ସାଓ ପାଉଲୋ,୨୫।୬: କୋଭିଡ୍-୧୯ ମହାମାରୀ ଭୟାବହତା ଜାରି ରହିଥିବା ବେଳେ କୋପା ଆମେରିକା ଫୁଟ୍ବଲ ଟୁର୍ନାମେଣ୍ଟ ଆୟୋଜନକୁ ସମାଲୋଚନା କରିବା ବ୍ରାଜିଲ କୋଚ୍ ଟିଟେଙ୍କୁ ଭାରି ପଡିଛି। ପୂର୍ବରୁ ଗୋଟିଏ ସପ୍ତାହ ତଳେ ଜଣେ ବଲିଭିଆ ଫୁଟ୍ବଲର ମଧ୍ୟ ସମକାରଣ ପାଇଁ ଟୁର୍ନାମେଣ୍ଟକୁ ସମାଲୋଚନା କରି ବାସନ୍ଦର ସମ୍ମୁଖୀନ ହୋଇଥିଲେ। କଲମ୍ବିଆ ଓ ଆର୍ଜେଣ୍ଟିନା ପ୍ରଥମେ ଏହି ଟୁର୍ନାମେଣ୍ଟ ଆୟୋଜନ କରିବାର କାର୍ଯ୍ୟକ୍ରମ ଥିଲା। ତେବେ କୋଭିଡ୍-୧୯ କାରଣରୁ ଏହି ଦୁଇ ଦେଶ ଆୟୋଜନରୁ ଓହରିଯିବା ପରେ ବ୍ରାଜିଲକୁ ଆୟୋଜନ ଅଧିକାର ମିଳିଥିଲା।
ଗତ ଜୁନ୍ ୧୨ ତାରିଖରେ ଟିଟେ ଏକ ସାମ୍ବାଦିକ ସମ୍ମିଳନୀରେ ଟୁର୍ନାମେଣ୍ଟ ଆୟୋଜନ ନେଇ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ। ଟୁର୍ନାମେଣ୍ଟ ଆରମ୍ଭ ହେବାର ଦୁଇ ସପ୍ତାହରୁ କମ୍ ସମୟ ଥିବାବେଳେ ଦକ୍ଷିଣ ଆମେରିକାର ସର୍ବୋଚ୍ଚ ଫୁଟ୍ବଲ ପ୍ରଶାସନିକ ସଂସ୍ଥା କନ୍ମେବୋଲ ବ୍ରାଜିଲକୁ ଆୟୋଜକ ରୂପେ ଘୋଷଣା କରିଥିଲା। ଟୁର୍ନାମେଣ୍ଟ ବ୍ରାଜିଲକୁ ଏକ ଗୋଳମାଳିଆ ପରିସ୍ଥିତିରେ ସ୍ଥାନାନ୍ତର ହୋଇଛି ବୋଲି ସେ କହିଥିଲେ। ଫଳରେ କନ୍ମେବୋଲ ଟିଟେଙ୍କ ଉପରେ ୫,୦୦୦ ଡଲାର ଜରିମାନା ଧାର୍ଯ୍ୟ କରିଛି। ଏବେ ବ୍ରାଜିଲ ଫୁଟ୍ବଲ କନ୍ଫେଡେରେଶନ ଟିଟେଙ୍କ ବିରୋଧରେ ନିଆଯାଇଥିବା ନିଷ୍ପତ୍ତିକୁ ବିରୋଧ କରିପାରିବ ନାହିଁ ବୋଲି କନ୍ମେବୋଲ ଅଧ୍ୟକ୍ଷ ଏଡୁଆର୍ଡୋ ଗ୍ରସ ବ୍ରାଉନ କହିଛନ୍ତି। ଆଉଥରେ ଏଭଳି ସମାଲୋଚନା କଲେ ଟିଟେଙ୍କ ବିରୋଧରେ କଡ଼ା ପଦକ୍ଷେପ ନିଆଯିବ ବୋଲି ସେ ସତର୍କ କରାଇଦେଇଛନ୍ତି। ରିଓ ଡି ଜେନିରୋରେ ଗତ ବୁଧବାର ବ୍ରାଜିଲ ୨-୧ ଗୋଲରେ କଲମ୍ବିଆକୁ ହରାଇବା ପରେ ଟିଟେ ଏଭଳି ମନ୍ତବ୍ୟ ଦେଇଥିଲେ। ମହାମାରୀର ପ୍ରକୋପ ଜାରି ରହିଥିବା ବେଳେ ଫୁଟ୍ବଲ ଖେଳିବା ଠିକ୍ ନୁହେଁ ବୋଲି ସେ କହିଥିଲେ। ପୂର୍ବରୁ ଜୁନ୍ ୧୮ ତାରିଖରେ ବଲିଭିଆ ଷ୍ଟ୍ରାଇକର ମାର୍ସେଲୋ ମାର୍ଟିନ୍ସଙ୍କ ଉପରେ ୨୦,୦୦୦ ଆମେରିକୀୟ ଡଲାର ଜରିମାନ ଧାର୍ଯ୍ୟ କରାଯାଇଥିଲା। ତାଙ୍କୁ ମଧ୍ୟ ଗୋଟିଏ ମ୍ୟାଚ୍ରୁ ବାସନ୍ଦ କରାଯାଇଥିଲା। ଟୁର୍ନାମେଣ୍ଟରେ ଭାଗ ନେଇଥିତ୍ବା ୧୦ଟି ଦଳରୁ ୫ଟି ଦଳରେ କୋଭିଡ୍-୧୯ ମାମଲା ଦେଖିବାକୁ ମିଳିଥିଲା। କରୋନାରେ ଏ ପର୍ଯ୍ୟନ୍ତ ୫, ୧୦,୦୦୦ ବ୍ରାଜିଲ ନାଗରିକ ପ୍ରାଣ ହରାଇଛନ୍ତି।
ବର୍ଷେ ଭିତରେ ଏତିକି ଟଙ୍କା ରୋଜଗାର କରିଛନ୍ତି କୋହଲି
କ୍ରମାଗତ ପଞ୍ଚମ ବର୍ଷ ପାଇଁ ଫୋର୍ବସର ଶ୍ରେଷ୍ଠ ୧୦୦ ସର୍ବାଧିକ ପାରିଶ୍ରମିକ ପ୍ରାପ୍ତ ଖେଳାଳିଙ୍କ ମଧ୍ୟରେ ଭାରତୀୟ ଅଧିନାୟକ ବିରାଟ କୋହଲି ସ୍ଥାନ ପାଇଛନ୍ତି। ସେ...
ଡବ୍ଲ୍ୟୁଟିସି ଫର୍ମାଟରେ ପରିବର୍ତ୍ତନ ଚାହାନ୍ତି ସଚିନ
ନୂଆଦିଲ୍ଲୀ,୧୫।୬: ଆସନ୍ତା ୧୮ ତାରିଖରେ ସାଉଥାମ୍ପଟନଠାରେ ଟେଷ୍ଟ ଫର୍ମାଟର ସବୁଠୁ ବଡ଼ ସମ୍ମାନ ପାଇଁ ଲଢ଼େଇ କରିବେ ନ୍ୟୁଜିଲାଣ୍ଡ ଓ ଟିମ୍ ଇଣ୍ଡିଆ। ବିଜେତାଙ୍କୁ ଟେଷ୍ଟ...
ବେଲ୍ଗ୍ରେଡ ଟ୍ରଫି ସୁଇମିଂ: ସଜନ, ଶ୍ରୀହରିଙ୍କୁ ସ୍ବର୍ଣ୍ଣ ପଦକ
ବେଲ୍ଗ୍ରେଡ, ୨୧ା୬ (ପି.ଟି.)-ବେଲ୍ଗ୍ରେଡ ଟ୍ରଫି ସୁଇମିଂ ପ୍ରତିଯୋଗିତାରେ ଅଲିମ୍ପିକ ଆଶାୟୀ ସଜନ ପ୍ରକାଶ ଓ ଶ୍ରୀହରି ନଟରାଜ ସେମାନଙ୍କ ଇଭେଣ୍ଟରେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି।...
ଟି୨୦ ବିଶ୍ୱକପ୍ ଭାରତ ବାହାରକୁ ଯିବ: ଆବୁଧାବି, ଦୁବାଇ, ଶାରଜା, ମସ୍କଟରେ ମ୍ୟାଚ୍ ସମ୍ଭାବନା
ନୂଆଦିଲ୍ଲୀ,୬।୬(ପି.ଟି.): ଆସନ୍ତା ଅକ୍ଟୋବର- ନଭେମ୍ବରରେ ଆୟୋଜନ ହେବାକୁ ଥିବା ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ଟି୨୦ ବିଶ୍ୱକପ୍ ଭାରତରେ ନ ହେବା ଏକପ୍ରକାର ନିଶ୍ଚିତ ହୋଇଛି।...
ଦ୍ୱିତୀୟ ସିଡ୍ଙ୍କୁ ହରାଇଲେ ବୋପାନ୍ନା-ଶରନ
ହାଲେ (ଜର୍ମାନୀ), ୧୭।୬(ପି.ଟି.)- ଭାରତର ରୋହନ ବୋପାନ୍ନା ଓ ଡିଭିଜ ଶରନ ଯୋଡ଼ି ଏଠାରେ ଚାଲିଥିବା ନୋଭେଣ୍ଟି ଓପନ ଟେନିସ ଟୁର୍ନାମେଣ୍ଟରେ ଦ୍ୱିତୀୟ ସିଡ୍ ଲୁକାଜ...
ଟୋକିଓ ଅଲିମ୍ପିକ୍ସ: ମନପ୍ରୀତ ଅଧିନାୟକ, ହରମନପ୍ରୀତଙ୍କୁ ମଧ୍ୟ ଉପଅଧିନାୟକ ଦାୟିତ୍ୱ: ବୀରେନ୍ଦ୍ର ଉପଅଧିନାୟକ
ନୂଆଦିଲ୍ଲୀ, ୨୩।୬(ପି.ଟି.)- ଟୋକିଓ ଅଲିମ୍ପିକ୍ସ ପାଇଁ ମନପ୍ରୀତ ସିଂଙ୍କୁ ଭାରତୀୟ ଦଳର ଅଧିନାୟକ ମନୋନୀତ କରାଯାଇଛି। ଉପଅଧିନାୟକ ପାଇଁ ୨ ଜଣଙ୍କ ନାମ ଘୋଷଣା କରାଯାଇଛି।...
ଏହି ୫ କାରଣରୁ ଫାଇନାଲରେ ହାରିଲା ଭାରତୀୟ ଦଳ
ସାଉଥାମ୍ପଟନ୍,୨୪।୫: ଗତ ଦୁଇ ବର୍ଷ ଧରି ଟିମ ଇଣ୍ଡିଆର କଠିନ ପରିଶ୍ରମ ସାଉଥାମ୍ପଟନ ଗ୍ରାଉଣ୍ଡରେ ବ୍ୟର୍ଥ ହୋଇଥିଲା। ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ (ଡବ୍ଲୁଟିସି ଫାଇନାଲ)ର ଫାଇନାଲରେ...
ଫାଇନାଲରେ ବୋଲିଂ କରିବେ କି କୋହଲି
ନୂଆଦିଲ୍ଲୀ,୧୩।୬: ଅଧିନାୟକ ବିରାଟ କୋହଲିଙ୍କ ନେତୃତ୍ୱରେ ଟିମ ଇଣ୍ଡିଆ ଜୁନ ୧୮ ରୁ ୨୨ ପର୍ଯ୍ୟନ୍ତ ନ୍ୟୁଜିଲାଣ୍ଡ ବିପକ୍ଷ ବିଶ୍ୱ ଟେଷ୍ଟ ଚାମ୍ପିଅନସିପର ଟାଇଟଲ ମ୍ୟାଚ...


