ବମ୍ବେ: ୨୦୦୦ରେ ରିଲିଜ ହୋଇଥିବା ବ୍ଲକବଷ୍ଟର ଫିଲ୍ମ ‘କହୋ ନା ପ୍ୟାର ହୈ’ ଜରିଆରେ ବଲିଉଡ୍ରେ ପାଦ ରଖିଥିବା ଅଭିନେତ୍ରୀ ଅମିଶା ପଟେଲଙ୍କ ଆଜି ହେଉଛି ହାପି ବର୍ଥ ଡେ। ନିଜର ୪୫ତମ ଜନ୍ମଦିନ ପାଳନ କରୁଛନ୍ତି ସେ। ଏହି ଅବସରରେ ଅଭିନେତ୍ରୀଙ୍କ ନିକଟକୁ ପ୍ରଶଂସକଙ୍କଠାରୁ ଆରମ୍ଭ କରି ସହକଳାକାରଙ୍କ ଶୁଭେଚ୍ଛାର ସୁଅ ଛୁଟିଛି।
ଅମିଶାଙ୍କ ଅଭିନୟ ଜୀବନକୁ ଯଦି ଦେଖାଯାଏ ତେବେ ସେ ‘ହମରାଜ’, ‘ଗଦର’ ଭଳି ସୁପରହିଟ୍ ଫିଲ୍ମରେ ନାୟିକା ସାଜି ବାହାବା ସାଉଁଟିଥିଲେ। ମୋଟ ଉପରେ ସେ ୩୪ଟି ଫିଲ୍ମରେ କାମ କରିଛନ୍ତି। ହେଲେ ବ୍ୟକ୍ତିଗତ ଜୀବନରେ ଅମିଶା ଏକା। କହିବାର ଅର୍ଥ ୪୬ ବର୍ଷ ବୟସରେ ସେ ଅବିବାହିତା ଅଛନ୍ତି। ଡେଟିଂ ତାଲିକା ଲମ୍ବା ହୋଇଥିଲେ ହେଁ କାହାକୁ ଜୀବନସାଥୀ ଭାବେ ବାଛି ନାହାନ୍ତି ସେ।
ବି-ଟାଉନ୍ ଗସିପ୍ ଅନୁଯାୟୀ ପ୍ରିତି ଜିଣ୍ଟାଙ୍କ ପୂର୍ବତନ ପ୍ରେମିକ ନେସ୍ ଓ୍ବାଡିଆଙ୍କୁ ଡେଟ୍ କରିଛନ୍ତି ଅମିଶା। ଉଭୟଙ୍କ ଭେଟ ଜିମ୍ରେ ହୋଇଥିଲା। ହେଲେ ସମ୍ପର୍କ ଆଗକୁ ବଢ଼ି ନ ଥିଲା। ନେସ୍ଙ୍କ ଛଡ଼ା ଅମିଶା ବିକ୍ରମ ଭଟ୍ଟଙ୍କ ସହ ସମ୍ପର୍କରେ ଥିବା ଚର୍ଚ୍ଚା ହୋଇଛି। ପାଞ୍ଚ ବର୍ଷ ଧରି ଉଭୟଙ୍କ ସମ୍ପର୍କ ଚାଲିଥିଲା। ହେଲେ ବିକ୍ରମ ପୂର୍ବରୁ ବିବାହିତ ଥିବାରୁ ଅମିଶା ଧିରେ ଧିରେ ଦୂରେଇ ଯାଇଥିଲେ। ପରେ ସେ ବ୍ୟବସାୟୀ କାନବ ପୁରୀଙ୍କୁ ଡେଟ୍ କରିଥିଲେ। ୨୦୧୦ରେ ଉଭୟଙ୍କ ବ୍ରେକ୍ଅପ୍ ହୋଇଥିଲା। ଏବେ ଅମିଶା ସୋସିଆଲ ମିଡିଆରେ ବୋଲ୍ଡ ଫଟୋ ଛାଡ଼ି ପ୍ରଶଂସକଙ୍କ ଦୃଷ୍ଟି ଆକର୍ଷଣ କରୁଛନ୍ତି। ବେଳେବେଳେ ତାଙ୍କୁ ଏଥିପାଇଁ ଟ୍ରୋଲ ମଧ୍ୟ କରାଯାଇଛି।
ପରିବାର ସହ ସମ୍ପର୍କ ଦେଖିଲେ ଅମିଶା ଏଥିପାଇଁ ବିବାଦରେ ରହିଥିଲେ। ସେ ନିଜ ବାପାଙ୍କ ଉପରେ ୧୨ କୋଟି ଟଙ୍କା ଲୁଟ୍ର ଅଭିଯୋଗ କରିଥିଲେ। ଏହାଛଡ଼ା ତାଙ୍କୁ ମା’ ଚପଲରେ ପିଟି ଘରୁ ବାହାର କରିଦେଇଥିବା ସେ କହିଥିଲେ। ଏବେ ପରିବାର ସହ ତାଙ୍କର ସମ୍ପତ୍ତିକୁ ନେଇ ବିବାଦ ଜାରି ରହିଛି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.