ବମ୍ବେ: ନିଜର ନିଖୁଣ ଅଭିନୟ ଦ୍ୱାରା ବଲିଉଡ୍ରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ଅଭିନେତା ଆୟୁଷ୍ମାନ ଖୁରାନ୍ନା। ସେ ସର୍ବଦା ନିଜର ସଫଳତାର ଶ୍ରେୟ ଦେଇଥାନ୍ତି ପିତାଙ୍କୁ। ବିଶ୍ୱ ପିତୃ ଦିବସ ଅବସରରେ ବାପାଙ୍କର ଏକ ଫଟୋ ଶେୟାର କରି ଭାବବିହ୍ବଳ ପୋଷ୍ଟ ଲେଖିଥିଲେ। ଏହା ତାଙ୍କ ନାମକୁ ନେଇ ଏକ ବଡ଼ ଖୁଲାସା କରିଛି।
ଆୟୁଷ୍ମାନ ନିଜ ନାମରେ ଦୁଇଥର ଏନ୍ ଏବଂ ଆର୍ ଲେଖିଥାନ୍ତି। ଏହା ପଛରେ ଏକ କାହାଣୀ ରହିଛି। ସେଇଟି ହେଲା ତାଙ୍କ ପିତାଙ୍କ ଇଚ୍ଛା। ଆଇନ୍ ପାଠ ପଢ଼ିଥିଲେ ହେଁ ଅଭିନେତାଙ୍କ ବାପା ଜ୍ୟୋତିଷଶାସ୍ତ୍ରରେ ରୁଚି ରଖିଥିଲେ। ଏହି କାରଣରୁ ଆୟୁଷ୍ମାନଙ୍କ ନାମ ସେ ବଦଳାଇଥିଲେ। ଏହାଛଡ଼ା ନିଜ ହାତରେ ନିଜ ଭାଗ୍ୟ ଲେଖିବାର କ୍ଷମତା ଆମ ହାତରେ ରହିଛି। ଭଲ
କର୍ମ କଲେ ଆପଣ ନିଜର ଭାଗ୍ୟ ବଦଳାଇପାରିବେ ବୋଲି ବାପା ଶିକ୍ଷା ଦେଇଥିବା ସେ କହିଛନ୍ତି।
ଚଳଚ୍ଚିତ୍ର ବିଷୟରେ କଥା ହେଲେ ଆୟୁଷ୍ମାନ ଆଗାମୀ ଦିନରେ ‘ଚଣ୍ଡିଗଡ଼ କି ଆଶିକି’, ‘ଅନେକ’, ‘ଡାକ୍ତର’ ଭଳି ଫିଲ୍ମରେ ନଜର ଆସିବେ।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.