ଆଜି ବଲିଉଡର ମେଗାଷ୍ଟାର ଅମିତାଭ ବଚ୍ଚନ ଏବଂ ଜୟା ବଚ୍ଚନଙ୍କ ୪୮ ତମ ବିବାହ ବାର୍ଷିକୀ। ଏହି ଅବସରରେ ଅମିତାଭ ଏକ ପୁରୁଣା ଫଟୋ ଶେୟାର କରି ପ୍ରଶଂସକଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଦୀର୍ଘ ବର୍ଷ ଦାମ୍ପତ୍ୟ ଜୀବନକୁ ସଫଳତାର ସହ ଆଗେଇ ନେଇଥିବା ଏହି ଦମ୍ପତି ସମସ୍ତଙ୍କ ପାଇଁ ଉଦାହରଣ ସାଜିଛନ୍ତି। ନିଜ
ବିବାହର ଏକ ରୋଚକ କାହାଣୀ ଅମିତାଭ ନିଜେ କିଛି ବର୍ଷ ପୂର୍ବେ ବର୍ଣ୍ଣନା କରିଥିଲେ। ସେ କହିଥିଲେ- ମୁଁ ଏବଂ ଜୟା ଫିଲ୍ମ ‘ଜଞ୍ଜୀର’ରେ ଏକାଠି କାମ କରୁଥିଲୁ। ନିଷ୍ପତ୍ତି ନିଆଗଲା ଯେ ଯଦି ଫିଲ୍ମ ହିଟ ହୋଇଯାଏ, ତେବେ ସମସ୍ତେ ଲଣ୍ଡନ ଯିବେ। ଏହା ଜାଣିବା ପରେ ଅମିତାଭଙ୍କ ପିତା ରାଗିଯାଇଥିଲେ। ସେ କହିଥିଲେ ବିବାହ ପରେ ହିଁ ମୁଁ ତୁମକୁ ଏକାଠି ଲଣ୍ଡନ ଯିବାକୁ ଦେବି। ଏହାପରେ ଉଭୟ ତୁରନ୍ତ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। ଏକ ଅତି ସରଳ ସମାରୋହରେ ଉଭୟଙ୍କ ହାତଗଣ୍ଠି ପଡିଥିଲା।
ଜୁନ ୩, ୧୯୭୩ରେ ଦୁହେଁ ବିବାହ କରିଥିଲେ। ଏହି ବିବାହ ଜୟା ବଚ୍ଚନଙ୍କ ଜଣେ ବନ୍ଧୁଙ୍କ ଘରେ ଅନୁଷ୍ଠିତ ହୋଇଥିଲା। ଏହି ବିବାହରେ କେବଳ ପରିବାର ଏବଂ ଘନିଷ୍ଠ ବ୍ୟକ୍ତି ଉପସ୍ଥିତ ଥିଲେ। ବିଗ ବି କହିଥିଲେ ଯେ, ସେତେବେଳେ ସେ ଏକ ଭଡା ଘରେ ରହୁଥିଲେ, ତେଣୁ ଜୟାଙ୍କ ବନ୍ଧୁଙ୍କ ଘରେ ଏହି ବିବାହ ହୋଇଥିଲା। ଫିଲ୍ମ ‘ଜଞ୍ଜୀର’ ମଧ୍ୟ ହିଟ ହୋଇଥିଲା ଏବଂ ପରେ ପୁରା ଟିମ ଏକାଠି ଲଣ୍ଡନ ଯାଇଥିଲେ। ଚଳଚ୍ଚିତ୍ରର ଉତ୍ସବ ସହିତ ସେ ଏଠାରେ ତାଙ୍କର ହନିମୁନ ମଧ୍ୟ ପାଳନ କରିଥିଲେ। ଦୁହେଁ ଏକାଠି ଅନେକ ଫିଲ୍ମ କରିଛନ୍ତି । ଏଥିମଧ୍ୟରେ ‘ଶୋଲେ’, ‘ମିଲି’, ‘ଗୁଡି’ ଏବଂ ‘ସିଲସିଲା’ ଭଳି ଚଳଚ୍ଚିତ୍ର ଅନ୍ତର୍ଭୁକ୍ତ। ଉଭୟଙ୍କର ଅଭିଷେକ ବଚ୍ଚନ ଏବଂ ଶ୍ୱେତା ବଚ୍ଚନଙ୍କର ଦୁଇଟି ସନ୍ତାନ ଅଛନ୍ତି।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.