ବଲିଉଡ ଅଭିନେତା ଅଭିଷେକ ବଚ୍ଚନ ୨୦୦୭ରେ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କୁ ବିବାହ କରିଥିଲେ। ସେହି ଦିନଠାରୁ ଏହି ଯୋଡି ପ୍ରଶଂସକଙ୍କ ପ୍ରିୟ ଯୋଡି ଆଖ୍ୟା ପାଇଛନ୍ତି। ଏଥି ସହିତ, କିଛି ଦିନ ପୂର୍ବରୁ ଅଭିଷେକ ତାଙ୍କ ଭଉଣୀ ଶ୍ୱେତା ନନ୍ଦାଙ୍କ ସହ ଏକ ସାକ୍ଷାତକାରରେ ନଜର ଆସିଥିଲେ। ଏଠାରେ ଉଭୟ ଅନେକ ମଜାଦାର ପ୍ରଶ୍ନର ଉତ୍ତର ଦେଇଥିଲେ। ଏହି ସାକ୍ଷାତକାରରେ ଅଭିଷେକ ବଚ୍ଚନଙ୍କୁ ପଚରାଯାଇଥିଲା ଯେ, ସେ ତାଙ୍କ ମା’ ଜୟା ବଚ୍ଚନ କିମ୍ବା ସ୍ତ୍ରୀ ଐଶ୍ୱର୍ଯ୍ୟାଙ୍କ ମଧ୍ୟରୁ କାହାକୁ ଅଧିକ ଭୟ କରନ୍ତି। ଏହାର ଜବାବରେ ଅଭିଷେକ ତୁରନ୍ତ ମା’ଙ୍କୁ ବୋଲି କୁହନ୍ତି। ତା’ପରେ ତାଙ୍କ ଭଉଣୀ ଶ୍ୱେତା ମଝିରେ କୁହନ୍ତି ଯେ, ଅଭିଷେକ ତାଙ୍କ ସ୍ତ୍ରୀଙ୍କୁ ଅଧିକ ଭୟ କରନ୍ତି।
ଅଭିଷେକ ବଚ୍ଚନଙ୍କ ହାତରେ ଏବେ ଅନେକ ଫିଲ୍ମ ଅଛି। ବୋବ ବିଶ୍ୱାସ ଏବଂ ହେରା ଫେରି-୩ ଭଳି ଚଳଚ୍ଚିତ୍ରରେ ସେ ଆଗକୁ ନଜର ଆସିବେ। ତାଙ୍କୁ ଶେଷ ଥର ଅନୁରାଗ ବସୁଙ୍କ ଫିଲ୍ମ ‘ଲୁଡୋ’ରେ ଦେଖିବାକୁ ମିଳିଥିଲା।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.