ଭୁବନେଶ୍ୱର,୧୨।୬(ବ୍ୟୁରୋ): ଗତ ୧୦ ଦିନ ହେଲା ରାଜ୍ୟରେ କରୋନା ମିଟର ତଳମୁହାଁ ହୋଇଛି। ପ୍ରତିଦିନ ନୂଆ ଦୈନିକ ସଂକମ୍ରଣ ହ୍ରାସ ପାଉଛି। ଶୁକ୍ରବାର ରାଜ୍ୟରେ ୫ହଜାରରୁ ଉର୍ଦ୍ଧ୍ୱ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଶନିବାର ଏହି ସଂଖ୍ୟାରେ ହ୍ରାସ ଘଟିଛି। ଶନିବାର ରାଜ୍ୟରେ ୪,୮୫୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂଆ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୨,୭୬୫କ୍ୱାରାଣ୍ଟାଇନ୍ରୁ ହୋଇଥିବା ବେଳେ ୨,୦୮୭ଲୋକାଲ କେସ୍ ରହିଛି। ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ନୂଆ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ସର୍ବାଧିକ ଖୋର୍ଦ୍ଧା ଜିଲାରୁ ୬୪୯ ଓ କଟକରୁୁ ୫୦୫ଜଣ ରହିଛନ୍ତି। ସେହିପରି ଅନୁଗୋଳରୁ ୨୭୫, ବାଲେଶ୍ୱର ୩୬୪, ବରଗଡ଼ ୬୧, ଭଦ୍ରକ ୨୨୨, ବଲାଙ୍ଗୀର ୩୧, ବୌଦ୍ଧ ୫୭, ଦେବଗଡ଼ ୨୦, ଢ଼େଙ୍କାନାଳ ୧୫୦, ଗଜପତି ୪୮, ଗଞ୍ଜାମ ୪୦, ଜଗତସିଂହପୁର ୧୮୦, ଯାଜପୁର ୩୮୨, ଝାରସୁଗୁଡ଼ା ୧୬, କଳାହାଣ୍ଡି ୬୦, କନ୍ଧମାଳ ୮୩, କେନ୍ଦ୍ରାପଡ଼ା ୨୮୭, କେନ୍ଦୁଝର ୯୬, କୋରାପୁଟ ୮୮, ମାଲକାନଗିରି ୮୯, ମୟୁରଭଞ୍ଜ ୨୧୦, ନବରଙ୍ଗପୁର ୧୦୮, ନୟାଗଡ଼ ୧୩୬, ନୂଆପଡ଼ା ୨୨, ପୁରୀ ୨୩୭, ରାୟଗଡ଼ା ୧୦୫, ସମ୍ବଲପୁର ୪୧, ସୋନପୁର ୩୫, ସୁନ୍ଦରଗଡ଼ ୧୫୭ ଓ ଷ୍ଟେଟ ପୁଲରୁ ୯୮ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮,୪୭,୩୧୩ରେ ପହଞ୍ଚିଛି। ସେଥିମଧ୍ୟରୁ ୭,୮୧,୪୮୮ଜଣ ସୁସ୍ଥ ହୋଇଥିବା ବେଳେ ୬୨,୫୧୫ସକ୍ରିୟ ମାମଲା ରହିଥିବା ନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି।
Posted inକରୋନା ଭାଇରସ୍, ମେଟ୍ରୋ, ରାଜ୍ୟ View All
ରାଜ୍ୟରେ ମୁଣ୍ଡ ପରେ ମୁଣ୍ଡ ନେଇ ଚାଲିଛି କରୋନା: ଆଜି ୩୭ ଜଣଙ୍କ ମୃତ୍ୟୁ
ଭୁବନେଶ୍ୱର,୧।୬(ବ୍ୟୁରୋ): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ୁଛି। ମଙ୍ଗଳବାର ରାଜ୍ୟରେ କରୋନା ଆଉ ୩୭ ଜଣଙ୍କ ଜୀବନ ନେଇଛି।...
ବୃଦ୍ଧଙ୍କୁ ବିଦ୍ୟୁତ୍ ଖୁଣ୍ଟରେ ବାନ୍ଧି ସଂଘବଦ୍ଧ ଆକ୍ରମଣ
ମାହାଙ୍ଗା,୧୨ା୬(ସ୍ବ.ପ୍ର.): ଜଣେ ବୃଦ୍ଧ ଛେଳି ମାରି ଦେଇଥିବା ଅଭିଯୋଗରେ ଗ୍ରାମର କେତେଜଣ ଲୋକ ତାଙ୍କୁ ଏକ ବିଦ୍ୟୁତ୍ ଖୁଣ୍ଟରେ ବାନ୍ଧି ସଂଘବଦ୍ଧ ଆକ୍ରମଣ କରିଥିବାର ଏକ...
ମହିଳାଙ୍କୁ ଗଣବଳାତ୍କାର
କେନ୍ଦୁଝର, ୭ା୬ : କେନ୍ଦୁଝର ଜିଲା ବଡ଼ବିଲ ଥାନା ଅଞ୍ଚଳର ଜଣେ ବିଧବା ମହିଳାଙ୍କୁ ଗାଡ଼ିରେ ଉଠାଇ ନେଇ ଗଣବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଏହି...
ସାଇକେଲ ଚାଳନା ପ୍ରସାର ଉପରେ ଗୁରୁତ୍ୱ
ଭୁବନେଶ୍ୱର, ୫।୬(ବ୍ୟୁରୋ): ରୋଟାରୀ କ୍ଲବ୍ ଇକୋ ପକ୍ଷରୁ ଅନ୍ଲାଇନ୍ ଜରିଆରେ ଶୁକ୍ରବାର ବିଶ୍ୱ ସାଇକେଲ ଦିବସ ପାଳିତ ହୋଇଯାଇଛି। ଏଥିରେ ରୋଟାରୀ କ୍ଲବ ଇକୋର ସଭାପତି...
ଟିକା ନେବା ସତ୍ତ୍ୱେ ସଂକ୍ରମଣ: କାରଣ ଖୋଜିବ ୮ଜଣିଆ କମିଟି
ଭୁବନେଶ୍ୱର, ୨୦।୬(ବ୍ୟୁରୋ): କରୋନା ଲଢ଼େଇରେ ସବୁଠାରୁ ବଡ଼ ଅସ୍ତ୍ର ହେଉଛି ଟିକା। ବାରମ୍ବାର ପରୀକ୍ଷଣ ପରେ ଏବେ ଦେଶରେ କୋଭିଶିଲ୍ଡ ଓ କୋଭାକ୍ସିନ ଟିକା ଦିଆଯାଉଛି।...
ଟିକା ପାଇଁ କମ୍ପାନୀ ରିହାତି
ବେଙ୍ଗାଲୁରୁ, ୨୪।୬: କୋଭିଡ୍ ଟିକାକୁ ନେଇ କେତେକଙ୍କ ମଧ୍ୟରେ ରହିଥିବା କୁଣ୍ଠାବୋଧ ଦୂର କରିବା ଓ ଟିକାକରଣ ଅଭିଯାନରେ ବହୁସଂଖ୍ୟାରେ ସାମିଲ ହେବାକୁ ପ୍ରୋତ୍ସାହିତ କରିବା...
ସଂକ୍ରମଣ ସାମାନ୍ୟ କମିଲା: ରାଜଧାନୀରୁ ୬୬୧ ପଜିଟିଭ୍ ଚିହ୍ନଟ
ଭୁବନେଶ୍ୱର,୮।୬(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରେ ମଙ୍ଗଳବାର ୬୬୧ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିରୁ ୧୫୬ କ୍ୱାରାଣ୍ଟାଇନ୍ରୁ ଥିବା ବେଳେ ୫୦୫ ଲୋକାଲ କେସ୍ ରହିଛି।...
ମହିଳା ଉଦ୍ୟୋଗୀଙ୍କ ପାଇଁ ଋଣ ଉପରେ ୫% ସୁଧ ଛାଡ଼ ହେବ
ଭୁବନେଶ୍ୱର,୨୩ା୬(ବ୍ୟୁରୋ): କୋଭିଡ୍-୧୯ ମହାମାରୀରେ ଗୁରୁତର ଭାବେ ପ୍ରଭାବିତ ହୋଇଥିବା ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍ଏସ୍ଏମ୍ଇ) ଉପରୁ ରାଜ୍ୟ ସରକାର ଋଣ ଭାର କମ୍...


