ନୂଆଦିଲ୍ଲୀ,୨।୬: ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। କରୋନାର ଦ୍ୱିତୀୟ ଲହର ଆତଙ୍କ ସୃଷ୍ଟି କରିଛି। ନୂଆ ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଲକ୍ଡାଉନ୍ ପ୍ରଭାବରୁ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା କମିବାରେ ଲାଗିଛି। ମଙ୍ଗଳବାର ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୨୭ ହଜାର ୫୧୦ ଥିବାବେଳେ ମୃତକଙ୍କ ସଂଖ୍ୟା ୨,୭୯୫ ଥିଲା । ତେବେ ବୁଧବାର ଏହାପୁଣି ବଢ଼ିଛି। ଗତ ୨୪ ଘଣ୍ଟାରେ ଦେଶରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୩୨ ହଜାର ୭୮୮ରେ ପହଞ୍ଚିଛି। ସେହିପରି ଏହି ସମୟ ମଧ୍ୟରେ କରୋନାରେ ୩,୨୦୭ ଜଣଙ୍କ ମୃତ୍ୟୁ ଘଟିଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଏହି ସମୟ ମଧ୍ୟରେ ୨ ଲକ୍ଷ ୩୧ ହଜାର ୪୫୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଅପରପକ୍ଷରେ ୧୭ ଲକ୍ଷ ୯୩ ହଜାର ୬୪୫ଜଣ ଚିକିତ୍ସିତ ହେଉଛନ୍ତି। ଅଧିକ ସଂଖ୍ୟକ ଆକାନ୍ତଙ୍କ ମୃତ୍ୟୁ ଘଟୁ ଥିବାରୁ ଅନ୍ତିମ ସଂସ୍କାର ପାଇଁ ସମସ୍ୟା ଦେଖାଦେଇଛି। ଶ୍ମଶାନରେ ମୃତକଙ୍କ ପରିବାର ସଦସ୍ୟଙ୍କୁ ଅନ୍ତିମ ସଂସ୍କାର ପାଇଁ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡୁଛି। ବର୍ତ୍ତମାନ ସୁଦ୍ଧା ୨୧ କୋଟି ୮୫ ଲକ୍ଷ ୪୬ ହଜାର ୬୬୭ ଲୋକଙ୍କୁ ଟିକାଦାନ କରାଯାଇ ସାରିଛି। ଅପରପକ୍ଷରେ ୩୫ କୋଟି ୫୭ ହଜାର ୩୩୦ ଲୋକଙ୍କ ନମୁନା ପରୀକ୍ଷା କରାଯାଇଥିବା ଆଇସିଏମ୍ଆର ପକ୍ଷରୁ କୁହାଯାଇଛି।
Posted inକରୋନା ଭାଇରସ୍, ଜାତୀୟ View All
‘ମୃତଦେହ ଫିଙ୍ଗିବା ପାଇଁ ମୁମ୍ବାଇରେ ନଦୀ ନାହିଁ’
ମୁମ୍ବାଇ, ୧୦।୬: ସରକାରୀ ସ୍ତରରେ ରିପୋର୍ଟ ହେଉଥିବା କୋଭିଡ୍ ଜନିତ ମୃତ୍ୟୁ ସଂଖ୍ୟାଠାରୁ ମହାରାଷ୍ଟ୍ରର ରାଜଧାନୀରେ ଢେର ଅଧିକ ଲୋକଙ୍କ ମୃତ୍ୟୁ ହେଉଛି। ବିରୋଧୀ ଭାଜାପା...
ହୋଟେଲରେ ଚରସ ନେଇ ଧରାପଡ଼ିଲେ ଟଲିଉଡ୍ ସୁନ୍ଦରୀ
ମୁମ୍ବାଇ,୧୫।୬: ଟଲିଉଡର ଜଣାଶୁଣା ଅଭିନେତ୍ରୀ ନାଇରା ଶାହ ମୁମ୍ବାଇର ଏକ ୫ ତାରକା ହୋଟେଲରେ ଚରସ ନେଉଥିବାବେଳେ ଧରାପଡ଼ିଥିଲେ। ଏଥି ନେଇ ତାଙ୍କୁ ଓ ତାଙ୍କର...
ରାଷ୍ଟ୍ରୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ବାଧା ଦେଉଛନ୍ତି କେଜରିଓ୍ବାଲ: କେନ୍ଦ୍ର ସରକାର…
ନୂଆଦିଲ୍ଲୀ,୬।୬: ଘରେ ରାଶନ ପହଞ୍ଚାଇବା ପାଇଁ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କ ପକ୍ଷରୁ କରାଯାଇଥିବା ଯୋଜନା ନେଇ କେନ୍ଦ୍ରର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ମୁହଁ...
ଅନୁପ ପାଣ୍ଡେ ନୂଆ ଇସି
ନୂଆଦିଲ୍ଲୀ, ୧୦।୬(ପି.ଟି.): ଅବସରପ୍ରାପ୍ତ ଆଇଏଏସ୍ ଅଫିସର ଅନୁପ ଚନ୍ଦ୍ର ପାଣ୍ଡେଙ୍କୁ ଭାରତର ଅନ୍ୟତମ ନିର୍ବାଚନ କମିଶନ (ଇସି) ଭାବେ ନିଯୁକ୍ତି ଦିଆଯାଇଛି। ରାଷ୍ଟ୍ରପତି ରାମନାଥ କୋବିନ୍ଦ...
ମାଲ୍ୟା-ନୀରବ-ଚୋକ୍ସି ମାମଲାରେ ୧୮,୧୭୦ କୋଟି ସମ୍ପତ୍ତି ଜବତ…
ନୂଆଦିଲ୍ଲୀ,୨୩।୬: ବିଜୟ ମାଲ୍ୟା, ନୀରବ ମୋଦି ଏବଂ ମେହୁଲ ଚୋକ୍ସି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡ଼ି) ପକ୍ଷରୁ ୮୦.୪୫ ପ୍ରତିଶତ ସମ୍ପତ୍ତି ଜବତ କରାଯାଇଛି। ଏହାର...
ମହିଳା ଆୟୋଗ ସଦସ୍ୟଙ୍କ ବିବାଦୀୟ ମନ୍ତବ୍ୟ: ଝିଅମାନଙ୍କୁ ମୋବାଇଲ୍ ଦେବା ଉଚିତ୍ ନୁହେଁ
ଆଲିଗଡ,୧୦।୬: ଉତ୍ତରପ୍ରଦେଶର ରାଜ୍ୟ ମହିଳା ଆୟୋଗର ସଦସ୍ୟ ମୀନା କୁମାରୀ ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଛନ୍ତି। ପବ୍ଲିକ ୱାର୍କର୍ସ ଗେଷ୍ଟ ହାଉସରେ ମହିଳାଙ୍କ ଉପରେ...
କରୋନାରେ ୩୦ ହଜାର ପିଲା ଅନାଥ
ନୂଆଦିଲ୍ଲୀ, ୮ା୬: କରୋନାରେ ଦେଶର ୩୦,୦୭୧ ପିଲା ଅନାଥ ହୋଇଛନ୍ତି। ଜୁନ୍ ୫ ସୁଦ୍ଧା ରାଜ୍ୟଗୁଡ଼ିକ ପକ୍ଷରୁ ଏ ନେଇ ତଥ୍ୟ ଦାଖଲ ହୋଇଥିବା ଜାତୀୟ...
ଭାକ୍ସିନ୍ ନେଲେ ହ୍ରାସ ପାଉଛି ପ୍ରଜନନ କ୍ଷମତା, ସ୍ବାସ୍ଥ୍ୟ ମନ୍ତ୍ରଣାଳୟ କଲା ଖଣ୍ଡନ…
ନୂଆଦିଲ୍ଲୀ,୨୨।୬: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଯୋଗୁ ସଙ୍କଟ ସୃଷ୍ଟି ହୋଇଛି। ଏପରିସ୍ଥଳେ ସଂକ୍ରମଣରୁ ଦୂରେଇ ରହିବା ଲାଗି ସରକାରଙ୍କ ପକ୍ଷରୁ ସାର୍ବଜନୀକ...


