ସାଓ ପାଉଲୋ,୨୫।୬: କୋଭିଡ୍-୧୯ ମହାମାରୀ ଭୟାବହତା ଜାରି ରହିଥିବା ବେଳେ କୋପା ଆମେରିକା ଫୁଟ୍ବଲ ଟୁର୍ନାମେଣ୍ଟ ଆୟୋଜନକୁ ସମାଲୋଚନା କରିବା ବ୍ରାଜିଲ କୋଚ୍ ଟିଟେଙ୍କୁ ଭାରି ପଡିଛି। ପୂର୍ବରୁ ଗୋଟିଏ ସପ୍ତାହ ତଳେ ଜଣେ ବଲିଭିଆ ଫୁଟ୍ବଲର ମଧ୍ୟ ସମକାରଣ ପାଇଁ ଟୁର୍ନାମେଣ୍ଟକୁ ସମାଲୋଚନା କରି ବାସନ୍ଦର ସମ୍ମୁଖୀନ ହୋଇଥିଲେ। କଲମ୍ବିଆ ଓ ଆର୍ଜେଣ୍ଟିନା ପ୍ରଥମେ ଏହି ଟୁର୍ନାମେଣ୍ଟ ଆୟୋଜନ କରିବାର କାର୍ଯ୍ୟକ୍ରମ ଥିଲା। ତେବେ କୋଭିଡ୍-୧୯ କାରଣରୁ ଏହି ଦୁଇ ଦେଶ ଆୟୋଜନରୁ ଓହରିଯିବା ପରେ ବ୍ରାଜିଲକୁ ଆୟୋଜନ ଅଧିକାର ମିଳିଥିଲା।
ଗତ ଜୁନ୍ ୧୨ ତାରିଖରେ ଟିଟେ ଏକ ସାମ୍ବାଦିକ ସମ୍ମିଳନୀରେ ଟୁର୍ନାମେଣ୍ଟ ଆୟୋଜନ ନେଇ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ। ଟୁର୍ନାମେଣ୍ଟ ଆରମ୍ଭ ହେବାର ଦୁଇ ସପ୍ତାହରୁ କମ୍ ସମୟ ଥିବାବେଳେ ଦକ୍ଷିଣ ଆମେରିକାର ସର୍ବୋଚ୍ଚ ଫୁଟ୍ବଲ ପ୍ରଶାସନିକ ସଂସ୍ଥା କନ୍ମେବୋଲ ବ୍ରାଜିଲକୁ ଆୟୋଜକ ରୂପେ ଘୋଷଣା କରିଥିଲା। ଟୁର୍ନାମେଣ୍ଟ ବ୍ରାଜିଲକୁ ଏକ ଗୋଳମାଳିଆ ପରିସ୍ଥିତିରେ ସ୍ଥାନାନ୍ତର ହୋଇଛି ବୋଲି ସେ କହିଥିଲେ। ଫଳରେ କନ୍ମେବୋଲ ଟିଟେଙ୍କ ଉପରେ ୫,୦୦୦ ଡଲାର ଜରିମାନା ଧାର୍ଯ୍ୟ କରିଛି। ଏବେ ବ୍ରାଜିଲ ଫୁଟ୍ବଲ କନ୍ଫେଡେରେଶନ ଟିଟେଙ୍କ ବିରୋଧରେ ନିଆଯାଇଥିବା ନିଷ୍ପତ୍ତିକୁ ବିରୋଧ କରିପାରିବ ନାହିଁ ବୋଲି କନ୍ମେବୋଲ ଅଧ୍ୟକ୍ଷ ଏଡୁଆର୍ଡୋ ଗ୍ରସ ବ୍ରାଉନ କହିଛନ୍ତି। ଆଉଥରେ ଏଭଳି ସମାଲୋଚନା କଲେ ଟିଟେଙ୍କ ବିରୋଧରେ କଡ଼ା ପଦକ୍ଷେପ ନିଆଯିବ ବୋଲି ସେ ସତର୍କ କରାଇଦେଇଛନ୍ତି। ରିଓ ଡି ଜେନିରୋରେ ଗତ ବୁଧବାର ବ୍ରାଜିଲ ୨-୧ ଗୋଲରେ କଲମ୍ବିଆକୁ ହରାଇବା ପରେ ଟିଟେ ଏଭଳି ମନ୍ତବ୍ୟ ଦେଇଥିଲେ। ମହାମାରୀର ପ୍ରକୋପ ଜାରି ରହିଥିବା ବେଳେ ଫୁଟ୍ବଲ ଖେଳିବା ଠିକ୍ ନୁହେଁ ବୋଲି ସେ କହିଥିଲେ। ପୂର୍ବରୁ ଜୁନ୍ ୧୮ ତାରିଖରେ ବଲିଭିଆ ଷ୍ଟ୍ରାଇକର ମାର୍ସେଲୋ ମାର୍ଟିନ୍ସଙ୍କ ଉପରେ ୨୦,୦୦୦ ଆମେରିକୀୟ ଡଲାର ଜରିମାନ ଧାର୍ଯ୍ୟ କରାଯାଇଥିଲା। ତାଙ୍କୁ ମଧ୍ୟ ଗୋଟିଏ ମ୍ୟାଚ୍ରୁ ବାସନ୍ଦ କରାଯାଇଥିଲା। ଟୁର୍ନାମେଣ୍ଟରେ ଭାଗ ନେଇଥିତ୍ବା ୧୦ଟି ଦଳରୁ ୫ଟି ଦଳରେ କୋଭିଡ୍-୧୯ ମାମଲା ଦେଖିବାକୁ ମିଳିଥିଲା। କରୋନାରେ ଏ ପର୍ଯ୍ୟନ୍ତ ୫, ୧୦,୦୦୦ ବ୍ରାଜିଲ ନାଗରିକ ପ୍ରାଣ ହରାଇଛନ୍ତି।
ଜେଲ୍ରୁ ମହାନ୍ କ୍ରିକେଟର୍: ଦଳକୁ କରିଥିଲେ ବିଶ୍ୱ ଚାମ୍ପିଅନ୍
ଇଂଲଣ୍ଡ ମହାନ ଖେଳାଳି ବେନ ଷ୍ଟୋକ୍ସ ଆଜି ୩୦ତମ ଜନ୍ମଦିନ ପାଳନ କରୁଛନ୍ତି। ଏବେ ସେ ଦୁନିଆର ସର୍ବୋତ୍ତମ ଅଲରାଉଣ୍ଡରମାନଙ୍କ ମଧ୍ୟରୁ ଜଣେ। ୨୦୧୧ରେ ଇଂଲଣ୍ଡ...
ପଡିଆରେ ଭାଙ୍ଗ୍ଡା ନାଚିଲେ କୋହଲି: ଜାଣନ୍ତୁ କାହିଁକି
ସାଉଥମ୍ପଟନ,୨୧।୬: ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ର ଫାଇନାଲରେ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଟିମ ଇଣ୍ଡିଆ ଉପରେ କେନ ୱିଲିୟମସନଙ୍କ ନ୍ୟୁଜିଲାଣ୍ଡ ଦଳ ଭାରୀ ପଡିଛି। କିୱି ବୋଲରମାନେ...
୨୮ ବଲ୍ରୁ ବିସ୍ଫୋରକ ଶତକ ମାରି ଇତିହାସ ରଚିଲେ ଏହି କ୍ରିକେଟର୍
କ୍ରିକେଟରେ ପ୍ରାୟତଃ ଅନେକ ବିସ୍ଫୋରକ ଇନିଂସ ଦେଖିବାକୁ ମିଳିଥାଏ, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦିଏ। ୟୁରୋପୀୟ ଟି-୧୦ କ୍ରିକେଟ ଲିଗରେ ପାକିସ୍ତାନୀ ବ୍ୟାଟ୍ସମ୍ୟାନ ଏଭଳି ଏକ...
ଏକଦା ରାଇନାଙ୍କ ଉପରେ ରାଗିଯାଇଥିଲେ ଦ୍ରାବିଡ; କହିଥିଲେ, ‘ଭାରତୀୟ କ୍ରିକେଟର ହୋଇ ତୁମେ କ’ଣ ପିନ୍ଧିଛ ଜାଣିଛ ତ…’
ନୂଆଦିଲ୍ଲୀ,୧୫।୬: ଭାରତର ପୂର୍ବତନ ବ୍ୟାଟ୍ସମ୍ୟାନ୍ ସୁରେଶ ରାଇନା ତାଙ୍କ ପୁସ୍ତକ ‘ବିଲିଭ୍-ହ୍ବାଟ୍ ଲାଇଫ୍ ଆଣ୍ଡ କ୍ରିକେଟ ଟଟ୍ ମି’ରେ ଅନେକ ରହସ୍ୟ ଉପରୁ ପରଦା ହଟାଇଥିଲେ।...
ଭାରତୀୟ କ୍ରିକେଟର ସ୍ବର୍ଣ୍ଣିମ ଦିନ
ନୂଆଦିଲ୍ଲୀ,୨୩।୬: ଠିକ୍ ୮ ବର୍ଷ ତଳେ ଅର୍ଥାତ ୨୦୧୩ ଜୁନ ୨୩ ତାରିଖରେ ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱାଧୀନ ଟିମ୍ ଇଣ୍ଡିଆ ହାତେଇଥିଲା ଆଇସିସି ଚାମ୍ପିୟନ୍ସ...
କୋପା ଆମେରିକା: କରୋନା ପ୍ରୋଟୋକଲ ଉଲ୍ଲଂଘନକୁ ଚିଲି ମାନିଲା
ସାଓ ପାଉଲୋ,୨୨।୬: କୋପା ଆମେରିକା ଫୁଟବଲ ଟୁର୍ନାମେଣ୍ଟରେ କରୋନା ଭାଇରସ୍ ପ୍ରୋଟୋକଲ ଉଲ୍ଲଂଘନ କଥା ଚିଲି ସ୍ବୀକାର କରିଛି। ଚିଲି ଦଳରେ କେତେଜଣ ଖେଳାଳି ନିୟମାବଳୀ...
ଅମୋଲ ମଜୁମ୍ଦାର ମୁମ୍ବାଇ କୋଚ୍ ନିଯୁକ୍ତ
ମୁମ୍ବାଇ, ୨ା୬(ପି.ଟି.)-ରଣଜୀ ଟ୍ରଫି କିମ୍ବଦନ୍ତୀ ତଥା ପୂର୍ବତନ ମୁମ୍ବାଇ ଅଧିନାୟକ ଅମୋଲ ମଜୁମ୍ଦାର ଆସନ୍ତା ଘରୋଇ ସିଜନ ପାଇଁ ମଙ୍ଗଳବାର ସିନିୟର ଦଳର କୋଚ୍ ଭାବେ...
ଆଇସିସି ହଲ୍ ଅଫ୍ ଫେମ୍ରେ ଭିନୁ ମଙ୍କଡ଼
ଦୁବାଇ, ୧୪ା୬ (ପି.ଟି.)-ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ହଲ୍ ଅଫ୍ ଫେମ୍ ତାଲିକାରେ ରବିବାର ଖେଳର ୧୦ଜଣ ଆଇକନ୍ଙ୍କୁ ସାମିଲ କରାଯାଇଛି। ୫ଟି ଯୁଗର ୨ଜଣ...


