ବଲିଉଡ୍ ଅଭିନେତା ଅମିର ଖାନଙ୍କ ପ୍ରଥମ ଚଳଚ୍ଚିତ୍ର ‘ଲଗାନ’ ରିଲିଜ ହେବାର ଇତିମଧ୍ୟରେ ୨୦ ବର୍ଷ ବିତିଗଲାଣି। ଏହି ଚଳଚ୍ଚିତ୍ରଟି ଅମିରଙ୍କ ପାଇଁ ସ୍ବତନ୍ତ୍ର ଥିଲା। ଏହି ଚଳଚ୍ଚିତ୍ର ତାଙ୍କୁ ଜଣେ ପରଫେକ୍ଟନିଷ୍ଟ ଅଭିନେତା ଭାବରେ ପ୍ରତିଷ୍ଠିତ କରିଥିଲା। ସେହି ସମୟରେ ଫିଲ୍ମଟି ସଫଳତାର ଅନେକ ଦିଗ ପ୍ରତିଷ୍ଠା କରିଥିଲା। ଏହା ସହିତ ନିର୍ଦ୍ଦେଶକ ଆଶୁତୋଷ ଗ୍ବାରିକର ଏବଂ ଅମିରଙ୍କ ଏହି ଚଳଚ୍ଚିତ୍ର ମଧ୍ୟ ଓସ୍କାରର ‘ଶ୍ରେଷ୍ଠ ବିଦେଶୀ ଭାଷା ଚଳଚ୍ଚିତ୍ର’ ବିଭାଗରେ ନାମାଙ୍କନ ହୋଇଥିଲା। ଏହି ଚଳଚ୍ଚିତ୍ରର ଶୁଟିଂ ସମୟରେ ଅମିର ତାଙ୍କର ଦ୍ୱିତୀୟ ସ୍ତ୍ରୀ କିରଣ ରାଓଙ୍କ ନିକଟତର ହୋଇଥିଲେ ଏବଂ ତାଙ୍କର ଦ୍ୱିତୀୟ ବିବାହ ହେବାର ୨୦ ବର୍ଷ ବିତିଗଲାଣି। କିନ୍ତୁ ଅମିରଙ୍କର ଏହି ଫିଲ୍ମ ଶୁଟିଂ ସମୟରେ ସବୁଠାରୁ ସୁନ୍ଦର ସ୍ମୃତି ହେଉଛି ତାଙ୍କର ପ୍ରଥମ ସ୍ତ୍ରୀ ରୀନା ଦତ୍ତ ଏବଂ ସେ ଲେଖିଥିବା ଚିଠି।
ବିଗତ ସ୍ମୃତିକୁ ମନେ ପକାଇ ଅମିର କହନ୍ତି, ଯେତେବେଳେ ଏହି ଚଳଚ୍ଚିତ୍ର ସହିତ ଜଡିତ ସ୍ମୃତି କଥା ଆସେ, ସେତେବେଳେ ରୀନାଙ୍କ ଚିଠି କଥା ମୋର ମନେ ପଡିଯାଏ। ମୁଁ ତାଙ୍କୁ ଗୋଟିଏ ରାତିରେ କହିଥିଲି ଯେ, ସେ ଏହି ଚଳଚ୍ଚିତ୍ର ନିର୍ମାଣ କରିବା ଉଚିତ୍ ତା’ପରେ ସେ କହିଥିଲେ ଯେ ସେ ଫିଲ୍ମ ନିର୍ମାଣ ବିଷୟରେ କିଛି ଜାଣନ୍ତି ନାହିଁ। ଏହା ମଧ୍ୟ ସତ ଥିଲା, ସେ କିଛି ଜାଣି ନ ଥିଲେ। ଅମିରଙ୍କ ନିର୍ଦ୍ଦେଶରେ ରୀନା ଜଣେ ନିର୍ମାତା ହୋଇଥିଲେ ଏବଂ ଫିଲ୍ମ ନିର୍ମାଣ କରିବା ପୂର୍ବରୁ ରୀତା ଏଥିପାଇଁ ଅନେକ ପ୍ରସ୍ତୁତି କରିଥିଲେ। ସେ ସୁଭାଷ ଘାଇ ଏବଂ ଅଶୋକ ଠାକୁରିଆଙ୍କୁ ଭେଟିଥିଲେ। ଚଳଚ୍ଚିତ୍ର ନିର୍ମାଣ ପ୍ରକ୍ରିୟା ବୁଝିବାକୁ ଚେଷ୍ଟା କରିଥିଲେ। କିନ୍ତୁ ଯେତେବେଳେ ଫିଲ୍ମ ଶୁଟିଂ ସମାପ୍ତ ହେଲା, ରୀନା ପୁରା ଦଳକୁ ଏକ ଚିଠି ଲେଖିଥିଲେ ଏବଂ ମୁଁ ସେହି ଚିଠି ପଢିବା ପରେ ବହୁତ କାନ୍ଦିଲ। ମୋର ଏବେ ପୁରା ଚିଠି ମନେ ନାହିଁ, କିନ୍ତୁ ସେଥିରେ ସେ ଏପରି କଠିନ ପରିସ୍ଥିତିରେ ଚଳଚ୍ଚିତ୍ର ନିର୍ମାଣ କରିଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ ଏବଂ ସେ ତାଙ୍କ ଗାଳି ବିଷୟରେ ମଧ୍ୟ କହିଛନ୍ତି। ସେହି ଚିଠିଟି ଅତ୍ୟନ୍ତ ଭାବପ୍ରବଣ ଚିଠି ଥିଲା। ଆମେ ସମସ୍ତେ ଚଳଚ୍ଚିତ୍ରରେ ଯୁବକ ଥିଲୁ କିନ୍ତୁ ଚଳଚ୍ଚିତ୍ର ପୃଷ୍ଠଭୂମି ନ ଥିଲେ ମଧ୍ୟ ସେ ଯାହା କରିଥିଲେ ତାହା ଆଶ୍ଚର୍ଯ୍ୟଜନକ ଥିଲା।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.