ଭୁବନେଶ୍ୱର,୨୪।୬(ବ୍ୟୁରୋ): ରାଜ୍ୟରେ ପୁଣି ଦୈନିକ ସଂକ୍ରମଣ ବୃଦ୍ଧି ପାଇଥିବା ବେଳେ ମୃତ୍ୟୁ ସଂଖ୍ୟାରେ ବି ଲାଗୁନି ବ୍ରେକ୍। ଗୁରୁବାର ରାଜ୍ୟରେ ଗତ ୨୪ଘଣ୍ଟାରେ କରୋନାଜନିତ ୪୪ ଜଣଙ୍କ ପ୍ରାଣହାନୀ ଘଟିଛି। ଏହାକୁ ମିଶାଇ ରାଜ୍ୟରେ ମୃତ୍ୟୁ ସଂଖ୍ୟା ୩,୭୬୧କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୯ଜଣ ମୃତ୍ୟୁ ଘଟିଛି। ସେହିପରି ବରଗଡ଼ ଓ କଟକରୁ ଜିଲାରୁ ୫ଜଣ ପ୍ରାଣ ହରାଇଥିବା ବେଳେ ଅନୁଗୋଳ ଏବଂ ପୁରୀରୁ ୪ଜଣ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ସେହିଭଳି ଗଞ୍ଜାମ, କେନ୍ଦ୍ରାପଡ଼ା ଓ ସୁନ୍ଦରଗଡ଼ରୁ ୩ଜଣ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ନୟାଗଡ଼ ଓ ସମ୍ବଲପୁର ଜିଲାରୁ ୨ଜଣ ଲେଖାଏଁ ଏବଂ ବୌଦ୍ଧ, ଭଦ୍ରକ, ଢ଼େଙ୍କାନାଳ ଓ ମାଲକାନଗିରିରେ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଏନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି।
Posted inକରୋନା ଭାଇରସ୍, ମେଟ୍ରୋ, ରାଜ୍ୟ View All
କରୋନାର ତୃତୀୟ ଲହରକୁ ନେଇ ଶିଶୁଙ୍କ ସ୍ବାସ୍ଥ୍ୟ ଜୋର୍ଦାର ଯାଞ୍ଚ
ବୁଗୁଡ଼ା,୧୩ା୬(ଡି.ଏନ୍.ଏ.): କରୋନାର ତୃତୀୟ ଲହରକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ନିର୍ଦ୍ଦେଶ ଅନୁଯାୟୀ ବୁଗୁଡା ବ୍ଲକର ବିଭିନ୍ନ ଗ୍ରାମରେ ଅଙ୍ଗନଓ୍ବାଡ଼ି ଓ ଆଶା କର୍ମୀମାନେ ଘର...
କରୋନା ଲଦିଲା ୭ ବର୍ଷର ଝିଅ ମୁଣ୍ଡରେ ଦାୟିତ୍ୱର ପାହାଡ଼
ଭୋଗରାଇ,୧୪।୬- ବାପା ମା’ଙ୍କୁ ଛଡ଼ାଇ ନେଲା ମହାମାରୀ। ଉଜୁଡ଼ିଗଲା ସଂସାର। ଏବେ ପରିବାରରେ କେବଳ ୭ ବର୍ଷର ଝିଅ କ୍ରିଷ୍ଣା ଆଉ ତା’ର ଦେଢ଼ ମାସର...
କେହି ଶୁଣିଲେନି, କରୋନା ମୃତକଙ୍କୁ କାନ୍ଧ ଦେଲେ ବିଡିଓ, ସରପଞ୍ଚ
ଭଦ୍ରକ ଅଫିସ,୧୭।୬: କରୋନା ଭୟରେ ମୃତଦେହ ପାଖ ମାଡ଼ିଲେନି ସାହି ଭାଇ କିମ୍ବା ସମ୍ପର୍କୀୟ। ଫଳରେ ସ୍ଥାନୀୟ ସରପଞ୍ଚ ଓ ବିଡିଓ ଆଗେଇ ଆସି ମୃତକଙ୍କୁ...
ସଂକ୍ରମଣ ଖସୁଛି, ସଞ୍ଜୀବନୀ ବଢ଼ୁଛି
ଅନୁଗୋଳ ଅଫିସ, ୧୯ା୬ ଅନୁଗୋଳ ଜିଲାରେ ହଠାତ୍ ବଢ଼ିଯାଇଥିଲା କରୋନା ସଂକ୍ରମଣ। ପ୍ରଶାସନର ପୂର୍ବ ପ୍ରସ୍ତୁତି ସତ୍ତ୍ୱେ ନିୟନ୍ତ୍ରଣରେ ନ ଥିଲା ପରିସ୍ଥିତି। ଏପରି କି...
ମହିଳାଙ୍କ ଶରୀରରେ ୨୧୬ ଦିନ ରହି ୩୦ ଥର ମ୍ୟୁଟେଶନ କଲା କରୋନା ଭୂତାଣୁ …
ଜୋହାନ୍ସବର୍ଗ,୬।୬: ପୃଥିବୀରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ଏପରିସ୍ଥଳେ କରୋନା ଭୂତାଣୁ କିଭଳି ଜଣେ ୩୬ ବର୍ଷ ବୟସ୍କା ଏଚ୍ଆଇଭି ପଜିଟିଭ୍...
୧୭ ଜିଲାରେ ଆରମ୍ଭ ହେବ ଡିଏଲ୍ ଟେଷ୍ଟ୍
ଭୁବନେଶ୍ୱର,୧୮ା୬(ବ୍ୟୁରୋ): କରୋନା ସଂକ୍ରମଣ ହାର କମିଥିବାରୁ ରାଜ୍ୟ ସରକାର ୧୭ ଜିଲାରେ ଲକ୍ଡାଉନ୍ କଟକଣା କୋହଳ କରିଛନ୍ତି। ତେଣୁ ଏହିସବୁ ଜିଲାରେ ଥିବା ଆର୍ଟିଓ ପକ୍ଷରୁ...
କୋଭିଡ୍ ପରିଚାଳନାରେ ପ୍ରମୁଖ ଅସ୍ତ୍ର ସିଏମ୍ଏସ୍
ଅନୁଗୋଳ ଅଫିସ, ୧୨ା୬ କରୋନାର ଦ୍ୱିତୀୟ ଲହର ଭୟାନକ ସାବ୍ୟସ୍ତ ହୋଇଛି। ଏଥିରେ ଦ୍ରୁତ ସଂକ୍ରମଣ ସହ ଅଧିକ ମୃତ୍ୟୁ ଦେଖିବାକୁ ମିଳିଛି। କେବଳ ମେ’...
କୁମ୍ଭକର୍ଣ୍ଣ ନିଦ୍ରାରେ କେନ୍ଦ୍ର
ବଇଣ୍ଡା,୨୬ା୬ କରୋନାକୁ ନେଇ ସବୁଠି ହାହାକାର। କିଏ ଜୀବନ ତ କିଏ ଜୀବିକା ବଞ୍ଚାଇବାକୁ କରୁଛନ୍ତି ସଂଘର୍ଷ। ଭୋକ, ରୋଗ ଓ ଶୋକକୁ ନେଇ ବଢ଼ିଚାଲିଛି...


