କଟକ ଅଫିସ,୨୫।୬: କୋଭିଡ୍ଜନିତ ମୃତ୍ୟୁର ଅଡିଟ୍ ପାଇଁ ହୋଇଥିବା ଜନସ୍ବାର୍ଥ ମାମଲାକୁ ଗୁରୁବାର ହାଇକୋର୍ଟ ମୁଖ୍ୟବିଚାରପତି ଏସ୍. ମୁରଲୀଧର ଏବଂ ବିଚାରପତି ଏସ୍.କେ. ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଖାରଜ କରିଦେଇଛନ୍ତି। କିନ୍ତୁ ପ୍ରତି ଜିଲାରେ କୋଭିଡ୍ରେ କେତେଜଣଙ୍କ ମୃତ୍ୟୁ ଘଟିଛି, ତାହାର ସବିଶେଷ ତଥ୍ୟ ଦେବାକୁ ରାଜ୍ୟ ସ୍ବାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। ନୟାଗଡ଼ ଜିଲା ଚିକିତ୍ସା ଅଧିକାରୀ ପ୍ରଦାନ କରିଥିବା କୋଭିଡ୍ଜନିତ ମୃତ୍ୟୁ ତଥ୍ୟ ଓ ରାଜ୍ୟ ସରକାର ପୋର୍ଟାଲରେ ଦର୍ଶାଯାଇଥିବା ତଥ୍ୟରେ ତାଳମେଳ ରହୁନାହିଁ। ତେଣୁ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଏ ନେଇ ତଦନ୍ତ କରିଛନ୍ତି କି ନାହିଁ ତାହାର ରିପୋର୍ଟ ଆସନ୍ତା ଜୁଲାଇ ୫ରେ ଶୁଣାଣି ସମୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆଡ୍ଭୋକେଟ ଜେନେରାଲ ଦାଖଲ କରିବାକୁ କୁହାଯାଇଛି।
କୋଭିଡ୍ଜନିତ ମୃତ୍ୟୁର ଅଡିଟ୍ ପାଇଁ ରାଜ୍ୟ ସରକାରଙ୍କ ମୁଖ୍ୟ ଶାସନ ସଚିବ ଓ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେବାକୁ ଆଇନଜୀବୀ ନିଶିକାନ୍ତ ମିଶ୍ର ଗତ ୧୮ ତାରିଖରେ ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ଦାଏର କରିଥିଲେ। ସେ ପିଟିଶନରେ ଦର୍ଶାଇଥିଲେ, ନୂଆପଡା ଜିଲାରେ ଗତ ଏପ୍ରିଲରେ କୋଭିଡ୍ ପଜିଟିଭ ହାର ୩୫ ପ୍ରତିଶତ ଥିଲା। ଅର୍ଥାତ୍ ୩ଜଣରେ ଜଣେ ଆକ୍ରାନ୍ତ ହୋଇଥିଲେ। ସରକାରୀଭାବେ ୪ଜଣ ଦର୍ଶାଯାଇଥିବାବେଳେ ଜିଲାର କୋଭିଡ୍ ହସ୍ପିଟାଲ ପକ୍ଷରୁ ୮୨ଜଣଙ୍କ ମୃତ୍ୟୁ ହୋଇଥିବା ରିପୋର୍ଟ ମିଳିଥିଲା। ସେହିପରି ସମ୍ବଲପୁର ଜିଲାରେ କୋଭିଡ୍ଜନିତ ମୃତ୍ୟୁ ୧୯୧ବୋଲି କୋଭିଡ୍ ହସ୍ପିଟାଲ ପକ୍ଷରୁ ଜଣାପଡିଥିବାବେଳେ ସରକାରୀ ଭାବେ ୮୨ ଦର୍ଶାଯାଇଥିଲା। ଅନ୍ୟପକ୍ଷରେ ଦ୍ୱିତୀୟ ଲହରରେ ନୟାଗଡ ଜିଲାରେ କୋଭିଡ୍ଜନିତ ମୃତ୍ୟୁ ସଂଖ୍ୟା ୯୭ ବୋଲି ଜିଲା ସମାଜ ମଙ୍ଗଳ ଅଧିକାରୀଙ୍କୁ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ତଥ୍ୟ ପ୍ରଦାନ କରିଥିବାବେଳେ ରାଜ୍ୟ ସରକାରଙ୍କ ପୋର୍ଟାଲରେ ୫୯ ଆକ୍ରାନ୍ତଙ୍କ ମଧ୍ୟରୁ ୧୪ଜଣଙ୍କ କୋଭିଡ୍ଜନିତ ମୃତ୍ୟୁ ହୋଇଥିବା ଦର୍ଶାଯାଇଥିଲା। ତେଣୁ ଏନେଇ ଅଡିଟ କରାଯିବାକୁ ଆବେଦନକାରୀ ପ୍ରାର୍ଥନା କରିଥିଲେ।
Posted inଆମ ଜିଲା ଖବର, କଟକ View All
ଆଜି କ୍ରୋମାଇଟ୍ ନିଲାମ
ଯାଜପୁର ଅଫିସ,୨୫ା୬: ଗତ ଫେବୃୟାରୀରୁ ଓଡ଼ିଶା ଖଣି ନିଗମ (ଓଏମ୍ସି)ଦ୍ୱାରା ଆହୂତ କ୍ରୋମାଇଟର ମାସିକ ନିଲାମ ପ୍ରକ୍ରିୟା କ୍ରମାଗତ ଭାବେ ବିଫଳ ହୋଇଆସୁଛି। ଏଥିଯୋଗୁ ନିଲାମ...
ଟିକା ନେବାର ୨୪ ଘଣ୍ଟାରେ ଗଲା ନବବଧୂଙ୍କ ଜୀବନ
ଆର.ଉଦୟଗିରି,୨୬ା୬: ଗଜପତି ଜିଲା ମୋହନା ଥାନା ଚାନ୍ଦିପୁଟର ଜଣେ ନବ ବିବାହିତା ମହିଳାଙ୍କ ମୃତ୍ୟୁ ଘଟିଛି। ସେ ହେଲେ ହରିଶଙ୍କର ପୃଷ୍ଟିଙ୍କ ସ୍ତ୍ରୀ ଜେ.ଲକ୍ଷ୍ମୀ ଆଚାରୀ।...
କଲେଜ ଛାତ୍ରୀଙ୍କ ଅଶ୍ଳୀଳ ଫଟୋ ଭାଇରାଲ
ବୁଗୁଡ଼ା,୧୭ା୬: ଗଞ୍ଜାମ ଜିଲା ବୁଗୁଡ଼ା ଥାନା ଅଞ୍ଚଳର ଜନୈକା କଲେଜ ଛାତ୍ରୀଙ୍କ ଅଶ୍ଳୀଳ ଫଟୋ ଭାଇରାଲ ହୋଇଥିବା ଅଭିଯୋଗ ହୋଇଛି। ଅଭିଯୋଗକୁ ଭିତ୍ତି କରି ଗୁରୁବାର...
କୁଲାବେଡା ଜଙ୍ଗଲରେ ପୋଲିସ-ମାଓବାଦୀ ଗୁଳିବିନିମୟ ଜାରି
ମାଲକାନଗିରି,୧୬।୬(ଡି.ଏନ.ଏ): ମାଲକାନଗିରି ଜିଲା ମାଥିଲି ଥାନା ଅନ୍ତର୍ଗତ କୁଲାବେଡା ଜଙ୍ଗଲରେ ପୋଲିସ ମାଓବାଦୀ ଗୁଳିବିନିମୟ ଜାରି ରହିଛି। କୁଲାବେଡା ଜଙ୍ଗଲରେ ମାଓ ଶିବିର ଥିବାର ସୂଚନା...
ବାଡେଇ ବାଡେଇ ଥାନାରେ ଛାଡିଲେ
ଭଦ୍ରକ ଅଫିସ, ୨୦।୬: ଏଟିଏମ୍ କାର୍ଡରେ ଟଙ୍କା ଉଠାଣକୁ ନେଇ କଙ୍ଗାରୁ କୋର୍ଟ। ଜଣେ ଯୁବକଙ୍କୁ ଦଉଡ଼ିରେ ବାନ୍ଧି ମାଡ଼ ମାରି ଥାନା ପର୍ଯ୍ୟନ୍ତ ନିଆଗଲା।...
ବରିଷ୍ଠ ଆଇନଜୀବୀ ଜୟନ୍ତ ଦାସଙ୍କ ଦେହାନ୍ତ
ଭୁବନେଶ୍ୱର,(ବ୍ୟୁରୋ)/କଟକ ଅଫିସ, ୨୬।୬: ପୂର୍ବତନ ଆଡ୍ଭୋକେଟ ଜେନେରାଲ ତଥା ବରିଷ୍ଠ ଆଇନଜୀବୀ ଜୟନ୍ତ ଦାସଙ୍କ ୭୬ ବର୍ଷ ବୟସରେ ପରଲୋକ ଘଟିଛି। ଜୟନ୍ତ ହେଉଛନ୍ତି ଉତ୍କଳମଣି...
ଦେହରେ କିରୋସିନି ଢାଳି କର୍ମଚାରୀଙ୍କ ଆତ୍ମାହୂତି ଉଦ୍ୟମ
ବାସୁଦେବପୁର,୨୬ା୬(ଡି.ଏନ୍.ଏ.): ଦୀର୍ଘ ୫ ବର୍ଷ ଧରି ଦରମା ମିଳି ନ ଥିବାରୁ ଜଳ ସେଚନ ବିଭାଗର ଜଣେ ଠିକା କର୍ମଚାରୀ ଶନିବାର ଆତ୍ମାହୂତି ଉଦ୍ୟମ କରିଛନ୍ତି।...
ଅଜଣା ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ, ୨ବର୍ଷର ଶିଶୁ ପୁତ୍ର ଗୁରୁତର
ମହାକାଳପଡ଼ା,୨୬।୬(ଡି.ଏନ୍.ଏ): କେନ୍ଦ୍ରାପଡା ଜିଲା ମହାକାଳପଡା ବ୍ଲକ ଅଧିନ ଜମ୍ବୁ ପଞ୍ଚାୟତରେ ଏକ କରୁଣ ଦୃଶ୍ୟ ସାମ୍ନାକୁ ଆସିଛି। ମା’ ମୃତଦେହ ପାଖରେ ପଡ଼ିରହିଛି ଗୁରୁତର ଶିଶୁପୁତ୍ର।...


