ସୋହେଲା,୨୦ା୬(ଡି.ଏନ୍.ଏ.): ବରଗଡ଼ ଜିଲା ସୋହେଲା ବ୍ଲକ ଅନ୍ତର୍ଗତ ଡୁମ୍ବେରପାଲି ଗ୍ରାମର ଡାକ୍ତର ପ୍ରଫୁଲ କୁମାର ବାରିକ(୫୧)ଙ୍କ ରବିବାର ଦେହାନ୍ତ ହୋଇଯାଇଛି। ସେ କରୋନାରେ ଆକ୍ରାନ୍ତ ହୋଇ ବରଗଡ଼ ବିକାଶ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ପରଲୋକ ହୋଇଛି। ସେ ଜଣେ କର୍ତ୍ତବ୍ୟନିଷ୍ଠ,ସରଳ,ନିଷ୍କପଟ ବ୍ୟକ୍ତିତ୍ୱ ଥିଲେ। ଡାକ୍ତରୀ ପାସ୍ ପରେ ସେ ସୋହେଲାସ୍ଥିତ ପଦ୍ମପୁରରୋଡ୍ରେ ଏକ କ୍ଲିନିକ୍ କରି ରୋଗୀଙ୍କ ସେବା କରୁଥିଲେ ା ଏହି କରୋନା କାଳରେ ଅଞ୍ଚଳର ଶହ ଶହ ରୋଗୀଙ୍କ ଚିକିତ୍ସା କରି ସେ ରୋଗୀଙ୍କ ଜୀବନ ରକ୍ଷା କରିଥିଲେ। ଶେଷରେ ନିଜେ କରୋନାରେ ଆକ୍ରାନ୍ତ ହୋଇଥିଲେ। ତାଙ୍କୁ ପ୍ରଥମେ ବରଗଡ଼ର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସା କରାଯାଇଥିଲା। କିନ୍ତୁ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବରଗଡ଼ ବିକାଶ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ନିଧନ ହୋଇଥିଲା। ତାଙ୍କ ମରଶରୀରକୁ ଭଟଲିରୋଡ୍ରେ ଥିବା କୋଭିଡ ଶ୍ମଶାନକୁ ନିଆଯାଇ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା ା ସ୍ତ୍ରୀ ମଞ୍ଜୁ ଓ ପୁଅ ତାପସ ଏକପ୍ରକାର ଭାଙ୍ଗିପଡ଼ିଛନ୍ତି। ତାଙ୍କ ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ା
Posted inଆମ ଜିଲା ଖବର, କରୋନା ଭାଇରସ୍, ବରଗଡ଼ View All
ଦୁଇ କାର୍ ମୁହାଁମୁହିଁ ଧକ୍କା: ମାଉସୀ-ପୁତୁରା ଆହତ, ଜଣେ ଗୁରୁତର
ଦିଗପହଣ୍ଡି,୧୯ା୬(ଡି.ଏନ୍.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ଉପକଣ୍ଠ ପେଟ୍ରୋଲ ପମ୍ପ ନିକଟରେ ଶନିବାର ପୂର୍ବାହ୍ନରେ ବିପରୀତ ଦିଗରୁ ଆସୁଥିବା ୨ଟି କାର ଚାଳକଙ୍କ ଅସାବଧାନତା ଯୋଗୁ...
ପୁରୀ ବ୍ୟତୀତ ଆଉ କେଉଁଠି ହେବନି ରଥଯାତ୍ରା
ଭୁବନେଶ୍ୱର,୧୦ା୬(ବ୍ୟୁରୋ): ଚଳିତବର୍ଷ ରଥଯାତ୍ରା ଉପରେ ରାଜ୍ୟ ସରକାର କଟକଣା ଲାଗୁ କରିଛନ୍ତି। ପୁରୀ ବ୍ୟତୀତ ରାଜ୍ୟର ଅନ୍ୟ କୌଣସି ସ୍ଥାନରେ ରଥଯାତ୍ରା ହୋଇପାରିବ ନାହିଁ। ଏନେଇ...
ରାଜ୍ୟରେ ୧ କୋଟି ଟପିଲା ଟିକାକରଣ
ଭୁବନେଶ୍ୱର, ୨୨।୬(ବ୍ୟୁରୋ): ଓଡ଼ିଶାରେ ସୋମବାରଠାରୁ କ୍ୟାମ୍ପେନ୍ ମୋଡ଼ରେ ଟିକାଦାନ ଆରମ୍ଭ ହୋଇଛି। ଦୈନିକ ୩ଲକ୍ଷ ଟିକାକରଣ ପାଇଁ ସ୍ବାସ୍ଥ୍ୟ ବିଭାଗ ଲକ୍ଷ୍ୟ ରଖିଥିବାବେଳେ ପ୍ରଥମ ଦିନରେ...
କୋଭାକ୍ସିନ୍ରେ ନବଜାତ ବାଛୁରୀ ସିରମ୍: ଗୋହତ୍ୟା ଅଭିଯୋଗ ଆଣିଲା କଂଗ୍ରେସ…
ନୂଆଦିଲ୍ଲୀ,୧୬।୬: ଭାରତ ବାୟୋଟକ୍ ଦ୍ୱାରା ତିଆରି ହୋଇଥିବା କୋଭାକ୍ସିନ୍ ଟିକାକୁ ନେଇ ବିବାଦ ସୃଷ୍ଟି ହୋଇଛି। ସୂଚନା ଅଧିକାର ଆଇନ ଅନ୍ତର୍ଗତ ପଚରା ଯାଇଥିବା ଏକ...
ଗାଁ ଛାଡ଼ି ସୁରଟମୁହାଁ ୧୦ ବୁଣାକାର
ରସୁଲପୁର,୨୧।୬(ଡି.ଏନ.ଏ.): ଯାଜପୁର ଜିଲା ରସୁଲପୁର ବ୍ଲକ ଅଧୀନ ବୁଣାକାର ଗାଁ ଭାବେ ପରିଚିତ ଗୋପାଳପୁରର ୧୦ ବୁଣାକାର ସୋମବାର ଗାଁ ଛାଡ଼ି ସୁରଟ ମୁହାଁ ହୋଇଛନ୍ତି।...
ନୂଆ ରୂପ ନେବ କୋଇଲା ନଗରୀ
ଅନୁଗୋଳ ଅଫିସ, ୯ା୬ ଅମିତ କୁମାର ସାମଲ – କଳାହୀରାର ସହର ତାଳଚେରର ହେବ ନବକଳେବର। ନୂଆରୂପ ପାଇବ କୋଇଲା ନଗରୀ। ଆଖି ଝଲସାଇଦେଲା ଭଳି...
ମା’ଙ୍କ ସୁଦ୍ଧି କ୍ରିୟାରେ ଭୋଜି ନ କରି ବୃଦ୍ଧାଶ୍ରମରେ ବାଣ୍ଟିଲେ ଶୁଖିଲା ଖାଦ୍ୟ
ମାଲକାନଗିରି,୬ା୬: ମାଲକାନଗିରି ଜିଲା ସଦର ବ୍ଲକ ଏମଭି-୮୪ ଗ୍ରାମର ସଞ୍ଜୟ ଢାଲି ତାଙ୍କ ମା’ଙ୍କ ପରଲୋକରେ ଦଶାହ କାର୍ଯ୍ୟରେ ଜ୍ଞାତି କୁଟୁମ୍ବ, ଅତିଥିମାନଙ୍କୁ ନିମନ୍ତ୍ରଣ କରି...
କୁକୁର କବଳରୁ ଉଦ୍ଧାର ହରିଣ ମୃତ
ରେଢାଖୋଲ,୨୦।୬: ରେଢାଖୋଲ ବନଖଣ୍ଡ ଚାରମାଳ ରେଞ୍ଜ ଅଧୀନ ରାଶିବେଡା ଗ୍ରାମରୁ କୁକୁରଙ୍କ କବଳରୁ ବନ ବିଭାଗ ଏକ ଗର୍ଭବତୀ ହରିଣକୁ ଉଦ୍ଦାର କରିଥିଲା। ହେଲେ ରେଞ୍ଜ...


