ବଲିଉଡ ଅଭିନେତା ଅର୍ଜୁନ କପୁର ଆଜିକାଲି ତାଙ୍କ ଫିଲ୍ମ ‘ସନ୍ଦୀପ ଔର ପିଙ୍କି ଫରାର’କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଏହି ଫିଲ୍ମରେ ତାଙ୍କର ଅଭିନୟକୁ ବହୁତ ପ୍ରଶଂସା କରାଯାଉଛି। ଏଥି ସହିତ ନିକଟରେ ଅର୍ଜୁନ କପୁର ନିଜ ହାତରେ ‘ଏ’ ନାମକ ଏକ ଟାଟୁ କରିଛନ୍ତି। ଯାହାର ଏକ ଭିଡିଓ ସେ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଶେୟାର କରିଛନ୍ତି। ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଏବେ ଭାଇରାଲ ହେବାରେ ଲାଗିଛି।
ଅର୍ଜୁନ କପୁର ତାଙ୍କ ଭଉଣୀ ଅଂଶୁଳା କପୁରଙ୍କ ନାଁ ‘ଏ’ ଟାଟୁ କରିଛନ୍ତି। ଅର୍ଜୁନଙ୍କ ଏହି ପୋଷ୍ଟରେ କ୍ୟାପଶନ୍ ଦେଇ କହିଛନ୍ତି ଅଂଶୁଳା ‘ଲଭ ୟୁ’। ଏହା ସ୍ପଷ୍ଟ ଭାବରେ ଦର୍ଶାଉଛି ଯେ ଅର୍ଜୁନ ନିଜ ଭଉଣୀଙ୍କୁ କେତେ ଭଲ ପାଆନ୍ତି। ଅର୍ଜୁନ ବଲିଉଡରେ ଏକ ଦଶନ୍ଧି ପୂରଣ କରିଛନ୍ତି। ଅର୍ଜୁନ ୨୦୧୨ରେ ଫିଲ୍ମ ‘ଇଶ୍କ୍ଜାଦେ’ରୁ ଅଭିନୟ କ୍ୟାରିୟର୍ ଆରମ୍ଭ କରିଥିଲେ। ପ୍ରଥମେ ତାଙ୍କ ପିତାଙ୍କ ପ୍ରଡକ୍ସନ୍ସ ନୋ ଏଣ୍ଟ୍ରି ଏବଂ ୱାଣ୍ଟେଡରେ ସହଯୋଗୀ ପ୍ରଡ୍ୟୁସର ଭାବରେ କାର୍ଯ୍ୟ କରିଥିଲେ। ଅର୍ଜୁନ ‘ଗୁଣ୍ଡା’, ‘ଟୁ-ଷ୍ଟେଟ୍ସ, ‘ଫାଇଣ୍ଡିଙ୍ଗ୍ ଫ୍ୟାନି’, ‘କି ଆଣ୍ଡ କା’, ‘ତେଭର୍’ରେ ଅଭିନୟ କରିଛନ୍ତି। ନିକଟରେ ରିଲିଜ ହୋଇଥିବା ଫିଲ୍ମ ‘ସନ୍ଦୀପ ଅର ପିଙ୍କି ଫରାର’ରେ ଦୃଢ ଅଭିନୟ ପାଇଁ ଅର୍ଜୁନ କପୁରଙ୍କୁ ପ୍ରଶଂସା କରାଯାଇଥିଲା। ନେଟଫ୍ଲିକ୍ସରେ ନିକଟରେ ରିଲିଜ ହୋଇଥିବା ଫିଲ୍ମ ‘ସର୍ଦ୍ଦାର କା ଗ୍ରାଣ୍ଡ୍ସନ୍’ରେ ମଧ୍ୟ ଅଭିନୟ କରିଥିଲେ।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.