ହଂକଂ,୨୪ା୬: ହଂକଂର ନୂଆ ସୁରକ୍ଷା ଆଇନ ଓ ଗଣତନ୍ତ୍ର ସପକ୍ଷବାଦୀ ଲଢ଼େଇ ମଝିରେ ବଳିପଡ଼ିଛି ପ୍ରସିଦ୍ଧ ଦୈନିକ ଖବରକାଗଜ ‘ଆପଲ୍ ଡେଲି’। ୧୯୯୫ ଜୁନ୍ ୨୦ରେ ଜିମି ଲାଇଙ୍କ ଦ୍ୱାରା ପ୍ରତିଷ୍ଠିତ ‘ଆପଲ୍ ଡେଲି’ ପ୍ରଥମେ ଚାଞ୍ଚଲ୍ୟକର ଖବର ପ୍ରକାଶ କରୁଥିଲା। ସେକ୍ସ, ଡ୍ରଗ୍ସ ଓ ସ୍କାଣ୍ଡାଲ ଆଦିକୁ ନେଇ ଏହାର ଶିରୋନାମା ପାଠକୀୟ ଦୃଷ୍ଟି ଆକର୍ଷଣ କରୁଥିଲା। ପରେ ଏହି ପେପର୍ ନିଜକୁ ପରିବର୍ତ୍ତିତ କରି ଶକ୍ତିଶାଳୀ ଚାଇନାର ବିରୋଧୀ ପାଲଟିଯାଇଥିଲା। ୨୦୨୧ ଜୁନ୍ ୨୬ରୁ ଏହାର ମୁଦ୍ରିତ ସଂସ୍କରଣ ଆଉ ପ୍ରକାଶ ପାଇବ ନାହିଁ ବୋଲି ‘ଆପଲ ଡେଲି’ ପକ୍ଷରୁ ବୁଧବାର ଘୋଷଣା କରାଯାଇଛି। ହଂକଂ କର୍ତ୍ତୃପକ୍ଷ ବିବାଦୀୟ ସୁରକ୍ଷା ଆଇନ ବଳରେ ‘ଆପଲ ଡେଲି’ର ସମ୍ପତ୍ତି ବାଜ୍ୟାପ୍ତ କରିବା ପରେ ଏହି ମିଡିଆ ଆଉଟ୍ଲେଟ୍ ଖବରକାଗଜର କେବଳ ଚୂଡ଼ାନ୍ତ ସଂସ୍କରଣ ପ୍ରକାଶ କରାଯିବ। ଉକ୍ତ ନିଷ୍ପତ୍ତି ଫଳରେ ହଂକଂର ସ୍ବାଧୀନତା ପାଇଁ ଚାଲିଥିବା ଆନ୍ଦୋଳନକୁ ଶକ୍ତ ଝଟ୍କା ଲାଗିଛି। ବିରୋଧ, ବିକ୍ଷୋଭ ଓ ଆନ୍ଦୋଳନର ସ୍ବରକୁ ଚାଇନା ଚପାଇଦେବାକୁ ଉଦ୍ୟମ ଚଳାଇଥିବାରୁ ୭୫ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଏହି ଅନ୍ତର୍ଜାତୀୟ ଆର୍ଥିକ କେନ୍ଦ୍ର ମିଡିଆ ହବ୍ ରୂପେ ଏକପ୍ରକାର ଅଭିବ୍ୟକ୍ତିର ସ୍ବାଧୀନତା ହରାଇଛି। ଏଥିସହ ଖବରକାଗଜରେ କାର୍ଯ୍ୟରତ ପ୍ରାୟ ୧,୦୦୦ ଏଡିଟୋରିଆଲ ଷ୍ଟାଫ୍ ଓ ଅନ୍ୟ କର୍ମଚାରୀ ନିଯୁକ୍ତି ହରାଇଛନ୍ତି।
ଡେଲି’ ମୁଖ୍ୟାଳୟ ବାହାରେ ଖବରଦାତାମାନେ ବୁଧବାର ସନ୍ଧ୍ୟାରେ କହିଛନ୍ତି, ସେମାନେ ଗୋଟିଏ ରାତିରେ ପ୍ରାୟ ୧୦ ଲକ୍ଷ କପି ଖବରକାଗଜ ଛାପିବେ। ଚାଇନାର ଏକଚ୍ଛତ୍ରବାଦୀ ନେତାଙ୍କ ଆକ୍ରୋଶର ଶିକାର ହୋଇ ଏହାର ଅପମୃତ୍ୟୁ ଘଟିଛି। ‘ଆପଲ ଡେଲି’ ମାଲିକ ତଥା ଚାଇନା କମ୍ୟୁନିଷ୍ଟ ପାର୍ଟିର ସମାଲୋଚକ ଜିମି ଲାଇ ଗଣତନ୍ତ୍ର ଆନ୍ଦୋଳନରେ ସାମିଲ ହୋଇ ଜେଲ ଯାଇଛନ୍ତି। ଗତବର୍ଷ ହଂକଂବାସୀଙ୍କ ଉପରେ ଉକ୍ତ ଆଇନ ଲଦି ଦିଆଯିବା ପରେ ଏହା ବଳରେ ଜେଲ୍ ଯିବାରେ ଜିମି ହେଉଛନ୍ତି ପ୍ରଥମ। ଚାଇନାର ଜାତୀୟ ନିରାପତ୍ତାକୁ ନୂ୍ୟନ କରୁଥିବା ବିଦେଶୀ ଶକ୍ତିଙ୍କ ସହ ହାତ ମିଳାଇବା ଅଭିଯୋଗରେ ଜିମି ଲାଇ, ମୁଖ୍ୟ ସମ୍ପାଦକ ର଼୍ୟାନ୍ ଲ’ ଏବଂ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) କିମ୍-ହଙ୍ଗ୍ଙ୍କୁ ଜେଲରେ ରଖାଯାଇଛି। ସେହିପରି ବରିଷ୍ଠ ସ୍ତମ୍ଭକାର ୟେଉଙ୍ଗ୍ ଚିଙ୍ଗ୍କିଙ୍କୁ ବୁଧବାର ଗିରଫ କରାଯାଇଛି। ଚାଇନା ବିରୋଧୀ ନିବନ୍ଧ ଓ ସ୍ତମ୍ଭ ପ୍ରକାଶ ଏବଂ ବେଜିଂ ବିପକ୍ଷରେ ଅନ୍ତର୍ଜାତୀୟ କଟକଣାକୁ ସମର୍ଥନ କରିବା କାରଣରୁ ଖବରକାଗଜକୁ ଜାତୀୟ ସୁରକ୍ଷା ପାଇଁ ବିପଦ ବିବେଚନା କରି ଏହା ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା କର୍ତ୍ତୃପକ୍ଷ କହିଛନ୍ତି। ଗତ ଗୁରୁବାର ପ୍ରାୟ ୫୦୦ ପୋଲିସ ଅଫିସର ‘ଆପଲ ଡେଲି’ର ପ୍ରକାଶନ ନ୍ୟୁଜ୍ରୁମ୍ରେ ଚଢ଼ାଉ କରିଥିଲେ। ପ୍ରକାଶ ଯେ, ସିକ୍ୟୁରିଟି ଲ’ ଅନୁସାରେ ସମ୍ପତ୍ତି ବାଜ୍ୟାପ୍ତି ପାଇଁ କୌଣସି କୋର୍ଟ ଅର୍ଡର କିମ୍ବା ଆପରାଧିକ ଦଣ୍ଡବିଧାନ ଆବଶ୍ୟକ ନାହିଁ।
Posted inଅନ୍ତର୍ଜାତୀୟ View All
ପରଲୋକରେ ଜାମ୍ବିଆର ପ୍ରଥମ ରାଷ୍ଟ୍ରପତି
ନୂଆଦିଲ୍ଲୀ,୧୮ା୬: ଜାମ୍ବିଆର ପ୍ରଥମ ରାଷ୍ଟ୍ରପତି କେନେଥ୍ କଉଣ୍ଡାଙ୍କ ପରଲୋକ ହୋଇଯାଇଛି। ଜାମ୍ବିଆ ରାଷ୍ଟ୍ରପତି ଏଡ୍ଗାର ଲୁଙ୍ଗା ଫେସ୍ବୁକ୍ରେ ଏହି ସୂଚନା ଦେଇଛନ୍ତି। ଆଫ୍ରିକୀୟ ସ୍ବାଧୀନତା ଆନ୍ଦୋଳନ...
୧୧ ସହ ଗୁଣନର ସରଳ ଟ୍ରିକ୍
ଓଣ୍ଟାରିଓ, ୭ା୬: କାନାଡା ଓଣ୍ଟାରିଓର ଜଣେ ଗଣିତ ଶିକ୍ଷୟିତ୍ରୀ ୧୧ ସହ ଯେକୌଣସି ସଂଖ୍ୟାର ଗୁଣନ ମାତ୍ର କିଛି ସେକେଣ୍ଡରେ କରିବା ପାଇଁ ଏକ ସରଳ...
କରୋନାକୁ ନେଇ ଏହି ଦେଶର ଚିନ୍ତା ନାହିଁ
ଓ୍ବାଶିଂଟନ,୨୩ା୬: ସମଗ୍ର ବିଶ୍ୱରେ କରୋନା ମହାମାରୀ ବହୁ କ୍ଷତି ଘଟାଇଲାଣି। ଇତିମଧ୍ୟରେ ଅନେକ ଦେଶରେ ନାନା ସମସ୍ୟା ମଧ୍ୟରେ ଗତି କରୁଛନ୍ତି। ଯେଉଁଥିରେ ଶକ୍ତିଶାଳୀ ଆମେରିକା...
କୋଭିଡ୍ ଭୟରେ ୫ ବର୍ଷର ଝିଅଙ୍କୁ ୧୫ ଥର ଭୁଷିଲେ ଛୁରି
ଲଣ୍ଡନ,୨୫।୬: କୋଭିଡ୍-୧୯ ଭୟରେ ୩୬ ବର୍ଷୀୟା ମହିଳା ଭାରତୀୟ ବଂଶଦ୍ଭୋବ ୟୁକେରେ ନିଜ ଘରେ ୫ ବର୍ଷର ଝିଅକୁ ଅତି ନିର୍ମମ ଭାବେ ହତ୍ୟା କରିଥିଲେ।...
ଦୁର୍ଭିକ୍ଷ ଆଁରେ ଇଥିଓପିଆ
ଆଡିସ୍ ଆବାବା,୧୨ା୬: ପୂର୍ବ ଆଫ୍ରିକୀୟ ରାଷ୍ଟ୍ର ଇଥିଓପିଆରେ ସରକାରୀ ବଳ ଓ ବିଦ୍ରୋହୀଙ୍କ ମଧ୍ୟରେ ଲଢ଼େଇ ଟିଗ୍ରେ ଅଞ୍ଚଳ ପାଇଁ ବିପତ୍ତିକୁ ଡାକି ଆଣିଛି। ଫଳରେ...
ସିଙ୍ଗାପୁରରେ ଭାରତୀୟ ବଂଶୋଦ୍ଭବ ମହିଳାଙ୍କୁ ୩୦ ବର୍ଷ ଜେଲ୍
ସିଙ୍ଗାପୁର,୨୨।୬: ୪୧ ବର୍ଷୀୟା ଭାରତୀୟ ବଂଶୋଦ୍ଭବ ମହିଳାଙ୍କୁ ସିଙ୍ଗାପୁରରେ ୩୦ ବର୍ଷ ଜେଲ୍ ଦଣ୍ଡରେ ଦଣ୍ଡିତ କରାଯାଇଛି। ଘରୋଇ ସହାୟକଙ୍କ ଉପରେ ୧୪ ମାସ ଧରି...
ପାର୍ଲାମେଣ୍ଟରେ ମରାମରି ହେଲେ ଏମ୍ପି
ଲା ପାଜ୍,୧୦।୬: ପାର୍ଲାମେଣ୍ଟରେ ହୋ ହଲ୍ଲା ଓ ଚପଲ ଫୋପାଡ଼ିବା ଘଟଣା କିଛି ନୂଆ ନୁହେଁ। କିନ୍ତୁ ଚୁଟି ଟଣାଟଣି ସହ ମୁଥ ମରାମରି ହେବା...
ଡୋଜ୍ ନେଲା ପରେ ବି ହେଉଛି କରୋନା: ବଢୁଛି ଚିନ୍ତା…
ଓ୍ବାଶିଂଟନ/ଲଣ୍ଡନ/ନୂଆଦିଲ୍ଲୀ,୧୬।୬: ପୃଥିବୀରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ଆତଙ୍କ ଦେଖାଦେଇଛି। ସଂକ୍ରମଣରୁ ଦୂରେଇ ରହିବା ଲାଗି ଟିକାକରଣ ଅଭିଯାନ ଜାରି ରହିଛି। ତେବେ ଭାକ୍ସିନ୍ର ଦୁଇ...


