ଭୁବନେଶ୍ୱର, ୨୩ା୬(ବ୍ୟୁରୋ): କରୋନା ଯୋଗୁ ବାତିଲ ହୋଇଯାଇଥିବା କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍ଇ) ଏବଂ କାଉନ୍ସିଲ ଫର୍ ଦି ଇଣ୍ଡିଆନ୍ ସ୍କୁଲ ସାର୍ଟିଫିକେଟ୍ ଏକ୍ଜାମିନେଶନ (ସିଆଇଏସ୍ସିଇ) ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷାର ମୂଲ୍ୟାୟନ ପ୍ରକ୍ରିୟାରେ ସୁପ୍ରିମକୋର୍ଟ ହସ୍ତକ୍ଷେପ କରିବାକୁ ମଙ୍ଗଳବାର ମନା କରିଦେଇଛନ୍ତି। ଛାତ୍ରୀଛାତ୍ର ଓ ଅଭିଭାବକଙ୍କ ପକ୍ଷରୁ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ମୂଲ୍ୟାୟନ ନେଇ ଆପତ୍ତିକୁ ମଧ୍ୟ ଖାରଜ କରିଦେଇଛନ୍ତି। ଉଭୟ ସରକାର ଓ ବୋର୍ଡ ଛାତ୍ରୀଛାତ୍ରଙ୍କ ଭବିଷ୍ୟତକୁ ନେଇ ଚିନ୍ତିତ ଥିବାରୁ ପରୀକ୍ଷା ରଦ୍ଦ ନିଷ୍ପତ୍ତି ନିଆଯାଇଥିବା ସର୍ବୋଚ୍ଚ ଅଦାଲତ ସ୍ପଷ୍ଟ କରିଛନ୍ତି।
କୋଭିଡ୍ ମହାମାରୀ ଯୋଗୁ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ବାତିଲ ହୋଇଥିବା ବେଳେ ସିବିଏସ୍ଇ ଏବଂ ସିଆଇଏସ୍ସିଇର ଫଳାଫଳ ମୂଲ୍ୟାୟନ ପଦ୍ଧତିକୁ ନେଇ କେତେଜଣ ଛାତ୍ରୀଛାତ୍ର ଓ ଅଭିଭାବକ ଚିନ୍ତା ବ୍ୟକ୍ତ କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଦ୍ୱାଦଶ ଶ୍ରେଣୀ ଫଳାଫଳ ମୂଲ୍ୟାୟନ ପାଇଁ ସିବିଏସ୍ଇ ଏବଂ ସିଆଇସିଏସ୍ଇ ଯୋଜନାରେ ରହିଥିବା ଅଧିକାଂଶ ଅନୁଚ୍ଛେଦ ଏକତରଫା ହୋଇଥିତ୍ବାରୁ ପିଲାଙ୍କ ଭବିଷ୍ୟତ ପାଇଁ କ୍ଷତିକାରକ ହୋଇପାରେ ବୋଲି ସେମାନେ ଅଭିଯୋଗ ଆଣିଥିଲେ। କେତେକ ପିଟିଶନରେ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ବାତିଲ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରାଯାଇଥିବାବେଳେ ଅନ୍ୟ ଆବେଦନଗୁଡ଼ିକରେ ଉଭୟ ବୋର୍ଡର ମୂଲ୍ୟାୟନ ସୂତ୍ରକୁ ବିରୋଧ କରାଯାଇଥିଲା। ଜଷ୍ଟିସ୍ ଏ.ଏମ୍. ଖାନ୍ଓ୍ବିଲିକର ଏବଂ ଦୀନେଶ ମାହେଶ୍ୱରୀଙ୍କୁ ନେଇ ଗଠିତ ସ୍ବତନ୍ତ୍ର ଖଣ୍ଡପୀଠ ଛାତ୍ରୀଛାତ୍ର ଓ ଅଭିଭାବକଙ୍କ ପିଟିଶନ ଉପରେ ସୋମବାର ଶୁଣାଣି କରି ଉଭୟ ସିବିଏସ୍ଇ ଏବଂ ସିଆଇଏସ୍ସିଇ ବୋର୍ଡକୁ ମଙ୍ଗଳବାର ସୁଦ୍ଧା ଜବାବ ଦାଖଲ ପାଇଁ କହିଥିଲେ। ଏହି ମାମଲାରେ ବିଚାରାଧୀନ ସମସ୍ତ ପିଟିଶନର ଶୁଣାଣି ମଙ୍ଗଳବାର ହୋଇଛି। ଶିକ୍ଷା ବୋର୍ଡର ପ୍ରସ୍ତାବକୁ ଉଚିତ ଓ ଯୁକ୍ତିଯୁକ୍ତ ବୋଲି ଗଠିତ ସ୍ବତନ୍ତ୍ର ଖଣ୍ଡପୀଠ କହିଛନ୍ତି। ସିବିଏସ୍ଇ ଏବଂ ସିଆଇସିଏସ୍ଇର ମୂଲ୍ୟାୟନ ସୂତ୍ରକୁ ସୁପ୍ରିମକୋର୍ଟ ଅନୁମତି ଦେଇଛନ୍ତି। ଅର୍ଥାତ୍ ପୂର୍ବ ନିର୍ଦ୍ଧାରିତ ପଦ୍ଧତି ଅନୁଯାୟୀ ଦ୍ୱାଦଶ ମୂଲ୍ୟାୟନ କରାଯିବ। ସିବିଏସ୍ଇ କମ୍ପାର୍ଟମେଣ୍ଟ ପରୀକ୍ଷା ୨୦୨୧ ରଦ୍ଦ କରିବା ପାଇଁ ହୋଇଥିବା ଆବେଦନ ଉପରେ ମଧ୍ୟ ସର୍ବୋଚ୍ଚ ଅଦାଲତ ମଙ୍ଗଳବାର ଶୁଣାଣି କରିଛନ୍ତି। ୧,୧୫୨ ଜଣ ଛାତ୍ରୀଛାତ୍ର ସୁପ୍ରିମକୋର୍ଟରେ ପିଟିଶନ ଦାୟର କରି ଦର୍ଶାଇଥିଲେ ଯେ, ସିବିଏସ୍ଇ ନିୟମିତ ଛାତ୍ରୀଛାତ୍ରଙ୍କ ପାଇଁ ସ୍ଥିର କରିଥିବା ମୂଲ୍ୟାୟନ ସୂତ୍ର ଆଧାରରେ କମ୍ପାର୍ଟମେଣ୍ଟ ଛାତ୍ରୀଛାତ୍ରଙ୍କ ମୂଲ୍ୟାୟନ କରୁ। ଏନେଇ ସିବିଏସ୍ଇକୁ ନିର୍ଦ୍ଦେଶ ଦେବା ପାଇଁ କମ୍ପାର୍ଟମେଣ୍ଟ ପରୀକ୍ଷା ଦେବାକୁ ଥିବା ଛାତ୍ରୀଛାତ୍ର ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। ଏହି ଆବେଦନ ଉପରେ ଶୁଣାଣି କରି ସୁପ୍ରିମକୋର୍ଟ ଏଭଳି ନିର୍ଦ୍ଦେଶ ଦେବାକୁ ସ୍ପଷ୍ଟ ଭାବେ ମନା କରିଦେଇଛନ୍ତି।
Posted inକରୋନା ଭାଇରସ୍, ଜାତୀୟ View All
ରାଜ୍ୟରେ ୪ହଜାରରୁ ଊର୍ଦ୍ଧ୍ୱ ଆକ୍ରାନ୍ତ ଚିହ୍ନଟ: ଖୋର୍ଦ୍ଧାରୁ ସର୍ବାଧିକ
ଭୁବନେଶ୍ୱର,୧୨।୬(ବ୍ୟୁରୋ): ଗତ ୧୦ ଦିନ ହେଲା ରାଜ୍ୟରେ କରୋନା ମିଟର ତଳମୁହାଁ ହୋଇଛି। ପ୍ରତିଦିନ ନୂଆ ଦୈନିକ ସଂକମ୍ରଣ ହ୍ରାସ ପାଉଛି। ଶୁକ୍ରବାର ରାଜ୍ୟରେ ୫ହଜାରରୁ...
୭୭.୮ ପ୍ରତିଶତ ପ୍ରଭାବଶାଳୀ କୋଭାକ୍ସିନ୍
ନୂଆଦିଲ୍ଲୀ,୨୨।୬: ଭାରତୀୟ ସ୍ବଦେଶୀ ଟିକା କୋଭାକ୍ସିନ୍ର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ସମୀକ୍ଷା ବୈଠକର ତଥ୍ୟ ସାମ୍ନାକୁ ଆସିଛି। ଏହି ସମୀକ୍ଷା ବୈଠକରେ ପ୍ରକାଶ ପାଇଛି ଯେ,...
ରାଜ୍ୟରେ ୪ ହଜାର ତଳକୁ ଖସିଲା ଦୈନିକ କରୋନା ସଂକ୍ରମଣ
ଭୁବନେଶ୍ୱର,୧୫।୬(ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ କରୋନା ମୃତ୍ୟୁସଂଖ୍ୟା ଚିନ୍ତା ବଢ଼ାଉଥିବା ବେଳେ ମଙ୍ଗଳବାର ସଂକ୍ରମଣ ସଂଖ୍ୟା ସାମାନ୍ୟ ହ୍ରାସ ପାଇଛି। ଆଜି ରାଜ୍ୟରେ ୩,୪୦୫ ଜଣ...
ମନ୍ଦିର ଦର୍ଶନକୁ ନେଇ ପୋଲିସ-ପୁରୋହିତ ମୁହାଁମୁହିଁ
ମିର୍ଜାପୁର,୨୧।୬: ଉତ୍ତରପ୍ରଦେଶର ବିନ୍ଧ୍ୟାଞ୍ଚଳରେ ଥିବା ପ୍ରସିଦ୍ଧ ମା’ ବିନ୍ଧବାସିନି ମନ୍ଦିରରେ ଦର୍ଶନ ଓ ପୂଜାକୁ ନେଇ ରବିବାର ପୋଲିସ ଓ ପୁରୋହିତ ମୁହାଁମୁହିଁ ହୋଇଥିବା ଜଣାପଡ଼ିଛି।...
ରାଜ୍ୟରେ ୮ହଜାରରୁ ଊର୍ଦ୍ଧ୍ୱ ଆକ୍ରାନ୍ତ ଚିହ୍ନଟ: ଖୋର୍ଦ୍ଧାରୁ ସର୍ବାଧିକ
ଭୁବନେଶ୍ୱର,୩।୬(ବ୍ୟୁରୋ): ଗତ କିଛି ଦିନ ହେଲା ରାଜ୍ୟରେ କରୋନା ମିଟର ତଳମୁହାଁ ହୋଇଛି। ଗତ ୨ଦିନ ହେଲା ରାଜ୍ୟରେ ୮ହଜାର ରହିଛି ଆକ୍ରାନ୍ତଙ୍କ ସଂଖ୍ୟା ବୁଧବାର...
ସାଢ଼େ ୧୮ କୋଟିରେ କାହିଁକି କିଣାଗଲା ରାମମନ୍ଦିର ଜମି: କେନ୍ଦ୍ର-ଆରଏସ୍ଏସ୍କୁ ରିପୋର୍ଟ ପଠାଇଲା ଟ୍ରଷ୍ଟ୍…
ଅଯୋଧ୍ୟା,୧୫।୬: ରାମମନ୍ଦିର ପାଇଁ ଜମି କାହିଁକି ସାଢ଼େ ୧୮ କୋଟି ଟଙ୍କାରେ କିଣାଗଲା ସେ ନେଇ ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ୍ ପକ୍ଷରୁ ରିପୋର୍ଟ...
ସାମ୍ଭାବ୍ୟ ତୃତୀୟ ଲହର ମୁକାବିଲା ପାଇଁ ଶିଶୁଙ୍କ ସ୍ବାସ୍ଥ୍ୟ ଯାଞ୍ଚ ଆରମ୍ଭ
ବୁଗୁଡ଼ା,୧୦।୬(ଡି.ଏନ୍.ଏ): ଓଡ଼ିଶାରେ କରୋନାର ତୃତୀୟ ଲହର ମୁକାବିଲା ପାଇଁ ଜିଲାପାଳ ଆଗୁଆ ପଦକ୍ଷେପ ଗ୍ରହଣ କରିଛନ୍ତି। ଜିଲାପାଳ ବିଜୟ କୁଲାଙ୍ଗେଙ୍କ ନିର୍ଦ୍ଦେଶକ୍ରମେ ବୁଗୁଡ଼ା ବ୍ଲକର ବିଭିନ୍ନ...
ଏଣିକି ଏଡ୍ସ ପୀଡ଼ିତଙ୍କୁ ମିଳିବ ପେନ୍ସନ
ଚଣ୍ଡିଗଡ଼,୧୮।୬: ଏଡ୍ସ ସଂକ୍ରମିତ ପାଇଁ ହରିଆଣା ସରକାର ଏକ ବଡ଼ ଘୋଷଣା କରିଛନ୍ତି। ଖୁବ୍ଶୀଘ୍ର ପ୍ରତିମାସରେ ଏଡ୍ସ ପୀଡ଼ିତଙ୍କୁ ୨୨୫୦ଟଙ୍କା ଲେଖାଏ ପେନ୍ସନ ପ୍ରଦାନ କରିବେ...


