ବମ୍ବେ: ଲୋକପ୍ରିୟ ଟେଲି ଅଭିନେତା କରନ୍ ମେହେରା ସ୍ତ୍ରୀଙ୍କୁ ମାରପିଟ୍ କରି ଗିରଫ ହେବା ନେଇ ଚର୍ଚ୍ଚା ଥମି ନ ଥିବା ବେଳେ ଆଉ ଜଣେ ଅଭିନେତାଙ୍କୁ ବାନ୍ଧିଛି ପୋଲିସ। ହେଲେ ଏଥର ମାମଲା ଅଧିକ ସଙ୍ଗୀନ ରହିଛି। ବଳାତ୍କାର ଅଭିଯୋଗରେ ନାଗିନ୍ ଫେମ୍ ଅଭିନେତା ପର୍ଲ ବି ପୁରୀଙ୍କୁ ବମ୍ବେ ପୋଲିସ ଶୁକ୍ରବାର ବିଳମ୍ବିତ ରାତ୍ରିରେ ଗିରଫ କରିନେଇଛି। ଜଣେ ନାବାଳିକା ଓ ତାଙ୍କ ପରିବାର ପର୍ଲଙ୍କ ବିରୋଧରେ ଅଭିଯୋଗ କରିବା ପରେ ତାଙ୍କୁ ପୋଲିସ ଗିରଫ କରିଥିବା ଜଣାପଡ଼ିଛି। ଏହି ମାମଲାରେ ପୋଲିସ ମୋଟ ଛଅଜଣଙ୍କୁ ବାନ୍ଧି ସାରିଛି। ଏବେ ଅଭିନେତା ଜେଲରେ ଅଛନ୍ତି।
କହିରଖୁଛୁ, ଗତ ବର୍ଷ ଅକ୍ଟୋବରରେ ପର୍ଲ ବାପାଙ୍କୁ ହରାଇଥିଲେ। ଦିନ ଥିଲା ସେ ଜଣେ ଅଭିନେତା ହୁଅନ୍ତୁ ତାହା ବାପା ଚାହୁଁ ନ ଥିଲେ। ଫଳରେ ସେ ନିଜ ଘର ଛାଡ଼ି ଚାଲିଆସିଥିଲେ। ପ୍ରାରମ୍ଭିକ ଦିନଗୁଡ଼ିକରେ ତାଙ୍କ ପାଖରେ ଟଙ୍କା ନ ଥିଲା। ସେ ଖାଇବାକୁ ନ ପାଇବା ଯୋଗୁ ଦିନ ଦିନ ଉପବାସରେ ରହୁଥିଲେ।
୨୦୧୩ରେ ପର୍ଲ ଟେଲି ଧାରାବାହିକ ‘ଦିଲ କି ନଜର ସେ ଖୁବସୁରତ’ରେ ନିଜର ଡେବ୍ୟୁ କରିଥିଲେ। ହେଲେ ନାୟକ ଭାବେ ସେ ‘ଫିର ଭି ନା ମାନେ ବଦତମିଜ୍ ଦିଲ୍’ରେ କାମ କରିଥିଲେ। ପରେ ସେ ‘ନାଗାର୍ଜୁନ, ବେପନାହ ପ୍ୟାର, ନାଗିନ ୩, ବ୍ରହ୍ମରାକ୍ଷସ ୨’ ଭଳି ସୁପରହିଟ୍ ଧାରାବାହିକରେ କାମ କରିଛନ୍ତି। ଏହାଛଡ଼ା ଅନେକ ରିଆଲିଟି ଶୋ’ରେ ତାଙ୍କୁ ଅତିଥି ଏବଂ ପ୍ରତିଯୋଗୀ ଭାବେ ଦେଖାଯାଇଛି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.