ଲକ୍ଷ୍ନୌ,୨୪।୬: ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶୁକବ୍ରାର ଉତ୍ତରପ୍ରଦେଶର କାନପୁର ସ୍ଥିତ ନିଜ ଜନ୍ମସ୍ଥାନକୁ ଗସ୍ତ କରିବେ। ଆଉ ଏହି ଗସ୍ତ ସେ ରେଳଯାତ୍ରାରେ କରିବେ ବୋଲି ଜଣାପଡ଼ିଛି। ସବୁଠାରୁ ବଡ଼ କଥା ହେଉଛି ୧୫ବର୍ଷ ପରେ ଏହା ପ୍ରଥମ ଥର ହେବ ଯେ, ଦେଶର ଜଣେ ରାଷ୍ଟ୍ରପତି ରେଳରେ ଯାତ୍ରା କରିବେ। ତେବେ ଉତ୍ତରପ୍ରଦେଶ ଗସ୍ତ ସମୟରେ ସେ ପୁରୁଣା ସାଙ୍ଗ, ସ୍କୁଲ ସହପାଠୀ ଓ ସମ୍ପର୍କୀୟଙ୍କ ସହ ଭେଟିବେ ବୋଲି ସୂଚନା ରହିଛି। ଅନ୍ୟପଟେ ରାଷ୍ଟ୍ରପତି ପହଞ୍ଚିବାର ୧ଘଣ୍ଟା ପୂର୍ବରୁ ଓ ୧ଘଣ୍ଟା ପରେ କାନପୁର ସେଣ୍ଟ୍ରାଲର ୪ଟି ପ୍ଲାଟଫର୍ମର ଯାତାୟତ ବନ୍ଦ ରହିବ। ଏନେଇ ରାଷ୍ଟ୍ରପତି ଭବନରୁ ଜାରି ଏକ ବିବୃତ୍ତିରେ ଉଲ୍ଲେଖ କରାଯାଇଛି। ଏଥିସହ କୁହାଯାଇଛି ଯେ, ରାଷ୍ଟ୍ରପତି କୋବିନ୍ଦ ଜନ୍ମସ୍ଥାନକୁ ପୂର୍ବରୁ ହିଁ ଯିବାକୁ ଚାହୁଁଥିଲେ କିନ୍ତୁ କରୋନା ମହାମାରୀ ଯୋଗୁ ଏହା ସମ୍ଭବପର ହୋଇପାରି ନ ଥିଲା। ସୂଚନାଯୋଗ୍ୟ, ଜୁନ ୨୫ରେ କୋବିନ୍ଦ ଏକ ସ୍ବତନ୍ତ୍ର ଟ୍ରେନ୍ରେ ଦିଲ୍ଲୀ ସଫଦରଗଞ୍ଜରୁ ଗସ୍ତ କରିବେ ଏବଂ ସନ୍ଧ୍ୟାରେ କାନପୁର ପହଞ୍ଚିବେ। ଏହି ସ୍ବତନ୍ତ୍ର ଟ୍ରେନ୍ର ୨ଟି ଷ୍ଟପେଜ୍ ରହିବ। ପ୍ରଥମଟି ହେଉଛି ଝିନ୍ଝକ୍ ଓ ଦ୍ୱିତୀୟଟି କାନପୁର ଗ୍ରାମାଞ୍ଚଳର ରୁରାରେ। ଯେଉଁଠାରେ ରାଷ୍ଟ୍ରପତି ନିଜ ପୁରୁଣା ସମ୍ପର୍କୀୟଙ୍କୁ ଭେଟିବେ। ଏହି ୨ଟି ଷ୍ଟପେଜ୍କୁ ତାଙ୍କ ଗାଁ ପରୋଖ ନିକଟରେ ରଖାଯାଇଛି। ସୁଚନା ମୁତାବକ ରାଷ୍ଟ୍ରପତି କୋବିନ୍ଦ ଜୁନ ୨୫ ସନ୍ଧ୍ୟାରେ କାନପୁର ପହଞ୍ଚିବେ ଏବଂ ଜୁନ ୨୭ରେ ଗାଁର ୨ଟି ସ୍ବାଗତ କାର୍ଯ୍ୟକ୍ରମରେ ସାମିଲ ହେବେ। ଜୁନ ୨୮ରେ କୋବିନ୍ଦ କାନପୁର ସେଣ୍ଟ୍ରାଲରୁ ଏହି ସ୍ବତନ୍ତ୍ର ଟ୍ରେନ୍ରେ ଲକ୍ଷ୍ନୌକୁ ୨ଦିନିଆ ଗସ୍ତ କରିବେ। ଏହାପରେ ଜୁନ ୨୯ରେ ସେ ସ୍ବତନ୍ତ୍ର ବିମାନ ଯୋଗେ ଦିଲ୍ଲୀ ଫେରିବେ ବୋଲି ସୂଚନା ଦିଆଯାଇଛି। ଏହି ଟ୍ରେନ୍ରେ ତାଙ୍କ ପାଇଁ ଏକ ସ୍ବତନ୍ତ୍ର ସେଲୁନ ରହିବା ସହ ସମସ୍ତ ପ୍ରକାରର ଅତ୍ୟାଧୁନିକ ସୁବିଧା ମଧ୍ୟ ରହିଛି। ଏହି ଟ୍ରେନ୍ ପାଇଁ ଟ୍ରାଏଲ୍ ମଧ୍ୟ ଶେଷ ହୋଇଛି। ଏହାପୂର୍ବରୁ ୨୦୦୬ରେ ତତ୍କାଳୀନ ରାଷ୍ଟ୍ରପତି ଏପିଜେ ଅବଦୁଲ କଲାମ ମଧ୍ୟ ଏକ ସ୍ବତନ୍ତ୍ର ଟ୍ରେନ୍ରେ ଦିଲ୍ଲୀରୁ ଡେରାଡୁନକୁ ଯାତ୍ରା କରିଥିଲେ। ସେଠାରେ ସେ ଭାରତୀୟ ମିଲିଟାରୀ ଏକାଡେମୀର ପାସିଂ ଆଉଟ୍ ପରେଡରେ ସାମିଲ ହୋଇଥିଲେ।
ଏକଦା କାନ୍ଥରେ ଚିତ୍ର କରି ଶୁଣୁଥିଲେ ଗାଳି: ଏବେ ଗୁଗଲ ଦେଲା ପୁରସ୍କାର
ଓ୍ବାଶିଂଟନ୍,୧୫।୬: ଡୁଡଲ ଫର୍ ଗୁଗଲ-୨୦୨୧ ପ୍ରତିଯୋଗୀତାର ବିଜେତାଙ୍କ ନାମ ଘୋଷଣା କରାଯାଇଛି। ଆମେରିକାର ଗୁଗଲର ହୋମପେଜ୍ରେ ଏହି ଡୁଡଲ ପ୍ରଦର୍ଶିତ ହେବ। ଏନେଇ ଗୁଗଲର ସିଇଓ...
ରାଜ୍ୟରେ ୩ହଜାରରୁ ଊର୍ଦ୍ଧ୍ୱ ଆକ୍ରାନ୍ତ ଚିହ୍ନଟ: ଖୋର୍ଦ୍ଧାରୁ ସର୍ବାଧିକ
ଭୁବନେଶ୍ୱର,୧୯।୬(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ଧୀରେ ଧୀରେ ନିୟନ୍ତ୍ରଣକୁ ଆସୁଛି। ଗତ କିଛି ଦିରୁ ନୂଆ ଦୈନିକ ସଂକମ୍ରଣ ସଂଖ୍ୟା ୪ହଜାରରୁ ତଳେ ରହିଛି। ଶୁକ୍ରବାର...
ସ୍ବିସ୍ ବ୍ୟାଙ୍କରେ ଭାରତୀୟଙ୍କ କଳାଧନ ପରିମାଣ ସାଢ଼େ ୨୦ ହଜାର କୋଟିରୁ ଅଧିକ: ଖଣ୍ଡନ କଲେ କେନ୍ଦ୍ର ସରକାର…
ନୂଆଦିଲ୍ଲୀ,୧୯।୬: ସ୍ବିସ୍ ବ୍ୟାଙ୍କରେ ଜମା ହୋଇଥିବା ଭାରତୀୟଙ୍କ କଳାଧନ ପରିମାଣ ସାଢ଼େ ୨୦ ହଜାର କୋଟି ଟଙ୍କାରୁ ଅଧିକ ବୋଲି ସ୍ବିଜରଲାଣ୍ଡ୍ର ସେଣ୍ଟ୍ରାଲ୍ ବ୍ୟାଙ୍କ ପକ୍ଷରୁ...
‘ସବୁ ମୋଦି ଚୋର’ ଆପତ୍ତିଜନକ ମନ୍ତବ୍ୟ ମାମଲାର ଶୁଣାଣି, କୋର୍ଟରେ ରାହୁଲ ଗାନ୍ଧୀ…
ସୁରଟ,୨୪।୬: ଗତ ୨୦୧୯ ଲୋକସଭା ନିର୍ବାଚନ ପ୍ରଚାର ସମୟରେ କଂଗ୍ରେସ ପକ୍ଷରୁ ରାହୁଲ ଗାନ୍ଧୀ ‘ସବୁ ମୋଦି ଚୋର’ ବୋଲି ମନ୍ତବ୍ୟ ଦେଇଥିଲେ। ଗୁଜରାଟ ସୁରଟ...
ଏମ୍ସରେ ୬-୧୨ବର୍ଷ ପିଲାଙ୍କ ଉପରେ ହେବ କୋଭାକ୍ସିନ ଟ୍ରାଏଲ
ନୂଆଦିଲ୍ଲୀ,୧୪।୬: ଦେଶରେ କରୋନା ଭାଇରସ୍ ସ୍ଥିତି ଧୀରେ ଧୀରେ ନିୟନ୍ତ୍ରଣକୁ ଆସୁଛି। ଲଗାତର ଭାବେ ଦୈନିକ ସଂକ୍ରମଣ ହ୍ରାସ ହେବାରେ ଲାଗିଛି। ବିଭିନ୍ନ ରାଜ୍ୟରେ କରୋନାର...
୭୦ ଦିନ ପରେ ନୂଆ ଆକ୍ରାନ୍ତ ସଂଖ୍ୟା ସର୍ବନିମ୍ନ…
ନୂଆଦିଲ୍ଲୀ,୧୨।୬: ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତିରେ ଧୀରେଧୀରେ ସୁଧାର ଆସୁଛି। ତେବେ ନୂଆ ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି।...
ସ୍ବାମୀ ଅନିଲ ଅମ୍ବାନୀଙ୍କୁ ଜନ୍ମଦିନରେ ଏମିତି ହୃଦୟସ୍ପର୍ଶୀ ବାର୍ତ୍ତା ଲେଖିଲେ ଟିନା
ଆଜି ଅର୍ଥାତ୍ ଜୁନ୍ ୪ରେ ହେଉଛି ବିଶିଷ୍ଟ ଶିଳ୍ପପତି ଅନିଲ ଅମ୍ବାନୀଙ୍କ ଜନ୍ମଦିନ। ଏହି ଅବସରରେ ସ୍ତ୍ରୀ ଟିନା ଅମ୍ବାନୀ ସ୍ବାମୀ ଅନିଲଙ୍କ ପାଇଁ ଜନ୍ମଦିନର...
ଜୟମାଲା ସମୟରେ ବନ୍ଧୁକ ଚଳାଇଲେ ଦବଙ୍ଗ କନ୍ୟା: ଭିଡିଓ ଭାଇରାଲ
ପ୍ରତାପଗଡ଼, ୧।୬: ଅନେକ ଥର ବିବାହ ସମୟରେ ବର ହର୍ଷ ଫାଇରିଂ କରୁଥିବାର ଦୃଶ୍ୟ ଦେଖିବାକୁ ମିଳେ। ହେଲେ କେବେ କନ୍ୟା ହର୍ଷ ଫାଇରିଂ କରୁଥିବାର...


