ମୁମ୍ବାଇ, ୨ା୬(ପି.ଟି.)-ରଣଜୀ ଟ୍ରଫି କିମ୍ବଦନ୍ତୀ ତଥା ପୂର୍ବତନ ମୁମ୍ବାଇ ଅଧିନାୟକ ଅମୋଲ ମଜୁମ୍ଦାର ଆସନ୍ତା ଘରୋଇ ସିଜନ ପାଇଁ ମଙ୍ଗଳବାର ସିନିୟର ଦଳର କୋଚ୍ ଭାବେ ନିଯୁକ୍ତି ପାଇଛନ୍ତି। ରମେଶ ପାଓ୍ବାର ଭାରତୀୟ ମହିଳା ଦଳର ଦାୟିତ୍ୱ ନେବା ପରେ ଏହି ପଦବୀ ଖାଲିପଡ଼ିଥିଲା। ଯତୀନ ପରଞ୍ଜପେ (ଚେୟାରମ୍ୟାନ), ନୀଲେଶ କୁଲକର୍ନୀ ଓ ବିନୋଦ କୁମ୍ବାଲିଙ୍କୁ ନେଇ ଗଠିତ ମୁମ୍ବାଇ କ୍ରିକେଟ ଆସୋସିଏଶନ (ଏମ୍ସିଏ)ର କ୍ରିକେଟ ଇମ୍ପ୍ରୁଭମେଣ୍ଟ କମିଟି (ସିଆଇଏସ୍) ମଜୁମ୍ଦାରଙ୍କୁ ମନୋନୀତ କରିଥିଲା। ମୁମ୍ବାଇ ସିନିୟର ଦଳ ପାଇଁ ଅନ୍ୟ ୮ ଜଣ ପ୍ରାର୍ଥୀ ରହିଥିଲେ। ସେମାନେ ହେଲେ ବଲଓ୍ବିନ୍ଦର ସିଂ ସାନ୍ଧୁ, ଓ୍ବାସିମ୍ ଜାଫର, ସାଇରାଜ ବାହୁତୁଲେ, ସୁଲକ୍ଷଣା କୁଲକର୍ନୀ, ପ୍ରଦୀପ ସୁନ୍ଦରମ, ନନ୍ଦନ ଫାଡ୍ନିସ, ଉମେଶ ପାଟଓ୍ବାଲ ଓ ବିନୋଦ ରାଘବନ। ୪୬ ବର୍ଷୀୟ ମୁମ୍ବାଇ ଷ୍ଟଲଓ୍ବାର୍ଟ ମଜୁମ୍ଦାର ୧୯୯୩ରୁ ୨୦୧୩ ମଧ୍ୟରେ ୧୭୧ ପ୍ରଥମଶ୍ରେଣୀ ମ୍ୟାଚରେ ୧୧,୧୬୭ ରନ କରିଛନ୍ତି। ଅବସର ନେବା ପରେ ସେ ଜଣେ ଭଲ କମେଣ୍ଟେଟର ଭାବେ ପଚିଚିତି ଲାଭ କରିଥିଲେ। ସେ ଏନ୍ସିଏ, ଆଇପିଏଲ ଟିମ୍ ରାଜସ୍ଥାନ ରୟାଲ୍ସର ବ୍ୟାଟିଂ କୋଚ୍ ଭାବେ କାର୍ଯ୍ୟ କରିଛନ୍ତି। ଏହାଛଡ଼ା ୨୦୧୯-୨୦ ଭାରତ ବିପକ୍ଷ ସିରିଜ ପାଇଁ ଦକ୍ଷିଣ ଆଫ୍ରିକା କ୍ରିକେଟ ଦଳର କାମଚଳା କୋଚ୍ ଦାୟିତ୍ୱ ତୁଲାଇଛନ୍ତି।
ଗ୍ରୀଜମେନ ଫ୍ରାନ୍ସକୁ ପରାଜୟରୁ ରକ୍ଷା କଲେ
ବୁଦାପେଷ୍ଟ,୨୧।୬: ୟୁରୋକପ୍ରେ ଶନିବାର ଖେଳାଯାଇଥିବା ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ରେ ଆଣ୍ଟୋନିଓ ଗ୍ରୀଜମେନ ଫ୍ରାନ୍ସକୁ ପରାଜୟରୁ ରକ୍ଷା କରିଛନ୍ତି। ଏହି ମୁକାବିଲାରେ ଫ୍ରାନ୍ସ ଓ ହଙ୍ଗେରୀ ପରସ୍ପରକୁ...
ଆଉ ଲୋଡ଼ା ୪୬ ରନ୍; ଏହି ସ୍ବତନ୍ତ୍ର କ୍ଲବରେ ସାମିଲ ହେବେ ଜାଡେଜା, ଅଲରାଉଣ୍ଡର ଭାବେ…
ନୂଆଦିଲ୍ଲୀ,୧୭।୬: କ୍ରିକେଟ ଫର୍ମାଟରେ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ନିଜ ଖେଳକୁ ଅଧିକ ଉନ୍ନତ କରିଛନ୍ତି। ବାମହାତୀ ସ୍ପିନ୍ ସହ ନିମ୍ନ କ୍ରମରେ ଆସି ରନ୍ ଯୋଡ଼ିବାର...
‘ଦି ହଣ୍ଡ୍ରେଡ୍’ରେ ୫ ଭାରତୀୟ ମହିଳା ଖେଳିବେ
ଲଣ୍ଡନ, ୧୧।୬(ପି.ଟି.)- ୟୁନାଇଟେଡ କିଙ୍ଗ୍ଡମ୍ରେ ଚଳିତ ମାସ ୨୧ରୁ ଆରମ୍ଭ ହେବାକୁ ଯାଉଥିବା ‘ଦି ହଣ୍ଡ୍ରେଡ’ କ୍ରିକେଟ ଟୁର୍ନାମେଣ୍ଟରେ ଭାରତର ୫ ମହିଳା ଖେଳାଳି ଅଂଶଗ୍ରହଣ...
ସଚିନ ତେନ୍ଦୁଲକରଙ୍କ ମୋଟ ସମ୍ପତ୍ତି କେତେ ଜାଣନ୍ତି
କ୍ରିକେଟର୍ ଭଗବାନ କୁହାଯାଉଥିବା ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକର କ୍ରିକେଟରୁ ଅବସର ନେବା ପରେ ବି ଚର୍ଚ୍ଚାରେ ରହୁଚନ୍ତି। ୨୪ ବର୍ଷର ଅନ୍ତର୍ଜାତୀୟ କ୍ରିକେଟ୍ କ୍ୟାରିୟର୍ରେ ସେ...
ପ୍ରବଳ ଥଣ୍ଡାରେ ୧୦୦ କିଲୋମିଟର ମାରାଥନ୍: ଅଧାବାଟରେ ୨୧ ଜଣଙ୍କ ମୃତ୍ୟୁ…
ବେଜିଂ,୧୨।୬: ଚାଇନାରେ ଏକ ମରାଥନ ଦୌଡ଼ ସମୟରେ ୨୧ ଜଣ ପ୍ରତିଯୋଗୀଙ୍କ ମୃତ୍ୟୁ ଘଟିଛି। ପ୍ରବଳ ଥଣ୍ଡା ଯୋଗୁ ସେମାନଙ୍କର ମୃତ୍ୟୁ ଘଟିଥିବା ସ୍ଥାନୀୟ ପ୍ରଶାସନ...
ପୃଥ୍ବୀ ଶ’ଙ୍କ ବେଡ୍ରୁ ମିଳିଲା ଏମିତି ଜିନିଷ: ପ୍ରଶଂସକ କଲେ ଟ୍ରୋଲ
ମୁମ୍ବାଇ,୧୮।୬:ଆଇପିଏଲ ୨୦୨୧ ଏବଂ ବିଜୟ ହଜାରେ ଟ୍ରଫିରେ ଚମତ୍କାର ପ୍ରଦର୍ଶନ କରିଥିବା ପୃଥ୍ବୀ ଶ’ ଖୁବ ଶୀଘ୍ର ଟିମ ଇଣ୍ଡିଆର ଜର୍ସିରେ ନଜର ଆସିବେ। ଶ୍ରୀଲଙ୍କା...
ଓ୍ବିମ୍ବେଲଡନ ଡ୍ର’ରେ ପ୍ରଥମ ଚାଇନିଜ୍ ଖେଳାଳି ଝାଙ୍ଗ୍ ଝିଝେନ୍
ଓ୍ବିମ୍ବେଲଡନ,୨୬ା୬(ଏପି)-ଓ୍ବିମ୍ବେଲଡନ ଓପନ ଗ୍ରାଣ୍ଡସ୍ଲାମ ଟେନିସ ପ୍ରତିଯୋଗିତାର ମୁଖ୍ୟ ଡ୍ର’ରେ ସ୍ଥାନ ପାଇବାରେ ଝାଙ୍ଗ୍ ଝିଝେନ୍ ହେଉଛନ୍ତି ଚାଇନାର ପ୍ରଥମ ପୁରୁଷ ଟେନିସ ଖେଳାଳି। ଓ୍ବିମ୍ବେଲଡନ ୧୯୬୮ରେ...
ଚାମ୍ପିଅନ୍ ହେବା ପରେ ଭାରତୀୟ ଦଳକୁ ନେଇ ହୃଦୟସ୍ପର୍ଶୀ ବାର୍ତ୍ତା ଦେଲେ ନ୍ୟୁଜିଲାଣ୍ଡ ଅଧିନାୟକ
ସାଉଥାମ୍ପଟନ୍,୨୪।୫: କେନ ୱିଲିୟମସନଙ୍କ ଅଧିନାୟକତ୍ୱରେ ନ୍ୟୁଜିଲାଣ୍ଡ ଦଳ ପ୍ରଥମ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ମୁକୁଟ ଜିତିଛି। ଐତିହାସିକ ବିଜୟ ପରେ ୱିଲିୟମସନ ବିରାଟ କୋହଲି ଏବଂ...


