ସାରସକଣା, ୫ା୬-ମହାମାରୀ କରୋନା କାଳରେ ସାମ୍ନାକୁ ଆସୁଛି ଅନେକ କରୁଣ ଦୃଶ୍ୟ। ମୟୂରଭଞ୍ଜ ଜିଲା ସାରସକଣା ବ୍ଲକ ଝାରପୋଖରିଆ ପଞ୍ଚାୟତ ବମ୍ବେଛକ ବଜାରରେ ଜଣେ ମାନସିକ ବିକୃତ ମହିଳା ଭୋକ ବିକଳରେ ରାସ୍ତାକଡ଼ ଡଷ୍ଟବିନ୍ରୁ ଖାଦ୍ୟ ସାଉଁଟି ଖାଉଥିତ୍ବା ଦେଖିବାକୁ ମିଳିଥିଲା। ଯେ କେହି ଏହି ଦୃଶ୍ୟ ଦେଖିବ ବିଚଳିତ ହୋଇଉଠିବ। କରୋନା ସମୟରେ ଏଭଳି ଦୃଶ୍ୟ ସରକାରଙ୍କ ଯୋଜନା ଉପରକୁ ଆଙ୍ଗୁଳି ନିଦ୍ଦେର୍ର୍ଶ କରୁଛି। ବୁଲା ଗୋରୁଙ୍କ ପାଇଁ ସରକାର ଅର୍ଥ ଯୋଗାଇ ଦେଉଥିବା ବେଳେ ମାନସିକ ବିକାରଗ୍ରସ୍ତଙ୍କ କଥା ଭୁଲିଯିବା ଦୁଃଖର ବିଷୟ। ଉଲ୍ଲେଖଯୋଗ୍ୟ ଯେ, ସଂକ୍ରମଣ ଚେନ୍ ଭାଙ୍ଗିବାକୁ ସପ୍ତାହରେ ୫ ଦିନ ଲକଡାଉନ୍ ଓ ଶନିବାର, ରବିବାର ଦୁଇ ଦିନ ଶଟ୍ଡାଉନ୍ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଶଟଡାଉନ୍ କାରଣରୁ ଦୋକାନ ବଜାର ସମ୍ପୂର୍ଣ୍ଣ ଭାବେ ବନ୍ଦ ରହୁଛି। ତେବେ ଏସବୁ ମଧ୍ୟରେ ସବୁଠାରୁ ପ୍ରଭାବିତ ହେଉଛନ୍ତି ମାନସିକ ବିକାରଗ୍ରସ୍ତ ବ୍ୟକ୍ତି। ସ୍ଥାନୀୟ କିଛି ସ୍ବେଚ୍ଛାସେବୀ ସେମାନଙ୍କୁ ଖାଇବାକୁ ଦେଉଥିବା ବେଳେ ଅନେକ ସମୟରେ ସେମାନେ ଭୋକିଲା ରହୁଛନ୍ତି। ବ୍ଲକ ତଥା ଜିଲା ପ୍ରଶାସନ ମଧ୍ୟ ଏକ୍ଷେତ୍ରରେ ନୀରବ ରହିବା ଆଶ୍ଚର୍ଯ୍ୟଚକିତ କରିଛି।
୧୯ ଜିଲାରେ ସଂକ୍ରମଣ ହାର ୫ ପ୍ରତିଶତରୁ କମ୍
ଭୁବନେଶ୍ୱର,୨୩।୬(ବ୍ୟୁରୋ): ରାଜ୍ୟରେ ଗତ ୨୪ଘଣ୍ଟାରେ ୬୫,୮୪୫ ନମୂନା ପରୀକ୍ଷା ହୋଇଥିବା ବେଳେ ୩,୪୫୬ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏବେ କରୋନା ତଳମୁହାଁ ହୋଇଥିବା ବେଳେ ୧୯ଟି...
ବେଦାନ୍ତର ଅସୁରକ୍ଷିତ ଖଣି
ଯାଜପୁର ଅଫିସ,୧୫।୬: ବେଦାନ୍ତ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ଯାଜପୁର ଜିଲା ସୁକିନ୍ଦା ବ୍ଲକର ଓସ୍ତପାଳ କ୍ରୋମାଇଟ ଖଣି ଅସୁରକ୍ଷିତ ହୋଇପଡ଼ିଛି। କାରଣ ଖଣି ଗର୍ତ୍ତଠାରୁ ମାତ୍ର...
ଖଟିଆ କାନ୍ଧେଇ ପ୍ରତିବାଦ କଲେ ଗ୍ରାମବାସୀ
ସାରସକଣା,୧୮।୬(ଡି.ଏନ.ଏ.)- ପ୍ରଶାସନର କାର୍ଯ୍ୟଧାରା ଏବଂ ଅପାରଗତାକୁ ପଦାରେ ପକାଇବା ଲକ୍ଷ୍ୟନେଇ ଅଭିନବ ଢ଼ଙ୍ଗରେ ପ୍ରତିବାଦ କରିଛନ୍ତି ଗ୍ରାମବାସୀ। ଗଁାକୁ ଯିବାକୁ ଭଲ ରାସ୍ତା ଓ ପୋଲ...
ସୁରକ୍ଷା କର୍ମୀଙ୍କୁ ହତ୍ୟା ଅଭିଯୋଗ
ଭୁବନେଶ୍ୱର,୨ା୬(ବ୍ୟୁରୋ):ବଡ଼ଗଡ଼ ଥାନା ଅନ୍ତର୍ଗତ କଳ୍ପନା ଛକସ୍ଥିତ ଭଞ୍ଜକଳା ମଣ୍ଡପ ନିକଟ ୟୋଗିକ୍ ଜିମ୍ ସେଣ୍ଟର ପରିସରରୁ ମଙ୍ଗଳବାର ଜଣେ ସୁରକ୍ଷାକର୍ମୀଙ୍କ ଝୁଲନ୍ତା ମୃତଦେହକୁ ପୋଲିସ ଜବତ...
ଟିକାକରଣ: ରାଶନ କାର୍ଡ ପରିଚୟ ପତ୍ର ହୋଇପାରିବ
ଭୁବନେଶ୍ୱର, ୧୭ା୬(ବ୍ୟୁରୋ): ଏଣିକି ରାଶନ କାର୍ଡକୁ ମଧ୍ୟ ଟିକାକରଣବେଳେ ପରିଚୟ ପତ୍ର ଭାବେ ବ୍ୟବହାର କରିହେବ। ଟିକାକରଣ ପାଇଁ କୋଓ୍ବିନ ପୋର୍ଟାଲରେ ୭ ପ୍ରକାରର ପରିଚୟ...
ଆଜି ଆଉ ୪୪ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୩୩୪୬କୁ ବୃଦ୍ଧି
ଭୁବନେଶ୍ୱର,୧୪ା୬(ବ୍ୟୁରୋ): ସୋମବାର ରାଜ୍ୟରୁ ଆଉ ୪୪ ଜଣଙ୍କ ଜୀବନ ନେଇଛି କରୋନା। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।...
ଧାନ ବୁଣିବାକୁ କେନ୍ଦ୍ର କରି ଗୋଷ୍ଠି ସଂଘର୍ଷ
ଲୋଇସିଂହା,୨୦।୬: ବଲାଙ୍ଗୀର ଜିଲା ଲୋଇସିଂହା ଥାନା କୁଟୁରାପାଲି ଗ୍ରାମରେ ପୈତୃକ ଜମି ବିବାଦକୁ କେନ୍ଦ୍ର କରି ରବିବାର ଦୁଇପକ୍ଷ ମଧ୍ୟରେ ମାରପିଟରୁ ଜଣଙ୍କର ମୃତ୍ୟୁ ହୋଇଛି।...
ପଞ୍ଚାୟତ ନିର୍ବାଚନ ବିଳମ୍ବ ହେବା ଆଶଙ୍କା
ଭୁବନେଶ୍ୱର,୧୬ା୬(ବ୍ୟୁରୋ): ପୌର ନିର୍ବାଚନ ଭଳି ପଞ୍ଚାୟତ ନିର୍ବାଚନ ମଧ୍ୟ ବିଳମ୍ବ ହେବା ନେଇ ଆଶଙ୍କା ସୃଷ୍ଟି ହୋଇଛି। ପଞ୍ଚାୟତ ନିର୍ବାଚନ ପାଇଁ ରାଜ୍ୟ ସରକାର ଏ...


