶନର ଶୁଣାଣି ମଙ୍ଗଳବାର ହୋଇଛି। ଶିକ୍ଷା ବୋର୍ଡର ପ୍ରସ୍ତାବକୁ ଉଚିତ ଓ ଯୁକ୍ତିଯୁକ୍ତ ବୋଲି ଗଠିତ ସ୍ବତନ୍ତ୍ର ଖଣ୍ଡପୀଠ କହିଛନ୍ତି। ସିବିଏସ୍ଇ ଏବଂ ସିଆଇସିଏସ୍ଇର ମୂଲ୍ୟାୟନ ସୂତ୍ରକୁ ସୁପ୍ରିମକୋର୍ଟ ଅନୁମତି ଦେଇଛନ୍ତି। ଅର୍ଥାତ୍ ପୂର୍ବ ନିର୍ଦ୍ଧାରିତ ପଦ୍ଧତି ଅନୁଯାୟୀ ଦ୍ୱାଦଶ ମୂଲ୍ୟାୟନ କରାଯିବ। ସିବିଏସ୍ଇ କମ୍ପାର୍ଟମେଣ୍ଟ ପରୀକ୍ଷା ୨୦୨୧ ରଦ୍ଦ କରିବା ପାଇଁ ହୋଇଥିବା ଆବେଦନ ଉପରେ ମଧ୍ୟ ସର୍ବୋଚ୍ଚ ଅଦାଲତ ମଙ୍ଗଳବାର ଶୁଣାଣି କରିଛନ୍ତି। ୧,୧୫୨ ଜଣ ଛାତ୍ରୀଛାତ୍ର ସୁପ୍ରିମକୋର୍ଟରେ ପିଟିଶନ ଦାୟର କରି ଦର୍ଶାଇଥିଲେ ଯେ, ସିବିଏସ୍ଇ ନିୟମିତ ଛାତ୍ରୀଛାତ୍ରଙ୍କ ପାଇଁ ସ୍ଥିର କରିଥିବା ମୂଲ୍ୟାୟନ ସୂତ୍ର ଆଧାରରେ କମ୍ପାର୍ଟମେଣ୍ଟ ଛାତ୍ରୀଛାତ୍ରଙ୍କ ମୂଲ୍ୟାୟନ କରୁ। ଏନେଇ ସିବିଏସ୍ଇକୁ ନିର୍ଦ୍ଦେଶ ଦେବା ପାଇଁ କମ୍ପାର୍ଟମେଣ୍ଟ ପରୀକ୍ଷା ଦେବାକୁ ଥିବା ଛାତ୍ରୀଛାତ୍ର ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। ଏହି ଆବେଦନ ଉପରେ ଶୁଣାଣି କରି ସୁପ୍ରିମକୋର୍ଟ ଏଭଳି ନିର୍ଦ୍ଦେଶ ଦେବାକୁ ସ୍ପଷ୍ଟ ଭାବେ ମନା କରିଦେଇଛନ୍ତି।
କମୁଛିି କରୋନା ମୃତ୍ୟୁସଂଖ୍ୟା: ଗତ ୨୪ ଘଣ୍ଟାରେ ଗଲା ୩୯ ଜୀବନ
ଭୁବନେଶ୍ୱର,୧୭।୬(ବ୍ୟୁରୋ): ରାଜ୍ୟରେ ଦୈନିକ ସଂକ୍ରମଣ ସାମାନ୍ୟ ହ୍ରାସ ପାଇଥିବା ବେଳେ ମୃତ୍ୟୁ ସଂଖ୍ୟା କିନ୍ତୁ ଦିନକୁ ଦିନ ବଢ଼ିବାରେ ଲାଗିଛି। ହେଲେ ଗତ ୨୪ ଘଣ୍ଟାରେ...
‘ସୁସ୍ଥ ହେବା ପରେ ଚଡ଼ିଚିଡ଼ା ହେଉଛନ୍ତି କୋଭିଡ୍ ଆକ୍ରାନ୍ତ’
ଭୁବନେଶ୍ୱର,୧୬।୬: କୋଭିଡ ସଂକ୍ରମଣରୁ ନେଗେଟିଭ୍ ହେଲାପରେ ମଧ୍ୟ ଲୋକଙ୍କ ଠାରେ ବିଭିନ୍ନ ଲକ୍ଷଣ ଦେଖାଦେଉଛି। ଲୋକେ ଦୀର୍ଘ ମିଆଦି କୋଭିଡ୍ ସମସ୍ୟାରେ ପୀଡିତ ହେଉଛନ୍ତି ।...
ମୁମ୍ବାଇ ଗଲା କ୍ରାଇମବ୍ରାଞ୍ଚ ଏସ୍ଟିଏଫ୍ ଟିମ୍
ଭୁବନେଶ୍ୱର,୧୯।୬(ବ୍ୟୁରୋ): କଟକରୁ ବିପୁଳ ପରିମାଣର ନକଲି କରୋନା ଔଷଧ ଜବତ ଘଟଣାରେ ଏବେ କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାସ୍କ ଫୋର୍ସ (ଏସ୍ଟିଏଫ୍) ଖୋଳତାଡ଼ କରୁଛି। ଗୁରୁବାର ଔଷଧ...
ଟିକାକରଣ: ରାଶନ କାର୍ଡ ପରିଚୟ ପତ୍ର ହୋଇପାରିବ
ଭୁବନେଶ୍ୱର, ୧୭ା୬(ବ୍ୟୁରୋ): ଏଣିକି ରାଶନ କାର୍ଡକୁ ମଧ୍ୟ ଟିକାକରଣବେଳେ ପରିଚୟ ପତ୍ର ଭାବେ ବ୍ୟବହାର କରିହେବ। ଟିକାକରଣ ପାଇଁ କୋଓ୍ବିନ ପୋର୍ଟାଲରେ ୭ ପ୍ରକାରର ପରିଚୟ...
ପୋଲିସ କଲା ରାଜପଥ ମରାମତ
କାମାକ୍ଷାନଗର,୧।୬(ଡି.ଏନ.ଏ.) ମହାମାରୀ ସମୟରେ ଆଗଧାଡ଼ିର ଯୋଦ୍ଧା ଭାବେ ଦିନରାତି କାର୍ଯ୍ୟ କରୁଥିବା ପୋଲିସ ରାଜପଥ ମରାମତି ପରି କାର୍ଯ୍ୟ କରି ବେଶ୍ ପ୍ରଶଂସା ସାଉଣ୍ଟିଛି। ଏହି...
ସହର, ଗ୍ରାମାଞ୍ଚଳରେ ହେବ ବର୍ଜ୍ୟବସ୍ତୁ ପରିଚାଳନା
ଭୁବନେଶ୍ୱର, ୧ା୬(ବ୍ୟୁରୋ): ପୌରସଂସ୍ଥା ଏବଂ ଗ୍ରାମପଞ୍ଚାୟତ ମଧ୍ୟରେ ଉତ୍ତମ ସମନ୍ବୟ ରକ୍ଷା ସହିତ ପୌରସଂସ୍ଥାଗୁଡିକରେ ବର୍ଜ୍ୟବସ୍ତୁ ପରିଚାଳନା ନିମନ୍ତେ ଥିବା ଆବଶ୍ୟକ ଭିତ୍ତିଭୂମି ବ୍ୟବହାର କରି...
ବିଦେଶ ଯାଉଥିବା ଲୋକଙ୍କ ଦ୍ୱିତୀୟ ଡୋଜ୍ ଟିକାକରଣକୁ ପ୍ରାଧାନ୍ୟ
ଭୁବନେଶ୍ୱର, ୧୭ା୬(ବ୍ୟୁରୋ): ପାଠ ପଢ଼ିବା, ଚାକିରି ଓ ଟୋକିଓ ଅଲିମ୍ପିକ୍ସରେ ଯୋଗଦେବା ପାଇଁ ବିଦେଶ ଯିବାକୁ ଥିବା ଲୋକଙ୍କୁ ଦ୍ୱିତୀୟ ଡୋଜ୍ କୋଭିଶିଲ୍ଡ ଟିକାକରଣ ନିମନ୍ତେ...
ବଞ୍ଚାଇଦେଲା ପୋଷା କୁକୁର
ଢେଙ୍କାନାଳ ଅଫିସ, ୩।୬: କୁହାଯାଏ କୁକୁର ହେଉଛି ଭାରି ବିଶ୍ୱସ୍ତ। ଏହି ଗୃହପାଳିତ ପ୍ରାଣୀର ଉପସ୍ଥିତ ବୁଦ୍ଧି ଯୋଗୁ ଅନେକ ଜୀବନ ବଞ୍ଚତ୍ୟାଇଥିବା ନଜିର ରହିଛି।...


