ଚର୍ଚ୍ଚାରେ ଥିବା ବଲିଉଡ୍ ଫିଲ୍କ ‘ଶେର୍ନି’ର ଟ୍ରେଲର ରିଲିଜ ହୋଇଛି। ଏଥିରେ ବିଦ୍ୟା ବଲାନଙ୍କ ନୂଆ ଅବତାର ଦେଖିବାକୁ ତାଙ୍କ ଫ୍ୟାନ୍ ବେଶ୍ ଉତ୍ସାହିତ ଅଛନ୍ତି। ବିଦ୍ୟା ଏହି ଟ୍ରେଲରକୁ ଇନ୍ଷ୍ଟାଗ୍ରାମ ଆକାଉଣ୍ଟରେ ଶେୟାର କରିଛନ୍ତି। ‘ସାହସୀ, ଦୃଢ, ନିର୍ଭିକ ହୁଅ; ଏବେ ଶେର୍ନି ଗର୍ଜନ କରିବାର ସମୟ ଆସିଛି’ ବୋଲି ବିଦ୍ୟା ପୋଷ୍ଟରେ ଲେଖିଛନ୍ତି। ଅଢ଼େଇ ମିନିଟ୍ର ଏହି ଟ୍ରେଲରରେ ବିଦ୍ୟାଙ୍କ ଚମତ୍କାର ଅଭିନୟ ଦେଖିବାକୁ ମିଳିଛି। ଏଥିରେ ସେ ଜଣେ ବନବିଭାଗ ଅଧିକାରୀଙ୍କ ଚରିତ୍ରରେ ଅଭିନୟ କରିଛନ୍ତି। ଗାଁ ଲୋକଙ୍କ ପାଇଁ ବିପଦ ସାଜିଥିବା ଏକ ବାଘ ଧରିବା ମିଶନରେ ବିଦ୍ୟା ବାହାରିଥିବା ଦେଖିବାକୁ ମିଳିଛି। ଜଙ୍ଗଲ ସଂରକ୍ଷଣ ସମେତ ମହିଳା ସଶକ୍ତୀକରଣ ବାର୍ତ୍ତା ମଧ୍ୟ ଚଳଚ୍ଚିତ୍ରରେ ରହିଛି। ଅମିତ ମସୁରକରଙ୍କ ନିର୍ଦ୍ଦେଶିତ ‘ଶେର୍ନି’ ଜୁନ୍ ୧୮ରେ ଆମାଜନ ପ୍ରାଇମ୍ରେ ମୁକ୍ତିଲାଭ କରିବ।
ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮…
ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ଧାନ ବିକ୍ରି ସମସ୍ୟା ଯେଭଳି ବଢି ଚାଲିଛି ଏହାର ପ୍ରତିବାଦରେ ଆନ୍ଦୋଳନ ମଧ୍ୟ ସେଭଳି…
ବେଗୁନିଆ,୨୮।୬(ଡି.ଏନ୍.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି।…
ଜଗତ୍ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍ (ପାଚେରି)…
ଅନୁଗୋଳ ଅଫିସ,୨୮ା୬: ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍)ରେ ଚାଉଳ ଓ…
ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ…
This website uses cookies.