ବଲାଙ୍ଗୀର ଅଫିସ,୧୫।୬: ଶେଷରେ ବଲାଙ୍ଗୀର ଶାନ୍ତିପଡ଼ାର ହାଇପ୍ରୋଫାଇଲ୍ ଡ୍ରାମାର ଅନ୍ତ ଘଟିଛି। ଘର ଭିତରେ ପଶି ସୁରକ୍ଷିତ ଭାବେ ଅପହରଣକାରୀଙ୍କୁ ଗିରଫ କରିଛି ବଲାଙ୍ଗୀର ପୋଲିସ। ଏନେଇ ବଲାଙ୍ଗୀର ଏସ୍ପି ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ବଲାଙ୍ଗୀର ସହରର ଶାନ୍ତିପଡ଼ାରେ ରହୁଥିବା ଜଣେ ବ୍ୟକ୍ତିଙ୍କ ଘରେ ମଙ୍ଗଳବାର ସକାଳେ ଜଣେ ବନ୍ଧୁକଧାରୀ ଯୁବକ ପଶିଯାଇଥିଲେ। ବନ୍ଧୁକଧାରୀ ହେଉଛନ୍ତି ବଲାଙ୍ଗୀର ସହରର ତାଳ ପାର୍ଲି ପଡ଼ାର ବିକ୍ରମ ପଣ୍ଡା। ବିକ୍ରମ ଘର ଭିତରେ ପଶି ପରିବାରର ୩ଜଣଙ୍କୁ ବନ୍ଧକ ରଖି ଆତଙ୍କ ଚଳାଇଥିଲେ। ଘଟଣାସ୍ଥଳରେ ପୋଲିସ ଏସ୍ଡିପିଓ ପହଞ୍ଚି ଯୁବକଙ୍କୁ ବୁଝାସୁଝା କରିବା ସହ ବନ୍ଧକଙ୍କୁ ଛାଡିବା ପାଇଁ ନିବେଦନ କରିଥିଲେ। କିନ୍ତୁ ଉକ୍ତ ଯୁବକ କାହା କଥା ଶୁଣି ନ ଥିଲେ। ତେବେ ଦୀର୍ଘ ୪ଘଣ୍ଟାର ଉଦ୍ୟମ ପରେ ସମସ୍ତ ବନ୍ଧକଙ୍କୁ ଅଗ୍ନିଶମ ବିଭାଗ ଘରର ଝରକା ଦେଇ ଉଦ୍ଧାର କରିଥିଲା। ଏହାପରେ ପୋଲିସ ବନ୍ଧୁକଧାରୀଙ୍କୁ ଧରିବାକୁ ଅପରେଶ୍ନ ଆରମ୍ଭ କରିଥିଲେ। ଆତ୍ମସମର୍ପଣ କରାଇବା ପାଇଁ ତାଙ୍କ ସାଙ୍ଗମାନଙ୍କୁ ମଧ୍ୟ ଡ଼କାଯାଇଥିଲେ। ହେଲେ ଯୁବକ ଜଣକ ତାଙ୍କ ସାଙ୍ଗଙ୍କ କଥା ମଧ୍ୟ ଶୁଣି ନ ଥିଲେ। ଶେଷରେ ପୋଲିସ ଦୀର୍ଘ ୫ଘଣ୍ଟାର କସ୍ରତ ପରେ ସୁରକ୍ଷିତ ଭାବେ ବିକ୍ରମଙ୍କୁ ଗିରଫ କରିଛି। ତେବେ ଏହି ସମୟରେ ଘଟଣାସ୍ଥଳରେ ୨ରୁ ୩ରାଉଣ୍ଡ ଫାୟାରିଂ ହୋଇଥିବା ଜଣାପଡ଼ିଛି। ତେବେ ଏହା ପୋଲିସ ପକ୍ଷରୁ କି ବିକ୍ରମ ପକ୍ଷରୁ ଫାୟାରିଂ ହୋଇଛି ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ ।
Posted inଆମ ଜିଲା ଖବର, ବଲାଙ୍ଗୀର, ରାଜ୍ୟ View All
ଛତ୍ରପୁର ଅଞ୍ଚଳରେ ବଢୁଛି ବେଆଇନ ଇଟା ଭାଟି
ଛତ୍ରପୁର,୧୪।୬(ଡି.ଏନ୍.ଏ.): ଗଞ୍ଜାମ ଜିଲାର ଛତ୍ରପୁର ତହସିଲ ଅଞ୍ଚଳରେ ଦୀର୍ଘ ବର୍ଷ ଧରି ବେଆଇନ ଇଟା, ବାଲି, ମାଟି ବ୍ୟବସାୟ କାରବାର ବୃଦ୍ଧି ପାଉଛି। ସେହିପରି ପୋଟଲାମପୁର...
ସ୍ୟାଟ୍ ଉଚ୍ଛେଦ ନିଷ୍ପତ୍ତି ହାଇକୋର୍ଟରେ କାଏମ
କଟକ ଅଫିସ, ୮।୬: ରାଜ୍ୟ ପ୍ରଶାସନିକ ନ୍ୟାୟାଧିକରଣ(ସ୍ୟାଟ୍) ଉଚ୍ଛେଦ ପାଇଁ କେନ୍ଦ୍ର ସରକାର ନେଇଥିବା ନିଷ୍ପତ୍ତି ଉପରେ ହସ୍ତକ୍ଷେପ କରିବାକୁ ହାଇକୋର୍ଟ ମନା କରିଦେଇଛନ୍ତି। ଫଳରେ...
ଇ-ବର୍ଜ୍ୟବସ୍ତୁରେ ସୁଉଚ୍ଚ ରୋବଟ
ଭୁବନେଶ୍ୱର(ବ୍ୟୁରୋ)/ବ୍ରହ୍ମପୁର ଅଫିସ୍, ୬।୬ରାଜ୍ୟର ବିଭିନ୍ନ ସହରରେ ଇ-ବର୍ଜ୍ୟବସ୍ତୁର ବୋଝ ଦିନକୁ ଦିନ ବଢ଼ିବାରେ ଲାଗିଛି। ବ୍ରହ୍ମପୁର ଆଇଟିଆଇର ଦକ୍ଷ ପ୍ରଫେଶନାଲ ଏନେଇ ଉଦ୍ବେଗ ପ୍ରକାଶ କରିବା...
ଆରମ୍ଭ ହେଲା ‘ଆଶୀର୍ବାଦ’ ଯୋଜନା: ମାସକୁ ମିଳିବ ୨୫୦୦ ଟଙ୍କା
ଭୁବନେଶ୍ୱର,୨୦ା୬(ବ୍ୟୁରୋ): ମା-ବାପାଙ୍କୁ ହରାଇଥିବା ସନ୍ତାନମାନଙ୍କ ପାଇଁ ରାଜ୍ୟ ସରକାର ନୂଆ କରି ଆରମ୍ଭ କରିଛନ୍ତି ‘ଆଶୀର୍ବାଦ’ ଯୋଜନା। ଏହି ଯୋଜନା ମାଧ୍ୟମରେ ମା-ବାପାଙ୍କୁ ହରାଇଥିବା ପିଲାମାନଙ୍କୁ...
୧୯ ଜିଲାରେ ସଂକ୍ରମଣ ହାର ୫ ପ୍ରତିଶତରୁ କମ୍
ଭୁବନେଶ୍ୱର,୨୩।୬(ବ୍ୟୁରୋ): ରାଜ୍ୟରେ ଗତ ୨୪ଘଣ୍ଟାରେ ୬୫,୮୪୫ ନମୂନା ପରୀକ୍ଷା ହୋଇଥିବା ବେଳେ ୩,୪୫୬ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏବେ କରୋନା ତଳମୁହାଁ ହୋଇଥିବା ବେଳେ ୧୯ଟି...
୧୭ ଜିଲାରେ ଆରମ୍ଭ ହେବ ଡିଏଲ୍ ଟେଷ୍ଟ୍
ଭୁବନେଶ୍ୱର,୧୮ା୬(ବ୍ୟୁରୋ): କରୋନା ସଂକ୍ରମଣ ହାର କମିଥିବାରୁ ରାଜ୍ୟ ସରକାର ୧୭ ଜିଲାରେ ଲକ୍ଡାଉନ୍ କଟକଣା କୋହଳ କରିଛନ୍ତି। ତେଣୁ ଏହିସବୁ ଜିଲାରେ ଥିବା ଆର୍ଟିଓ ପକ୍ଷରୁ...
ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ଭଉଣୀ ମୃତ, ମାମୁ-ଭାଣିଜୀ ଗୁରୁତର
ଠାକୁରମୁଣ୍ଡା,୧୧ା୬(ଡି.ଏନ୍.ଏ.): ଠାକୁରମୁଣ୍ଡା-କରଞ୍ଜିଆ ରାସ୍ତାର ସୁନାରିପୋଷି ନିକଟରେ ଶୁକ୍ରବାର ସକାଳେ ଏକ କାର୍ ଦୁର୍ଘଟଣାରେ ଭଉଣୀଙ୍କ ମୃତ୍ୟୁ ଘଟିଥିବା ବେଳେ ଭାଣିଜୀ ଓ କାର୍ ଚଳାଉ ଥିବା...
ନିର୍ବାଚନ ଢାଞ୍ଚାରେ ହେବ କୋଭିଡ୍ ଟିକାକରଣ: ବୟସ୍କ, ଦିବ୍ୟାଙ୍ଗ ପାଇଁ ଗାଡ଼ି ସୁବିଧା
ଛତ୍ରପୁର,୪।୬(ଡି.ଏନ୍.ଏ.): କରୋନାର ଦ୍ବିତୀୟ ଲହର ପ୍ରତିହତ କରିବା ନିମନ୍ତେ ଟିକାକରଣ ଏକାନ୍ତ ଅପରିହାର୍ଯ୍ୟ। ମୋବାଇଲ ଟିମ୍ ଗଠନ କରି ଦୁର୍ଗମ ପାହାଡ଼ିଆ ଅଞ୍ଚଳ, ସହରାଞ୍ଚଳ ଓ...


