ଭୁବନେଶ୍ୱର,୨୬।୬: ପଞ୍ଜାବର ପଟିଆଲାଠାରେ ଶୁକ୍ରବାରଠାରୁ ଆରମ୍ଭ ହୋଇଛି ୬୦ତମ ଜାତୀୟ ଆନ୍ତଃରାଜ୍ୟ ଆଥ୍ଲେଟିକ ଚାମ୍ପିୟନଶିପ୍। ନେତାଜୀ ସୁଭାଷ ନ୍ୟାଶନାଲ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ସ୍ପୋଟର୍ସ (ଏନ୍ଏସ୍ଏନ୍ଆଇଏସ୍)ଠାରେ ଆରମ୍ଭ ହୋଇଥିବା ଏହି ଆଥ୍ଲେଟିକ ମିଟ୍ରେ ଶ୍ରୀଲଙ୍କାର କେତେଜଣ ଆଥ୍ଲେଟ ଅଂଶଗ୍ରହଣ କରିବେ। ଇଭେଣ୍ଟର ପ୍ରଥମ ଦିବସରେ ଓଡ଼ିଶାର ତାରକା ପୁରୁଷ ଧାବକ ଅମିୟ ମଲିକ ୧୦୦ମିଟର ଦୌଡ଼ ଫାଇନାଲରେ ପ୍ରବେଶ କରିଛନ୍ତି। ଶୁକ୍ରବାର ଆୟୋଜିତ ଦୌଡ଼ରେ ସେ ୧୦.୫୦ ସେକେଣ୍ଡ ସମୟ ନେଇ ଫାଇନାଲକୁ ଉଠିଛନ୍ତି। ଭାରତର ଦ୍ରୁତତମ ମହିଳା ତଥା ତାରକା ସ୍ପ୍ରିଣ୍ଟର ଦୂତୀ ଚାନ୍ଦଙ୍କ ସମେତ ହିମା ଦାସ, ଅନୁ ରାନୀ ଅଲିମ୍ପିକ୍ସ ଯୋଗ୍ୟତା ହାସଲ କରିବାକୁ ଏହି ଇଭେଣ୍ଟ ମାଧ୍ୟମରେ ଅନ୍ତିମ ସୁଯୋଗ ପାଇବେ। ମହିଳା ରିଲେ ଦଳ ମଧ୍ୟ ଏହି ଇଭେଣ୍ଟରେ ଭଲ ପ୍ରଦର୍ଶନ କରି ଟୋକିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରିବ ବୋଲି ଆଶା କରାଯାଉଛି।
ଟି୨୦ ବିଶ୍ୱକପ୍: ୨୮ ସୁଦ୍ଧା ନିଷ୍ପତ୍ତି
ନୂଆଦିଲ୍ଲୀ, ୧।୬: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)କୁ ଟି୨୦ ବିଶ୍ୱକପ୍ ଆୟୋଜନ ସମ୍ପର୍କରେ ନିଷ୍ପତ୍ତି ନେବା ପାଇଁ ୨୮ ତାରିଖ ପର୍ଯ୍ୟନ୍ତ ସମୟ ଦେଇଛି...
କୋହଲି, ଯୁବି, ଧୋନୀଙ୍କ ପାଇଁ ଏମିତି ଶବ୍ଦର ବ୍ୟବହାର କଲେ ରଶିଦ
ନୂଆଦିଲ୍ଲୀ,୪।୬: ଭାରତ ପାଇଁ କ୍ରିକେଟ ଗ୍ରାଉଣ୍ଡରେ ଅନେକ ସଫଳତା ହାସଲ କରିଥିବା ମହେନ୍ଦ୍ର ସିଂ ଧୋନୀ, ଯୁବରାଜ ସିଂ (ଯୁବି) ଓ ବିରାଟ କୋହଲିଙ୍କୁ ଗୋଟିଏ...
ବିମଣ୍ଟ, ନାଇଟଙ୍କ ପ୍ରଭାବୀ ବ୍ୟାଟିଂ
ବ୍ରିଷ୍ଟଲ, ୧୭।୬- ଭାରତ ଓ ଇଂଲଣ୍ଡ ମଧ୍ୟରେ ଏକମାତ୍ର ମହିଳା କ୍ରିକେଟ ଟେଷ୍ଟ ମ୍ୟାଚ ବୁଧବାର ଆରମ୍ଭ ହୋଇଛି। ପାଖାପାଖି ୭ ବର୍ଷ ବ୍ୟବଧାନରେ ଭାରତୀୟ...
ଟୋକିଓ ଅଲିମ୍ପିକ୍ସ : ସର୍ବାଧିକ ୧୦ହଜାର ସ୍ଥାନୀୟ ଦର୍ଶକଙ୍କୁ ଅନୁମତି
ଟୋକିଓ, ୨୨ା୬ (ଏପି)-ଟୋକିଓ ଅଲିମ୍ପିକ୍ସକୁ ଦେଖିବାଲାଗି କିଛି ସ୍ଥାନୀୟ ଦର୍ଶକଙ୍କୁ ଅନୁମତି ଦିଆଯିବ। ଆୟୋଜକ କମିଟିର ଅଫିସିଆଲ ଓ ଅନ୍ତର୍ଜାତୀୟ ଅଲିମ୍ପିକ କମିଟି (ଆଇଓସି) ସୋମବାର...
ଭଲପାଇବା ଦେଖି ଚକିତ ହେଲେ ଇଂଲଣ୍ଡ କ୍ରିକେଟର: କହିଲେ ‘ଭାରତରେ କ୍ରିକେଟ ଏବଂ ଧୋନୀଙ୍କ ପୂଜା କରାଯାଏ’
ନୂଆଦିଲ୍ଲୀ,୨।୬: ଆଇପିଏଲ୍ ୨୦୧୮ରେ ଚେନ୍ନାଇ ସୁପରକିଙ୍ଗ୍ସ(ସିଏସ୍କେ) ପାଇଁ ଖେଳିଥିଲେ ଇଂଲଣ୍ଡ ଉଇକେଟକିପର ବ୍ୟାଟ୍ସମ୍ୟାନ୍ ସାମ ବିଲିଙ୍ଗସ୍। ଏବେ ସେ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କ ପ୍ରଶଂସାରେ...
ଚେସ୍ ବିଶ୍ୱକପ୍ ପାଇଁ ଗୁଜରାଠୀଙ୍କୁ ଯୋଗ୍ୟତା
ଚେନ୍ନାଇ, ୪ା୬(ପି.ଟି.)- ଭାରତର ୩ ନମ୍ବର ଖେଳାଳି ଭିଦିତ୍ ଗୁଜରାଠୀ ରେଟିଂ ଭିତ୍ତିରେ ଫିଡେ ଚେସ୍ ବିଶ୍ୱକପ୍ ୨୦୨୧ରେ ଅଂଶଗ୍ରହଣ କରିବା ଲାଗି ଯୋଗ୍ୟତା ଅର୍ଜନ...
ଫ୍ରେଞ୍ଚ୍ ଓପନ ଟେନିସ: ଜୋକୋଭିଚ୍-ବେରେଟିନି କ୍ୱାର୍ଟର ଫାଇନାଲ
ପ୍ୟାରିସ, ୮।୬-ଚଳିତ ଫ୍ରେଞ୍ଚ୍ ଓପନ ଗ୍ରାଣ୍ଡସ୍ଲାମ ଟେନିସ ପୁରୁଷ ସିଙ୍ଗଲ୍ସର କ୍ୱାର୍ଟର ଫାଇନାଲରେ ପହଞ୍ଚତ୍ଛନ୍ତି ନମ୍ବର ଓ୍ବାନ ଖେଳାଳି ସର୍ବିୟାର ନୋଭାକ ଜୋକୋଭିଚ୍। ୪ର୍ଥ ରାଉଣ୍ଡରେ...
ମାତ୍ର ଗୋଟିଏ ବିଜୟ..ଇତିହାସ ରଚିଦେବ ଭାରତୀୟ ଦଳ
ଲଣ୍ଡନ,୧୮।୬: ୧୯୮୩ରେ ଭାରତୀୟ ଦଳ ପ୍ରଥମଥର ପାଇଁ ବିଶ୍ୱକପ୍ ଜିତି ଇତିହାସ ରଚିଥିଲା। ଏହାପରେ ୨୦୦୭ରେ ଟି-୨୦ ବିଶ୍ୱକପ୍, ୨୦୧୧ରେ ଦ୍ୱିତୀୟଥର ଦିନିକିଆ ବିଶ୍ୱକପ୍ ବିଜେତା...


