ବଲିଉଡ୍ ଅଭିନେତ୍ରୀ ଆଲିଆ ଭଟ୍ଟ ଏବଂ ଅଭିନେତା ବରୁଣ ଧାୱନ ପରସ୍ପରର ଭଲ ବନ୍ଧୁ। ଉଭୟ ଅନେକ ହିଟ ଫିଲ୍ମରେ ଏକାଠି କାମ କରିଛନ୍ତି। ବରୁଣ ଏବଂ ଆଲିଆ ବଦ୍ରିନାଥ କି ଦୁଲହନିଆ, ହମ୍ପ୍ଟି ଶର୍ମା କି ଦୁଲହନିଆ, କଳଙ୍କ ଭଳି ଚଳଚ୍ଚିତ୍ରରେ ଏକାଠି କାମ କରିଛନ୍ତି। ଉଭୟ କରଣ ଜୋହରଙ୍କ ଫିଲ୍ମ ଷ୍ଟୁଡେଣ୍ଟ ଅଫ ଦି ଇୟରରୁ କ୍ୟାରିୟର ଆରମ୍ଭ କରିଥିଲେ। ଏକ ସାକ୍ଷାତକାରରେ ବରୁଣ ଆଲିଆ ଭଟ୍ଟଙ୍କ ବିଷୟରେ ଅନେକ ଖୁଲାସା କରିଥିଲେ। ଭଲ ବନ୍ଧୁ ହୋଇଥିବାରୁ ବରୁଣ ଏବଂ ଆଲିଆ ପରସ୍ପରର ଅନେକ ରହସ୍ୟ ଜାଣନ୍ତି। ବିଭିନ୍ନ ସହରକୁ ଯାଇ ଆଲିଆ ଗୋଟିଏ ଜିନିଷ ସଂଗ୍ରହ କରିବାର ଅଭ୍ୟାସ ଅଛି। ତାହା ହେଉଛି ଚା’ ପତି। ଦୁନିଆର ବିଭିନ୍ନ ପ୍ରାନ୍ତରୁ ଚା’ ସଂଗ୍ରହ କରିବାର ଆଲିଆ ଭଟ୍ଟଙ୍କର ଏକ ଅଜବ ଅଭ୍ୟାସ ଅଛି। ସାକ୍ଷାତକାରରେ ବରୁଣଙ୍କୁ ପଚରା ଯାଇଥିଲା, ଜୋତା, ଲିପଷ୍ଟିକ ଏବଂ ବ୍ୟାଗ ବ୍ୟତୀତ ଆଲିଆ ବିଭିନ୍ନ ସ୍ଥାନରୁ ଆଉ କ’ଣ କିଣିବାକୁ ପସନ୍ଦ କରନ୍ତି? ବରୁଣ ଉତ୍ତରରେ କହିଥିଲେ, ଚା’। କେବଳ ଗ୍ରୀନ ଟି ନୁହେଁ, ସମସ୍ତ ପ୍ରକାରର ଚା’ପତି ସେ କିଣିବାକୁ ସେ ଭଲ ପାଆନ୍ତି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.