E-Paper
  • logo
  • Tuesday 27th January 2026 | Today's Paper | Archives
  • Dharitri Logo
  • Thursday, March 28, 2019 | Archives
  • .
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    • ମୟୂରଭଞ୍ଜ
    • ବାଲେଶ୍ୱର
    • ଭଦ୍ରକ
    • କେନ୍ଦୁଝର
    • ଢେଙ୍କାନାଳ
    • ଅନୁଗୋଳ
    • ଯାଜପୁର
    • କେନ୍ଦ୍ରାପଡ଼ା
    • ଜଗତ୍‌ସିଂହପୁର
    • କଟକ
    • ପୁରୀ
    • ଖୋର୍ଦ୍ଧା
    • ନୟାଗଡ଼
    • ଗଞ୍ଜାମ
    • ଗଜପତି
    • କନ୍ଧମାଳ
    • କୋରାପୁଟ
    • ମାଲକାନଗିରି
    • ରାୟଗଡା
    • ନବରଙ୍ଗପୁର
    • କଳାହାଣ୍ଡି
    • ନୂଆପଡ଼ା
    • ବୌଦ୍ଧ
    • ସୁବର୍ଣ୍ଣପୁର
    • ବଲାଙ୍ଗୀର
    • ସମ୍ବଲପୁର
    • ବରଗଡ଼
    • ଝାରସୁଗୁଡ଼ା
    • ଦେବଗଡ଼
    • ସୁନ୍ଦରଗଡ଼
  • ଅନ୍ୟାନ୍ୟ
    • କରୋନା ଭାଇରସ୍‌
    • ଶ୍ରେଷ୍ଠ ପାଞ୍ଚ
    • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
Posted inଅନ୍ତର୍ଜାତୀୟ

କାଳ କୋଠରିରେ ବ୍ୟୁଟି କୁଇନ୍‌
9:26 amJune 13, 2021

ମେକ୍ସିକୋ ସିଟି,୧୩ା୬: ସରକାରଙ୍କ ପକ୍ଷରୁ ଅଣାଯାଇଥିବା ଅଭିଯୋଗ ସତ କି? ତୁମେ ଡ୍ରଗ୍ସ କିଙ୍ଗ୍‌ଙ୍କୁ ଜେଲରୁ ଫେରାର ହେବାରେ ସାହାଯ୍ୟ କରିଥିଲ କି ବୋଲି ଫେଡେରାଲ କୋର୍ଟରେ ବିଚାରପତି ପ୍ରଶ୍ନ କରିଥିଲେ। ଜେଲର ଗ୍ରୀନ୍‌ ୟୁନିଫର୍ମ ପିନ୍ଧି କାଠଗଡ଼ାରେ ଛିଡ଼ା ହୋଇଥିବା ୩୧ ବର୍ଷୀୟା ସୁନ୍ଦରୀ ଜଣକ ଟ୍ରାନ୍ସଲେଟରଙ୍କ ଜରିଆରେ ଉତ୍ତର ଦେଇଥିଲେ ‘ହଁ’।
ଓଠରେ ଲାଲ୍‌ ଲିପ୍‌ଷ୍ଟିକ୍‌, ବେକରେ ହୀରା ଅଳଙ୍କାର ଓ ଦେହରେ ଟାଇଟ୍‌ ଫିଟିଙ୍ଗ୍‌ ଜିନ୍ସ। ଉତ୍ତର-ଆମେରିକୀୟ ରାଷ୍ଟ୍ର ମେକ୍ସିକୋରେ ଡ୍ରଗ୍ସ କିଙ୍ଗ୍‌ପିନ୍‌ଙ୍କ ଏଭଳି ବେଶଧାରୀ ପ୍ରେମିକାଙ୍କୁ ‘ବ୍ୟୁକୋନା’ କୁହାଯାଏ। କୁଖ୍ୟାତ୍‌ ଡ୍ରଗ୍ସ ମାଫିଆ ଜୋଆକ୍ୱିନ୍‌ ‘ଏଲ୍‌ ଚାପୋ’ ଗୁଜ୍‌ମ୍ୟାନ୍‌ଙ୍କ ସ୍ତ୍ରୀ ଏମା କୋରୋନେଲ ଏସ୍‌ପୁରୋ ମଧ୍ୟ ଜଣେ ବ୍ୟୁକୋନା। ସେ ନ୍ୟୁୟର୍କରେ ବିଳାସପୂର୍ଣ୍ଣ ଜୀବନ ବିତାଉଥିଲେ। ଡ୍ରଗ୍ସ ମାଫିଆଙ୍କ ସ୍ତ୍ରୀ ହିସାବରେ ଏହାକୁ ତାଙ୍କର ଫାଇଦା ବୋଲି କୁହାଯାଇପାରେ। ସେହି ଡ୍ରଗ୍ସ ମାଫିଆଙ୍କ ପ୍ରତି ନିଜ ଆନୁଗତ୍ୟ ଯୋଗୁ ଏବେ ଏହି ୩୧ ବର୍ଷୀୟା ବ୍ୟୁଟି କୁଇନ କାଳ କୋଠାରିରେ ବନ୍ଦୀ।
ତାଙ୍କୁ ହୁଏତ କାରାଗାରରେ ଆଜୀବନ ରହିବାକୁ ପଡ଼ିପାରେ। ଏସ୍‌ପୁରୋଙ୍କ ବ୍ୟକ୍ତିଗତ ଜୀବନ କାହାଣୀରୁ ଡ୍ରଗ୍ସ କାର୍ଟେଲର ରହସ୍ୟମୟ ଦୁନିଆ ଏବଂ ସେଥିରେ ସାମିଲ ଥିବା ମହିଳାମାନଙ୍କ ସମ୍ପର୍କରେ ଅନେକ ଗହନ କଥା ଜାଣିବାକୁ ମିଳେ।
ଏଲ୍‌ ଚାପୋ ହତ୍ୟା, ମନି ଲଣ୍ଡରିଂ, ଡ୍ରଗ୍ସ ଚାଲାଣ, ର଼୍ୟାକେଟିୟରିଂ ଓ ସଙ୍ଗଠିତ ଅପରାଧ ଆଦି ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇ କଲୋରାଡୋସ୍ଥିତ ଏଡିଏକ୍ସ ଫ୍ଲୋରେନ୍ସ ଜେଲରେ ଆଜୀବନ କାରାଦଣ୍ଡ ଭୋଗୁଛନ୍ତି। ଫେଡେରାଲ ବ୍ୟୁରୋ ଅଫ୍‌ ଇନ୍‌ଭେଷ୍ଟିଗେଶନ (ଏଫ୍‌ବିଆଇ) ଅଧିକାରୀଙ୍କ ମତରେ ଏସ୍‌ପୁରୋ କୋକେନ ଡିଷ୍ଟ୍ରିବ୍ୟୁଶନ ଷଡ଼ଯନ୍ତ୍ର ରଚିଥିଲେ। ୨୦୧୫ରେ ମେକ୍ସିକୋ ଜେଲରୁ ସ୍ବାମୀଙ୍କୁ ଖସାଇବା ଯୋଜନାରେ ସେ ସହଯୋଗ କରିଥିଲେ। ଗତ ଫେବୃୟାରୀ ୨୨ରେ ଏସ୍‌ପୁରୋଙ୍କୁ ଭର୍ଜିନିଆର ଡୁଲେସ୍‌ ଅନ୍ତର୍ଜାତୀୟ ବିମାନବନ୍ଦରରେ ଗିରଫ କରାଯାଇଥିଲା। ସିନାଲୋଆ କାର୍ଟେଲ ଚଳାଇବାରେ ଡ୍ରଗ୍ସ ଲର୍ଡ ସ୍ବାମୀଙ୍କୁ ସହଯୋଗ ଅଭିଯୋଗ ଜୁନ ୧୦ରେ ତାଙ୍କ ବିରୋଧରେ ପ୍ରମାଣିତ ହୋଇଛି। ସବୁଜ ରଙ୍ଗର ଜେଲ ୟୁନିଫର୍ମ ପିନ୍ଧି କୋର୍ଟରୁମ୍‌କୁ ଆସିଥିବା ଏସ୍‌ପୁରୋ ନିଜେ ମଧ୍ୟ ଦୋଷ ସ୍ବୀକାର କରିଛନ୍ତି। ତାଙ୍କୁ ମଧ୍ୟ ସ୍ବାମୀଙ୍କ ଭଳି ଆଜୀବନ କାରାଦଣ୍ଡ ହୋଇପାରେ। କଲମ୍ବିଆ ଡିଷ୍ଟ୍ରିକ୍ଟ କୋର୍ଟ ଆସନ୍ତା ସେପ୍ଟେମ୍ବର ୧୫ରେ ଦଣ୍ଡବିଧାନ କରିବେ। ୨୦୧୯ରେ ସ୍ବାମୀଙ୍କ ମାମଲାର ଶୁଣାଣିବେଳେ ଏସ୍‌ପୁରୋଙ୍କୁ ପ୍ରାୟତଃ ଦାମୀ ଅଳଙ୍କାର ଓ ଆକର୍ଷଣୀୟ ଘଣ୍ଟା ପିନ୍ଧି କୋର୍ଟରୁମ୍‌ରେ ବସିଥିବା ଦେଖିବାକୁ ମିଳୁଥିଲା। ସେତେବେଳେ ତାଙ୍କ ସୌନ୍ଦର୍ଯ୍ୟର ଚର୍ଚ୍ଚା ସବୁଠି ଚାଲିଥିଲା। ଡ୍ରଗ୍ସ ଦୁନିଆ ଉପରେ ନଜର ରଖୁଥିବା ବିଶ୍ଳେଷକଙ୍କ ମତରେ ଏସ୍‌ପୁରୋ ଜଣେ ପବ୍ଲିକ ଫିଗର ତଥା ବିଜ୍‌ନେସ ଓମ୍ୟାନ।
୧୯୮୯ ଜୁଲାଇ ୩ରେ ଆମେରିକାର କାଲିଫର୍ନିଆସ୍ଥିତ ସାନ୍‌ ଫ୍ରାନ୍‌ସିସ୍କୋରେ ଏମା ମୋଡେଷ୍ଟା କୋରୋନେଲ ଏସ୍‌ପୁରୋଙ୍କ ଜନ୍ମ। ଜର୍ନାଲିଜମ୍‌ ପାଠ ପଢ଼ିଛନ୍ତି। ସେ ଉଭୟ ଆମେରିକା ଓ ମେକ୍ସିକୋର ଦ୍ୱୈତ ନାଗରିକତ୍ୱ ଗ୍ରହଣ କରିଛନ୍ତି। ୨୦୦୭ରେ ମେକ୍ସିକୋର ‘କଫି ଆଣ୍ଡ ଗୁଆଭା ଫେଷ୍ଟିଭାଲ’ରେ ବ୍ୟୁଟି ପିଜେଣ୍ଟ ମୁକୁଟ ପିନ୍ଧିଥିବା ୧୭ ବର୍ଷୀୟା ସୁନ୍ଦରୀଙ୍କୁ ଭେଟିବାକୁ ଯାଇଥିଲେ ୪୯ ବର୍ଷୀୟ ମୋଷ୍ଟ ଓ୍ବାଣ୍ଟେଡ୍‌ ଡ୍ରଗ୍ସ ବେପାରୀ ଜୋଆକ୍ୱିନ ଆର୍ଚିଭାଲ୍ଡୋ ଗୁଜ୍‌ମ୍ୟାନ୍‌ ଲୋଏରା ଓରଫ ‘ଏଲ୍‌ ଚାପୋ’। ପ୍ରଥମ ଦେଖାରେ ମନ ଦିଆନିଆ, ତା’ପରେ ବିବାହ। ଏଲ୍‌ ଚାପୋ ଓ ଏସ୍‌ପୁରୋଙ୍କ ଦୁଇ ଯାଆଁଳା ଝିଅ ଅଛନ୍ତି, ନାମ ମାରିୟା ଖ୍ବାକିନା ଏବଂ ଏମାଲି। ଏସ୍‌ପୁରୋଙ୍କ ବାପା ଆଇନେସ୍‌ କୋରୋନେଲ୍‌ ବାରେରାସ୍‌ ୨୦୧୩ରେ ଗିରଫ ହେବା ପର୍ଯ୍ୟନ୍ତ ଏଲ୍‌ ଚାପୋଙ୍କ ଘନିଷ୍ଠ ସହଯୋଗୀ ଥିଲେ। ଉତ୍ତରପଶ୍ଚିମ ମେକ୍ସିକୋସ୍ଥିତ ସିନାଲୋଆ ରାଜ୍ୟର ଏକ ଗରିବ ପରିବାରରୁ ଆସିଥିବା ଏଲ୍‌ ଚାପୋ ପ୍ରଥମେ ଗଞ୍ଜେଇ ଚାଷ କରିଥିଲେ। ପରେ ତାଙ୍କ ବହୁ କୋଟି ଡଲାରର କଳା ସାମ୍ରାଜ୍ୟ ଏଭଳି ହଟଚମଟ ସୃଷ୍ଟି କରିଥିଲା ଯେ ସେ ୨୦୦୯ରେ ପ୍ରଖ୍ୟାତ ପତ୍ରିକା ଫୋର୍ବସ୍‌ର ଧନୀ ବ୍ୟକ୍ତିଙ୍କ ତାଲିକାରେ ସ୍ଥାନ ପାଇଥିଲେ। ସେତେବେଳେ ତାଙ୍କ ସମ୍ପତ୍ତିର ମୂଲ୍ୟ ୧ ବିଲିୟନ୍‌ ଡଲାର ବୋଲି ଆକଳନ କରାଯାଇଥିଲା। ଏଲ୍‌ ଚାପୋ ସିନାଲୋଆ କାର୍ଟେଲ ଚଳାଇବାବେଳେ ତାଙ୍କୁ କିଏ ଭେଟିପାରିବେ ତାହା ଏସ୍‌ପୁରୋ ସ୍ଥିର କରୁଥିଲେ। ଡ୍ରଗ୍ସ ଚାଲାଣକାରୀଙ୍କ ସ୍ତ୍ରୀମାନଙ୍କୁ ‘ଅତି କାମୁକ’ ମହିଳା ବିବେଚନା କରାଯାଏ, ଯାହାଙ୍କ ପାଖରେ କିଛି କାମ ନ ଥାଏ। କିନ୍ତୁ ଏସ୍‌ପୁରୋ ଭିନ୍ନ ଥିଲେ। ମହିଳାମାନେ ମଧ୍ୟ ନିଜ ହାତକୁ କ୍ଷମତା ନେଇପାରନ୍ତି ବୋଲି ସେ ପ୍ରମାଣିତ କରିଥିଲେ। କିନ୍ତୁ ଏକ ଡ୍ରଗ୍ସ କାର୍ଟେଲରେ କ୍ଷମତା ହାସଲ କରିବା କେତେ ବିପଜ୍ଜନକ ବ୍ୟାପାର ତାହା ସେ ଏବେ ଅନୁଭବ କରିପାରୁଛନ୍ତି। ଏସ୍‌ପୁରୋଙ୍କ କର୍ମ ତାଙ୍କୁ ଭର୍ଜିନିଆର ଆଲେକ୍‌ଜାଣ୍ଡ୍ରିଆ ସହରସ୍ଥିତ ୱିଲିୟମ୍‌ ଟ୍ରସ୍‌ଡେଲ୍‌ ଆଡଲ୍ଟ ଡେଷ୍ଟିନେଶନ କାରାଗାରକୁ ଟାଣିନେଇଛି। ଏକାନ୍ତ କାରାବାସ ପାଇଁ ଉଦ୍ଦିଷ୍ଟ ଛୋଟ କୋଠାରିଟିର ଝରକାଗୁଡ଼ିକୁ ଆୟତାକାର ଆକାରରେ କାଟି ତା’ ମଧ୍ୟରେ ଏକ ଲାଲ ଇଟା ଗଳିବା ଭଳି ଜାଗା ଛଡ଼ାଯାଇଛି। ସେଠି ସେ ରୋମାଣ୍ଟିକ୍‌ ଉପନ୍ୟାସ ପଢ଼ି ସମୟ ବିତାଉଛନ୍ତି। ତାଙ୍କ ଓକିଲ ମେରିଏଲ୍‌ କୋଲୋନ ମିରୋ କହିଛନ୍ତି, ଏସ୍‌ପୁରୋଙ୍କ ଆଜିର ଜୀବନ ଓ ଅବସ୍ଥା ତାଙ୍କ ପୂର୍ବ ଜୀବନଠାରୁ ସମ୍ପୂର୍ଣ୍ଣ ଓଲଟା। କିଛି ମାସ ତଳେ ସେ ‘ଅଲ୍‌ ଚାପୋ ଗୁଜ୍‌ମ୍ୟାନ’ ନାମରେ ଏକ କପଡ଼ା ବ୍ରାଣ୍ଡ ଆରମ୍ଭ କରିବାକୁ ଯୋଜନା କରିଥିଲେ। ମେକ୍ସିକୋରେ ଏହି ଯୋଡ଼ିଙ୍କୁ ଷ୍ଟାଇଲ୍‌ ଆଇକନ ବିବେଚନା କରାଯାଏ। ତାଙ୍କ ଝିଅ ମଧ୍ୟ ନିଜ ପିତାଙ୍କ ନାଁ ବ୍ୟବହାର କରି ଏକ ଫ୍ୟାଶନ ଇଣ୍ଡଷ୍ଟ୍ରି ଆରମ୍ଭ କରିଛନ୍ତି।


[mc4wp_form id="252536"] All Right Reserved By Dharitri.Com

Posted inଅନ୍ତର୍ଜାତୀୟ View All

ସିଙ୍ଗାପୁରରେ ଭାରତୀୟ ବଂଶୋଦ୍ଭବ ମହିଳାଙ୍କୁ ୩୦ ବର୍ଷ ଜେଲ୍‌

ସିଙ୍ଗାପୁର,୨୨।୬: ୪୧ ବର୍ଷୀୟା ଭାରତୀୟ ବଂଶୋଦ୍ଭବ ମହିଳାଙ୍କୁ ସିଙ୍ଗାପୁରରେ ୩୦ ବର୍ଷ ଜେଲ୍‌ ଦଣ୍ଡରେ ଦଣ୍ଡିତ କରାଯାଇଛି। ଘରୋଇ ସହାୟକଙ୍କ ଉପରେ ୧୪ ମାସ ଧରି...

ସେନା ବିମାନ ଦୁର୍ଘଟଣା: ୧୨ ମୃତ

ନାପିତାଉ,୧୦ା୬: ମ୍ୟାନ୍‌ମାର ସେନାର ଏକ ବିମାନ ଗୁରୁବାର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୧୨ ଜଣଙ୍କ ମୃତ୍ୟୁ ଘଟିଥିବା ସେନା ପକ୍ଷରୁ କୁହାଯାଇଛି। ବିମାନଟି ରାଜଧାନୀ ନାପିତାଉରୁ...

ଜୁନ୍‌ ୧୫ରୁ ମାସ୍କ ଫ୍ରି ହେବ ଏହି ଦେଶ, ଡିସେମ୍ବରରେ ଆରମ୍ଭ ହୋଇଥିଲା ଟିକାକରଣ

ଜେରୁଜେଲମ,୯ା୬: କରୋନା ଅବଧି ସମୟରେ ଇସ୍ରାଏଲ ବିଶ୍ୱର ପ୍ରଥମ ମାସ୍କ ମୁକ୍ତ ଦେଶ ହେବ। ଏଠାରେ ବନ୍ଦ ସ୍ଥାନରେ ମାସ୍କ ପ୍ରୟୋଗ କରିବାର ନିୟମ ଜୁନ୍‌...

ଗଣତନ୍ତ୍ର ସପକ୍ଷରେ ମ୍ୟାନ୍‌ମାର ସୈନ୍ୟ

ନାପିତାଉ, ୧୩ା୬(ଆଇଏଏନ୍‌ଏସ୍‌): ମ୍ୟାନ୍‌ମାରରେ ଗଣତନ୍ତ୍ର ଫେରାଇ ଆଣିବାକୁ ସେନା ଶାସନ ବିରୋଧରେ ଫେବୃୟାରୀ ୧ରୁ ଲୋକେ ଆନ୍ଦୋଳନ ଜାରି ରଖିଥିବାବେଳେ ଏବେ ଧୀରେ ଧୀରେ ଏଥିରେ...

ଭାରତ ସହ ସମ୍ପର୍କ ମଜଭୁତ ହେବ: ନେଫ୍‌ଟାଲି

ଜେରୁଜେଲମ, ୧୫ା୬: ଇସ୍ରାଏଲ ଓ ଭାରତ ଭଳି ଦୁଇ ଗଣତାନ୍ତ୍ରିକ ରାଷ୍ଟ୍ର ମଧ୍ୟରେ ସମ୍ପର୍କକୁ ଆହୁରି ମଜଭୁତ କରିବା ପାଇଁ ଇସ୍ରାଏଲର ନବନିର୍ବାଚିତ ପ୍ରଧାନମନ୍ତ୍ରୀ ନେଫ୍‌ଟାଲି...

କିମ୍‌ଙ୍କ ଶାସନରେ ଭୟଙ୍କର ଖାଦ୍ୟ ସଙ୍କଟ: ୩୦୦୦ ଟଙ୍କାରେ ବିକ୍ରି ହେଉଛି ୧ କିଗ୍ରା କଦଳୀ

ପ୍ୟୋଙ୍ଗୟାଙ୍ଗ,୧୮।୬: ବେଳକୁ ବେଳ ଉତ୍ତର କୋରିଆର ଆର୍ଥିକ ଅବସ୍ଥା ଖରାପ ହେବାରେ ଲାଗିଛି। ଏନେଇ ବିଭିନ୍ନ ରିପୋର୍ଟ ପ୍ରକାଶ ପାଉଥିବା ବେଳେ ଏବେ ଦେଶର ଶାସକ...

ଜି ୭ର ଗ୍ଲୋବାଲ୍‌ ଇନ୍‌ଫ୍ରା ପ୍ଲାନ୍‌

କାର୍ବିିସ ବେ (ବ୍ରିଟେନ), ୧୩।୬: ଚାଇନାର ବେଲ୍ଟ ଆଣ୍ଡ ରୋଡ୍‌ ଭିତ୍ତିଭୂମି ପ୍ରକଳ୍ପକୁ ଜି୭ ରାଷ୍ଟ୍ରଗୋଷ୍ଠୀ ପକ୍ଷରୁ ବିରୋଧ କରାଯାଇଛି। ଶନିବାର ଏଠାରେ ଅନୁଷ୍ଠିତ ଜି୭...

ଆସୁଛି ଆଉ ଏକ କରୋନା ଟିକା ‘ନୋଭାଭାକ୍ସ’: ୯୦% ପ୍ରଭାବଶାଳୀ

ଓ୍ବାଶିଂଟନ୍‌,୧୪।୬: ସାରା ବିଶ୍ୱରେ କରୋନା ମହାମାରୀ ଆତଙ୍କ ସୃଷ୍ଟି କରିଛି। ଏହି ଅଜଣା ରୋଗ କୋଟି କୋଟି ଲୋକଙ୍କ ଜୀବନ ନେଇଛି। ଏହାକୁ ରୋକିବା ପାଇଁ...

Archives

Model This Week

Pilanka Dharitri
Metro Mijaj
Why Dharitri

ଛତ୍ରପୁର,୨୮।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ଉପକଣ୍ଠ ଗଞ୍ଜାମ ଥାନା ଅଧୀନ କରପଡା ଗ୍ରାମର ବୃନ୍ଦାବନ ଚର୍ତିଙ୍କ ଘରୁ ବିଳମ୍ବିତ...

 
[mc4wp_form id="252536"]

Post navigation

Previous Post Previous post:
ମେଘାଙ୍କୁ ପୁଲିଜର
Next Post Next post:
ମୃତ୍ୟୁସଂଖ୍ୟା ଲୁଚାଇଛି ଏମ୍‌ପି

 

Logo
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • About us
  • Contacts
  • Advertise with us

Copyright © Dharitri.com 2016-2026 - All rights reserved

Developed By Ratna Technology

  • Home
  • ରାଜ୍ୟ
  • ଜାତୀୟ
  • ଅନ୍ତର୍ଜାତୀୟ
  • ମେଟ୍ରୋ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    ▼
    • କଟକ
    • ଅନୁଗୋଳ
    • କେନ୍ଦୁଝର
    • କେନ୍ଦ୍ରାପଡ଼ା
    • ଗଞ୍ଜାମ
    • ସୁନ୍ଦରଗଡ଼
    • କୋରାପୁଟ
    • ଢେଙ୍କାନାଳ
    • କଳାହାଣ୍ଡି
    • ବାଲେଶ୍ୱର
    • କନ୍ଧମାଳ
    • ସୁବର୍ଣ୍ଣପୁର
    • ଜଗତ୍‌ସିଂହପୁର
    • ନୟାଗଡ଼
    • ପୁରୀ
    • ଖୋର୍ଦ୍ଧା
    • ଗଜପତି
    • ଭଦ୍ରକ
    • ଝାରସୁଗୁଡ଼ା
    • ମୟୂରଭଞ୍ଜ
    • ଯାଜପୁର
    • ଦେବଗଡ଼
    • ନବରଙ୍ଗପୁର
    • ନୂଆପଡ଼ା
    • ବରଗଡ଼
    • ବଲାଙ୍ଗୀର
    • ବୌଦ୍ଧ
    • ରାୟଗଡା
    • ମାଲକାନଗିରି
  • କରୋନା ଭାଇରସ୍‌
  • କାର୍ଟୁନ
  • ରାଶିଫଳ
  • ଶ୍ରେଷ୍ଠ ପାଞ୍ଚ
  • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
  • Model This Week
  • About us
  • Contacts