ହାଇଦ୍ରାବାଦ, ୨ା୬: ଶରୀରରେ ଯଥେଷ୍ଟ ମାତ୍ରାରେ ଭିଟାମିନ୍ ଡି କରୋନା ସଂକ୍ରମଣ ହ୍ରାସ କରିବାରେ ପ୍ରମୁଖ ଭୂମିକା ନେଇଥାଏ। ଏ ସଂକ୍ରାନ୍ତରେ ହାଇଦ୍ରାବାଦସ୍ଥିତ ନିଜାମ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (ଏନ୍ଆଇଏମ୍ଏସ୍) ପକ୍ଷରୁ କରାଯାଇଥିବା ଏକ ଅଧ୍ୟୟନରୁ ଜଣାପଡ଼ିଛି। ବିଶେଷକରି ଶ୍ୱାସକ୍ରିୟାଜନିତ ସଂକ୍ରମଣ ରୋକିବାରେ ଭିଟାମିନ୍ ଡି ସହାୟକ ହୋଇଥାଏ ବୋଲି www.nature.com ଓ୍ବେବ୍ସାଇଟରେ ରିପୋର୍ଟ ପ୍ରକାଶ ପାଇଛି। ଶରୀରରେ ଭିଟାମିନ୍ ଡି ସ୍ତର ୮୦/୧୦୦ ନାନୋଗ୍ରାମ୍/ମିଲିଲିଟରକୁ ବୃଦ୍ଧି ପାଇଲେ ଗୁରୁତର ସଂକ୍ରମଣ ଆଶଙ୍କା କମ୍ ରହିଥାଏ ବୋଲି ଏଥିରେ ଦର୍ଶାଯାଇଛି।
ସିକନ୍ଦରାବାଦ୍ସ୍ଥିତ ଗାନ୍ଧୀ ହସ୍ପିଟାଲର କୋଭିଡ୍ ରୋଗୀଙ୍କ ଉପରେ ଏହି ଅଧ୍ୟୟନ କରାଯାଇଥିଲା। କୋଭିଡ୍ଜନିତ ସଂକ୍ରମଣ ହ୍ରାସ କରିବାରେ ପଲ୍ସ ଡି ଥେରାପିର ପ୍ରଭାବ ଜାଣିବା ଏହି ଅନୁସନ୍ଧାନର ଲକ୍ଷ୍ୟ ରହିଥିଲା। ରିପୋର୍ଟ ପ୍ରସ୍ତୁତକାରୀ ହାଇଦ୍ରାବାଦ ବିବିନଗର ଏମ୍ସ ଅର୍ଥୋପେଡିକ୍ସ ମୁଖ୍ୟ ଡା. ମହେଶ୍ୱର ଲକ୍କିରେଡ୍ଡିଙ୍କ କହିବା ମୁତାବକ, ଭିଟାମିନ୍ ଡି ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ସହ ସଂକ୍ରମିତଙ୍କ ଚିକିତ୍ସାରେ ପ୍ରମୁଖ ଭୂମିକା ନେଇଛି। ସାମାନ୍ୟ ଲକ୍ଷଣ ଥିବା ୧୩୦ ରୋଗୀଙ୍କ ଉପରେ ପଲ୍ସ ଡି ଥେରାପି କରାଯାଇଥିଲା। ସଂକ୍ରମିତଙ୍କୁ ଭିଟାମିନ୍-ଡି(ଭିଡି) ଏବଂ ନନ୍-ଭିଟାମିନ୍-ଡି ଦୁଇଟି ଗ୍ରୁପ୍ କରାଯାଇଥିଲା। ସାଧାରଣ ଚିକିତ୍ସା ସମେତ ଭିଡି ଗ୍ରୁପ୍କୁ ପଲ୍ସ ଡି ଥେରାପି ଦିଆଯାଇଥିଲା। ଏନ୍ଭିଡିରେ ଥିବା ରୋଗୀଙ୍କ କେବଳ ସାଧାରଣ ଚିିକତ୍ସା କରାଯାଇଥିଲା। ଭିଡି ଗ୍ରୁପ୍ରେ ସଂକ୍ରମଣ ମାତ୍ରା କମିଥିବାବେଳେ ଏନ୍ଭିଡି ଗ୍ରୁପ୍ରେ ତାହା ସେତେମାତ୍ରାରେ ପରିଲକ୍ଷିତ ହୋଇ ନ ଥିଲା ।
Posted inକରୋନା ଭାଇରସ୍, ଜୀବନଚର୍ଯ୍ୟା View All
ଗୁଜରାଟୀ ମ୍ୟାଙ୍ଗୋ କଡ଼ି
ଆବଶ୍ୟକ ସାମଗ୍ରୀ ଆମ୍ବ ପ୍ଲପ- ୧ କପ୍, ଖଟା ଦହି- ୧ କପ୍, ବେସନ- ୨ ବଡ଼ ଚାମଚ, ତେଲ- ୨ ଚାମଚ, ଅଦା- ଖଣ୍ଡେ,...
୭୦ ଦିନ ପରେ ନୂଆ ଆକ୍ରାନ୍ତ ସଂଖ୍ୟା ସର୍ବନିମ୍ନ…
ନୂଆଦିଲ୍ଲୀ,୧୨।୬: ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତିରେ ଧୀରେଧୀରେ ସୁଧାର ଆସୁଛି। ତେବେ ନୂଆ ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି।...
୧୦ଲକ୍ଷରୁ ତଳକୁ ଖସିଲା ସକ୍ରିୟ ମାମଲା: ଗତ ୨୪ଘଣ୍ଟାରେ ୭୦ହଜାରରୁ ଉର୍ଦ୍ଧ୍ୱ ଆକ୍ରାନ୍ତ ଚିହ୍ନଟ
ନୂଆଦିଲ୍ଲୀ,୧୪।୬: ଦେଶରେ କରୋନା ଭାଇରସ୍ ସ୍ଥିତି ଧୀରେ ଧୀରେ ନିୟନ୍ତ୍ରଣକୁ ଆସୁଛି। ବିଭିନ୍ନ ରାଜ୍ୟରେ ଲକ୍ଡାଉନ ହୋଇଥିବାରୁ ଦୈନିକ ସଂକ୍ରମଣରେ ହ୍ରାସ ଘଟିବା ସହ ସୁସ୍ଥହାର...
କୋଭିଡ୍ ସହାୟତାରୁ ୨ଶହ କୋଟି ବାଟମାରଣା
ଯାଜପୁର ଅଫିସ,୨୪।୬: ଜାତୀୟ ଖାଦ୍ୟ ସୁରକ୍ଷା ଆଇନ (ଏନ୍ଏଫ୍ଏସ୍ଏ) ଏବଂ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା (ଏସ୍ଏଫ୍ଏସ୍ଏ)ରେ ୨୦୨୦ରେ ୨ ଲକ୍ଷ ଜାଲ୍ ରାଶନକାର୍ଡ ଜରିଆରେ...
ଦୈନିକ ସଂକ୍ରମଣ ପୁଣି ଟପିଲା ୫୦ ହଜାର…
ନୂଆଦିଲ୍ଲୀ,୨୪।୬: ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତିରେ ଧୀରେଧୀରେ ସୁଧାର ଆସୁଛି। ଦେଶରେ ଦୈନିକ ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି।...
କରୋନା ମୁକାବିଲା ପାଇଁ ନିଆରା ଉପାୟ ଆପଣାଇଲେ ମହାରାଷ୍ଟ୍ର ସରକାର
ମୁମ୍ବାଇ,୩।୬: କରୋନା ଭାଇରସ୍ ପ୍ରଥମ ଲହରରେ ଗ୍ରାମାଞ୍ଚଳ ସୁରକ୍ଷିତ ରହିଥିଲା କିନ୍ତୁ ଦ୍ୱିତୀୟ ଲହରରେ କରୋନା କାବୁରେ ରହିଛି ଗ୍ରାମାଞ୍ଚଳ। ପୂର୍ବରୁ ସହରରେ ଆକ୍ରାନ୍ତଙ୍କ ସଂଖ୍ୟା...
ଦିନକୁ ୧ କୋଟିଙ୍କୁ ଟିକା ଦିଅ: କଂଗ୍ରେସ
ଭୁବନେଶ୍ୱର,୫।୬(ବ୍ୟୁରୋ): ନିଃଶୁଳ୍କ ସାର୍ବଜନୀନ ଟିକାକରଣ ସହ ଦୈନିକ ୧ କୋଟି ଭାରତୀୟଙ୍କୁ ଟିକା ଦେବାକୁ କଂଗ୍ରେସ ପକ୍ଷରୁ ଦାବି କରାଯାଇଛି। ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ...
ଅଡ୍ ଇଭିନ୍ରେ ଖୋଲିବ ଦୋକାନ, ୫୦ ପ୍ରତିଶତରେ ଚାଲିବ ମେଟ୍ରୋ…
ନୂଆଦିଲ୍ଲୀ,୫।୬: ରାଜଧାନୀ ଦିଲ୍ଲୀରେ ଲକ୍ଡାଉନ୍ ପରେ ଏବେ ଅନ୍ଲକ୍ ପ୍ରକ୍ରିୟା ଆରମ୍ଭ ହୋଇଛି। ଏନେଇ ଶନିବାର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଘୋଷଣା କରିଛନ୍ତି। ତେବେ ସୁରକ୍ଷା...


