ଭୁବନେଶ୍ୱର,୧୭ା୬(ବ୍ୟୁରୋ): କୋଭିଡ୍ରୁ ସୁସ୍ଥ ହେବା ପରେ ବି ଆକ୍ରାନ୍ତଙ୍କ ଶରୀରରେ ଅନେକ ଲକ୍ଷଣ ଦେଖାଯାଉଛି। ଅତିଶୀଘ୍ର ଅବଶ ହୋଇପଡ଼ିବା, ରାତିରେ ନିଦ ନ ହେବା, ଭୋକ କମିଯିବା, ଛାତି ବଥା, କାଶ, ଧଇଁସଇଁ ଲାଗିବା, ପେଟ କାଟିବା, ମୁଣ୍ଡ ବିନ୍ଧିବା, ଚିଡ଼ିଚିଡ଼ା, ମନେ ନ ରହିବା ଭଳି ଲକ୍ଷଣ ସାଙ୍ଗକୁ ଖାଦ୍ୟନଳୀ, ଏଣ୍ଡୋକ୍ରାଇନ୍, ହୃତ୍ପିଣ୍ଡ ସହିତ ସ୍ନାୟବିକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏସବୁ ଲକ୍ଷଣ ଯଦି ୩ ମାସ ବା ୧୨ ସପ୍ତାହ ରହିଲେ ଦୀର୍ଘମିଆଦୀ କୋଭିଡ୍ ବା ପୋଷ୍ଟ କୋଭିଡ୍ ସିଣ୍ଡ୍ରୋମ କୁହାଯାଏ। ଏହି ଲକ୍ଷଣ ସାଧାରଣତଃ କୋଭିଡ୍ରୁ ସୁସ୍ଥ ହେବା ପରେ ମାସେରୁ ଦୁଇ ମାସ ମଧ୍ୟରେ କମିଯାଇଥାଏ। କିନ୍ତୁ କିଛି ଲୋକ ଏହି ଲକ୍ଷଣ ସହ ସେମାନେ ଲଙ୍ଗ୍ କୋଭିଡ୍ ଅବସ୍ଥାକୁ ଯାଇଥାନ୍ତି ଏବଂ ଚିକିତ୍ସାର ଆବଶ୍ୟକ କରିଥାନ୍ତି ବୋଲି କଟକ ଏସ୍ସିବି ମେଡିକାଲ କଲେଜର ମେଡିସିନ ବିଭାଗ ମୁଖ୍ୟ ଡା. ଜୟନ୍ତ ପଣ୍ଡା କହିଛନ୍ତି। ବୁଧବାର ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଆୟୋଜିତ ସଚେତନତାଭିତ୍ତିକ କାର୍ଯ୍ୟକ୍ରମରେ ଡା. ପଣ୍ଡା କହିଛନ୍ତି, ଶିଶୁଙ୍କଠାରେ ଦୀର୍ଘମିଆଦୀ କୋଭିଡ୍ ପ୍ରାୟତଃ କମ୍ ଦେଖାଯାଏ। ଯେଉଁମାନଙ୍କର ମଧୁମେହ, କିଡ୍ନୀଜନିତ, ଶ୍ୱାସ, କର୍କଟ ଭଳି ଜଟିଳ ରୋଗ ଥିଲେ, ସେମାନଙ୍କର ପୋଷ୍ଟ କୋଭିଡ୍ ଲକ୍ଷଣ ଆସେ ଏବଂ ସେମାନେ ଚିକିତ୍ସାର ଆବଶ୍ୟକ କରିଥାନ୍ତି। କିନ୍ତୁ ଦୀର୍ଘମିଆଦୀ କୋଭିଡ୍ ରୋଗୀ ସଂକ୍ରାମକ ନୁହନ୍ତି। ତାଙ୍କଠାରୁ ରୋଗ ଡେଇଁବନି। ଏଥିରୁ ମୁକ୍ତି ପାଇଁ ପୀଡିତଙ୍କ ସ୍ବାସ୍ଥ୍ୟାବସ୍ଥା ଉପରେ ନିର୍ଭର କରେ। ଯିଏ ଯେତେ ଗୁରୁତର ଥିବେ, ଭଲ ହେବାକୁ ସେତେ ଡେରି ହୋଇଥାଏ। ସାମାନ୍ୟ ବା ମଧ୍ୟମରେ ଆକ୍ରାନ୍ତ ଥିଲେ ଶୀଘ୍ର ଭଲ ହୋଇଯାଇଥାନ୍ତି। ଯେଉଁମାନେ ଗୁରୁତର ହୋଇଥାନ୍ତି, ସେମାନଙ୍କୁ ୧ରୁ ୩ ମାସ ଲାଗିଥାଏ ବୋଲି ଡା. ପଣ୍ଡା କହିଛନ୍ତି।
Posted inକରୋନା ଭାଇରସ୍, ମେଟ୍ରୋ, ରାଜ୍ୟ View All
ପୁଅର ମୃତଦେହ ଛୁଇଁଲେନି ବାପା
ବୌଦ୍ଧ,୨୧।୬: ପୁଅର ମୃତ୍ୟୁ ପରେ ବାପା ମୃତଦେହ ଛୁଇଁଲେନି କି ସଂସ୍କାର ପାଇଁ ନେଲେନାହିଁ। ଫଳରେ ପୁତ୍ରବଧୂ ଥାନାର ଦ୍ୱାରସ୍ଥ ହୋଇଥିଲେ। ପୋଲିସ ବୁଝାଶୁଝା କରିବାରୁ...
ଏମ୍ସରେ ୬-୧୨ବର୍ଷ ପିଲାଙ୍କ ଉପରେ ହେବ କୋଭାକ୍ସିନ ଟ୍ରାଏଲ
ନୂଆଦିଲ୍ଲୀ,୧୪।୬: ଦେଶରେ କରୋନା ଭାଇରସ୍ ସ୍ଥିତି ଧୀରେ ଧୀରେ ନିୟନ୍ତ୍ରଣକୁ ଆସୁଛି। ଲଗାତର ଭାବେ ଦୈନିକ ସଂକ୍ରମଣ ହ୍ରାସ ହେବାରେ ଲାଗିଛି। ବିଭିନ୍ନ ରାଜ୍ୟରେ କରୋନାର...
ବୋମାମାଡ଼ କରି ବିଜେଡି ନେତା ଗିରଫ
ଗୋପାଳପୁର,୧୩ା୬: ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ପିତାତଳି ଗ୍ରାମରେ ଗତ ୧୦ ତାରିଖରେ ୨ ଗୋଷ୍ଠୀ ମଧ୍ୟରେ ବୋମାମାଡ଼ ହୋଇଥିଲା। ଘଟଣାରେ ସମ୍ପୃକ୍ତ ଥିବା ଅଭିଯୋଗରେ...
ନେଟ୍ଓ୍ବର୍କ ପାଇବାକୁ ନୟାନ୍ତ
ବଇଣ୍ଡା,୨୧ା୬: ପୂର୍ବରୁ କେବଳ ଯୋଗାଯୋଗର ମାଧ୍ୟମ ଥିବା ମୋବାଇଲ ଏବେ ଏକ ଜରୁରୀ ଆବଶ୍ୟକତା ହୋଇଯାଇଛି। ସ୍ମାର୍ଟ ତଥା ବ୍ୟସ୍ତ ଜୀବନର ତ ଏହା ଗୁରୁତ୍ୱପୂର୍ଣ୍ଣ ଅଙ୍ଗ...
ବିଳମ୍ବ ହୋଇପାରେ ପଞ୍ଚାୟତ ନିର୍ବାଚନ
ଭୁବନେଶ୍ୱର,୨୩ା୬(ବ୍ୟୁରୋ): ୨୦୨୨ ମାର୍ଚ୍ଚ ୧୦ରେ ପଞ୍ଚାୟତ ପ୍ରତିନିଧିଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଯାଉଛି। ମାତ୍ର ଏ ପର୍ଯ୍ୟନ୍ତ ରାଜ୍ୟ ସରକାର ଓ୍ବାର୍ଡ ପୁନର୍ଗଠନ ଓ ସ୍ଥାନ...
ଦୁଗ୍ଧଚାଷୀଙ୍କୁ ୧୧ କୋଟିର ସହାୟତା
ଭୁବନେଶ୍ୱର,୨୫।୬(ବ୍ୟୁରୋ): ଓମ୍ଫେଡ ଦୁଗ୍ଧଚାଷୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ୧୧ କୋଟି ଟଙ୍କାର କୋଭିଡ୍ ସହାୟତା ଘୋଷଣା କରିଛନ୍ତି। ପ୍ରତ୍ୟେକ ଦୁଗ୍ଧଚାଷୀଙ୍କୁ ଗୋଖାଦ୍ୟ ଖର୍ଚ୍ଚ...
ସଂକ୍ରମଣ ମାତ୍ରା କମାଏ ଭିଟାମିନ୍ ଡି
ହାଇଦ୍ରାବାଦ, ୨ା୬: ଶରୀରରେ ଯଥେଷ୍ଟ ମାତ୍ରାରେ ଭିଟାମିନ୍ ଡି କରୋନା ସଂକ୍ରମଣ ହ୍ରାସ କରିବାରେ ପ୍ରମୁଖ ଭୂମିକା ନେଇଥାଏ। ଏ ସଂକ୍ରାନ୍ତରେ ହାଇଦ୍ରାବାଦସ୍ଥିତ ନିଜାମ୍ ଇନ୍ଷ୍ଟିଚ୍ୟୁଟ୍...
କୋଭିଡ୍ ପରିଚାଳନାରେ ପ୍ରମୁଖ ଅସ୍ତ୍ର ସିଏମ୍ଏସ୍
ଅନୁଗୋଳ ଅଫିସ, ୧୨ା୬ କରୋନାର ଦ୍ୱିତୀୟ ଲହର ଭୟାନକ ସାବ୍ୟସ୍ତ ହୋଇଛି। ଏଥିରେ ଦ୍ରୁତ ସଂକ୍ରମଣ ସହ ଅଧିକ ମୃତ୍ୟୁ ଦେଖିବାକୁ ମିଳିଛି। କେବଳ ମେ’...


