ବମ୍ବେ: ଅନେକ କଳାକାର ଏଭଳି ଅଛନ୍ତି ଯେଉଁମାନେ ଅଭିନୟ କରୁ କରୁ ସତସତିକା ପ୍ରେମରେ ପଡ଼ିଛନ୍ତି। ପରଦାରେ ଚରିତ୍ର ଥାଏ ଭିନ୍ନ। ହେଲେ ଅସଲ ଜୀବନରେ ସେ ହୋଇଥାନ୍ତି ସାଥୀ। ଟେଲିପରଦାର ଲୋକପ୍ରିୟ ଧାରାବାହିକ ‘ଗୁମ ହୈ କିସି କେ ପ୍ୟାର ମେ’ରେ ସେହିଭଳି ଏକ କାହାଣୀ ଦେଖିବାକୁ ମିଳୁଛି। ଅଭିନେତା ନୀଲ ଭଟ୍ଟ, ଆୟେଶା ସିଂହ, ଐଶ୍ୱର୍ଯ୍ୟା ଶର୍ମା ଧାରାବାହିକରେ ମୁଖ୍ୟ ଭୂମିକାରେ ଅଛନ୍ତି। ଆରମ୍ଭରୁ ନୀଲଙ୍କ ସହ ଐଶ୍ୱର୍ଯ୍ୟାଙ୍କ ପ୍ରେମ ସମ୍ପର୍କ ଦେଖିବାକୁ ମିଳିଥିଲା। ହେଲେ ନୀଲଙ୍କ ବିବାହ ଆୟେଶାଙ୍କ ସହ ହୋଇଯାଇଥିଲା।
ସ୍କ୍ରିନ୍ରେ ନୀଲ ଆୟେଶାଙ୍କୁ ହୃଦୟ ଦେଇଥିଲେ ହେଁ ଅସଲରେ ସେ ପଡ଼ିଛନ୍ତି ଐଶ୍ୱର୍ଯ୍ୟାଙ୍କ ପ୍ରେମରେ। ଧାରାବାହିକର ସେଟ୍ରେ ଉଭୟ ପରସ୍ପରକୁ ଭେଟିଥିଲେ। ଉଭୟ ପ୍ରେମରେ ପଡ଼ିଯାଇଥିଲେ। କିଛି ମାସ ସମ୍ପର୍କରେ ରହିବା ପରେ ଉଭୟ ନିର୍ବନ୍ଧ କରି ନେଇଛନ୍ତି। ଏଣୁ ଦେଖିଲେ ଧାରାବାହିକର ପାଖି ନିଜ ଅନସ୍କ୍ରିନ୍ ଦିଅର ନୀଲଙ୍କୁ ଡେଟ୍ କରୁଛନ୍ତି।
କହିରଖୁଛୁ, ଏହି ଧାରାବାହିକ ବଙ୍ଗଳା ଶୋ’ ‘କୁସୁମ ଡୋଲା’ର ରିମେକ। ଜୟଦୀପ ସେନ ଏବଂ ରାଜେଶ ରାମ ଏହାର ନିର୍ଦ୍ଦେଶନା ଦେଉଛନ୍ତି। ଅଭିନେତ୍ରୀ ରେଖା ଏହାର ପ୍ରମୋଶନ କରିଥିଲେ। ପ୍ରାରମ୍ଭରେ ରେଖା ପ୍ରୋମୋରେ ନଜର ଆସି କାହାଣୀ ବିଷୟରେ ଦର୍ଶକଙ୍କୁ କହିଥିଲେ।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.