ଭୁବନେଶ୍ୱର,୧୬।୬(ବ୍ୟୁରୋ)”ବହୁ ବିଳମ୍ବ ହୋଇଥିଲେ ମଧ୍ୟ ଏବେ କମିଶନରେଟ ପୋଲିସର ଚେତା ପଶୁଛି। ରାଜଧାନୀରେ ରହସ୍ୟ ହୋଇ ରହିଥିବା ବହୁ ସମ୍ବେଦନଶୀଳ ମାମଲାର ଖୋଳତାଡ଼ ଆରମ୍ଭ ହୋଇଛି। ଡିସିପିଙ୍କ ନିର୍ଦ୍ଦେଶ ପରେ ବନ୍ଦ ହୋଇପଡିଥିବା ୯ବର୍ଷ ତଳର ଏକ ହତ୍ୟା ମାମଲାର ଫାଇଲ୍ ଖୋଲି ତଦନ୍ତ ଆରମ୍ଭ କରିଛି ଚନ୍ଦକା ପୋଲିସ। ଗାଡ଼ି ଓ ବିଭିନ୍ନ ସ୍ଥାନରେ ମୃତ ମହିଳାଙ୍କ ଫଟୋ ସହ ପୋଷ୍ଟର ମାରିଛି। ବୁଧବାର ଏକ ସ୍ବତନ୍ତ୍ର ଟିମ୍ ତଦନ୍ତ ପାଇଁ ଢେଙ୍କାନାଳ ଗସ୍ତ କରିବ। ମୃତଦେହ ନିକଟରୁ ଏକ ଲୁଗା ଦୋକାନର ଜରି ବ୍ୟାଗ ମିଳିଥିଲା। ଯେଉଁଥିରେ ଢେଙ୍ଗାନାଳ କାମାକ୍ଷାନଗର ଲେଖା ରହିଥିଲା। ସେହି ତଥ୍ୟକୁ ଆଧାର କରି ପୋଲିସ ତଦନ୍ତକୁ ଆଗକୁ ବଢାଇବ ବୋଲି ଥାନା ଅଧିକାରୀ ଦେବେନ୍ଦ୍ର ବିଶ୍ୱାଳ କହିଛନ୍ତି।
ସୂଚନା ମୁତାବକ, ୨୦୧୨ ମେ ୧୨ରେ ଏହି ଥାନା ଅନ୍ତର୍ଗତ ଗୋଠପାଟଣାସ୍ଥିତ ଏକ ଆମ୍ବ ବଗିଚାର ଜଙ୍ଗଲିଆ ଅଞ୍ଚଳରେ ଜଣେ ମହିଳାଙ୍କ ମୃତଦେହ ପଡିଥିବା ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ଥିଲା। ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଥିଲା। ମହିଳାଙ୍କ ବୟସ ୨୫ରୁ ୩୦ ବର୍ଷ ହେବ ବୋଲି ପୋଲିସ ସୂଚନା ଦେଇଥିଲା। ଏଥିସହ ତାଙ୍କ ବେକରେ ନାଲି ଲୁଗା ବନ୍ଧା ହୋଇଥିବାବେଳେ ମୁଣ୍ଡରେ ଓ ମୁହଁରେ ଭିନ୍ନ ଭିନ୍ନ ସ୍ଥାନରେ ଗଭୀର କ୍ଷତ ଚିହ୍ନ ରହିଥିଲା। ପ୍ରାଥମିକ ତଦନ୍ତବେଳେ ମହିଳାଙ୍କ କୌଣସି ପରିଚୟ ମିଳିପାରି ନ ଥିଲା। ତେବେ ଏହି ମୃତ୍ୟୁକୁ ନେଇ କେହି ଥାନାରେ ଅଭିଯୋଗ ନ କରିବାରୁ ପୋଲିସ ଅପମୃତ୍ୟୁ ମାମଲା ରୁଜୁ କରିଥିଲା। କିନ୍ତୁ ବ୍ୟବଚ୍ଛେଦ ରିପୋର୍ଟରେ ହତ୍ୟା ସ୍ପଷ୍ଟ ହେବାରୁ ପୋଲିସ ଘଟଣାର ଅଢ଼େଇ ବର୍ଷ ପରେ ଅର୍ଥାତ୍ ୨୦୧୫ ଜାନୁୟାରୀ ୧୯ରେ ଏକ ହତ୍ୟା ମାମଲା (ନଂ. ୧୨/୧୫) ରୁଜୁ କରିଥିଲା। ହେଲେ ତଦନ୍ତରେ ଶିଥିଳତା ଯୋଗୁ ମହିଳାଙ୍କ ପରିଚୟ ଓ ରହସ୍ୟ ଉନ୍ମୋଚିତ ହୋଇପାରି ନ ଥିଲା। ଫଳରେ କ୍ରମଶଃ ହତ୍ୟା ମାମଲାଟି ଫାଇଲ୍ ଭିତରେ ବନ୍ଦ ହୋଇଯାଇଥିଲା। ନିକଟରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଡିସିପି ଉମାଶଙ୍କର ଦାସଙ୍କ ନଜରକୁ ଏହି ମାମଲା ଆସିବା ପରେ ଏହାର ପୁନଃ ତଦନ୍ତ ପାଇଁ ସେ ନିର୍ଦ୍ଦେଶ ଦେଇଥିଲେ। ତାଙ୍କ ନିର୍ଦ୍ଦେଶ ଆଧାରରେ ଚନ୍ଦକା ଥାନା ଅଧିକାରୀଙ୍କ ନେତୃତ୍ୱରେ ଏକ ସ୍ବତନ୍ତ୍ର ଟିମ ଗଠନ କରାଯାଇ ପୋଷ୍ଟର ମରାଯାଇଛି। ମହିଳାଙ୍କ ସମ୍ପର୍କରେ କୌଣସି ଖବର ପାଇଲେ ଥାନା ଅଧିକାରୀଙ୍କ ମୋବାଇଲ ନଂ.୮୨୮୦୩୩୮୩୨୩, ୯୪୩୮୮୪୯୯୫୯ ଓ ଜୋନ୍ ଏସିପିଙ୍କୁ ୮୨୮୦୩୩୮୨୯୬ ନଂ.ରେ ସୂଚନା ଦେବାକୁ ପୋଲିସ ପକ୍ଷରୁ ଅନୁରୋଧ କରାଯାଇଛି।
ସ୍କୁଲ ପାଠ୍ୟକ୍ରମରେ ‘ବନ୍ଦେ ଉତ୍କଳ ଜନନୀ’
ଭୁବନେଶ୍ୱର, ୨୪।୬(ବ୍ୟୁରୋ): ବିଦ୍ୟାଳୟ ପାଠ୍ୟକ୍ରମରେ ରାଜ୍ୟ ସଙ୍ଗୀତ ‘ବନ୍ଦେ ଉତ୍କଳ ଜନନୀ’ ସ୍ଥାନ ପାଇଛି। ପ୍ରଥମ ଭାଷା ଓଡ଼ିଆ ବିଷୟରେ ‘ବନ୍ଦେ ଉତ୍କଳ ଜନନୀ’କୁ ସ୍ଥାନ...
ଦିନକୁ ଦିନ ବଢ଼ୁଛି ମୃତ୍ୟୁସଂଖ୍ୟା: ରାଜ୍ୟରେ ପୁଣି କରୋନା ନେଲା ୪୨ ଜୀବନ
ଭୁବନେଶ୍ୱର,୩।୬(ବ୍ୟୁରୋ): ରାଜ୍ୟରେ ଦୈନିକ ସଂକ୍ରମଣ ସାମାନ୍ୟ ହ୍ରାସ ପାଇଥିବା ବେଳେ ମୃତ୍ୟୁ ସଂଖ୍ୟା କିନ୍ତୁ ଦିନକୁ ଦିନ ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ...
ବିଶ୍ୱର ୫୦ ସହର ମଧ୍ୟରେ ରାଉରକେଲା
ରାଉରକେଲା ଅଫିସ, ୧୭ା୬: ‘ବ୍ଲୁମବର୍ଗ-୨୦୨୧ ଗ୍ଲୋବାଲ ମେୟର୍ସ ଚ୍ୟାଲେଞ୍ଜ’ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଭାଗ ନେଇ ରାଉରକେଲା ସହର ଚୂଡ଼ାନ୍ତ ପର୍ଯ୍ୟାୟକୁ ମନୋନୀତ ହୋଇଛି। ଫଳରେ ଏହି...
ଟିକାକରଣ: ରାଶନ କାର୍ଡ ପରିଚୟ ପତ୍ର ହୋଇପାରିବ
ଭୁବନେଶ୍ୱର, ୧୭ା୬(ବ୍ୟୁରୋ): ଏଣିକି ରାଶନ କାର୍ଡକୁ ମଧ୍ୟ ଟିକାକରଣବେଳେ ପରିଚୟ ପତ୍ର ଭାବେ ବ୍ୟବହାର କରିହେବ। ଟିକାକରଣ ପାଇଁ କୋଓ୍ବିନ ପୋର୍ଟାଲରେ ୭ ପ୍ରକାରର ପରିଚୟ...
ବଞ୍ଚାଇଦେଲା ପୋଷା କୁକୁର
ଢେଙ୍କାନାଳ ଅଫିସ, ୩।୬: କୁହାଯାଏ କୁକୁର ହେଉଛି ଭାରି ବିଶ୍ୱସ୍ତ। ଏହି ଗୃହପାଳିତ ପ୍ରାଣୀର ଉପସ୍ଥିତ ବୁଦ୍ଧି ଯୋଗୁ ଅନେକ ଜୀବନ ବଞ୍ଚତ୍ୟାଇଥିବା ନଜିର ରହିଛି।...
ସମ୍ପୂର୍ଣ୍ଣ ଉଠିଲାନି, ଆଂଶିକ କୋହଳ ହେଲା ଲକ୍ଡାଉନ୍; ଜାଣନ୍ତୁ ହେଲା କି ପରିବର୍ତ୍ତନ..
ଭୁବନେଶ୍ୱର,୧୬।୬(ବ୍ୟୁରୋ): ବର୍ତ୍ତମାନ ରାଜ୍ୟରେ କରୋନା ସଂକ୍ରମଣ ଧିରେ ଧିରେ କମିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଲକଡାଉନ୍ କଟକଣାକୁ ଆଂଶିକ କୋହଳ କରାଯାଇଛି। ଦକ୍ଷିଣ ଓ...
ବିଆର୍ପିଏଲ୍: ଟୋପାଏ ପ୍ରଦୂଷଣ
ଯାଜପୁର ଅଫିସ,୨୧ା୬: ଯାଜପୁର ଜିଲା କଳିଙ୍ଗନଗରସ୍ଥିତ ବ୍ରାହ୍ମଣୀ ରିଭର୍ସ ପେଲେଟ ଲିମିଟେଡ୍ (ବିଆର୍ପିଏଲ୍) ନିଜ କାରଖାନାର ବିଷାକ୍ତ ବର୍ଜ୍ୟଜଳ ବାହାରକୁ ଛାଡ଼ିବା ନେଇ ଏକ ମାମଲା...
ଲଘୁଚାପ: ୧୬ ଯାଏ ବର୍ଷିବ
ଭୁବନେଶ୍ୱର,୧୨ା୬(ବ୍ୟୁରୋ): ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଯୋଗୁ ରାଜ୍ୟର ବିଭିନ୍ନ ସ୍ଥାନରେ ତୁହାକୁ ତୁହା ବର୍ଷା ଲାଗି ରହିଛି। ଏଥିସହିତ ଦକ୍ଷିଣ ପଶ୍ଚିମ...


