ସାଉଥାମ୍ପଟନ,୨୪।୬: ଡବ୍ଲୁଟିସିର ପ୍ରଥମ ସଂସ୍କରଣରେ ନ୍ୟୁଜିଲାଣ୍ଡ ୮ ଉଇକେଟରେ ଭାରତକୁ ପରାସ୍ତ କରି ଚାମ୍ପିୟନ ହୋଇଛି। ଦୀର୍ଘ ୯୧ ବର୍ଷରେ ନ୍ୟୁଜିଲାଣ୍ଡ ପ୍ରଥମଥର ପାଇଁ କୌଣସି ଅନ୍ତର୍ଜାତୀୟ କ୍ରିକେଟ କାଉନ୍ସିଲ(ଆଇସିସି) ବିଶ୍ୱକପ୍ ଟାଇଟଲ ହାସଲ କରି ଇତିହାସ ସୃଷ୍ଟି କରିଛି। ଅପରପକ୍ଷେ କୌଣସି ଉଇକେଟ ଯୋଡ଼ିରେ ବଡ଼ ଭାଗୀଦାରି ଗଢ଼ି ନ ପାରି ଭାରତ ସୁଯୋଗ ହାତଛଡ଼ା କରିଥିଲା। ଫଳରେ ୨୦୧୩ ପରଠାରୁ ଆଇସିସିର ପ୍ରମୁଖ ଟାଇଟଲ ହାସଲ କରିବାରେ ବିଫଳ ହୋଇଛି ଦଳ। ଏନେଇ ପ୍ରତିକ୍ରିୟା ରଖିଛନ୍ତି ଅଧିନାୟକ ବିରାଟ କୋହଲି। ସେ କହିଛନ୍ତି, ଯଦି ପାଗ ଅନୁକୂଳ ରହିଥାନ୍ତା ତେବେ ଆଉ କିଛି ଦିନ କ୍ରିକେଟ ଖେଳାଯାଇପାରିଥାନ୍ତା। ଏଥିରେ ସ୍ପିନରମାନେ ନିଜର କମାଲ ଦେଖାଇଥାନ୍ତେ। ଦଳରେ ପରିବର୍ତ୍ତନର ଆବଶ୍ୟକତା ନ ଥିଲା। କାରଣ ସର୍ବଶ୍ରେଷ୍ଠ ଏକାଦଶ ସହ ଦଳ ମଇଦାନକୁ ଓହ୍ଲାଇଥିଲା। ଏହାଛଡ଼ା ୩ ଦ୍ରୁତ ବୋଲର ଏବଂ ୨ ସ୍ପିନରଙ୍କୁ ଖେଳାଇବା ପ୍ରଶ୍ନରେ ସେ କହିଛନ୍ତି, ଆମେ ଏକମତ ହୋଇ ଏକାଦଶ ଚୟନ କରିଥିଲୁ। ଆମେ ସବୁ କ୍ଷେତ୍ରକୁ କଭର କରିବାକୁ ଚାହୁଁଥିଲୁ। ଉଇକେଟ ଆଉ ଟିକେ ଶୁଖିଥିଲେ ସ୍ପିନରଙ୍କୁ ଲାଭ ମିଳିଥାନ୍ତା। ଆମେ ଯେଉଁ ଖେଳାଳିଙ୍କୁ ନେଇ ପଡ଼ିଆକୁ ଓହ୍ଲାଇଥିଲୁ ସେମାନେ ବିଭିନ୍ନ ପରିସ୍ଥିତିରେ ଖେଳିବାରେ ସଫଳ ହୋଇଛନ୍ତି। ହେଲେ ଦଳରେ ଦ୍ରୁତ ବୋଲର ଅଲରାଉଣ୍ଡରର ଆବଶ୍ୟକତା ରହିଥିଲା ବୋଲି ସେ କହିଛନ୍ତି।
ନିର୍ଣ୍ଣାୟକ ଦିନରେ ଫାଇନାଲ; ଫଳାଫଳ ସମ୍ଭାବନା କମ୍
ସାଉଥାମ୍ପଟନ,୨୨।୬: ଚଳିତ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ (ଡବ୍ଲ୍ୟୁଟିସି) ଫାଇନାଲ ମ୍ୟାଚ୍ ନିର୍ଣ୍ଣାୟକ ଦିନରେ ପ୍ରବେଶ କରିଛି। କିନ୍ତୁ ମ୍ୟାଚ୍ର ଫଳାଫଳ ତଥା ବିଜେତା ମିଳିବାର ସମ୍ଭାବନା...
ଜୁନିୟର ହକି ବିଶ୍ୱକପ୍: ବିଶ୍ୱରଞ୍ଜନ ଅଫିସିଆଲ, ବିଭୁ ମେଡିକାଲ ଅଫିସର
ଭୁବନେଶ୍ୱର, ୨୪ ।୬(କ୍ରୀଡ଼ା ପ୍ରତିନିଧି)- ଜୁନିୟର ପୁରୁଷ ହକି ବିଶ୍ୱକପ୍ ଭାରତରେ ନଭେମ୍ବର ୨୪ରୁ ଡିସେମ୍ବର ୫ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏହାର ଭେନ୍ୟୁ ଏ...
ଫ୍ରେଞ୍ଚ୍ ଓପନ ଟେନିସ: ସିତ୍ସିପାସଙ୍କ ବିଜୟ ଅଭିଯାନ
ପ୍ୟାରିସ, ୧।୬-ଏଠାରେ ଚାଲିଥିବା ଫ୍ରେଞ୍ଚ୍ ଓପନ ଗ୍ରାଣ୍ଡସ୍ଲାମ ଟେନିସ ଟୁର୍ନାମେଣ୍ଟର ସୋମବାର ଅନୁଷ୍ଠିତ ଦ୍ୱିତୀୟ ଦିବସରେ ଷ୍ଟିଫାନୋସ ସିତ୍ସିପାସ, ଡାନିଲ ମେଡ୍ଭେଡେଭ୍, ଜାନିକ ସିନେର ପ୍ରମୁଖ...
ଫଲୋଅନ୍ ପରେ ବି ମ୍ୟାଚ୍ ଛଡ଼ାଇ ଆଣିଲା ମହିଳା ଦଳ
ବ୍ରିଷ୍ଟଲ,୧୯।୬: ଫଲୋଅନ୍ ପରେ ମ୍ୟାଚ୍ ବଞ୍ଚାଇବା କଷ୍ଟକର। କିନ୍ତୁ ଇଂଲଣ୍ଡ ମାଟିରେ ଏହା କରି ଦେଖାଇଛି ଭାରତୀୟ ମହିଳା କ୍ରିକେଟ ଦଳ। ମ୍ୟାଚ୍ର ଉଭୟ ଇନିଂସରେ...
ପୃଥ୍ବୀ ଶ’ଙ୍କ ବେଡ୍ରୁ ମିଳିଲା ଏମିତି ଜିନିଷ: ପ୍ରଶଂସକ କଲେ ଟ୍ରୋଲ
ମୁମ୍ବାଇ,୧୮।୬:ଆଇପିଏଲ ୨୦୨୧ ଏବଂ ବିଜୟ ହଜାରେ ଟ୍ରଫିରେ ଚମତ୍କାର ପ୍ରଦର୍ଶନ କରିଥିବା ପୃଥ୍ବୀ ଶ’ ଖୁବ ଶୀଘ୍ର ଟିମ ଇଣ୍ଡିଆର ଜର୍ସିରେ ନଜର ଆସିବେ। ଶ୍ରୀଲଙ୍କା...
କୋପା ଆମେରିକା ଫୁଟ୍ବଲ: ନକ୍ଆଉଟରେ ଆର୍ଜେଣ୍ଟିନା
ସାଓ ପାଉଲୋ,୨୩।୬: କୋପା ଆମେରିକା ଫୁଟ୍ବଲ ଟୁର୍ନାମେଣ୍ଟରେ ଲିଓନେଲ ମେସିଙ୍କ ଆର୍ଜେଣ୍ଟିନା ଦଳ ନକ୍ଆଉଟରେ ପ୍ରବେଶ କରିଛି। ବ୍ରାସିଲିଆର ମାନେ ଗାରିଞ୍ଚା ଷ୍ଟାଡିୟମରେ ସୋମବାର ଖେଳାଯାଇଥିବା...
ଫ୍ରେଞ୍ଚ୍ ଓପନରୁ ଓହରିଲେ ଓସାକା: ମାନସିକ ଅବସାଦ କାରଣରୁ ନିଷ୍ପତ୍ତି ନେଲେ
ପ୍ୟାରିସ୍,୨।୬(ଏପି): କ୍ରୀଡ଼ାରେ ମାନସିକ ଅବସାଦ ତଥା ଦୁଶ୍ଚିନ୍ତାର ପ୍ରଭାବ ରହିବା ନୂଆ କଥା ନୁହେଁ। ପୂର୍ବରୁ ଅନେକ କ୍ରୀଡ଼ାବିତ୍, କ୍ରିକେଟର ମାନସିକ ଅବସାଦ ପାଇଁ ଖେଳ...
ୟୁରୋକପ୍ ଫୁଟ୍ବଲ: ଆତ୍ମଘାତୀ ଗୋଲ, ଫ୍ରାନ୍ସଠାରୁ ହାରିଲା ଜର୍ମାନୀ
ମ୍ୟୁନିକ୍,୧୭।୬: ୟୁରୋକପ୍ ଫୁଟ୍ବଲରେ ବିଶ୍ୱ ଚାମ୍ପିୟନ ଫ୍ରାନ୍ସ ବିଜୟରୁ ଅଭିଯାନ ଆରମ୍ଭ କରିଛି। ଫ୍ରାନ୍ସ ତା’ର ପ୍ରଥମ ମ୍ୟାଚ୍ରେ ଶକ୍ତିଶାଳୀ ଜର୍ମାନୀକୁ ୧-୦ ଗୋଲରେ ପରାସ୍ତ...


