ନୂଆଦିଲ୍ଲୀ,୨୬।୬: ଇଂଲଣ୍ଡ ଗସ୍ତରେ ଯାଇଥିବା ଭାରତୀୟ କ୍ରିକେଟ ଦଳ ଘରୋଇ ଇଂଲଣ୍ଡ ବିପକ୍ଷରେ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବା ପୂର୍ବରୁ ୨ଟି ଇଣ୍ଟ୍ରା ସ୍କ୍ବାଡ୍ ଗେମ୍ ଖେଳିବ। ଅର୍ଥାତ୍ ଭାରତୀୟ ଖେଳାଳିମାନେ ଦୁଇ ଭାଗ ବା ଦଳରେ ବିଭକ୍ତ ହୋଇ ପରସ୍ପର ମଧ୍ୟରେ ମ୍ୟାଚ୍ ଖେଳିବେ। ଡରହାମର ରିଭରସାଇଡ ଗ୍ରାଉଣ୍ଡରେ ଏହି ଦୁଇଟି ମ୍ୟାଚ୍ ଖେଳାଯିବ। ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଭାରତ କାଉଣ୍ଟି ଦଳଗୁଡିକ ବିପକ୍ଷରେ କୌଣସି ପ୍ରଥମଶ୍ରେଣୀ ମ୍ୟାଚ୍ ଖେଳିବାର ସମ୍ଭାବନା ନ ଥିବାରୁ ଏପରି ନିଷ୍ପତ୍ତି ନିଆଯାଇଛି।
ଅଗଷ୍ଟ ୪ରୁ ନଟିଂହାମରେ ଟେଷ୍ଟ ସିରିଜ ଆରମ୍ଭ ହେବାର କାର୍ଯ୍ୟକ୍ରମ ରହିଛି। ଏହି ହାଇପ୍ରୋଫାଇଲ ସିରିଜ ପୂର୍ବରୁ କୌଣସି ପ୍ରଥମ ଶ୍ରେଣୀ ମ୍ୟାଚ୍ ଖେଳିବାର ସୁଯୋଗ ନ ଥିବାରୁ କୋହଲି ଅସନ୍ତୋଷ ଜାହିର କରିଛନ୍ତି। କୋଭିଡ୍-୧୯ ପ୍ରୋଟୋକଲ ଅନୁସାରେ ଭାରତ ଟେଷ୍ଟ ସିରିଜ ପୂର୍ବରୁ ଦୁଇଟି ଇଣ୍ଟ୍ରା ସ୍କ୍ବାଡ୍ ଗେମ୍ ଖେଳିବ ବୋଲି ଇଂଲଣ୍ଡ ଓ ଓ୍ବେଲ୍ସ କ୍ରିକେଟ ବୋର୍ଡ (ଇସିବି) ମୁଖପାତ୍ର କହିଛନ୍ତି। କେତୋଟି ଅଭ୍ୟାସ ମ୍ୟାଚ ଖେଳାଯିବା ପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବସିସିଆଇ) ଇସିବିକୁ ଅନୁରୋଧ କରିଛି। କୌଣସି କାଉଣ୍ଟି ଦଳ ବିପକ୍ଷରେ ମ୍ୟାଚ୍ ଆୟୋଜନ ହେବନାହିଁ ବୋଲି ମୁଖପାତ୍ର ଜଣକ ସ୍ପଷ୍ଟ କରିଛନ୍ତି। ଇଂଲଣ୍ଡରେ କାଉଣ୍ଟି କ୍ରିକେଟରମାନେ ନିୟମିତ ଭାବେ କୋଭିଡ୍ ଟେଷ୍ଟର ସମ୍ମୁଖୀନ ହେଉଛନ୍ତି। କିନ୍ତୁ ସେମାନଙ୍କୁ କୌଣସି ବାୟୋ ବବଲରେ ରଖାଯାଇନାହିଁ ବୋଲି ସେ କହିଛନ୍ତି। ଫଳରେ ଅଭ୍ୟାସ ମ୍ୟାଚ୍ ଖେଳାଗଲେ ବିପଦ ରହିବ। ତେଣୁ ଭାରତକୁ କେବଳ ଇଣ୍ଟ୍ରା ସ୍କ୍ବାଡ ମ୍ୟାଚ୍ ଖେଳବାକୁ ପଡିବ ବୋଲି ବିସିସିଆଇର ଜଣେ ଅଧିକାରୀ ନାମ ଗୋପନ ରଖି କହିଛନ୍ତି।
ଜୁଲାଇ ୧୪ରେ ଭାରତୀୟ କ୍ରିକେଟରମାନେ ଲଣ୍ଡନରେ ଏକାଠି ହେବା ପରେ ଡରହାମ ଯାତ୍ରା କରିବେ ଓ ସେମାନେ ବବଲରେ ରହିବେ। ଭାରତ ୨୪ଜଣ ଖେଳାଳିଙ୍କୁ ନେଇ ଇଂଲଣ୍ଡ ଗସ୍ତ କରିଛି। ୨୦ଜଣ ନିୟମିତ ସଦସ୍ୟ ଥିବା ବେଳେ ୪ଜଣ ରିଜର୍ଭ ଖେଳାଳି ରହିଛନ୍ତି। ଏ ନେଇ କିମ୍ବଦନ୍ତୀ କ୍ରିକେଟର ସୁନୀଲ ଗାଭାସ୍କର ପ୍ରଶ୍ନ ଉଠାଇଛନ୍ତି। ପୂର୍ବରୁ ଭ୍ରମଣକାରୀ ଦଳକୁ ଏକାଧିକ ପ୍ରଥମଶ୍ରେଣୀ ଅଭ୍ୟାସ ମ୍ୟାଚ୍ ଖେଳିବାର ସୁଯୋଗ ରହିଥାଏ ବୋଲି ସେ କହିଛନ୍ତି। କଡ଼ା କ୍ୱାରାଣ୍ଟାଇନ ନିୟମ ଓ ଭ୍ରମଣଜନିତ କଟକଣା କାରଣରୁ ଜାତୀୟ ଚୟନକର୍ତ୍ତା ତଥା ପୂର୍ବତନ ଦ୍ରୁତ ବୋଲର ଚେତନ ଶର୍ମାଙ୍କ ସମେତ ଅନ୍ୟ ଚୟନକର୍ତ୍ତାମାନେ ଇଂଲଣ୍ଡ ଯିବେ ନାହିଁ। ଅନ୍ୟତମ ଚୟନକର୍ତ୍ତା ଦେବାଶିଷ ମହାନ୍ତି ଓ ଅବେ କୁରୁଭିଲ୍ଲା ୬ ମ୍ୟାଚ୍ ବିଶିଷ୍ଟ ସୀମିତ ଓଭର ସିରିଜ ଦେଖିବାକୁ ଶ୍ରୀଲଙ୍କା ଗସ୍ତ କରିବେ। ଏହି ଦୁଇଜଣ ଏବେ ମୁମ୍ବାଇରେ କ୍ୱାରାଣ୍ଟାଇନ୍ରେ ରହିଛନ୍ତି। କିନ୍ତୁ କୌଣସି ଚୟନକର୍ତ୍ତା ଇଂଲଣ୍ଡ ଯିବେ ନାହିଁ ବୋଲି ବିସିସିଆଇ ତରଫରୁ ସ୍ପଷ୍ଟ କରାଯାଇଛି। ଚଳିତବର୍ଷ ଟି୨୦ ବିଶ୍ୱକପ୍ ଆୟୋଜନ ହେବାର କାର୍ଯ୍ୟକ୍ରମ ଥିବାରୁ ସୀମିତ ଓଭର ସିରିଜରେ ଯୁବ ଖେଳାଳିଙ୍କ ପ୍ରଦର୍ଶନକୁ ପରଖିବାର ଅଧିକ ଆବଶ୍ୟକତା ରହିଛି ବୋଲି କୁହାଯାଇଛି।
ଡବ୍ଲ୍ୟୁଟିସି ଚାମ୍ପିୟନ ଦଳକୁ ମିଳିବ କ’ଣ
ଦୁବାଇ, ୧୪।୬: ବହୁ ପ୍ରତୀକ୍ଷିତ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ (ଡବ୍ଲ୍ୟୁଟିସି) ଫାଇନାଲ ଆସନ୍ତା ୧୮ ତାରିଖରେ ସାଉଥାମ୍ପଟନଠାରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ। ମ୍ୟାଚ୍ର...
ଇତିହାସ ରଚିଲେ ଏହି କ୍ରିକେଟର୍: ୬୧ ବର୍ଷ ପରେ କଲେ ଏମିତି କାରନାମା
ସେଣ୍ଟ ଲୁସିଆ,୨୨।୬: ସେଣ୍ଟ ଲୁସିଆରେ ଖେଳାଯାଉଥିବା ଦକ୍ଷିଣ ଆଫ୍ରିକା ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ବାମହାତୀ ସ୍ପିନର କେଶବ ମହାରାଜ ଇତିହାସ...
ଟୋକିଓ ଅଲିମ୍ପିକ୍ସ: ସମସ୍ତ ରାସ୍ତା ସିଲ୍
ଟୋକିଓ, ୯ା୬ (ଏପି)-ଟୋକିଓ ଅଲିମ୍ପିକ୍ସ ଭେନ୍ୟୁଗୁଡ଼ିକୁ ଯୋଗାଯୋଗ କରୁଥିବା ସମସ୍ତ ସଡ଼କ ପଥକୁ ସିଲ୍ କରାଯାଇଛି। ତନ୍ମଧ୍ୟରେ ୧.୪ ବିଲିୟନ ଆମେରିକୀୟ ଡଲାର ମୂଲ୍ୟରେ ନିର୍ମିତ...
ଟିମ୍ ଇଣ୍ଡିଆରେ ହୋଇପାରେ ଏସବୁ ପରିବର୍ତ୍ତନ
ନୂଆଦିଲ୍ଲୀ,୨୬।୬: ଆମକୁ ଦିନିକିଆ ଭଳି ଟେଷ୍ଟରେ ମଧ୍ୟ ଦଳର ଆବଶ୍ୟକତା ଅନୁଯାୟୀ ଖେଳି ପାରୁଥିବା ଖେଳାଳି ଦରକାର। ବିଶ୍ୱ ଟେଷ୍ଟ ଚାମ୍ପିୟନ ଫାଇନାଲରେ ପରାଜୟ ପରେ...
ଡରହାମରେ ଇଣ୍ଟ୍ରା ସ୍କାଡ୍ ମ୍ୟାଚ୍ ଖେଳିବ ଟିମ୍ ଇଣ୍ଡିଆ
ନୂଆଦିଲ୍ଲୀ,୨୫।୬: ଇଂଲଣ୍ଡ ବିପକ୍ଷ ୫ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ପୂର୍ବରୁ ପ୍ରସ୍ତୁତି ଲାଗି ଡରହାମଠାରେ ଏକତ୍ରିତ ହେବେ ଭାରତୀୟ ଦଳର ଖେଳାଳିମାନେ। ସେଠାରେ ଟିମ୍...
କୋହଲି କହିଲେ ଭୁଲ ହେଲା କେଉଁଠି; ଚତୁର୍ଥ ଦ୍ରୁତ ବୋଲର୍ ନ ଖେଳାଇବା ପଛରେ ଥିଲା କି ଉଦ୍ଦେଶ୍ୟ
ସାଉଥାମ୍ପଟନ,୨୪।୬: ଡବ୍ଲୁଟିସିର ପ୍ରଥମ ସଂସ୍କରଣରେ ନ୍ୟୁଜିଲାଣ୍ଡ ୮ ଉଇକେଟରେ ଭାରତକୁ ପରାସ୍ତ କରି ଚାମ୍ପିୟନ ହୋଇଛି। ଦୀର୍ଘ ୯୧ ବର୍ଷରେ ନ୍ୟୁଜିଲାଣ୍ଡ ପ୍ରଥମଥର ପାଇଁ କୌଣସି...
ଏଫ୍ସି ବେୟର୍ନ ବିଶ୍ୱ ଦଳରେ ଶୁଭୋ ପଲ୍
ନୂଆଦିଲ୍ଲୀ, ୧୨ା୬ (ପି.ଟି.)- ଦିଲ୍ଲୀଭିତ୍ତିକ ସୁଦେଭା ଏଫ୍ସି ଆଇ-ଲିଗ୍ ଦଳର ଅଧିନାୟକ ଶୁଭୋ ପଲ୍ ପ୍ରସିଦ୍ଧ ଜର୍ମାନ ଫୁଟ୍ବଲ କ୍ଲବ ଏଫ୍ସି ବେୟର୍ନର ୧୯ ବର୍ଷରୁ...
ଫିଫା ୱାର୍ଲଡ କପ୍ କ୍ୱାଲିଫାୟର: ବ୍ରାଜିଲର କ୍ରମାଗତ ପଞ୍ଚମ ବିଜୟ
ସାଓ ପାଉଲୋ,୬।୬(ଏପି): ଦକ୍ଷିଣ ଆମେରିକା ଫୁଟ୍ବଲ ପାଓ୍ବାର ହାଉସ୍ ରୂପେ ଜଣାଥିବା ବ୍ରାଜିଲ ଫିଫା ବିଶ୍ୱକପ୍ କ୍ୱାଲିଫାୟର ମ୍ୟାଚ୍ରେ ୨-୦ ଗୋଲରେ ଇକ୍ୱେଡରକୁ ପରାସ୍ତ କରିଛି।...


