ନୂଆଦିଲ୍ଲୀ,୨୪।୬: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଶେଷ ନ ହେଉଣୁ ପୁଣି ନୂଆ ବିପଦ ସମ୍ପର୍କରେ ବିଶେଷଜ୍ଞ ସୂଚନା ଦେଇଛନ୍ତି। ଡେଲ୍ଟା ଭାରିଆଣ୍ଟ୍ର ନୂଆ ରୂପ ଡେଲ୍ଟା ପ୍ଲସ୍ ଭାରିଆଣ୍ଟ୍ ଆକ୍ରାନ୍ତଙ୍କ ସଂଖ୍ୟା ଦେଶରେ ବଢ଼ିବାରେ ଲାଗିଛି। ନୂଆ ଡେଲ୍ଡା ପ୍ଲସ୍ ଭାରିଆଣ୍ଟ୍କୁ ଯୋଗୁ ଦେଶରେ ତୃତୀୟ ଲହର ସୃଷ୍ଟି ହେବାର ଆଶଙ୍କା ଥିବା ବିଶେଷଜ୍ଞ ସେପରି କୌଣସି ତଥ୍ୟ ପ୍ରକାଶ କରି ନ ଥିଲେ ମଧ୍ୟ ଡେଲ୍ଟା ପ୍ଲସ୍ ଭାରିଆଣ୍ଟ୍ ନେଇ ସରକାରଙ୍କ ଚିନ୍ତା ବଢ଼ିବା ସହିତ ଲୋକେ ଆତଙ୍କିତ ହେବାରେ ଲାଗିଛନ୍ତି। ଏପରିସ୍ଥଳେ ଡେଲ୍ଟା ପ୍ଲସ୍ ଭାରିଆଣ୍ଟ୍ରେ ଆକ୍ରାନ୍ତ ହୋଇ ମଧ୍ୟପ୍ରଦେଶ ଉଜ୍ଜୟନୀରେ ପ୍ରଥମ ମୃତ୍ୟୁ ଘଟିଛି। ଡେଲ୍ଟା ପ୍ଲସ୍ ଭାରିଆଣ୍ଟ୍ରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଅବସ୍ଥାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ଡେଲ୍ଟା ପ୍ଲସ୍ ଭାରିଆଣ୍ଟ୍ ଭୂତାଣୁ ବି-୧-୬୧୭-୨-୧ ଦ୍ୱାରା ମହାରାଷ୍ଟ୍ର, ମଧ୍ୟପ୍ରଦେଶ, କେରଳ, ତାମିଲନାଡୁ, କର୍ନାଟକ, ପଞ୍ଜାବ, ଆନ୍ଧ୍ରପ୍ରଦେଶ ଏବଂ ଜମ୍ମୁ-କଶ୍ମୀର ଆଦି ୮ ରାଜ୍ୟରେ ଆକ୍ରାନ୍ତ ହୋଇଛନ୍ତି। ମହାରାଷ୍ଟ୍ରରେ ୨୧ ଜଣଙ୍କଠାରେ ଡେଲ୍ଟା ପ୍ଲସ୍ ଭାରିଆଣ୍ଟ୍ ଚିହ୍ନଟ ହୋଇଥିବାବେଳେ ମଧ୍ୟପ୍ରଦେଶରେ ୬ ଜଣ, କେରଳରେ ୩ ଜଣ, ତାମିଲନାଡୁରେ ୩, କର୍ନାଟକରେ ୨, ପଞ୍ଜାବରେ ଜଣେ, ଆନ୍ଧ୍ରପ୍ରଦେଶରେ ଜଣେ ଏବଂ ଜମ୍ମୁ-କଶ୍ମୀରରେ ଜଣେ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଡେଲ୍ଟା ଭାରିଆଣ୍ଟ୍ ତୁଳନାରେ ଅଧିକ ବେଗରେ ଡେଲ୍ଟା ପ୍ଲସ୍ ଭାରିଆଣ୍ଟ୍ ସଂକ୍ରମଣ ବ୍ୟାପିବାର ଆଶଙ୍କା ରହିଥିବା ବିଶେଷଜ୍ଞମାନେ କହିିଛନ୍ତି।
Posted inକରୋନା ଭାଇରସ୍, ଜାତୀୟ View All
ବାଘ, ସିଂହର କରୋନା ମୃତ୍ୟୁ
ରାଞ୍ଚି/ଚେନ୍ନାଇ: ତାମିଲନାଡୁର ଭଣ୍ଡାଲୁରସ୍ଥିତ ଆରିଗ୍ନାର ଆନ୍ନା ଜାତୀୟ ଉଦ୍ୟାନରେ ୯ ସିଂହ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଥିଲେ। ସେମାନଙ୍କ ମଧ୍ୟରୁ ୯ ବର୍ଷର ଏକ ମାଈ...
ଜନ୍ମମାଟିକୁ ଟ୍ରେନରେ ଆସିବେ ରାଷ୍ଟ୍ରପତି କୋବିନ୍ଦ
ଲକ୍ଷ୍ନୌ,୨୪।୬: ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶୁକବ୍ରାର ଉତ୍ତରପ୍ରଦେଶର କାନପୁର ସ୍ଥିତ ନିଜ ଜନ୍ମସ୍ଥାନକୁ ଗସ୍ତ କରିବେ। ଆଉ ଏହି ଗସ୍ତ ସେ ରେଳଯାତ୍ରାରେ କରିବେ ବୋଲି...
କମୁନି ମୃତ୍ୟୁସଂଖ୍ୟା: ଗତ ୨୪ ଘଣ୍ଟାରେ ଗଲା ୪୪ ଜୀବନ
ଭୁବନେଶ୍ୱର,୨୪।୬(ବ୍ୟୁରୋ): ରାଜ୍ୟରେ ପୁଣି ଦୈନିକ ସଂକ୍ରମଣ ବୃଦ୍ଧି ପାଇଥିବା ବେଳେ ମୃତ୍ୟୁ ସଂଖ୍ୟାରେ ବି ଲାଗୁନି ବ୍ରେକ୍। ଗୁରୁବାର ରାଜ୍ୟରେ ଗତ ୨୪ଘଣ୍ଟାରେ କରୋନାଜନିତ ୪୪...
କଳା କାର୍ବନ ହିମାଳୟ ପାଇଁ ବଡ଼ ବିପଦ, ଜାଣନ୍ତୁ କାହିଁକି
ଉତ୍ତରାଖଣ୍ଡ,୧୧ା୬: ହିମାଳୟ ପ୍ରତି କଳା କାର୍ବନ ବଡ଼ ବିପଦ ସୃଷ୍ଟି କରିବ। କାରଣ କଳା କାର୍ବନ ଯୋଗୁ ଗ୍ଲେସିୟର ଦ୍ରୁତ ଗତିରେ ତରଳିବାର ଭୟ ରହିଛି।...
କରୋନା ସଙ୍କଟ ମଧ୍ୟରେ ବୈଜ୍ଞାନିକ ତିଆରି କଲେ ପକେଟ ଭେଣ୍ଟିଲେଟର
କୋଲକାତା,୧୧।୬: ବର୍ତ୍ତମାନ ଦେଶରେ ଦୈନିକ ସଂକମ୍ରଣ ହ୍ରାସ ପାଉଥିବା ବେଳେ ମୃତ୍ୟୁସଂଖ୍ୟା କିନ୍ତୁ ଥମିବାର ନା ନେଉନି। କରୋନା କାଳରେ ଦେଶରେ ଭେଣ୍ଟିଲେଟରର ସମସ୍ୟା ଦିନକୁ...
ରାଜ୍ୟରେ ୪ ହଜାର ତଳେ ରହୁଛି ଦୈନିକ କରୋନା ସଂକ୍ରମଣ
ଭୁବନେଶ୍ୱର, ୨୦।୬(ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ କରୋନା ଚିନ୍ତା ବଢ଼ାଉଥିବା ବେଳେ ରବିବାର ସଂକ୍ରମଣ ସଂଖ୍ୟା ସାମାନ୍ୟ ହ୍ରାସ ପାଇଛି। ଆଜି ରାଜ୍ୟରେ ୩,୫୭୭ ଜଣ...
ଆଉ ୩ ସ୍ଥାନରେ ଡ୍ରାଇଭ୍ ଇନ୍ ଭାକ୍ସିନେଶନ
ଭୁବନେଶ୍ୱର,୧୦ା୬(ବ୍ୟୁରୋ): ଡ୍ରାଇଭ୍ ଇନ୍ ଭାକ୍ସିନେଶନର ସୁଫଳ ମିଳିବା ପରେ ଆଉ ୩ଟି ସ୍ଥାନରେ ଏଭଳି ଟିକାକରଣ କରିବାକୁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ବ୍ୟବସ୍ଥା କରିଛି।...
ବ୍ଲାକ୍ ଫଙ୍ଗସ୍ ଔଷଧ ଟିକସ ମୁକ୍ତ
ନୂଆଦିଲ୍ଲୀ, ୧୨।୬: ବ୍ଲାକ୍ ଫଙ୍ଗସ୍ ଔଷଧକୁ ସରକାର ଟିକସ ମୁକ୍ତ କରିଛନ୍ତି। ଶନିବାର ଜିଏସ୍ଟି କାଉନସିଲ ବୈଠକ ପରେ ରେମ୍ଡେସିଭିର ଭଳି କୋଭିଡ୍-୧୯ ଔଷଧ ଏବଂ...


