୧୯୯୦ ମସିହାରେ ମୁକ୍ତିଲାଭ କରିଥିବା ଫିଲ୍ମ ‘ଦିଲ’ ଦର୍ଶକଙ୍କ ହୃଦୟ ଜିତିଥିଲା। ଏହି ଫିଲ୍ମରେ ଅମିର ଖାନ ଏବଂ ମାଧୁରୀ ଦୀକ୍ଷିତଙ୍କ କେମେଷ୍ଟ୍ରିକୁ ନେଇ ଚର୍ଚ୍ଚା ହୋଇଥିଲା। ଆଜି ବି ଏହି ଫିଲ୍ମ ଏବଂ ଏହାର ଗୀତକୁ ଦର୍ଶକ ମନେ ରଖିଛନ୍ତି। ତେବେ ଆଜି ଆମେ ଆପଣଙ୍କୁ ଏପରି ଏକ ଘଟଣା କହୁଛୁ ଯାହା ଫିଲ୍ମର ଶୁଟିଂ ସହିତ ଜଡିତ।
ଶୁଟିଂ ସେଟ୍ରେ ହାତ ଦେଖିବା ବାହାନାରେ ଅମିର କିପରି ମାଧୁରୀଙ୍କ ସହ ଥଟ୍ଟା କରିଥିଲେ, ଏହା ସେ ଏକ ଚାଟ ଶୋରେ କହିଥିଲେ। ସେଟରେ ଏହି ଘଟଣା ବିଷୟରେ ଅମିର କହିଛନ୍ତି, ମାଧୁରୀ ମୋ ଉପରେ ବହୁତ ରାଗିଥିଲେ କାରଣ ମୁଁ ସେଟରେ ତାଙ୍କ ହାତ ଦେଖିବାର ଅଭିନୟ କରିଥିଲି। ତାଙ୍କୁ କହିଥିଲେ ଯେ, ତୁମେ ବହୁତ ନିର୍ବୋଧ, ଭାବପ୍ରବଣ ଏବଂ ଲୋକମାନେ ତୁମକୁ ବୋକା ବନେଇଛନ୍ତି। ଯେପରି ମୁଁ ବର୍ତ୍ତମାନ କରୁଛି । ଏବଂ ଏହା କହିବା ସମୟରେ ଅମିର ତାଙ୍କ ହାତରେ ଛେପ ପକାଇଥିଲେ।
ଅମିରଙ୍କ ଏହି ଥଟ୍ଟାରେ ମାଧୁରୀ ଅତ୍ୟଧିକ ରାଗିଯାଇଥିଲେ ଏବଂ ସେ ହକି ଷ୍ଟିକ୍ ଧରି ଅମିରଙ୍କୁ ଗୋଡାଇଲେ। ମାଧୁରୀ ଟୁଇଟରରେ ତାଙ୍କ ପ୍ରଶଂସକଙ୍କ ସହ କଥା ହେଉଥିବା ବେଳେ ଏହା ମଧ୍ୟ କହିଥିଲେ।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.