E-Paper
  • logo
  • Saturday 28th March 2026 | Today's Paper | Archives
  • Dharitri Logo
  • Thursday, March 28, 2019 | Archives
  • .
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    • ମୟୂରଭଞ୍ଜ
    • ବାଲେଶ୍ୱର
    • ଭଦ୍ରକ
    • କେନ୍ଦୁଝର
    • ଢେଙ୍କାନାଳ
    • ଅନୁଗୋଳ
    • ଯାଜପୁର
    • କେନ୍ଦ୍ରାପଡ଼ା
    • ଜଗତ୍‌ସିଂହପୁର
    • କଟକ
    • ପୁରୀ
    • ଖୋର୍ଦ୍ଧା
    • ନୟାଗଡ଼
    • ଗଞ୍ଜାମ
    • ଗଜପତି
    • କନ୍ଧମାଳ
    • କୋରାପୁଟ
    • ମାଲକାନଗିରି
    • ରାୟଗଡା
    • ନବରଙ୍ଗପୁର
    • କଳାହାଣ୍ଡି
    • ନୂଆପଡ଼ା
    • ବୌଦ୍ଧ
    • ସୁବର୍ଣ୍ଣପୁର
    • ବଲାଙ୍ଗୀର
    • ସମ୍ବଲପୁର
    • ବରଗଡ଼
    • ଝାରସୁଗୁଡ଼ା
    • ଦେବଗଡ଼
    • ସୁନ୍ଦରଗଡ଼
  • ଅନ୍ୟାନ୍ୟ
    • କରୋନା ଭାଇରସ୍‌
    • ଶ୍ରେଷ୍ଠ ପାଞ୍ଚ
    • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
Posted inସମ୍ପାଦକୀୟ

କଳା ରକ୍ତର ଅନ୍ବେଷଣକାରୀ
7:37 amJune 6, 2021

ଐତିହାସିକ ଘଟଣାବଳୀକୁ ଚମତ୍କାର ଭାବେ ଉପସ୍ଥାପନ କରିପାରିଲେ ଆଜିର ପିଢ଼ି ତାହାକୁ ପଢ଼ିବାକୁ ଆଗ୍ରହ ପ୍ରକାଶ କରିବେ। ପୂର୍ବଜମାନଙ୍କ ସାହସିକ ପଦକ୍ଷେପ ବା କୀର୍ତ୍ତି ହେଉ କିମ୍ବା ସଂଘର୍ଷମୟ ଜୀବନ ପ୍ରତିଟି ଘଟଣାରୁ ଶିକ୍ଷା ମିଳିପାରିଥାଏ। ଏହି ବିଷୟ ତାଙ୍କୁ ଆବିଷ୍ଟ କରିବା ପରେ ସେ ନିଜ ପୂର୍ବସୂରୀଙ୍କ ବିଷୟରେ ଅଧିକ ଗବେଷଣା କରି ଯେଉଁ ବହି ପ୍ରକାଶ କଲେ ତାହା ତାଙ୍କୁ ଏବେ ଇଣ୍ଟରନ୍ୟାଶନାଲ ବୁକର୍‌ ପ୍ରାଇଜ୍‌ ଦେଇପାରିଛି। ଫ୍ରାନ୍ସର ବିଶିଷ୍ଟ ସାହିତି୍ୟକ ଡେଭିଡ୍‌ ଡିଓପ୍‌ ଚଳିତ ବର୍ଷର ବୁକର ବିଜେତା ହେବା ପରେ କହିଛନ୍ତି ଯେ, ବାସ୍ତବରେ ତାଙ୍କ ସୃଜନଶୀଳତାରେ ସେ ସନ୍ତୁଷ୍ଟ ହୋଇଛନ୍ତି। ଏଥିସହିତ ଏହା ପ୍ରମାଣିତ ହୋଇଛି ଯେ, ସାହିତ୍ୟ କୌଣସି ସୀମା ମଧ୍ୟରେ ଆବଦ୍ଧ ନୁହେଁ। ତାଙ୍କର ଏତିକି କଥା ନିଶ୍ଚିତ ଭାବେ ଅସଂଖ୍ୟ ଯୁବ ଲେଖକଙ୍କୁ ଅଧିକ ବାସ୍ତବଧର୍ମୀ ଲେଖା ସୃଷ୍ଟି କରିବା ଲାଗି ପ୍ରେରଣା ଦେବ।
ଡେଭିଡ୍‌ ୧୯୬୬ରେ ଫ୍ରାନ୍ସରେ ଜନ୍ମଗ୍ରହଣ କରିଥିଲେ। ମାତା ଫ୍ରାନ୍ସର ହୋଇଥିବା ବେଳେ ପିତାଙ୍କ ପୈତୃକ ରାଷ୍ଟ୍ର ପଶ୍ଚିମ ଆଫ୍ରିକୀୟ ଦେଶ ସେନେଗାଲ। ତେବେ ଡେଭିଡ୍‌ଙ୍କୁ ଯେତେବେଳେ ୫ ବର୍ଷ ସେ ପରିବାର ସହିତ ସେନେଗାଲ ରାଜଧାନୀ ଡାକର ଚାଲିଯାଇଥିଲେ। ୧୮ ବର୍ଷ ଯାଏ ସେ ସେଠାରେ ରହି ସ୍କୁଲ ଶିକ୍ଷା ସମାପ୍ତ କରିଥିଲେ। ପରେ ଫ୍ରାନ୍ସ ଫେରିଆସିଥିଲେ। ଅଷ୍ଟାଦଶ ଶତାବ୍ଦୀର ଫରାସୀ ସାହିତ୍ୟ ଉପରେ ଅଧ୍ୟୟନ କରି ସେ ଡକ୍ଟରେଟ୍‌ ଡିଗ୍ରୀ ଅର୍ଜନ କରିଥିଲେ। ସେନେଗାଲରେ ଥିବା ବେଳେ ସେ ସାହିତ୍ୟ ଓ ଐତିହାସିକ ଘଟଣାବଳୀକୁ ଅଧିକ ଗୁରୁତ୍ୱ ଦେଇଥିଲେ। ସେହି ସମୟରେ ସେ ନିଜ ପୂର୍ବପୁରୁଷଙ୍କ ବିଷୟରେ ଜାଣିବାକୁ ଚାହିଁଥିବା ବେଳେ ନଜର ପଡ଼ିଥିଲା ପ୍ରଥମ ବିଶ୍ୱଯୁଦ୍ଧ ସମୟର ଘଟଣାବଳୀ ଉପରେ। ସେତେବେଳେ ଫ୍ରାନ୍ସକୁ ସେନେଗାଲ ଯୁଦ୍ଧରେ ସାହାଯ୍ୟ କରିଥିଲା। ସେଥିରେ ତାଙ୍କ ଅଣଗୋସିବାପାଙ୍କ ଯୋଗଦାନ ଥିବା ଜାଣିବାକୁ ପାଇଥିଲେ। ଆଶ୍ଚର୍ଯ୍ୟର ବିଷୟ ଯେ ତାଙ୍କ ପରିବାର ଏ ବିଷୟରେ ସେଭଳି ତଥ୍ୟ ସଂଗ୍ରହ କରି ନ ଥିଲେ। ବାସ୍ତବ ଯୁଦ୍ଧରେ ସାମିଲ ହୋଇ ବୀରତ୍ୱ ପ୍ରଦର୍ଶନ କରିଥିବା ବ୍ୟକ୍ତି ଏସବୁ ତଥ୍ୟ ନିଜ ପରିବାରଠାରୁ ଦୂରେଇ ରଖିବାର ଯେଉଁ ମହନୀୟ କାର୍ଯ୍ୟ କରିଥିଲେ ତାହା ହିଁ ଡେଭିଡ୍‌ଙ୍କୁ ଅଧିକ ଗବେଷଣା କରିବାକୁ ଉତ୍ସାହ ଜଗାଇଥିଲା। ୧୯୯୮ରେ ସେ ୟୁନିଭର୍ସିଟି ଅଫ୍‌ ପଉରେ ସାହିତ୍ୟ ବିଭାଗର ଅଧ୍ୟାପକ ହେବାର ଗୌରବ ଅର୍ଜନ କରିବା ପରେ ଫରାସୀ ଓ ଆଫ୍ରିକୀୟ ସାହିତ୍ୟ ବିଷୟରେ ଅଧିକ ମନୋନିବେଶ କରିଥିଲେ। ସେହି ସମୟରେ ତାଙ୍କ ଅନିସନ୍ଧିତ୍ସୁ ମନ ଖୋଜିଥିଲା ଯୁଦ୍ଧ ଇତିହାସ। ଅତ୍ୟଧିକ ପୁସ୍ତକ ପଢ଼ା ଓ ଗବେଷଣାର ଫଳସ୍ବରୂପ ୨୦୧୨ରେ ଆତ୍ମପ୍ରକାଶ କରିଥିଲା ତାଙ୍କର ପ୍ରଥମ ଉପନ୍ୟାସ ‘୧୮୮୯ ଆଇ’ଆଟ୍ରାକ୍‌ଶନ୍‌ ୟୁନିଭର୍ସିଲି’। ୧୮୮୯ରେ ପ୍ୟାରିସ୍‌ରେ ଅନୁଷ୍ଠିତ ବ୍ୟାଖ୍ୟାନରେ ଯୋଗଦେବାକୁ ଯାଇଥିବା ୧୧ ଜଣିଆ ସେନେଗାଲ ନାଗରିକଙ୍କ ଅଭିଜ୍ଞତାକୁ ଆଧାର କରି ସେ ଏହି ପୁସ୍ତକ ରଚନା କରିଥିଲେ। ତାହା ଉଭୟ ଦେଶର ଭାବଗତ ସମ୍ପର୍କକୁ ଏକ ନୂଆ ଦିଗ ଦେଇଥିଲା। ଏହି ପୁସ୍ତକର ସଫଳତା ତାଙ୍କ କଲମକୁ ଦ୍ୱିତୀୟ ଉପନ୍ୟାସ ଲେଖିବାକୁ କାଳି ଯୋଗାଇଥିଲା। ସେ ଲେଖିଲେ ‘ଫ୍ରେରେ ଡାମେ’। ୨୦୧୮ରେ ପ୍ରକାଶ ପାଇଥିବା ଏହି ପୁସ୍ତକ ପ୍ରଥମ ବିଶ୍ୱଯୁଦ୍ଧ ସମୟର ଉପନିବେଶବାଦକୁ ସ୍ମରଣ କରିଥିଲା। ଫ୍ରାନ୍ସ ସପକ୍ଷରେ ସେନେଗାଲ ନାଗରିକମାନେ କରିଥିବା ଯୁଦ୍ଧ ଓ ସେମାନଙ୍କ ଅଭିଜ୍ଞତାକୁ ଏଥିରେ ବର୍ଣ୍ଣନା କରାଯାଇଛି। ପୁସ୍ତକର ପ୍ରମୁଖ ଚରିତ୍ରରେ ଆଲ୍‌ଫା ଏନ୍‌ଡିଆୟେଙ୍କ ଭାବପ୍ରବଣତାକୁ ସେ ଅତି ସୂକ୍ଷ୍ମ ଭାବେ ବର୍ଣ୍ଣନା କରିଛନ୍ତି। ଯୁଦ୍ଧ କ୍ଷେତ୍ରରେ ପିଲାଦିନର ବନ୍ଧୁ ମାଡେମ୍ବାଙ୍କ ମୃତ୍ୟୁ ପରେ ଆଲ୍‌ଫା ପାଗଳ ପ୍ରାୟ ହୋଇଯାଇଥିଲେ ଓ ସବୁକିଛି ତାଙ୍କୁ ଅନ୍ଧାର ଦେଖାଯାଇଥିଲା। ଉଭୟ ମିଶି ଶତ୍ରୁପକ୍ଷ ଜର୍ମାନ ସୈନିକଙ୍କୁ ମୁକାବିଲା କରିବାରେ ବୀରତ୍ୱ ଦେଖାଇଥିଲେ। ହେଲେ ଜଣେ ପରମବନ୍ଧୁଙ୍କ ଅବର୍ତ୍ତମାନରେ ଆଉ ଜଣେ କିଭଳି ମାନସିକ ଆଘାତ ପାଇଥାଆନ୍ତି ତାହାକୁ ଡେଭିଡ୍‌ ଉକ୍ତ ଉପନ୍ୟାସରେ ଦେଖାଇଛନ୍ତି। ତେବେ ମୂଳ ଲେଖାକୁ ଇଂଲିଶ୍‌ରେ ଅନୁବାଦ କରିଥିବା ଆନ୍ନା ମୋସ୍କୋଭାକିସ୍‌ ପୁସ୍ତକର ନାମ ଦେବା ଲାଗି ନୟାନ୍ତ ହୋଇପଡ଼ିଥିଲେ। ଆକ୍ଷରିକ ଅନୁବାଦଠାରୁ ଦୂରେଇ ଯାଇ ସେ ଦୁଇବନ୍ଧୁଙ୍କ ସମ୍ପର୍କ ଓ ନିକଟରେ ମୃତ୍ୟୁକୁ ଦେଖୁଥିବା ବ୍ୟକ୍ତିର ଅନୁଭବକୁ ନେଇ ବହିର ନାମ ଦେଇଥିଲେ ‘ଆଟ୍‌ ନାଇଟ୍‌ ଅଲ୍‌ ବ୍ଲଡ୍‌ ଇଜ୍‌ ବ୍ଲାକ’। ତାହାକୁ ଏଠାରେ କୁହାଗଲେ ହେବ-ରାତିରେ ସବୁ ରକ୍ତ କଳା।
କୁହାଯାଉଛି ଡେଭିଡ୍‌ ତାଙ୍କ ଅଣ ଗୋସିବାପା ପ୍ରଥମ ବିଶ୍ୱଯୁଦ୍ଧ ସମୟରେ ତିରାଇଲ୍ଲୁରରେ ଯୋଗଦାନ କରିଥିବା ବିଷୟରେ ଜାଣିବା ପରେ ଏହା ଉପରେ ଲେଖିବାକୁ ଚାହିଁଥିଲେ। ଉଲ୍ଲେଖଯୋଗ୍ୟ ଯେ, ଫରାସୀ ଆର୍ମି ଅଧୀନରେ ୨୧ଟି ବାଟାଲିୟନ୍ସ ଅଫ୍‌ ତିରାଇଲ୍ଲୁରସ ସେନେଗାଲିଜ୍‌ (ବିଟିଏସ୍‌) ଥିଲା। କିନ୍ତୁ ତାଙ୍କ ଅଣଗୋସିବାପା ଏହି ବିଷୟ ପରିବାରଠାରୁ ଦୂରେଇ ରଖିଥିଲେ। ସେତିକି ହୁଏତ ନ ହୋଇ ଥିଲେ ଡେଭିଡ୍‌ ଆଜି ନୂଆ ରହସ୍ୟ ଉନ୍ମୋଚନ କରି ଦୁନିଆକୁ ଏଭଳି ପୁସ୍ତକଟିଏ ଭେଟି ଦେଇ ନ ଥାନ୍ତେ।


[mc4wp_form id="252536"] All Right Reserved By Dharitri.Com

Posted inସମ୍ପାଦକୀୟ View All

ବାବୁଙ୍କ ଭୟ

କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ରାଜନୈତିକ ଲଢ଼େଇ ଘଟଣା ଏବେ ବଢୁଛି ଓ ଅମଲାତନ୍ତ୍ରୀମାନେ ଏହା ମଧ୍ୟରେ ଫସୁଛନ୍ତି। ଏ ସମ୍ପର୍କରେ ଯେଉଁମାନେ ଅବଗତ ସେମାନେ...

ଏକ ତ୍ରୁଟିପୂର୍ଣ୍ଣ ଅନ୍ବେଷଣ

ଜାଚରୀ କାରାବେଲ୍‌ ନିକଟରେ ଆମେରିକାର ପୋଡ୍‌କାଷ୍ଟର ଜୋଏ ରୋଗନ ଶୀର୍ଷକରେ ପ୍ରକାଶ କରିଛନ୍ତି ଯେ,ସମ୍ପ୍ରତି ଆମେରିକାର ସାଂସ୍କୃତିକ ପଥ ଯାହା ରହିଛି ତାହା ଗୋରା ଲୋକଙ୍କୁ...

ଏହା ହିଁ ବାସ୍ତବ ସ୍ଥିତି

ଆକାର ପଟେଲ ଗତ ମାସ ଶେଷରେ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ) ସରକାର ତା’ର ୭ ବର୍ଷ ପୂର୍ତ୍ତି ପାଳନ କଲା। କରୋନାର ଦ୍ୱିତୀୟ ଲହରରେ...

କରୋନାର ବୈଜ୍ଞାନିକ ବିଶ୍ଳେଷଣ

ସଂଜୟ କୁମାର ସାମନ୍ତରାୟ ସେଦିନ ଥିଲା ୨୦୧୯ ଡିସେମ୍ବର ୩୧ ତାରିଖ। ଚାଇନାର ଉହାନ୍‌ ସହରରୁ ଆରମ୍ଭ ହୋଇଥିବା କୋଭିଡ୍‌-୧୯ ପ୍ରଥମ ଅବସ୍ଥାରେ ଭୂତାଣୁଜନିତ ନିମୋନିଆରୁ...

ଏଇ ଭାରତରେ

ଜନସେବା କରିବାର ତରିକା ସମାଜସେବୀ ମାତିୟୁର ରହମାନଙ୍କ କ୍ଷେତ୍ରରେ ନିଶ୍ଚିତ ଭିନ୍ନ। ସେ ବିଦେଶରୁ ମୃତଦେହ ଆଣିବାରେ ଗରିବ ଲୋକମାନଙ୍କୁ ସହଯୋଗ କରୁଛନ୍ତି । ସବୁ...

ଆଲୋଚନାରେ କଶ୍ମୀର

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଜମ୍ମୁ ଓ କଶ୍ମୀରର ୧୪ ରାଜନୈତିକ ଦଳର ପ୍ରମୁଖ ନେତାମାନେ ଜୁନ୍‌ ୨୪ରେ ଆଲୋଚନା କରିବେ ବୋଲି ଜଣାପଡ଼ିଛି। ଏହା...

ସଂସ୍ଥାଗତ ଢାଞ୍ଚାରେ ସଂସ୍କାର ଲୋଡ଼

ମାରିଆ ଫର୍ନାଣ୍ଡା ଏସ୍ପିନୋସା, ଡାନିଲୋ ଟର୍କ ବୃହତ୍‌ ଶକ୍ତି ପ୍ରତିଯୋଗିତା, ସମସ୍ୟା ସୃଷ୍ଟିକାରୀ ବିଦେଶୀ ପ୍ରୀତି ଜାତୀୟତା,ଜୀବନ ଜିଇବାରେ ପ୍ରମୁଖ ଭୂମିକା ନେଉଥିତ୍ବା ପରିବେଶଗତ ବିପଦ...

ଏଇ ଭାରତରେ

ପରିବେଶକୁ ପ୍ରଦୂଷଣ ମୁକ୍ତ ରଖିତ୍ବା ପାଇଁ ଯେଉଁ କେତେଜଣ ପ୍ରୟାସ ଜାରି ରଖିତ୍ଛନ୍ତି ସେମାନଙ୍କ ମଧ୍ୟରେ ଉତ୍ତରପ୍ରଦେଶର ସମୀକ୍ଷା ଗନେରିଓ୍ବାଲ ସମ୍ପୂର୍ଣ୍ଣ ଭିନ୍ନ। ସମୀକ୍ଷା ପ୍ଲାଷ୍ଟିକ...

Archives

Model This Week

Pilanka Dharitri
Metro Mijaj
Why Dharitri

ଛତ୍ରପୁର,୨୮।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ଉପକଣ୍ଠ ଗଞ୍ଜାମ ଥାନା ଅଧୀନ କରପଡା ଗ୍ରାମର ବୃନ୍ଦାବନ ଚର୍ତିଙ୍କ ଘରୁ ବିଳମ୍ବିତ...

 
[mc4wp_form id="252536"]

Post navigation

Previous Post Previous post:
କରୋନା କାଳର ଆର୍ଥିକ ପରିଚାଳନା
Next Post Next post:
ଫିଫା ୱାର୍ଲଡ କପ୍‌ କ୍ୱାଲିଫାୟର: ବ୍ରାଜିଲର କ୍ରମାଗତ ପଞ୍ଚମ ବିଜୟ

 

Logo
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • About us
  • Contacts
  • Advertise with us

Copyright © Dharitri.com 2016-2026 - All rights reserved

Developed By Ratna Technology

  • Home
  • ରାଜ୍ୟ
  • ଜାତୀୟ
  • ଅନ୍ତର୍ଜାତୀୟ
  • ମେଟ୍ରୋ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    ▼
    • କଟକ
    • ଅନୁଗୋଳ
    • କେନ୍ଦୁଝର
    • କେନ୍ଦ୍ରାପଡ଼ା
    • ଗଞ୍ଜାମ
    • ସୁନ୍ଦରଗଡ଼
    • କୋରାପୁଟ
    • ଢେଙ୍କାନାଳ
    • କଳାହାଣ୍ଡି
    • ବାଲେଶ୍ୱର
    • କନ୍ଧମାଳ
    • ସୁବର୍ଣ୍ଣପୁର
    • ଜଗତ୍‌ସିଂହପୁର
    • ନୟାଗଡ଼
    • ପୁରୀ
    • ଖୋର୍ଦ୍ଧା
    • ଗଜପତି
    • ଭଦ୍ରକ
    • ଝାରସୁଗୁଡ଼ା
    • ମୟୂରଭଞ୍ଜ
    • ଯାଜପୁର
    • ଦେବଗଡ଼
    • ନବରଙ୍ଗପୁର
    • ନୂଆପଡ଼ା
    • ବରଗଡ଼
    • ବଲାଙ୍ଗୀର
    • ବୌଦ୍ଧ
    • ରାୟଗଡା
    • ମାଲକାନଗିରି
  • କରୋନା ଭାଇରସ୍‌
  • କାର୍ଟୁନ
  • ରାଶିଫଳ
  • ଶ୍ରେଷ୍ଠ ପାଞ୍ଚ
  • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
  • Model This Week
  • About us
  • Contacts