E-Paper
  • logo
  • Friday 29th May 2026 | Today's Paper | Archives
  • Dharitri Logo
  • Thursday, March 28, 2019 | Archives
  • .
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    • ମୟୂରଭଞ୍ଜ
    • ବାଲେଶ୍ୱର
    • ଭଦ୍ରକ
    • କେନ୍ଦୁଝର
    • ଢେଙ୍କାନାଳ
    • ଅନୁଗୋଳ
    • ଯାଜପୁର
    • କେନ୍ଦ୍ରାପଡ଼ା
    • ଜଗତ୍‌ସିଂହପୁର
    • କଟକ
    • ପୁରୀ
    • ଖୋର୍ଦ୍ଧା
    • ନୟାଗଡ଼
    • ଗଞ୍ଜାମ
    • ଗଜପତି
    • କନ୍ଧମାଳ
    • କୋରାପୁଟ
    • ମାଲକାନଗିରି
    • ରାୟଗଡା
    • ନବରଙ୍ଗପୁର
    • କଳାହାଣ୍ଡି
    • ନୂଆପଡ଼ା
    • ବୌଦ୍ଧ
    • ସୁବର୍ଣ୍ଣପୁର
    • ବଲାଙ୍ଗୀର
    • ସମ୍ବଲପୁର
    • ବରଗଡ଼
    • ଝାରସୁଗୁଡ଼ା
    • ଦେବଗଡ଼
    • ସୁନ୍ଦରଗଡ଼
  • ଅନ୍ୟାନ୍ୟ
    • କରୋନା ଭାଇରସ୍‌
    • ଶ୍ରେଷ୍ଠ ପାଞ୍ଚ
    • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
Posted inଖେଳ

ବିମଣ୍ଟ, ନାଇଟଙ୍କ ପ୍ରଭାବୀ ବ୍ୟାଟିଂ
10:22 amJune 17, 2021

ବ୍ରିଷ୍ଟଲ, ୧୭।୬-  ଭାରତ ଓ ଇଂଲଣ୍ଡ ମଧ୍ୟରେ ଏକମାତ୍ର ମହିଳା କ୍ରିକେଟ ଟେଷ୍ଟ ମ୍ୟାଚ ବୁଧବାର ଆରମ୍ଭ ହୋଇଛି। ପାଖାପାଖି ୭ ବର୍ଷ ବ୍ୟବଧାନରେ ଭାରତୀୟ ମହିଳା ଏକ ଟେଷ୍ଟମ୍ୟାଚ ଖେଳିବା ସୁଯୋଗ ପାଇଛନ୍ତି। ଏଥିରେ ଭାରତର ୫ ଖେଳାଳି ଦୀପ୍ତି ଶର୍ମା, ପୂଜା ବସ୍ତ୍ରକାର, ଶେଫାଳି ବର୍ମା, ସ୍ନେହ ରାଣା ଓ ତାନିୟା ଭାଟିଆ ଟେଷ୍ଟ କ୍ୟାରିୟର ଆରମ୍ଭ କରିଛନ୍ତି। ସେହିପରି ଇଂଲଣ୍ଡ ପକ୍ଷରୁ ସୋଫିଆ ଡଙ୍କଲେ କ୍ୟାରିୟରର ପ୍ରଥମ ଟେଷ୍ଟ ଖେଳିଛନ୍ତି। ପ୍ରଥମ ଦିବସରେ ରିପୋର୍ଟ ଲେଖା ହେବାବେଳକୁ ଇଂଲଣ୍ଡ ୩ ଉଇକେଟ ହରାଇ ୨୩୬ ରନ ସଂଗ୍ରହ କରିଛି। ଓପନର ଟାମି ବିମଣ୍ଟ ଓ ଅଧିନାୟିକା ହିଥର ନାଇଟ ପ୍ରଭାବୀ ବ୍ୟାଟିଂ କରି ଇଂଲଣ୍ଡକୁ ମଜଭୁତ ସ୍ଥିତିରେ ପହଞ୍ଚାଇଛନ୍ତି। ନାଇଟ ୮୮ ରନରେ ଅପରାଜିତ ରହିଛନ୍ତି।


ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଇଂଲଣ୍ଡ। ଦୁଇ ଓପନର ଲୌରେନ ଓ୍ବିନ୍‌ଫିଲ୍ଡ-ହିଲ୍‌ ଏବଂ ଟାମି ବିମଣ୍ଟ ଓପନିଂ ଯୋଡ଼ିରେ ୧୨୪ ବଲ୍‌ରୁ ୬୯ ରନ ଯୋଗ କରି ଦଳପାଇଁ ଦୃଢ଼ ଭିତ୍ତି ପକାଇଥିଲେ। ମ୍ୟାଚର ୨୧ତମ ଓଭରର ୩ୟ ବଲ୍‌ରେ ହିଲ୍‌ଙ୍କୁ ତାନିଆ ଭାଟିଆଙ୍କ ହାତରେ କ୍ୟାଚ କରାଇ ଭାରତକୁ ପ୍ରଥମ ବ୍ରେକ୍‌ ଥ୍ରୁ ଦେଇଥିଲେ ପୂଜା ବସ୍ତ୍ରକାର। ୬୩ଟି ବଲ୍‌ର ସମ୍ମୁଖୀନ ହୋଇଥିବା ହିଲ୍‌ ୪ ଚୌକା ଓ ୨ ଛକା ସହାୟତାରେ ୩୫ ରନ କରିଥିଲେ। ବିମଣ୍ଟ ଆତ୍ମବିଶ୍ୱାସର ସହ ଖେଳି ଅର୍ଦ୍ଧଶତକ ପୂରଣ କରିଥିଲେ। କ୍ରିଜ୍‌ରେ ଜମିରହି ବଡ଼ ସ୍କୋର ଆଡ଼କୁ ଅଗ୍ରସର ହେଉଥିବା ବିମଣ୍ଟ କିନ୍ତୁ ୧୪୪ ବଲ୍‌ରୁ ୬୬ ରନ (୬ ଚୌକା) କରିଥିବାବେଳେ ସ୍ନେହ ରାଣାଙ୍କ ବଲ୍‌ରେ ଶେଫାଳି ବର୍ମାଙ୍କୁ ଏକ ଲୋ କ୍ୟାଚ ଦେଇ ପ୍ୟାଭିଲିୟନ ଫେରିଥିଲେ। ରାଣାଙ୍କ ବଲ୍‌କୁ ବିମଣ୍ଟ ଡିଫେଣ୍ଡ କରିବାକୁ ଯାଇଥିଲେ। ମାତ୍ର ବଲ୍‌ ଇନ୍‌ସାଇଡ୍‌ ଏଜ୍‌ ହୋଇ ପ୍ୟାଡ୍‌ରେ ବାଜି ଶର୍ଟଲେଗ୍‌କୁ ଯାଇଥିଲା। ସିଲି ମିଡ୍‌-ଅନ୍‌ରେ ଥିବା ଶେଫାଳି ଦ୍ରୁତ ବେଗରେ ଆଗକୁ ଆସି ଗୋଟିଏ ହାତରେ ଚମତ୍କାର ଭାବେ ଲୋ କ୍ୟାଚ ନେଇଥିଲେ। ଫଳରେ ବିମଣ୍ଟଙ୍କ ଇନିଂସର ପରିସମାପ୍ତି ଘଟିଥିଲା। ଆଉଟ ହେବା ପୂର୍ବରୁ ବିମଣ୍ଟ ଅଧିନାୟିକା ନାଇଟଙ୍କ ସହ ଦ୍ୱିତୀୟ ଉଇକେଟରେ ୧୬୬ ବଲ୍‌ରୁ ୭୧ ରନ ଯୋଗ କରିଥିଲେ। ନାତାଲି ସ୍କିଭର ୭୫ ବଲ୍‌ରୁ ୬ ଚୌକା ସହାୟତାରେ ୪୨ ରନ କରିଥିଲେ। ନାଇଟ ଓ ସ୍କିଭର ୩ୟ ଉଇକେଟରେ ୧୪୯ ବଲ୍‌ରୁ ୯୦ ରନର ଭାଗୀଦାରି ଗଢ଼ିଥିଲେ। ଭାରତ ପକ୍ଷରୁ ପୂଜା ବସ୍ତ୍ରକାର, ଦୀପ୍ତି ଶର୍ମା ଓ ସ୍ନେହ ରାଣା ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।
ସଂକ୍ଷିପ୍ତ ସ୍କୋର
ଇଂଲଣ୍ଡ ପ୍ରଥମ ଇନିଂସ: ୨୩୬/୩ (ଟାମି ବିମଣ୍ଟ-୬୬, ହିଥର ନାଇଟ-୮୮*, ନାତାଲି ସ୍କିଭର-୪୨, ଲୌରେନ ଓ୍ବିନଫିଲ୍ଡ ହିଲ୍‌-୩୫, ପୂଜା ବସ୍ତ୍ରକାର-୧/୪୩, ସ୍ନେହ ରାଣା-୧/୬୨, ଦୀପ୍ତି ଶର୍ମା-୧/୩୭)।


[mc4wp_form id="252536"] All Right Reserved By Dharitri.Com

Posted inଖେଳ View All

ସେହ୍ବାଗଙ୍କ କ୍ୟାରିୟର ଶେଷ କରିଦେଇଥିଲେ ଧୋନୀ! ପ୍ରଶଂସକଙ୍କ ଏଭଳି ଯୁକ୍ତିରେ ପୂର୍ବତନ ଓପନର୍‌ କହିଲେ…

ନୂଆଦିଲ୍ଲୀ,୧୮।୬: ଭାରତୀୟ କ୍ରିକେଟ ଟିମ୍‌ର ପୂର୍ବତନ ବିସ୍ଫୋରକ ଓପନର୍‌ ବିରେନ୍ଦ୍ର ସେହ୍ବାଗ ଏବଂ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କ ମଧ୍ୟରେ ବିବାଦ ନେଇ ଅନେକ...

ମହଙ୍ଗା ପଡ଼ିଲା ଷ୍ଟମ୍ପକୁ ଗୋଇଠା ମାରିବା

ଢାକା,୧୩।୬: ବାଂଲାଦେଶର ଶାକିବ ଅଲ ହାସନ ଘରୋଇ ଟି୨୦ ମ୍ୟାଚ୍‌ବେଳେ ଅମ୍ପାୟରଙ୍କୁ ଗାଳି ଗୁଲଜ କରିବା ସହ ଉଇକେଟକୁ ଗୋଇଠା ମାରିବା ମହଙ୍ଗା ପଡ଼ିଛି। ଏହି...

ମାତ୍ର ୩ ରନ୍‌ ଯୋଗୁ ଇତିହାସ ରଚିବାରୁ ବଞ୍ଚିତ ହୋଇଥିଲେ ସେହ୍ବାଗ-ଦ୍ରାବିଡ ଯୋଡ଼ି: ହେଲେ ଛିଡ଼ା ହୋଇ ତାଳି ମାରିଥିଲେ ଦର୍ଶକ

ନୂଆଦିଲ୍ଲୀ,୨୫।୬: ୧୫ ବର୍ଷ ପୂର୍ବେ ବିରେନ୍ଦ୍ର ସେହଓ୍ବାଗ୍‌- ରାହୁଲ ଦ୍ରାବିଡଙ୍କ ଯୋଡ଼ି ପାକିସ୍ତାନ ବିପକ୍ଷରେ ଜାନୁୟାରୀ ୧୭ରେ ଉଲ୍ଲେଖନୀୟ ଓପନିଂ ଭାଗିଦାରୀ କରିଥିଲେ। ଉଭୟଙ୍କ ଖେଳ...

ମାଳବିକା ଜିତିଲେ ଟାଇଟଲ

  କନାସ୍‌ (ଲିଥୁଆନିଆ), ୧୪ା୬ (ପି.ଟି.)-ଭାରତର ମାଳବିକା ବନସୋଡ୍‌ ଏଠାରେ ଚାଲିଥିବା ଆରଏସ୍‌ଏଲ୍‌ ଲିଥୁଆନିଆନ ଇଣ୍ଟରନ୍ୟାଶନାଲ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟ ମହିଳା ସିଙ୍ଗଲ୍ସ ଚାମ୍ପିୟନ ହୋଇଛନ୍ତି। ଫାଇନାଲରେ...

କୋପା ଆମେରିକା ଫୁଟ୍‌ବଲ: ଆର୍ଜେଣ୍ଟିନା- ଚିଲି ମ୍ୟାଚ୍‌ ଡ୍ର

ରିଓ ଡି ଜାନେଇରୋ,୧୬।୬(ଏପି): ଦକ୍ଷିଣ ଆମେରିକାର ସର୍ବବୃହତ୍‌ ଫୁଟ୍‌ବଲ ଟୁର୍ନାମେଣ୍ଟ କୋପା ଆମେରିକାରେ ଲିଓନେଲ ମେସିଙ୍କ ଆର୍ଜେଣ୍ଟିନା ଡ୍ର’ରୁ ଅଭିଯାନ ଆରମ୍ଭ କରିଛି। ମେସିଙ୍କ ଜବରଦସ୍ତ...

ଆଇସିୟୁରେ ଭର୍ତ୍ତି ହେଲେ ମିଲ୍‌ଖା ସିଂ: ଶୀଘ୍ର ଆରୋଗ୍ୟ କାମନା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୪।୬: ଭାରତର ମହାନ ଧାବକ ମିଲ୍‌ଖା ସିଂଙ୍କୁ ଆଇସିୟୁ ଭର୍ତ୍ତି କରାଯାଇଛି। ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ସହ ଫୋନରେ କଥା ହୋଇ ସ୍ବାସ୍ଥ୍ୟ...

ଆଇସିସି ଉପରେ କୋହଲି ଖପ୍ପା: କଥାରେ କଥାରେ ଦେଲେ ଚେତାବନୀ; କହିଲେ ଏହା ଉପରେ ବିଚାର କରିବା…

ସାଉଥାମ୍ପଟନ,୨୪।୬: ଭାରତୀୟ କ୍ରିକେଟ ଟିମ୍‌ର ମୁଖ୍ୟ ପ୍ରଶିକ୍ଷକ ରବିଶାସ୍ତ୍ରୀଙ୍କ ସ୍ବରରେ ସ୍ବର ମିଳାଇଛନ୍ତି ଅଧିନାୟକ ବିରାଟ କୋହଲି। ଦୁନିଆର ସର୍ବଶ୍ରେଷ୍ଠ ଟେଷ୍ଟ ଦଳକୁ ଗୋଟିଏ ଫାଇନାଲ...

ଡବ୍ଲ୍ୟୁଟିସି ଫର୍ମାଟରେ ପରିବର୍ତ୍ତନ ଚାହାନ୍ତି ସଚିନ

ନୂଆଦିଲ୍ଲୀ,୧୫।୬: ଆସନ୍ତା ୧୮ ତାରିଖରେ ସାଉଥାମ୍ପଟନଠାରେ ଟେଷ୍ଟ ଫର୍ମାଟର ସବୁଠୁ ବଡ଼ ସମ୍ମାନ ପାଇଁ ଲଢ଼େଇ କରିବେ ନ୍ୟୁଜିଲାଣ୍ଡ ଓ ଟିମ୍‌ ଇଣ୍ଡିଆ। ବିଜେତାଙ୍କୁ ଟେଷ୍ଟ...

Archives

Model This Week

Pilanka Dharitri
Metro Mijaj
Why Dharitri

ଛତ୍ରପୁର,୨୮।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ଉପକଣ୍ଠ ଗଞ୍ଜାମ ଥାନା ଅଧୀନ କରପଡା ଗ୍ରାମର ବୃନ୍ଦାବନ ଚର୍ତିଙ୍କ ଘରୁ ବିଳମ୍ବିତ...

 
[mc4wp_form id="252536"]

Post navigation

Previous Post Previous post:
ଟିକାକରଣ: ରାଶନ କାର୍ଡ ପରିଚୟ ପତ୍ର ହୋଇପାରିବ
Next Post Next post:
ଶିଶୁଙ୍କଠାରେ ଦୀର୍ଘମିଆଦୀ କୋଭିଡ୍‌ କମ୍‌ ଦେଖାଯାଏ

 

Logo
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • About us
  • Contacts
  • Advertise with us

Copyright © Dharitri.com 2016-2026 - All rights reserved

Developed By Ratna Technology

  • Home
  • ରାଜ୍ୟ
  • ଜାତୀୟ
  • ଅନ୍ତର୍ଜାତୀୟ
  • ମେଟ୍ରୋ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    ▼
    • କଟକ
    • ଅନୁଗୋଳ
    • କେନ୍ଦୁଝର
    • କେନ୍ଦ୍ରାପଡ଼ା
    • ଗଞ୍ଜାମ
    • ସୁନ୍ଦରଗଡ଼
    • କୋରାପୁଟ
    • ଢେଙ୍କାନାଳ
    • କଳାହାଣ୍ଡି
    • ବାଲେଶ୍ୱର
    • କନ୍ଧମାଳ
    • ସୁବର୍ଣ୍ଣପୁର
    • ଜଗତ୍‌ସିଂହପୁର
    • ନୟାଗଡ଼
    • ପୁରୀ
    • ଖୋର୍ଦ୍ଧା
    • ଗଜପତି
    • ଭଦ୍ରକ
    • ଝାରସୁଗୁଡ଼ା
    • ମୟୂରଭଞ୍ଜ
    • ଯାଜପୁର
    • ଦେବଗଡ଼
    • ନବରଙ୍ଗପୁର
    • ନୂଆପଡ଼ା
    • ବରଗଡ଼
    • ବଲାଙ୍ଗୀର
    • ବୌଦ୍ଧ
    • ରାୟଗଡା
    • ମାଲକାନଗିରି
  • କରୋନା ଭାଇରସ୍‌
  • କାର୍ଟୁନ
  • ରାଶିଫଳ
  • ଶ୍ରେଷ୍ଠ ପାଞ୍ଚ
  • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
  • Model This Week
  • About us
  • Contacts